ପୋଲିସ ପର୍ବତରାଣୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ଦୃଢ଼ ଇଚ୍ଛାଶକ୍ତି ମଣିଷକୁ ସର୍ବୋଚ୍ଚରେ ପହଞ୍ଚାଇଥାଏ। ସଫଳତା ପାଉଥିବା ବ୍ୟକ୍ତି ସର୍ବଦା ଆଗକୁ ବଢ଼ିବା ଲାଗି ଉଦ୍ୟମ କରିବା ହେଉଛି ସକାରାତ୍ମକ ଚିନ୍ତାଧାରା। ନିକଟରେ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଧିକାରୀ ଅପର୍ଣ୍ଣା କୁମାର ସେଭେନ୍‌ ସମିଟ୍‌ ଚ୍ୟାଲେଞ୍ଜ ଅତିକ୍ରମ କରି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସାତ ମହାଦେଶରେ ଅବସ୍ଥିତ ପ୍ରତ୍ୟେକଟି ସର୍ବୋଚ୍ଚ ଶୃଙ୍ଗ ଆରୋହଣ କରାଯିବା ପରେ ତାହା ‘ସେଭେନ୍‌ ସମିଟ୍‌ ଚ୍ୟାଲେଞ୍ଜ’ ଅତିକ୍ରମ କରିବାର ଆଖ୍ୟା ପାଇଥାଏ। ଉତ୍ତର ଆମେରିକାର ଆଲାସ୍କାର ଶୀର୍ଷ ଶୃଙ୍ଗ ଦେନାଲିରେ ୩୦ ଜୁନ୍‌ରେ ପହଞ୍ଚତ୍ ଅପର୍ଣ୍ଣା ପ୍ରଥମ ଆଇପିଏସ୍‌ ଅଫିସର ଭାବେ ଏଭଳି ଗୌରବ ଅର୍ଜନ କରିପାରିଛନ୍ତି। ସେଠାରେ ସେ ତ୍ରିରଙ୍ଗା ପତାକା ଉଡ଼ାଇବା ପରେ ଏବେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି। ସେ ଯୁବପିଢ଼ିଙ୍କ ପାଇଁ ଆଇକନ୍‌ ପାଲଟି ଯାଇଛନ୍ତି।
୨୦୦୨ ବ୍ୟାଚ୍‌ ଉତ୍ତରପ୍ରଦେଶ କ୍ୟାଡରର ଆଇପିଏସ୍‌ ଅଧିକାରୀ ଅପର୍ଣ୍ଣା କୁମାର ଇଣ୍ଡୋ ତିବ୍ବତ ବର୍ଡର ପୋଲିସ (ଆଇଟିବିପି)ର ଡିଆଇଜି ଭାବେ ଡେରାଡୁନ୍‌ର ନର୍ଥ ଫ୍ରଣ୍ଟିୟରରେ କାର୍ଯ୍ୟରତ ଅଛନ୍ତି। ପିଲାଟି ବେଳୁ ଭଲ ପଢ଼ିବା ସହ ଦୁଃସାହସିକ କ୍ରୀଡ଼ା ପ୍ରତି ତାଙ୍କର ଆକର୍ଷଣ ରହି ଆସିଥିଲା। ଆଇପିଏସ୍‌ ଅଫିସର ଚାକିରି ପାଇ ୨୦୦୨ରେ ମସୌରିରେ ତାଲିମ ନେବା ପୂର୍ବରୁ ବେଙ୍ଗାଲୁରୁର ଏହି ମହିଳା କେବେ ବି ବରଫ ପାହାଡ଼ ଦେଖି ନ ଥିଲେ। ହେଲେ ତାଙ୍କ ଅଦମ୍ୟ ଇଚ୍ଛାଶକ୍ତି ଗିରିଶୃଙ୍ଗରେ ପହଞ୍ଚିବା ଲାଗି ସୁଯୋଗ ସୃଷ୍ଟି କରିଥିଲା। ଦୁଇ ସନ୍ତାନର ଜନନୀ ପ୍ରଥମେ ଏଭରେଷ୍ଟ ଚଢ଼ିବାକୁ ଚେଷ୍ଟା କରିଥିଲେ। ୨୦୧୪ ଓ ୨୦୧୫ରେ ସେହି ଲକ୍ଷ୍ୟରେ ସେ ସଫଳ ହୋଇ ନ ଥିଲେ। ୨୧ ମେ ୨୦୧୬ରେ ସେ ଏଭରେଷ୍ଟ ଆରୋହଣ କରିବା ପରେ ପଛକୁ ଫେରି ଚାହିଁ ନାହାନ୍ତି। ସାତ ମହାଦେଶର ଗୋଟିଏ ପରେ ଗୋଟିଏ ଶୃଙ୍ଗ ଅତିକ୍ରମ କରିବା ପରେ ୧୫ ଜୁନ୍‌ ୨୦୧୯ରେ ସେ ଆଲାସ୍କାର ଶୀର୍ଷ ଶୃଙ୍ଗ ଦେନାଲି ଅଭିମୁଖେ ଯାତ୍ରା କରିଥିଲେ। ସ୍ବାମୀ ସାହରନପୁର ଡିଭିଜନାଲ୍‌ କମିଶନର ସଞ୍ଜୟ କୁମାର ତାଙ୍କୁ ବିଜୟଯାତ୍ରା କାମନା କରି ସବୁ ପ୍ରକାର ସହଯୋଗ କରିଥିଲେ। ଜୁଲାଇ ୧୦ରେ ତାଙ୍କ ଅଭିଯାନ ଶେଷ ହେବାକୁ ଥିବା ବେଳେ ଯଥେଷ୍ଟ ପୂର୍ବରୁ ଅପର୍ଣ୍ଣା ତାହାକୁ ଅତିକ୍ରମ କରିଯାଇଥିଲେ। ମାଇନସ୍‌ ୪୦ଡିଗ୍ରୀ ତାପମାତ୍ରା ସହ ଘଣ୍ଟା ପ୍ରତି ୨୫୦ କିଲୋମିଟର ବେଗରେ ବହୁଥିବା ଥଣ୍ଡା ପବନକୁ ଭ୍ରୂକ୍ଷେପ ନ କରି ସେ ଯେଉଁ ଦୁଃସାହସିକତାର ପରିଚୟ ଦେଲେ ତାହା ଯୁବ ପର୍ବତାରୋହୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛି। ସେଭେନ୍‌ ସମିଟ୍‌ ଚ୍ୟାଲେଞ୍ଜ ସହ ଦକ୍ଷିଣ ମେରୁ ବିଜୟିନୀ ହୋଇଥିବା ଅପର୍ଣ୍ଣାଙ୍କ ଅନ୍ୟତମ ଲକ୍ଷ୍ୟ ରହିଛି ଉତ୍ତର ମେରୁ। ସେ ଖୁବ୍‌ଶୀଘ୍ର ଲକ୍ଷ୍ୟ ପୂରଣ କରିବେ ବୋଲି ଆଶାବାଦୀ ଅଛନ୍ତି।
ଅପର୍ଣ୍ଣାଙ୍କ ସଫଳତା ଦେଖି ଆଇଟିବିପିର ସଦସ୍ୟମାନେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି। ଦେଶର ପ୍ରଥମ ଆଇପିଏସ୍‌ ଅଫିସର ଭାବେ ଅପର୍ଣ୍ଣାଙ୍କ ଏଭଳି କୀର୍ତ୍ତିମାନ ରଚନା ତାଙ୍କୁ ପୋଲିସ ପର୍ବତରାଣୀ ଆଖ୍ୟା ଦେଇଛି। ଦେଶର ବିଭିନ୍ନ ବର୍ଗର ଲୋକେ ତାଙ୍କ ଉପରେ ପ୍ରଶଂସା ଅଜାଡ଼ି ଦେଇଛନ୍ତି। ବାସ୍ତବିକ୍‌ ତାଙ୍କ କୃତିତ୍ୱ ଅନ୍ୟ ମହିଳା ପର୍ବତାରୋହୀଙ୍କୁ ସଶକ୍ତ କରିବା ଦିଗରେ ବାଟ ଦେଖାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ବିକାଶ ନାୟକ ଇକୋଟୁରିଜମ୍‌କୁ ପ୍ରୋତ୍ସାହିତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ବଡ଼ କଥା ହେଉଛି ଏକ...

ତୁମ ଆଡ଼େ କେମିତ

ଡ. ଦ୍ୱିତୀ ଚନ୍ଦ୍ର ସାହୁ ସକାଳୁ ସକାଳୁ ମନେ ପଡ଼ିଗଲା କି କ’ଣ ଦୂର ବାଟ ବନ୍ଧୁ ଜଣେ ଫୋନ୍‌ କଲେ। ଚାଲି ଚାଲି ମୋବାଇଲର...

ଓଡ଼ିଶାରେ ଭାଷା

ଲୋକନାଥ ପଣ୍ଡା ଫେବୃଆରୀ ମାସରେ ତିନିଦିନ ଧରି ଭୁବନେଶ୍ୱରଠାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ...

ଓଡ଼ିଆପ୍ରେମୀ ନାହାନ୍ତି

ଓଡ଼ିଶାରେ ନିର୍ବାଚନ ଚାଲିଥିବା ବେଳେ ଏବେ ‘ଅସ୍ମିତା’ ସର୍ବାଧିକ ବ୍ୟବହୃତ ଶବ୍ଦ ପାଲଟିଯାଇଛି। ସବୁ ଦଳ ଏହି ପ୍ରସଙ୍ଗକୁ ନେଇ ପରସ୍ପରକୁ ଦୋଷାରୋପ କରୁଛନ୍ତି। ସାହିତ୍ୟ,...

ଏଇ ଭାରତରେ

ଟେକ୍ସଟାଇଲ ଶିଳ୍ପରୁ ବର୍ଜ୍ୟ କପଡ଼ା ସଂଗ୍ରହ କରି ସେଥିରୁ ଷ୍ଟେସ୍‌ନେରି ଉତ୍ପାଦ ପ୍ରସ୍ତୁତ କରୁଛନ୍ତି ସୁରଟର ରାଶି ଅଗ୍ରଓ୍ବାଲା। ସେ ବର୍ଜ୍ୟରୁ ଡାଏରି, ଜର୍ନାଲ, ପ୍ଲାନର,...

ପ୍ଲାଷ୍ଟିକ୍‌ : ଏକ କ୍ଷୁଦ୍ର ପ୍ରବନ୍ଧ

ଶୈଳେନ୍ଦ୍ର ଦ୍ୱିବେଦୀ   ଆନ୍ତର୍ଜାତିକ ସ୍ତରରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ଏବଂ ତଜ୍ଜନିତ ପ୍ରଦୂଷଣ ରୋକିବା ପାଇଁ ବିଶ୍ୱସ୍ତରରେ ରାଜିନାମା କଥା ଗୁରୁତ୍ୱର ସହ ଚିନ୍ତା କରାଯାଉଥିବାବେଳେ...

ମନ୍ତ୍ରଶକ୍ତିର ପ୍ରଭାବ

ଡ. ଛାୟାକାନ୍ତ ଷଡ଼ଙ୍ଗୀ   ବୈଦିକ ଋଷିମାନଙ୍କୁ ମନ୍ତ୍ରଦ୍ରଷ୍ଟା କୁହାଯାଏ। ଦାର୍ଶନାର୍ଥକ ଦୃଶ୍‌ ଧାତୁରୁ ଦ’ କାର ଲୋପ ହୋଇ ଋଷି ଶବ୍ଦ ଗଠିତ। ନିରୁକ୍ତାଚାର୍ଯ୍ୟ...

ଆଇନରୁ ଆଭାସ

ସଂସଦର ପ୍ରାଥମିକ କାର୍ଯ୍ୟ ହେଉଛି ଆଇନ ଗଢ଼ିବା। କିଏ ଆଇନ ଗଢ଼ିବେ ଏବଂ ପାସ୍‌ କରିବେ ତାହା ବିଚାରକରି ଆମେ ଲୋକ ସଭାକୁ ପ୍ରାର୍ଥୀଙ୍କୁ ଚୟନକରୁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri