ପୋଲିସ ପର୍ବତରାଣୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ଦୃଢ଼ ଇଚ୍ଛାଶକ୍ତି ମଣିଷକୁ ସର୍ବୋଚ୍ଚରେ ପହଞ୍ଚାଇଥାଏ। ସଫଳତା ପାଉଥିବା ବ୍ୟକ୍ତି ସର୍ବଦା ଆଗକୁ ବଢ଼ିବା ଲାଗି ଉଦ୍ୟମ କରିବା ହେଉଛି ସକାରାତ୍ମକ ଚିନ୍ତାଧାରା। ନିକଟରେ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଧିକାରୀ ଅପର୍ଣ୍ଣା କୁମାର ସେଭେନ୍‌ ସମିଟ୍‌ ଚ୍ୟାଲେଞ୍ଜ ଅତିକ୍ରମ କରି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସାତ ମହାଦେଶରେ ଅବସ୍ଥିତ ପ୍ରତ୍ୟେକଟି ସର୍ବୋଚ୍ଚ ଶୃଙ୍ଗ ଆରୋହଣ କରାଯିବା ପରେ ତାହା ‘ସେଭେନ୍‌ ସମିଟ୍‌ ଚ୍ୟାଲେଞ୍ଜ’ ଅତିକ୍ରମ କରିବାର ଆଖ୍ୟା ପାଇଥାଏ। ଉତ୍ତର ଆମେରିକାର ଆଲାସ୍କାର ଶୀର୍ଷ ଶୃଙ୍ଗ ଦେନାଲିରେ ୩୦ ଜୁନ୍‌ରେ ପହଞ୍ଚତ୍ ଅପର୍ଣ୍ଣା ପ୍ରଥମ ଆଇପିଏସ୍‌ ଅଫିସର ଭାବେ ଏଭଳି ଗୌରବ ଅର୍ଜନ କରିପାରିଛନ୍ତି। ସେଠାରେ ସେ ତ୍ରିରଙ୍ଗା ପତାକା ଉଡ଼ାଇବା ପରେ ଏବେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି। ସେ ଯୁବପିଢ଼ିଙ୍କ ପାଇଁ ଆଇକନ୍‌ ପାଲଟି ଯାଇଛନ୍ତି।
୨୦୦୨ ବ୍ୟାଚ୍‌ ଉତ୍ତରପ୍ରଦେଶ କ୍ୟାଡରର ଆଇପିଏସ୍‌ ଅଧିକାରୀ ଅପର୍ଣ୍ଣା କୁମାର ଇଣ୍ଡୋ ତିବ୍ବତ ବର୍ଡର ପୋଲିସ (ଆଇଟିବିପି)ର ଡିଆଇଜି ଭାବେ ଡେରାଡୁନ୍‌ର ନର୍ଥ ଫ୍ରଣ୍ଟିୟରରେ କାର୍ଯ୍ୟରତ ଅଛନ୍ତି। ପିଲାଟି ବେଳୁ ଭଲ ପଢ଼ିବା ସହ ଦୁଃସାହସିକ କ୍ରୀଡ଼ା ପ୍ରତି ତାଙ୍କର ଆକର୍ଷଣ ରହି ଆସିଥିଲା। ଆଇପିଏସ୍‌ ଅଫିସର ଚାକିରି ପାଇ ୨୦୦୨ରେ ମସୌରିରେ ତାଲିମ ନେବା ପୂର୍ବରୁ ବେଙ୍ଗାଲୁରୁର ଏହି ମହିଳା କେବେ ବି ବରଫ ପାହାଡ଼ ଦେଖି ନ ଥିଲେ। ହେଲେ ତାଙ୍କ ଅଦମ୍ୟ ଇଚ୍ଛାଶକ୍ତି ଗିରିଶୃଙ୍ଗରେ ପହଞ୍ଚିବା ଲାଗି ସୁଯୋଗ ସୃଷ୍ଟି କରିଥିଲା। ଦୁଇ ସନ୍ତାନର ଜନନୀ ପ୍ରଥମେ ଏଭରେଷ୍ଟ ଚଢ଼ିବାକୁ ଚେଷ୍ଟା କରିଥିଲେ। ୨୦୧୪ ଓ ୨୦୧୫ରେ ସେହି ଲକ୍ଷ୍ୟରେ ସେ ସଫଳ ହୋଇ ନ ଥିଲେ। ୨୧ ମେ ୨୦୧୬ରେ ସେ ଏଭରେଷ୍ଟ ଆରୋହଣ କରିବା ପରେ ପଛକୁ ଫେରି ଚାହିଁ ନାହାନ୍ତି। ସାତ ମହାଦେଶର ଗୋଟିଏ ପରେ ଗୋଟିଏ ଶୃଙ୍ଗ ଅତିକ୍ରମ କରିବା ପରେ ୧୫ ଜୁନ୍‌ ୨୦୧୯ରେ ସେ ଆଲାସ୍କାର ଶୀର୍ଷ ଶୃଙ୍ଗ ଦେନାଲି ଅଭିମୁଖେ ଯାତ୍ରା କରିଥିଲେ। ସ୍ବାମୀ ସାହରନପୁର ଡିଭିଜନାଲ୍‌ କମିଶନର ସଞ୍ଜୟ କୁମାର ତାଙ୍କୁ ବିଜୟଯାତ୍ରା କାମନା କରି ସବୁ ପ୍ରକାର ସହଯୋଗ କରିଥିଲେ। ଜୁଲାଇ ୧୦ରେ ତାଙ୍କ ଅଭିଯାନ ଶେଷ ହେବାକୁ ଥିବା ବେଳେ ଯଥେଷ୍ଟ ପୂର୍ବରୁ ଅପର୍ଣ୍ଣା ତାହାକୁ ଅତିକ୍ରମ କରିଯାଇଥିଲେ। ମାଇନସ୍‌ ୪୦ଡିଗ୍ରୀ ତାପମାତ୍ରା ସହ ଘଣ୍ଟା ପ୍ରତି ୨୫୦ କିଲୋମିଟର ବେଗରେ ବହୁଥିବା ଥଣ୍ଡା ପବନକୁ ଭ୍ରୂକ୍ଷେପ ନ କରି ସେ ଯେଉଁ ଦୁଃସାହସିକତାର ପରିଚୟ ଦେଲେ ତାହା ଯୁବ ପର୍ବତାରୋହୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛି। ସେଭେନ୍‌ ସମିଟ୍‌ ଚ୍ୟାଲେଞ୍ଜ ସହ ଦକ୍ଷିଣ ମେରୁ ବିଜୟିନୀ ହୋଇଥିବା ଅପର୍ଣ୍ଣାଙ୍କ ଅନ୍ୟତମ ଲକ୍ଷ୍ୟ ରହିଛି ଉତ୍ତର ମେରୁ। ସେ ଖୁବ୍‌ଶୀଘ୍ର ଲକ୍ଷ୍ୟ ପୂରଣ କରିବେ ବୋଲି ଆଶାବାଦୀ ଅଛନ୍ତି।
ଅପର୍ଣ୍ଣାଙ୍କ ସଫଳତା ଦେଖି ଆଇଟିବିପିର ସଦସ୍ୟମାନେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି। ଦେଶର ପ୍ରଥମ ଆଇପିଏସ୍‌ ଅଫିସର ଭାବେ ଅପର୍ଣ୍ଣାଙ୍କ ଏଭଳି କୀର୍ତ୍ତିମାନ ରଚନା ତାଙ୍କୁ ପୋଲିସ ପର୍ବତରାଣୀ ଆଖ୍ୟା ଦେଇଛି। ଦେଶର ବିଭିନ୍ନ ବର୍ଗର ଲୋକେ ତାଙ୍କ ଉପରେ ପ୍ରଶଂସା ଅଜାଡ଼ି ଦେଇଛନ୍ତି। ବାସ୍ତବିକ୍‌ ତାଙ୍କ କୃତିତ୍ୱ ଅନ୍ୟ ମହିଳା ପର୍ବତାରୋହୀଙ୍କୁ ସଶକ୍ତ କରିବା ଦିଗରେ ବାଟ ଦେଖାଇବ।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri