ମାଲକାନଗିରି,୧୭।୯(ଡି.ଏନ.ଏ): ୨ ବର୍ଷ ଧରି ଗଞ୍ଜେଇ ଚୋରାଚାଲାଣ ରୋକିବାରେ ମାଲକାନଗିରି ପୋଲିସ ସଫଳ ରହିଛି। ଏହି ସମୟ ମଧ୍ୟରେ ଜିଲାର ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ ଗଞ୍ଜେଇ ଚୋରା ବ୍ୟାପାରୀଙ୍କୁ ପୋଲିସ ଗିରଫ କରିବା ସହ ଦଶ ଚକିଆ, ଚାରି ଚକିଆ, ଛଅ ଚକିଆ, ଦଇ ଚକିଆ ଓ କ୍ୟାଣ୍ଟିନର ଜବତ କରିଛି ା ପାଖାପାଖି ୫୦୦ କୋଟିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରି ପ୍ରଶଂସିତ ହୋଇଛି ପୋଲିସ। କିନ୍ତୁ ଜଣେ ପୋଲିସ୍ କର୍ମଚାରୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆଣିଛନ୍ତି ଗଞ୍ଜେଇ ଚୋରାଚାଲାଣକାରୀ। ଲକ୍ଷେ ଟଙ୍କା ଲାଞ୍ଚଦେଲେ ଛାଡିଦେବି ବୋଲି ପୋଲିସ କର୍ମଚାରୀ ଜଣଙ୍କ ତାଙ୍କୁ କହିଥିବା ସେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ଚିତ୍ରକୋଣ୍ଡା ଥାନା କେସ୍ ନମ୍ବର ୯୫ ଅନୁଯାୟୀ, ଏକ ପାଣି ବୋଝେଇ ଟ୍ରକ୍ ତଳେ ୩ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଥିବା ପୋଲିସ ଜାଣି ଗାଡି ଏବଂ ଗଞ୍ଜେଇ ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ଜବ୍ତର ସିଂ, ବଣ୍ଟି ସିଂଙ୍କୁ କୋର୍ଟ ଚାଲାଣ କରିଛି। କିନ୍ତୁ ଗଞ୍ଜେଇ ଗାଡି ଜବତ ସମୟରେ ଚିତ୍ରକୋଣ୍ଡା ଥାନାର ଜଣେ ପୋଲିସ କର୍ମଚାରୀ (ହୋମ୍ଗାର୍ଡ) ଜବ୍ତର ଏବଂ ବଂଟିଙ୍କୁ କେସ୍ରୁ ମୁକ୍ତ କରାଇବା ପାଇଁ ୨ ଲକ୍ଷ ଟଙ୍କା ଦାବି କରିଥିଲେ ା ହେଲେ ସେମାନଙ୍କ ନିକଟରେ ଅର୍ଥ ନ ଥିବାରୁ କେସ୍ରୁ ମୁକ୍ତି ପାଇଯିବେ ଭାବି ପ୍ରଥମେ ଏକ ଲକ୍ଷ ଟଙ୍କାର ଚେକ୍ ଦେବେ ବୋଲି କହିଥିଲାବେଳେ ଆମେ ହରିୟାଣାରେ ପହଞ୍ଚିବା ପରେ ଆଉ ଏକ ଲକ୍ଷ ଟଙ୍କା ଦେବୁ ବୋଲି କହିଥିଲେ। ଏକ ଲକ୍ଷ ଟଙ୍କାର ଚେକ୍ ଦେଲା ପରେ ଚିତ୍ରକୋଣ୍ଡା ପୋଲିସ ୨ ଅଭିଯୁକ୍ତଙ୍କ ଗଞ୍ଜେଇ ଗାଡି ଜବତ କରି ଥାନାରେ କେସ୍ ନମ୍ବର ୯୫ ଅନୁଯାୟୀ କୋର୍ଟ ଚାଲାଣ କରିଥିଲେ ା ହରିୟାଣାର ଏହି ୨ ବ୍ୟକ୍ତି ମାଲକାନଗିରି ଜେଲ୍ରେ ଥିବା ଖବର ପାଇଲା ପରେ ତାଙ୍କ ପିତା ମାଲକାନଗିରି ଆସି ପୁଅକୁ ସାକ୍ଷାତ କଲା ପରେ ଏହି ସବୁ ଘଟଣା ପ୍ରକାଶ କରିଛନ୍ତି। ତେବେ ଏ ଘଟଣା ସମ୍ବନ୍ଧରେ ଚିତ୍ରକୋଣ୍ଡା ଥାନାର କୌଣସି ପୋଲିସ ଅଧିକାରୀ ଜାଣି ନ ଥିବା କହିଛନ୍ତି।
Posted inଆମ ଜିଲା ଖବର, ମାଲକାନଗିରି View All
ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଶୁଭେନ୍ଦୁ ଯଜ୍ଞଙ୍କୁ ଆସିଛି ଡକରା
ବଞ୍ଚୋ,୮।୫(ପ୍ରଦୋଷ ବିଶ୍ୱାଳ): ପଶ୍ଚିମବଙ୍ଗରେ ଶନିବାର ଭାଜପା ସରକାର ଗଠନ କରିବ। ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିଧାୟକ ଦଳ ବୈଠକ ପରେ ସ୍ବରାଷ୍ଟ…
ସର୍ବସମ୍ମୁଖରେ ଠେଙ୍ଗାରେ ପିଟି ଯୁବକକୁ ହତ୍ୟା
ଟେନସା,୮।୫(ସମୀର କୁମାର ପାଢୀ): ଭୋଜି ଭାତ ଚାଲିଥିବା ବେଳେ ସାମାନ୍ୟ ବଚସାକୁ ନେଇ ସର୍ବ ସମ୍ମୁଖରେ ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା କରିବା ଘଟଣା ଏବେ କୋଇଡା…
ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା
ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…
ସୌମ୍ୟରଞ୍ଜନ ହତ୍ୟା ମାମଲା: ରାସ୍ତା ଅବରୋଧ କଲେ ଗ୍ରାମବାସୀ
ନିଆଳି,୮।୫: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହାରେ ପ୍ରତିବାଦରେ ଶୁକ୍ରବାର ମୌଜପୁର ଗ୍ରାମବାସୀ ଫୁଲନଖରା-ନିଆଳି ରାସ୍ତା ଅବରୋଧ…
ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍’
ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…
ବାଣ୍ଟିଲେ ନାହିଁ, ବର୍ଷାପାଣିରେ ଭିଜିଲା ଛାତ୍ରୀଛାତ୍ରଙ୍କ ପାଠ୍ୟପୁସ୍ତକ
କଣାସ,୮ା୫(ବିଭୂତି ଭୂଷଣ ତ୍ରିପାଠୀ): କେନ୍ଦ୍ର ଓ ରାଜ୍ୟ ସରକାର ୧ମ ଶ୍ରେଣୀରୁ ୮ମ ଶ୍ରେଣୀ ପିଲାଙ୍କ ପାଇଁ ମାଗଣାରେ ପାଠ୍ୟପୁସ୍ତକ, ପୋଷାକ ଆଦି ଯୋଗାଇ ଦେଉଥିବାବେଳେ ମଧ୍ୟାହ୍ନଭୋଜନ…
ଶ୍ୱଶୁରଘର ପିଣ୍ଡାରେ ଝୁଲୁଛି ଜ୍ୱାଇଁଙ୍କ ମୃତଦେହ, ସ୍ତ୍ରୀ-ଝିଅଙ୍କୁ ନେବାକୁ ଆସି…
ବାସୁଦେବପୁର,୮ା୫(କାଳୀପଦ ରାୟ): ଭଦ୍ରକ ସଦର ବ୍ଲକ ଅଧୀନ ସାବରଙ୍ଗ ପଞ୍ଚାୟତର ରାଉତ ସାହିରେ ଶ୍ୱଶୁର ଘର ପିଣ୍ଡାରେ ସନ୍ଦେହ ଜନକ ଅବସ୍ଥାରେ ଝୁଲୁଥିବାର ଦେଖିବାକୁ ମିଳିଛି। ସେ…
ବଲାଙ୍ଗୀରରେ ଜିତୁ ମୁଣ୍ଡା ଭଳି ଘଟଣା, ସ୍ତ୍ରୀର ମୃତ୍ୟୁ ପରେ ଟଙ୍କା ଉଠାଇ ପାରୁ ନାହାନ୍ତି ସ୍ବାମୀ
ଲାଠୋର,୮।୫(ଭୁବନେଶ୍ୱର ବାରିକ): କେନ୍ଦୁଝର ଜିଲାର ଜିତୁ ମୁଣ୍ଡା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ବ୍ୟାଙ୍କରୁ ଟଙ୍କା ଉଠାଣ ପାଇଁ ନିଜ ମୃତା ଭଉଣୀଙ୍କ…
Archives

