ପୋଲିସ କମିଶନରଙ୍କ ବକ୍ତବ୍ୟକୁ ନେଇ ଚର୍ଚ୍ଚା: ପ୍ରଶ୍ନ ଉଠାଇଲେ ବିଜେଡି ମୁଖପାତ୍ର

ଭୁବନେଶ୍ୱର, ୪ା୧(ବ୍ୟୁରୋ): କମିଶନରେଟ ପୋଲିସର ୧୨ତମ ପ୍ରତିଷ୍ଠା ଦିବସରେ ଗୁରୁବାର ମହିଳା ଓ ଯୁବତୀଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସ ପକ୍ଷରୁ ୨୪୬ ଜଣ ମହିଳା ଏସ୍‌ପିଓଙ୍କୁ ନିଯୁକ୍ତି ଦିଆଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ ଟୁଇନ ସିଟି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସ୍ବାମୀ ଓ ସ୍ତ୍ରୀଙ୍କର ରୋଷେଇ କରିବା ଦକ୍ଷତା ଉପରେ ବକ୍ତବ୍ୟ ରଖିଥିଲେ। ସେ କହିଥିଲେ ଯେ, ତରକାରିରେ ଟିକେ ଲୁଣ କମ ହେଲେ ଆମେ ଘରେ ମହିଳାମାନଙ୍କ ଉପରେ ବିରକ୍ତ ହେଉ। ହେଲେ ବର୍ଷତମାମ ମହିଳାମାନେ ବିନା ଦ୍ୱିଧାରେ କାମ କରନ୍ତି। ସ୍ତ୍ରୀ ଯେତିକି ପରିଶ୍ରମ କରି ରୋଷେଇ କରୁଛି, ସ୍ବାମୀ ମଧ୍ୟ ସେତିକି ପରିଶ୍ରମ କରି ରୋଷେଇ କାମ ତୁଲାଇବା ଦରକାର। ଯେଉଁ ଯୁବକମାନେ ରୋଷଇ ଜାଣନ୍ତି ନାହିଁ ତାଙ୍କୁ ଝିଅମାନେ ବିବାହ କରିବା କଥା ନୁହେଁ ବୋଲି ସେ କହିଥିଲେ। ଏହାକୁ ନେଇ ବିଜେଡି ମୁଖପାତ୍ର ତଥା ଆଇନଜୀବୀ ଲେନିନ ମହାନ୍ତି ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଲିଙ୍ଗଗତ ସମାନତା କଥା କୁହାଯାଉଥିବାବେଳେ କେବଳ ମହିଳା ଏସପିଓଙ୍କୁ କାହିଁକି ନିଯୁକ୍ତି ଦିଆଯାଇଛି। ମହିଳାମାନଙ୍କ ସୁରକ୍ଷା ଲାଗି ପୁରୁଷମାନଙ୍କୁ ମଧ୍ୟ ଆହ୍ବାନ କରିବା ଦରକାର। ମହିଳା ଓ ପୁରୁଷ ଏକାଠି ମିଶି କାମ କଲେ ଅଧିକ ସଫଳତା ମିଳିପାରିବ। ସେହିପରି ଯେଉଁ ପୁରଷମାନେ ରୋଷେଇ ଜାଣନ୍ତି ନାହିଁ, ସେମାନେ କ’ଣ ମହିଳାଙ୍କୁ ସମ୍ମାନ କରିବା ଜାଣନ୍ତି ନାହିଁ କି ବୋଲି ଲେନିନ ପ୍ରଶ୍ନ କରିଛନ୍ତି। ଏଭଳି ମନ୍ତବ୍ୟରୁ ଉଚ୍ଚପଦସ୍ଥ ଅଧିକାରୀ ଓ ଆମ୍ଭେମାନେ ଦୂରରେ ରହିବା ଦରକାର ବୋଲି ସେ କହିଥିଲେ। ଏ ନେଇ ପୋଲିସ କମିଶନର ଶୁକ୍ରବାର ନିଜ ଟୁଇଟର ଆକାଉଣ୍ଟ ଓ ଗଣମାଧ୍ୟମ ଆଗରେ ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି, ନିଜର ଦକ୍ଷତା ପାଇଁ ଭାରତରେ ମହିଳାମାନେ ବିଭିନ୍ନ କ୍ଷେତ୍ରରେ କାମ କରୁଛନ୍ତି। ତଥାପି ଘରକରଣା କାମ କେବଳ ମହିଳାଙ୍କର ବୋଲି ପୂର୍ବପରି ଧାରଣା ରହି ଆସିଛି। ଆମକୁ ମହିଳାମାନଙ୍କ ପ୍ରତି ଏବଂ ସେମାନଙ୍କ ଅବଦାନକୁ ସମ୍ମାନ ଦେବାକୁ ପଡ଼ିିବ। ଯେଉଁ କାମ କେବଳ ମହିଳାମାନଙ୍କର ବୋଲି ପୁରୁଷମାନେ ଭାବୁଛନ୍ତି, ସେହିଭଳି କାମକୁ ପୁରୁଷମାନେ ସମ୍ମାନ ଦିଅନ୍ତୁ ବୋଲିି ମୁଁ କହିଥିଲି। ମହିଳାମାନଙ୍କ ଦକ୍ଷତା ପ୍ରତି ଅସମ୍ମାନ ହିଁ ଅପରାଧ ବୋଲି ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri