ପୋଲିସ ଉପସ୍ଥିତିରେ ଟଳିଲା ବ୍ଲକ, ବ୍ୟାଙ୍କ ବିବାଦ

ଖଇରା, ୨୮।୬(ଡି.ଏନ.ଏ.)-ଖଇରା ବ୍ଲକର କେତେକ କର୍ମଚାରୀ ଓ ଖଇରା ଷ୍ଟେଟ ବ୍ୟାଙ୍କ ଶାଖାର ପରିଚାଳକ ବିଷ୍ଣୁ ମୋହନ ମହାପାତ୍ରଙ୍କ ମଧ୍ୟରେ ବୁଧବାର ହୋଇଥିବା ଗଣ୍ଡଗୋଳ ପୋଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ସମାଧାନ ହୋଇଛି ା ଗରୁବାର ପୂର୍ବାହ୍ନରେ ପ୍ରଥମେ ଖଇରା ଥାନା ଏଏସ୍‌ଆଇ ବାସୁଦେବ ମହାନ୍ତି ବ୍ୟାଙ୍କ ଶାଖା ପରିସରକୁ ଯାଇ ବୁଧବାର ଘଟଣାର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ ା ଏଥିରେ ପ୍ରଥମେ ୨ଟା ୦୧ ମିନିଟରେ ବ୍ଲକ କ୍ୟାଶିୟର ମାନଭଞ୍ଜନ ମହାପାତ୍ର ଅନ୍ୟ ବ୍ୟାଙ୍କର ପାସ୍‌ବୁକ ନେଇ ପ୍ରିଣ୍ଟ କରିବାକୁ ଚାହୁଁଥିବା ବେଳେ ବ୍ୟାଙ୍କ କର୍ମଚାରୀ ଓ ପରିଚାଳକ ମହାପାତ୍ରଙ୍କ ମଧ୍ୟରେ ଯୁକ୍ତତର୍କ ହେଉଥିବାର ଦେଖାଯାଇଥିଲା ା ପରେ ୨ଟା ୩୦ମିନିଟରେ କ୍ୟାଶିୟରଙ୍କ ସହିତ ଅନ୍ୟ ୨ କର୍ମଚାରୀ ବ୍ୟାଙ୍କ ଭିତରକୁ ଆସି ପ୍ରଥମେ ଶାଖା ପରିଚାଳକଙ୍କୁ ଘେରି ପାଟିତୁଣ୍ଡ ଗଣ୍ଡଗୋଳ କରିବାକୁ ଉଦ୍ୟମ କରୁଥିବା ବେଳେ ଶାଖା ପରିଚାଳକ ସେମାନଙ୍କୁ ଠେଲି ବାହାରକୁ ବାହାର କରିବାକୁ ଚେଷ୍ଟା କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ପରେ ଅପରାହ୍ନରେ ସମାଧାନ ପାଇଁ ବ୍ଲକ ପରିସରରେ ଅନୁଷ୍ଠିତ ବୈଠକରେ ଘଟଣାରେ ସମ୍ପୃକ୍ତ ଥିବା ବ୍ଲକ କର୍ମଚାରୀ ମାନଭଞ୍ଜନ ମହାପାତ୍ର, ରୋହିଣିନନ୍ଦନ ସେନ, ମାଧବ ଦାଶ, ବିଡିଓ ମହେଶ ଚୌଧୁରୀ, ଶାଖା ପରିଚାଳକ ମହାପାତ୍ର, ଖଇରା ଥାନା ଆଇଆଇସି ଲୋପାମୁଦ୍ରା ନାୟକ, ଡବ୍ଲ୍ୟୁଇଓ ତ୍ରିଦେବ ବରାଳ ଓ କେତେକ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତିରେ ବିବାଦର ସମାଧାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟିକେଟ୍‌ ରେସ୍‌ରେ ବାଜିମାରିଲେ ସୁକାନ୍ତ

ନୀଳଗିରି,୨।୫(ପ୍ରଶାନ୍ତ କୁମାର ବିଶ୍ବାଳ):ସବୁ କଳ୍ପନାଜଳ୍ପନାର ଅନ୍ତ ଘଟି ବିଜୁଜନତା ଦଳ ନୀଳଗିରି ଆସନ ପାଇଁ ଟିକେଟ ଘୋଷଣା କରିଛି। ଶେଷରେ ବିଧାୟକ ସୁକାନ୍ତ ନାୟକଙ୍କ ଉପରେ...

ଟ୍ରକକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌: ଅଳ୍ପକେ ବର୍ତ୍ତିଲେ ୬୦ରୁ ଉଦ୍ଧର୍‌ବ ଯାତ୍ରୀ

ଜଳେଶ୍ୱର,୨।୫: ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର କୁଣ୍ଡାପୁର ଛକ ନିକଟରେ ହୋଇଛି ଏକ ବଡ଼ ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ...

ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ, ଅନେକେ ଆହତ

ଜଳେଶ୍ୱର,୨।୫: ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବସ୍ତା ଥାନା ଅନ୍ତର୍ଗତ ବରୁଣଗଡିଆ ନିକଟରେ ଗୁରୁବାର ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି।...

ଛାନୁଆରେ ଜଘନ୍ୟ ହତ୍ୟାକାଣ୍ଡ: ଟାଓ୍ବାରରେ କାମ କରୁଥିବା ଯୁବକଙ୍କୁ ମାରି ଫିଙ୍ଗି ଦେଲେ

ରୂପସା,୧।୫(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲl ସଦର ବ୍ଲକ ଅନ୍ତର୍ଗତ ଛାନୁଆ ଗ୍ରାମରେ ବୁଧବାର ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟ ରାସ୍ତା ପାର୍ଶ୍ୱରୁୁ...

ରାସ୍ତାକଡ଼ରୁ ଯୁବକଙ୍କ ରକ୍ତଜୁଡୁବୁଡୁ ମୃତଦେହ ଉଦ୍ଧାର

ବାଲେଶ୍ବର ଅଫିସ,୧।୫(ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ଛାନୁଆ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ...

ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିଶାଇଲ୍‌ର ସଫଳ ପରୀକ୍ଷଣ

ବାଲେଶ୍ବର ଅଫିସ,୧।୩ (ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ଚାନ୍ଦିପୁର ଡିଆରଡିଓ ଅଧିନସ୍ଥ ଧାମରା ସ୍ଥିତ ଅବଦୁଲ କଲାମ ଦ୍ବୀପରୁ ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିଶାଇଲର ବୁଧବାର...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri