ପୋଲିଓ ଖାଇ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ

ବ୍ରହ୍ମଗିରି,୭ା୯(ଡି.ଏନ୍‌.ଏ.): ବ୍ରହ୍ମଗିରି ଥାନା ଅନ୍ତର୍ଗତ ନରଣପୁର ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଅଢ଼େଇ ମାସର ଶିଶୁକନ୍ୟା ପୋଲିଓ ବୁନ୍ଦା ଖାଇ ଅସୁସ୍ଥ ହେବା ପରେ ଗୁରୁବାର ମୃତ୍ୟୁ ହୋଇଥିଲା। ପରିବାର ଲୋକେ ପୋଲିଓ ଖାଇବାରୁ ଝିଅର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଶୁକ୍ରବାର ସକାଳୁ ଉକ୍ତ ଗ୍ରାମର ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଥିଲେ। ପ୍ରାୟ ୪ଘଣ୍ଟା ପରେ ଖବରପାଇ ପୋଲିସ ଓ ବ୍ରହ୍ମଗିରି ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ପ୍ରଣବ ପ୍ରକାଶ ପୂର୍ଣ୍ଣ ଘଟଣାସ୍ଥଳରେ ପହଞ୍ଚତ୍ ବହୁ ବୁଝାଶୁଝା ପରେ ଧାରଣାରୁ ଉଠିଥିଲେ। ପରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେବାକୁ କହି ସେଠାରୁ ଚାଲିଯାଇଥିଲେ। କିନ୍ତୁ ବିଡ଼ମ୍ବନାର କଥା ଯେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନା ପୋଲିସ ଜିମା ନେଲା ନା ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଦାୟିତ୍ୱ ନେଲେ। ଶେଷରେ ମୃତ ଶିଶୁକନ୍ୟାଙ୍କ ବାପା ଓ ତାଙ୍କ ଜେଜେ ଏକ ବାଇକ୍‌ ଯୋଗେ ଝିଅର ମୃତଦେହକୁ ପୁରୀ ଚିକିତ୍ସାଳୟକୁ ନେଇଥିଲେ। ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ମିଳିଥିବା ଖବର ମୁତାବକ, ଗ୍ରାମର ସ୍ମୃତିରଞ୍ଜନ ବିଶ୍ୱାଳଙ୍କ ଝିଅ ପ୍ରିୟଙ୍କା ପ୍ରିୟଦର୍ଶିନୀ ଗତ ବୁଧବାର ବ୍ରହ୍ମଗିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପୋଲିଓ ବୁନ୍ଦା ଖାଇଥିଲେ। ଏହି ପୋଲିଓ ବୁନ୍ଦା ଖାଇବା ପରେ ଶିଶୁକନ୍ୟାକୁ ଜ୍ୱର ହୋଇଥିଲା। ଏ ନେଇ ପରିବାର ଲୋକେ ଆଶକର୍ମୀଙ୍କ ସହିତ ଯୋଗାଯୋଗ କରିଥିଲେ। ପୋଲିଓ ଖାଇବା ପରେ ଜ୍ୱର ହେବ ବୋଲି ସମ୍ପୃକ୍ତ ଆଶାକର୍ମୀ କହିଥିଲେ। କିନ୍ତୁ ଗୁରୁବାର ରାତିରେ ଶିଶୁଟିର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ କେହି ଡାକ୍ତର ନ ଥିବାବେଳେ ଜଣେ ଫାର୍ମାସିଷ୍ଟ ଡିୟୁଟିରେ ଥିଲେ। କାର୍ଯ୍ୟରତ ଫାର୍ମାସିଷ୍ଟ ଶିଶୁଟିକୁ ଦେଖିବା ପରେ ମୃତ ଘୋଷଣା କରିଥିଲେ। ତେବେ ଏ ନେଇ ପରିବାର ପକ୍ଷରୁ ଶୁକ୍ରବାର ଥାନାରେ ଏକ ଅଭିଯୋଗ କରିବା ସହ ମୃତଦେହକୁ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକ ଆଗରେ ରଖି ଧାରଣାରେ ବସିଥିଲେ। ସକାଳ ୯ଟାରୁ ବସିଥିଲେ ମଧ୍ୟ ପ୍ରାୟ ୧୧ଟାବେଳେ ପୋଲିସ ଓ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ପହଞ୍ଚତ୍ ପରିବାରବର୍ଗଙ୍କୁ ବୁଝାଶୁଝା କରିବାରୁ ଧାରଣାରୁ ଉଠିଥିଲେ। ଏ ନେଇ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ପୂର୍ଣ୍ଣ କୁହନ୍ତି, ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ସମ୍ପର୍କରେ ଜନୈକ ପୋଲିସ ଅଧିକାରୀଙ୍କୁ ପଚାରିବାରୁ କଥାକୁ ଏଡାଇ ଦେଇ ଚାଲିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

RCBର ଏତିହାସିକ ବିଜୟ, ପ୍ରଥମ ଥର ପାଇଁ ଘରୋଇ ମଇଦାନରେ ଲକ୍ଷ୍ନୌକୁ କଲା ପରାସ୍ତ

ନୂଆଦିଲ୍ଲୀ,୧୫।୪: ଭାରତୀୟ ପ୍ରିମିୟର ଲିଗ୍  ର ଏକ ରୋମାଞ୍ଚକର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ନିଜର ଘରୋଇ ଗ୍ରାଉଣ୍ଡ ଏମ୍.ଏ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟସ…

ଏଥର ରାଜସ୍ଥାନ ରୟାଲ୍ସ ହିଁ ଜିତିବ ଆଇପିଏଲ୍‌? ଗୋଟିଏ ପରାଜୟ ଦେଲା ଖୁସିଖବର!

ନୂଆଦିଲ୍ଲୀ,୧୫।୪: ଆଇପିଏଲ୍‌ ୨୦୨୬ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ (RR) ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଖେଳିଥିବା ୫ଟି ମ୍ୟାଚ୍‌ରୁ ଦଳ ୪ଟିରେ ବିଜୟୀ ହୋଇଥିବାବେଳେ,…

RCB ପ୍ଲେଇଂ ୧୧ରୁ ବାଦ୍‌ ପଡ଼ିଲେ ବିରାଟ କୋହଲି, କାହିଁକି ନିଆଗଲା ଏଭଳି ବଡ଼ ନିଷ୍ପତ୍ତି?

ବେଙ୍ଗାଲୁରୁ,୧୫।୪: ଆଇପିଏଲ୍‌ ୨୦୨୬ର ୨୩ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ବେଙ୍ଗାଲୁରୁର…

ଦଶମ ପରୀକ୍ଷାରେ ଚମକିଲେ ୟୁରୋ ସ୍କୁଲ ଛାତ୍ରୀଛାତ୍ର, ପ୍ରଥମ ଶ୍ରେଣୀରେ ୨୭; ୯୦ ପ୍ରତିଶତରୁ ଅଧିକ…

ଛତ୍ରପୁର,୧୫।୪(ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା ଛତ୍ରପୁର ‘ଦି ନ୍ୟୁ ଏଜ୍ ୟୁରୋ ସ୍କୁଲ’ ଛାତ୍ରୀଛାତ୍ରଙ୍କ ଦଶମ ଶ୍ରେଣୀ ପରୀକ୍ଷାରେ ଫଳାଫଳରେ ସଫଳତା ହାସଲ କରିଛନ୍ତି ।…

ଫୁଲବାଣୀ ଜେଲରେ ବିଚାରଧିନ କଏଦୀଙ୍କ ମୃତ୍ୟୁ, ଆଦର୍ଶ ଥାନା ପୋଲିସକୁ ଦାୟୀ କଲେ ପରିବାର

ଫୁଲବାଣୀ,୧୫।୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫୁଲବାଣୀ ସର୍କଲ ଜେଲରେ ଥିବା ଜଣେ ବିଚାରଧିନ କଏଦୀଙ୍କ ମୃତ୍ୟୁକୁ ନେଇ ବୁଧବାର ଉତ୍ତେଜନା ପ୍ରକାଶ ପାଇଛି । ତେବେ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ସଜେଇ ହେଉଛି ମଦନ ମୋହନ ପୀଠ, ନୌବିହାର ପାଇଁ…

ଗଞ୍ଜାମ,୧୫।୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ମଦନ ମୋହନ ଗୋପାଳ ସ୍ବାମୀଙ୍କ ପୀଠରେ ଚଳିତ ମାସ ୨୦ରୁ ଐତିହାସିକ ଚନ୍ଦନ…

ଗଛରୁ ଡ଼ାଳ ହାଣୁଥିଲେ, ଅସାବଧାନତା ଯୋଗୁ ଖସି ପଡ଼ି ଚାଲିଗଲା…

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ବନମାଳୀ ଗ୍ରାମରେ ବୁଧବାର ସକାଳେ ଗଛରୁ ଖସି ଜଣେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି।ମୃତକ…

ସିବିଏସଇ ଦଶମ ପରୀକ୍ଷାଫଳ: ଭଞ୍ଜନଗର କେଭିର ପାସ୍ ହାର ୧୦୦ ପ୍ରତିଶତ; ବ୍ୟୋମକେଶ ୯୭%, ଶ୍ରେୟା ୯୫%…

ଭଞ୍ଜନଗର,୧୫।୫(ବାବୁଲା ପ୍ରଧାନ)-ବୁଧବାର ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ପୁର୍ବ ବର୍ଷ ଅପେକ୍ଷା ଚଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri