ବାହାନଗା, ୧୦ା୧(ଡି.ଏନ.ଏ.)-ପାରିବାରିକ କଳହକୁ ନେଇ ଗତ ଡିସେମ୍ବର ୨୯ ତାରିଖରେ ଏକ ପରିବାରର ମା ଓ ଦୁଇ ଝିଅ ଉଭୟ ବିଷ ପିଇ ଆମତ୍ହତ୍ୟା ଉଦ୍ୟମ କରିଥିଲେ ା ସେମାନେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ କେତେକ ଆତ୍ମୀୟସ୍ବଜନ ପହଞ୍ଚି ସେଠାରେ ଜଣେ ଝିଅକୁ ବଳାକତ୍ାର ଉଦ୍ୟମ କରାଯାଇଥିବା ଗତ ୩୦ତାରିଖରେ ବାଲେଶ୍ୱର ଟାଉନ୍ ଥାନାରେ ମା’ ଓ ଝିଅ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିଥିଲା। ଘଟଣାଟି ସମ୍ବେଦନଶୀଳ ହୋଇଥିବାରୁ ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକଙ୍କ ସମେତ ଟାଉନ୍ ଥାନା ଅଧିକାରୀ ସରୋଜିନୀ ନାୟକ ଓ ଖନ୍ତାପଡା ଥାନା ଅଧିକାରୀ ସଞ୍ଜୟ କୁମାର ପରିଡା, ଗୋପାଳପୁର ଫାଣ୍ଡି ଅଧିକାରୀ ବଂଶୀଧର ପ୍ରଧାନ ଓ ଡିଏସପି ପ୍ରମୁଖ ଏହାର ତଦନ୍ତ ପାଇଁ ସମ୍ପୃକ୍ତ ଗଁାକୁ ଯାଇଥିଲେ। ସ୍ଥାନୀୟ ଗ୍ରାମବାସୀ ଏଭଳି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଦର୍ଶାଇ ପୋଲିସ୍କୁ ଘେରି ପ୍ରତିବାଦ ଜଣାଇଥିଲେ। ଏନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଜିଲା ଚିକିତ୍ସାଳୟରେ ଜଣେ ଯୁବତୀଙ୍କ ବଳାକତ୍ାର କରାଯିବା ବେଳେ ପାଖ ଶଯ୍ୟାରେ ଥିବା ଲୋକେ କିପରି ଜାଣିପାରିଲେ ନାହିଁ ବୋଲି ଗ୍ରାମବାସୀ ପୋଲିସ୍କୁ ପ୍ରଶ୍ନ କରିଥିଲେ। ଏଭଳି ପରିସ୍ଥିତିରେ ପୋଲିସ ଅଧିକାରୀମାନେ ବ୍ୟତିବ୍ୟସ୍ତ ହୋଇପଡିଥିଲେ। ପୂର୍ବାଞ୍ଚଳ ଆଇଜି ଲୋକଙ୍କୁ ବୁଝାଇ କହିଥିଲେ ଅଭିଯୋଗକ୍ରମେ ଏଭଳି ଘଟଣାକୁ ଗୁରୁତ୍ୱ ଦିଆଯାଇ ତଦନ୍ତ କରାଯାଉଛି, ଏଥିରେ ଭୟ କରିବାର କିଛି ନାହିଁ ା ତଦନ୍ତରେ ସହଯୋଗ କରନ୍ତୁ। ଆପଣମାନେ ଉପଯୁକ୍ତ ନ୍ୟାୟ ପାଇବେ। ଏଭଳି ପ୍ରତିଶ୍ରୁତି ପାଇ ଗ୍ରାମବାସୀ ଅଧିକାରୀମାନଙ୍କୁ ଛାଡିଥିଲେ ା
Posted inଆମ ଜିଲା ଖବର, ବାଲେଶ୍ୱର View All
ଚିକିତ୍ସିତ ହୋଇ ଫେରିବା ବେଳେ ବାଟରେ ଡାକିନେଲା ଯମ, ବୋଲେରୋ-ଆମ୍ବୁଲାନ୍ସ ଧକ୍କାରେ ମହିଳା ମୃତ
ଦିଗପହଣ୍ଡି,୧୩|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୩୨୬ ନଂ ଜାତୀୟ ରାଜପଥ କପାମଣ୍ଡି ନିକଟରେ ବୋଲେରୋ ସହ ଆମ୍ବୁଲାନ୍ସ (ନଂ.ଓଡ଼ି୩୩ ଏଏମ...
ହ୍ୟୁମାନ ସାଗର ମୃତ୍ୟୁ ମାମଲା, ଅର୍ପିତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ
କଟକ,୧୩।୧: ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଅର୍ପିତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି ହାଇକୋର୍ଟ । ଅର୍ପିତାଙ୍କୁ ଏକପ୍ରକାର ଆଶ୍ବସ୍ତି ମିଳିଛି । ଅର୍ପିତା ଓ ସୋମେଶ...
ଟ୍ୟାଗ୍, ଟୋକନ ସମସ୍ୟାରେ ଚାଷୀ ହନ୍ତସନ୍ତ: ମଣ୍ଡିରେ ପଡ଼ିଛି ୧୧ ଲକ୍ଷ ୬ ହଜାର ପ୍ୟାକେଟ୍ ଧାନ
ପଦ୍ମପୁର,୧୩ା୧(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ପ୍ରାୟ ଦେଢ ମାସ ବିତିଯାଇଛି। ମାତ୍ର ସମସ୍ତ ଚାଷୀଙ୍କ ପାଖରେ ଟୋକନ ପହଞ୍ଚି ପାରିନାହିଁ। ଯେଉଁ ଚାଷୀଙ୍କ ପାଖକୁ...
ଧାନ କଟଣି ଛଟଣି ବନ୍ଦ ଦାବି : ଆଜିଠୁ ଆମରଣ ଅନଶନରେ ବସିବ ଜିଲା କଂଗ୍ରେସ, ସମାଧାନ ନ ହେବା ଯାଏ…
ଦେବଗଡ,୧୩ା୧(ଶଶାଙ୍କ ଶେଖର ଝାଙ୍କର):ଦେବଗଡ଼ ଜିଲା ପ୍ରଶାସନ ଓ ମିଲର୍ସଙ୍କ ମଧୁଚନ୍ଦ୍ରିକାରେ ଚାଷୀ ଶୋଷଣର ଶିକାର ହେଉଥିବା ଜିଲା କଂଗ୍ରେସ ଅଭିଯୋଗ କରିଛି l ଏହାର ପ୍ରତିବାଦରେ...
ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ ଯୁବକଙ୍କୁ ଧକ୍କା ଦେଲା ହାଇୱା: ଘଟଣାସ୍ଥଳରେ…
ଭଞ୍ଜନଗର,୧୨।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଗରୁଡ଼ପଥରରେ ସୋମବାର ଅପରାହ୍ନରେ ଏକ ହାଇୱା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସେ...
ଏନଏସ୍ଏସ୍ ସତନ୍ତ୍ର ସେବା ଶିବିର ଉଦ୍ଘାଟିତ: ଛାତ୍ରୀଛାତ୍ରଙ୍କ ସହ ସଫେଇ କଲେ ଡିଏଫ୍ଓ, ଦେଲେ ଏମିତି ପରାମର୍ଶ…
ଭଞ୍ଜନଗର,୧୨।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ପକ୍ଷରୁ ସୋମବାର...
ବାଜି ମାରିଲେ ଷଷ୍ଠ ଶ୍ରେଣୀ ଛାତ୍ରୀ ଆରାଧ୍ୟା ଅଗ୍ରୱାଲ, ଅଣ୍ଡର୧୩ ମହିଳା ଚେସ ଚ୍ୟାମ୍ପିୟନଶିପରେ କଲେ କମାଲ
ବରଗଡ,୧୨।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଅବସ୍ଥିତ ସଂସ୍କାର ଇଣ୍ଟରନ୍ୟାଶନାଲ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରୀ ଆରାଧ୍ୟା ଅଗ୍ରୱାଲଙ୍କୁ ଅଲ ଓଡ଼ିଶା ଅଣ୍ଡର୧୩ ବେଷ୍ଟ ବରଗଡ଼ ଚେସ ଚାମ୍ପିୟନଶିପ...
ଯାଇଥିଲେ ଶ୍ୱଶୁର ଘର, ଘରେ କେହି ନ ଥିବା ସୁଯୋଗ ନେଇ ଲୁଟିନେଲେ…
ବୈଶିଙ୍ଗା,୧୨।୧(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଦୁର୍ଗାପୁର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପରିବାର ଲୋକେ ଘରେ କେହି ନ ଥିବା...
Archives


