Posted inଖେଳ

ପୂର୍ବତନ କ୍ରିକେଟରଙ୍କ ଆତ୍ମହତ୍ୟା

ଚେନ୍ନାଇ, ୧୬।୮: ପୂର୍ବତନ ଭାରତୀୟ ଓପ୍‌ନର ଭି. ବି. ଚନ୍ଦ୍ରଶେଖର ଗୁରୁବାର ସନ୍ଧ୍ୟାରେ ମାଇଲାପୋରସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମରଶରୀର ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ମିଳିଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି। ୫୭ ବର୍ଷୀୟ ଚନ୍ଦ୍ରଶେଖର କୌଣସି ସୁଇସାଇଡ୍‌ ନୋଟ ଛାଡ଼ିନାହାନ୍ତି ବୋଲି ତଦନ୍ତକାରୀ ଅଫିସର ସେନ୍ଥିଲ ମୁରୁଗାନ କହିଛନ୍ତି। ଅପରାହ୍ନ ୪.୪୫ରେ ସେ ପରିବାର ସହ ଚା’ପାନ କରି ନିଜ ରୁମ୍‌କୁ ଯାଇଥିଲେ। ଏହାପରେ କୌଣସି କାରଣରୁ ପତ୍ନୀ ସୌମ୍ୟା ଚନ୍ଦ୍ରଶେଖରଙ୍କ ରୁମ୍‌ର କବାଟ ବାଡ଼େଇବା ପରେ କୌଣସି ଉତ୍ତର ମିଳି ନ ଥିଲା। ଏହାପରେ ଝରକା ବାଟେ ଦେଖିବାରୁ ଚନ୍ଦ୍ରଶେଖରଙ୍କ ମରଶରୀର ଫ୍ୟାନ୍‌ରେ ଝୁଲୁଥିଲା ବୋଲି ତଦନ୍ତକାରୀ ଅଫିସର ମୁରୁଗାନ କହିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପାଇଁ ସରକାରୀ ରୟାପେତା ହସ୍ପିଟାଲ ପଠାଯାଇଛି। ତାମିଲନାଡୁ ପ୍ରିମିୟର ଲିଗ୍‌ରେ ସେ ବୀରାନ୍ସ ଦଳର ମାଲିକ ଥିଲେ। ଏହାସହିତ ସେ ଭିବି ଏକାଡେମୀ ମଧ୍ୟ ଚଳାଉଥିଲେ। ସେ ଦେଶ ପକ୍ଷରୁ ୭ ଦିନିକିଆ ଖେଳିଥିଲେ। ଆକ୍ରମଣାତ୍ମକ ବ୍ୟାଟିଂ କରୁଥିବା ଏହି ବ୍ୟାଟ୍ସମ୍ୟାନ ଏକ ଅର୍ଦ୍ଧଶତକ ସହ ଅନ୍ତର୍ଜାତୀୟ କ୍ୟାରିୟରରେ ମୋଟ ୮୮ ରନ୍‌ କରିଥିଲେ। ୧୯୮୭-୮୮ ରଣ୍‌ଜୀ ଚାମ୍ପିୟନ ତାମିଲନାଡୁ ଦଳର ସେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ। ସେ ଗୋଆ ପାଇଁ ମଧ୍ୟ ଖେଳିଥିଲେ। କ୍ରିକେଟରୁ ଅବସର ପରେ ସେ ଜାତୀୟ ଚୟନକର୍ତ୍ତା, ତାମିଲନାଡୁ କୋଚ୍‌ ଓ ଭାଷ୍ୟକାର ଦାୟିତ୍ୱରେ ରହିଥିଲେ। ତାଙ୍କ ମୃତ୍ୟୁ ସମ୍ପର୍କରେ ତାମିଲନାଡୁ ଦଳର ପୂର୍ବତନ ଅଧିନାୟକ ତଥା ଭାରତୀୟ ଦଳ ଖେଳାଳି ଏସ୍‌. ବଦ୍ରିନାଥ କହିଛନ୍ତି, କିଛିଦିନ ତଳେ ତାଙ୍କୁ ଭେଟିଥିଲି। ସେ ପୂରା ଫିଟ୍‌ ଥିଲେ, ଆଉ ସବୁକିଛି ଠିକ୍‌ ଲାଗୁଥିଲା। ସେ ଆଉ ନାହାନ୍ତି ବୋଲି ମୁଁ ବିଶ୍ୱାସ କରିପାରୁନାହିଁ। ତାଙ୍କ ବିୟୋଗରେ ସୁରେଶ ରାଇନା, ପୂର୍ବତନ କ୍ରିକେଟର କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ ଓ ଅନିଲ କୁମ୍ବଲେ ପ୍ରମୁଖ ଦୁଃଖ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri