ପୂର୍ବତଟ ରେଳପଥରେ ଆରମ୍ଭ ହେଲା ‘ଇ-କାର୍ଯ୍ୟାଳୟ’

ଭୁବନେଶ୍ୱର,୧୯।୯(ବ୍ୟୁରୋ): ପୂର୍ବତଟ ରେଳପଥରେ ବୁଧବାର ‘ଇ-କାର୍ଯ୍ୟାଳୟ’ ପ୍ରଣାଳୀ ଉଦ୍‌ଘାଟନ ହୋଇଛି। ଏହି ପ୍ରଣାଳୀକୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ଉଦ୍‌ଘାଟନ କରିଥିବାବେଳେ କାଗଜ ବିହୀନ ସବୁଜ ରେଳପଥ, କାର୍ଯ୍ୟଶୈଳୀରେ ସ୍ବଚ୍ଛତା ଆଣିବା ସକାଶେ ରେଳପଥ ପକ୍ଷରୁ ‘ଏନଆଇସି (ନ୍ୟାଶନାଲ ଇନଫରମେଟିକ୍ସ ସେଣ୍ଟର) ଇ-କାର୍ଯ୍ୟାଳୟ’ କାର୍ଯ୍ୟକାରୀ କରାଯାଇଥିବା କହିଛନ୍ତି। ଏହା ରାଷ୍ଟ୍ରୀୟ ଇ-ଗଭର୍ନାସର ଏକ ଅଂଶବିଶେଷ ବୋଲି ଜଣାପଡ଼ିଛି। ଏନ୍‌ଆଇସି ଦ୍ୱାରା ବିକଶିତ କରାଯାଇଥିବା ‘ଇ-କାର୍ଯ୍ୟାଳୟ’ ଏକ କ୍ଲାଉଡ ଏନାବେଲ ସଫ୍ଟଓ୍ବେୟାର। ସିକନ୍ଦରାବାଦ ଓ ଗୁରୁଗ୍ରାମସ୍ଥିତ ରେଲଟେଲ ଟାୟାର-୩ ସ୍ବୀକୃତି ପ୍ରାପ୍ତ ଡାଟା ସେଣ୍ଟର ଦ୍ୱାରା ଏହା ପରିଚାଳିତ ହେବ। ଏହା କେନ୍ଦ୍ରୀୟ ସଚିବାଳୟ ମାନୁଆଲ ‘ଇ-କାର୍ଯ୍ୟାଳୟ’ ପ୍ରଣାଳୀ ଅନ୍ତର୍ଗତ ଅଟେ। ସ୍ବତନ୍ତ୍ର କାର୍ଯ୍ୟକାରିତାଗୁଡିକ ଏକୀକୃତ ମାଧ୍ୟମରେ ପାରଦର୍ଶିତା ବୃଦ୍ଧି ଓ ସ୍ବଚ୍ଛତା ଆଣିବା ଲାଗି ଏହି ପ୍ରଣାଳୀ ସହାୟକ ହେବ ବୋଲି କୁହାଯାଇଛି।
ବର୍ତ୍ତମାନ ରେଳପଥର ମ୍ୟାନେଜମେଣ୍ଟ ପ୍ରଣାଳୀ(ଇ-ଫାଇଲ), ଜ୍ଞାନ ପରିଚାଳନା ପ୍ରଣାଳୀ(କେଏମ୍‌ଏସ୍‌), ସହଯୋଗ ଏବଂ ପରିଚାଳନା ପ୍ରଣାଳୀ(ସିଏଏମ୍‌ଏସ୍‌) ଓ ବ୍ୟକ୍ତିଗତ ସୂଚନା ପ୍ରଣାଳୀ(ପିଆଇଏମ୍‌ଏସ) ଇ-କାର୍ଯ୍ୟାଳୟ ପ୍ରଣାଳୀର ଅଂଶବିଶେଷ ହେବ। ବିଶ୍ୱସନୀୟତା, ଦକ୍ଷତା ଓ ଉତ୍ପାଦନୀୟତା ବୃଦ୍ଧି କରିବାରେ ସହାୟକ ହେବା ସହ କର୍ମଚାରୀମାନଙ୍କ ପରିଶ୍ରମ କମ୍‌ ଓ ସମୟ ବଞ୍ଚତ୍ବା ସହ ଡାଟା ସୁରକ୍ଷା ଓ ସଂହତି ବୃଦ୍ଧି ହୋଇପାରିବ ବୋଲି କାର୍ଯ୍ୟକ୍ରରେ କୁହାଯାଇଛି। ଏହି ଅବସରରେ ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ଓ ସମସ୍ତ ବିଭାଗୀୟ ମୁଖ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri