ଶୋଭାପାଇବ ପ୍ୟାରିସ୍‌ର ଡିଜ୍‌ନିଲ୍ୟାଣ୍ଡ ପାର୍କ

କଟକ ରୋଡ,୧୯।୯(ଡି.ଏନ୍‌.ଏ.): ଚଳିତବର୍ଷ ଝାରପଡ଼ା ଦୁର୍ଗାପୂଜା ସମିତି ନବମ ବର୍ଷରେ ପହଞ୍ଚିଛି। ପୂର୍ବରୁ ବିଭିନ୍ନ ସମୟରେ ଆକର୍ଷଣୀୟ ତୋରଣ ନିର୍ମାଣ କରି ଚର୍ଚ୍ଚାକୁ ଆସିଥିବା ପୂଜା ସମିତି ଚଳିତଥର ପ୍ୟାରିସ୍‌ର ଡିଜ୍‌ନିଲ୍ୟାଣ୍ଡ ପାର୍କ ନିର୍ମାଣ କରିବାକୁ ଯାଉଛି। ଏହା ମୁଖ୍ୟ ଆକର୍ଷଣ ହେବ ବୋଲି ସମିତି ସଭାପତି ଶିଖର ଚନ୍ଦ୍ର ଜେନା ବୁଧବାର ଝାରପଡ଼ା ଦୁର୍ଗାପୂଜା ମଣ୍ଡପରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ପ୍ରାୟ ଦେଢ ମାସ ହେବ ପଶ୍ଚିମବଙ୍ଗର ୫୦ରୁ ଊର୍ଦ୍ଧ୍ୱ କାରିଗର ତୋରଣ ନିର୍ମାଣ ଚଳାଇଛନ୍ତି। ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ପାଇଁ ଗୋଟିଏ ପ୍ରବେଶ ପଥ ଓ ୪ଟି ପ୍ରସ୍ଥାନ ପଥ ରଖାଯିବ। ପୂଜାପେଣ୍ଡାଲ ଅଭ୍ୟନ୍ତର ଶୀତତାପ ନିୟନ୍ତ୍ରିତ କରାଯିବ। ୫ଟି ଏଲଇଡି ଲାଇଟ ଗେଟ ମାଧ୍ୟମରେ ପୌରାଣିକ, ଆଧୁନିକ ଓ ଆଦିବାସୀଙ୍କ କଥାବସ୍ତୁ ସ୍ଥାନ ପାଇବ ବୋଲି ପୂଜା ସମିତି ସମ୍ପାଦକ ଧରଣୀଧର ଜେନା କହିଛନ୍ତି। ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ୧୨ଫୁଟ, ବୁଲେନ ଓ ସୁନେଲି ମେଢ଼ ୨୦ଫୁଟ ରହିବ। ରୁପା ମୁକୁଟରେ ଦେବୀ ଶୋଭାପାଇବାକୁ ଥିବା ବେଳେ ରୁପା ଅଳଙ୍କାରରେ ପାର୍ଶ୍ୱ ଦେବୀ ସଜ୍ଜିତ ହେବେ। ବଙ୍ଗୀୟ ରୀତିରେ ପୂଜାନୀତି ଅନୁଷ୍ଠିତ ହେବାକୁ ଥିବା ବେଳେ ସପ୍ତମୀ, ନବମୀ, ଦଶମୀରେ ଖେଚୁଡି ଓ ଅଷ୍ଟମୀ ତିଥିରେ ହାଲୁଆ ଭୋଗ ଲାଗି ହେବ। ମଣ୍ଡପରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କମିଶନରେଟ ପୋଲିସ, ୩୦୦ ସ୍ବେଚ୍ଛାସେବୀ ଓ୍ବାକିଟକି ସହ ନିୟୋଜିତ ରହିବେ। ଆଶୁ ଚିକିତ୍ସା ସାଙ୍ଗକୁ ସୂଚନାକେନ୍ଦ୍ର ଓ ମଣ୍ଡପ ପରିସରରେ ୨୦ସିସି କ୍ୟାମେରା ଖଞ୍ଜାଯିବ। ଭିଡିଓ ଓ ଜିମି କ୍ୟାମେରା ମାଧ୍ୟମରେ ପୂଜା ମଣ୍ଡପ ଦୃଶ୍ୟ ପ୍ରସାରିତ ହେବ। ଯାନବାହନ ପାର୍କିଂ ପାଇଁ ମଣ୍ଡପ ପୂର୍ବରୁ ୪ଟି ସ୍ଥାନ ଚିହ୍ନଟ କରାଯାଇଥିବା ସମିତି ଆବାହକ ଶ୍ରୀଧର ଜେନା କହିଛନ୍ତି। ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟ ଏକତା ଓ ଭାଇଚାରାକୁ ଆଧାର କରି ଅନୁଷ୍ଠିତ ହେଉଥିବା ପୂଜା ଉତ୍ସବ ସୁରୁଖୁରୁରେ ସମ୍ପନ୍ନ ପାଇଁ ସହଯୋଗ ଲୋଡିଥିଲେ ସମିତି ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଉଗ୍ରସେନ ମଙ୍ଗରାଜ, ବୁଲେଇ ଜେନା, ରଣଜିତ୍‌ ରାୟ, ମୁଶାରଫ ଖାନ, ଗନ୍ଧର୍ବ ପ୍ରଧାନ। ବିଭିନ୍ନ ପାରମ୍ପରିକ ବାଦ୍ୟରେ ଭସାଣି ଉତ୍ସବ ସମ୍ପନ୍ନ କରାଯିବ। ଶିଶୁ ଓ ଶ୍ରଦ୍ଧାଳୁଙ୍କ ପାଇଁ ମିନାବଜାର ଖୋଲାଯିବାକୁ ସମିତି ମଧ୍ୟ ନିଷ୍ପତ୍ତି ନେଇଛି। ଭୁବନେଶ୍ୱର, ଛତ୍ରପୁର ଓ କଟକର କଳାକାରଙ୍କୁ ନେଇ ଷଷ୍ଠୀ ଠାରୁ ଦଶମୀ ତିଥି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଦଶମୀ ତିଥିରେ ୪୦ଫୁଟ ଉଚ୍ଚତା ରାବଣ ପୋଡି ସହ ଆତସବାଜି ପ୍ରଦର୍ଶନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri