ଶୋଭାପାଇବ ପ୍ୟାରିସ୍‌ର ଡିଜ୍‌ନିଲ୍ୟାଣ୍ଡ ପାର୍କ

କଟକ ରୋଡ,୧୯।୯(ଡି.ଏନ୍‌.ଏ.): ଚଳିତବର୍ଷ ଝାରପଡ଼ା ଦୁର୍ଗାପୂଜା ସମିତି ନବମ ବର୍ଷରେ ପହଞ୍ଚିଛି। ପୂର୍ବରୁ ବିଭିନ୍ନ ସମୟରେ ଆକର୍ଷଣୀୟ ତୋରଣ ନିର୍ମାଣ କରି ଚର୍ଚ୍ଚାକୁ ଆସିଥିବା ପୂଜା ସମିତି ଚଳିତଥର ପ୍ୟାରିସ୍‌ର ଡିଜ୍‌ନିଲ୍ୟାଣ୍ଡ ପାର୍କ ନିର୍ମାଣ କରିବାକୁ ଯାଉଛି। ଏହା ମୁଖ୍ୟ ଆକର୍ଷଣ ହେବ ବୋଲି ସମିତି ସଭାପତି ଶିଖର ଚନ୍ଦ୍ର ଜେନା ବୁଧବାର ଝାରପଡ଼ା ଦୁର୍ଗାପୂଜା ମଣ୍ଡପରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ପ୍ରାୟ ଦେଢ ମାସ ହେବ ପଶ୍ଚିମବଙ୍ଗର ୫୦ରୁ ଊର୍ଦ୍ଧ୍ୱ କାରିଗର ତୋରଣ ନିର୍ମାଣ ଚଳାଇଛନ୍ତି। ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ପାଇଁ ଗୋଟିଏ ପ୍ରବେଶ ପଥ ଓ ୪ଟି ପ୍ରସ୍ଥାନ ପଥ ରଖାଯିବ। ପୂଜାପେଣ୍ଡାଲ ଅଭ୍ୟନ୍ତର ଶୀତତାପ ନିୟନ୍ତ୍ରିତ କରାଯିବ। ୫ଟି ଏଲଇଡି ଲାଇଟ ଗେଟ ମାଧ୍ୟମରେ ପୌରାଣିକ, ଆଧୁନିକ ଓ ଆଦିବାସୀଙ୍କ କଥାବସ୍ତୁ ସ୍ଥାନ ପାଇବ ବୋଲି ପୂଜା ସମିତି ସମ୍ପାଦକ ଧରଣୀଧର ଜେନା କହିଛନ୍ତି। ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ୧୨ଫୁଟ, ବୁଲେନ ଓ ସୁନେଲି ମେଢ଼ ୨୦ଫୁଟ ରହିବ। ରୁପା ମୁକୁଟରେ ଦେବୀ ଶୋଭାପାଇବାକୁ ଥିବା ବେଳେ ରୁପା ଅଳଙ୍କାରରେ ପାର୍ଶ୍ୱ ଦେବୀ ସଜ୍ଜିତ ହେବେ। ବଙ୍ଗୀୟ ରୀତିରେ ପୂଜାନୀତି ଅନୁଷ୍ଠିତ ହେବାକୁ ଥିବା ବେଳେ ସପ୍ତମୀ, ନବମୀ, ଦଶମୀରେ ଖେଚୁଡି ଓ ଅଷ୍ଟମୀ ତିଥିରେ ହାଲୁଆ ଭୋଗ ଲାଗି ହେବ। ମଣ୍ଡପରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କମିଶନରେଟ ପୋଲିସ, ୩୦୦ ସ୍ବେଚ୍ଛାସେବୀ ଓ୍ବାକିଟକି ସହ ନିୟୋଜିତ ରହିବେ। ଆଶୁ ଚିକିତ୍ସା ସାଙ୍ଗକୁ ସୂଚନାକେନ୍ଦ୍ର ଓ ମଣ୍ଡପ ପରିସରରେ ୨୦ସିସି କ୍ୟାମେରା ଖଞ୍ଜାଯିବ। ଭିଡିଓ ଓ ଜିମି କ୍ୟାମେରା ମାଧ୍ୟମରେ ପୂଜା ମଣ୍ଡପ ଦୃଶ୍ୟ ପ୍ରସାରିତ ହେବ। ଯାନବାହନ ପାର୍କିଂ ପାଇଁ ମଣ୍ଡପ ପୂର୍ବରୁ ୪ଟି ସ୍ଥାନ ଚିହ୍ନଟ କରାଯାଇଥିବା ସମିତି ଆବାହକ ଶ୍ରୀଧର ଜେନା କହିଛନ୍ତି। ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟ ଏକତା ଓ ଭାଇଚାରାକୁ ଆଧାର କରି ଅନୁଷ୍ଠିତ ହେଉଥିବା ପୂଜା ଉତ୍ସବ ସୁରୁଖୁରୁରେ ସମ୍ପନ୍ନ ପାଇଁ ସହଯୋଗ ଲୋଡିଥିଲେ ସମିତି ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଉଗ୍ରସେନ ମଙ୍ଗରାଜ, ବୁଲେଇ ଜେନା, ରଣଜିତ୍‌ ରାୟ, ମୁଶାରଫ ଖାନ, ଗନ୍ଧର୍ବ ପ୍ରଧାନ। ବିଭିନ୍ନ ପାରମ୍ପରିକ ବାଦ୍ୟରେ ଭସାଣି ଉତ୍ସବ ସମ୍ପନ୍ନ କରାଯିବ। ଶିଶୁ ଓ ଶ୍ରଦ୍ଧାଳୁଙ୍କ ପାଇଁ ମିନାବଜାର ଖୋଲାଯିବାକୁ ସମିତି ମଧ୍ୟ ନିଷ୍ପତ୍ତି ନେଇଛି। ଭୁବନେଶ୍ୱର, ଛତ୍ରପୁର ଓ କଟକର କଳାକାରଙ୍କୁ ନେଇ ଷଷ୍ଠୀ ଠାରୁ ଦଶମୀ ତିଥି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଦଶମୀ ତିଥିରେ ୪୦ଫୁଟ ଉଚ୍ଚତା ରାବଣ ପୋଡି ସହ ଆତସବାଜି ପ୍ରଦର୍ଶନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନ ପରେ ରେଗୁଲାର ପିଲାଙ୍କ ପରୀକ୍ଷା ଘଞ୍ଚିଲା

ଭୁବନେଶ୍ୱର, ୨୭।୪(ଅସମାପିକା ସାହୁ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

୩୯ ଲୋକ ସଭା, ୨୨୬ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର,୨୭ା୪(ଅନିଲ ଦାସ): ରାଜ୍ୟରେ ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକ ସଭା...

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri