Posted inଫୁରସତ

ପୁରୁଷବନ୍ଧୁଙ୍କୁ ଡେଟିଂରୁ ଜାଣନ୍ତି ଯୁବତୀ

ନିଜର ଗର୍ଲଫ୍ରେଣ୍ଡକୁ ଡେଟିଂରେ ନେଇ ଯାଉଥିବା ଯୁବକମାନେ ବହୁ ବିଷୟରେ ସତର୍କ ରହିବା ଆବଶ୍ୟକ। ବିଶେଷକରି ଯେତେବେଳେ ବିଲ୍‌ ପଇଠ କରିବାର ସମୟ ଆସୁଛି ସେତେବେଳେ ସାମାନ୍ୟ ଅସତର୍କତା ହୁଏତ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିପାରେ। ନିକଟରେ ଏକ ଅଧ୍ୟୟନରୁ ଏ ବିଷୟ ଜାଣିବାକୁ ମିଳିଛି। ଡେଟିଂରେ ଯାଉଥିବା ଯୁବତୀମାନେ ଜାଣିବାକୁ ଚାହାନ୍ତି ଯେ, ସେମାନେ ଯେଉଁ ଯୁବକକୁ ଜୀବନ ସାଥୀ କରିବାକୁ ଯାଉଛନ୍ତି ସେମାନଙ୍କ ଚରିତ୍ର କିପରି। ସେ ଭବିଷ୍ୟତରେ ତାକୁ କିଭଳି ରଖିବ। ବିଶେଷକରି ଯଦି ଜଣେ ଯୁବକ ବିଲ୍‌ ଦେବାବେଳେ ବିଲ୍‌କୁ ଶେୟାର କରିବାକୁ ଚାହୁଁଥାଏ, ତା’ହେଲେ ସେମାନେ ତା’ପରେ ସେହି ଯୁବକ ସହିତ ଡେଟିଂ କରି ନ ଥାନ୍ତି। ସେମାନେ ଜାଣିଯାଆନ୍ତି ଯେ, ଯୁବକଟି ନିଜର ପକେଟ୍‌କୁ ଯେତେ ଭଲ ପାଉଛି ସେତିକି ତା’ର ଗର୍ଲଫ୍ରେଣ୍ଡକୁ ଭଲ ପାଉନାହିଁ। ପୁଣି ଭବିଷ୍ୟତରେ ହୁଏତ ସେ ତା’ର ଅର୍ଥରେ ଚଳିବା ପାଇଁ ଚାହିଁପାରେ ନ ହେଲେ ତା’ର ଅର୍ଥନୈତିକ ସ୍ବାଧୀନତା ଉପରେ ହସ୍ତକ୍ଷେପ କରିପାରେ ବୋଲି ଯୁବତୀର ଧାରଣା ହୋଇଯାଏ। ଆଉ ଯୁବତୀଜଣକ ସେଇଠୁ ହିଁ ସମ୍ପର୍କ ଶେଷ କରିଦେଇଥାନ୍ତି। ପ୍ରାୟ ଦୁଇଶହରୁ ଊର୍ଦ୍ଧ୍ୱ ଯୁବତୀଙ୍କୁ ନେଇ କରାଯାଇଥିବା ଗବେଷଣାରୁ ଏଭଳି ଏକ ନିଷ୍କଷର୍ର୍ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri