ପୁରୁଷକାର ବନାମ ପୁରସ୍କାର

ଉମାଶଙ୍କର ପ୍ରସାଦ

ପୁରୁଷକାର ହେଉଛି ଏକ ମାନବ ପ୍ରତିଭାର ପରିଚୟ। ତେଣୁ କୌଣସି ଆଦରଣୀୟ ବ୍ୟକ୍ତିତ୍ୱ ସଂପୂଜ୍ୟମାନ ବରେଣ୍ୟ ପ୍ରତିଭା ପୁରସ୍କାର, ଉପଢ଼ୌକନ, ପ୍ରଶସ୍ତି ଓ ସମ୍ବର୍ଦ୍ଧନା ପ୍ରତି ଆଦୌ ଅପେକ୍ଷା କରେନାହିଁ। ପୁରସ୍କାର ପାଇଁ ପ୍ରତୀକ୍ଷା କରୁଥିବା ବ୍ୟକ୍ତି ଆଦୌ ସାଧନାନିଷ୍ଠ ଏବଂ କର୍ମତପତ୍ର ହୋଇପାରେ ନାହିଁ। ସମ୍ପ୍ରତି ଉଚ୍ଚସ୍ତରରେ ବିଚାର କ୍ଷେତ୍ରରେ ମଧ୍ୟ ବିଭ୍ରାଟ ଘଟୁଛି। ଇତିହାସକୁ ଆମେ ଦୃଷ୍ଟିଦେଲେ ବହୁ ନିମ୍ନସ୍ତରର ଅମାନବୀୟ ଚଳଣି ଲକ୍ଷ୍ୟ କରୁ। କେଉଁଠି ବିଜୟ ଅଭିଯାନ ନାମରେ ଦମ୍ଭ, ଅହଙ୍କାର ଓ ଆସ୍ପର୍ଦ୍ଧାର ନଗ୍ନ ଅଭିବ୍ୟକ୍ତି ଭିତରେ ରକ୍ତର ହୋରି ଖେଳାଯାଉଛି ତ କେଉଁଠି ଦୁର୍ବାର କାମନା, ବାସନାରେ ମୋହଗ୍ରସ୍ତ ହୋଇ ବ୍ୟକ୍ତି ଅନେକ ଅନୈତିକ କାର୍ଯ୍ୟ କରିବା ପାଇଁ ତିଳେହେଲେ ପଶ୍ଚାତ୍ପଦ ହେଉନି। ଏପରିକି ପୁରସ୍କାର ପାଇଁ ଲବି, ଧରାଧରି, ପଦାଧିକାର, ମୋଟାଅଙ୍କର ଆର୍ଥିକ ପ୍ରୟୋଗ ଓ ସେବା ଯେତେ କାମ କରୁଛି ଦକ୍ଷତା ସେତେ କାମ କରୁନାହିଁ। କିନ୍ତୁ ସୁଖ ଓ ଗର୍ବର ବିଷୟ ଯେ କୌଣସି ପ୍ରତିଭାଧର ବ୍ୟକ୍ତି ସମ୍ବର୍ଦ୍ଧନା ପଛରେ ଧାଏଁ ନାହିଁ ବରଂ ସମ୍ବର୍ଦ୍ଧନା ଓ ଉପଢୌକନ ତା’ର ପଛେ ପଛେ ଧାଇଁଥାଏ। ଯଦି ଆମେ ଅତୀତ ପୃଷ୍ଠାକୁ ରୋମନ୍ଥନ କରିବା ତେବେ ଏହା ସ୍ପଷ୍ଟ ଯେ ଯୋଗ୍ୟ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରିବା ରାଜଦରବାର ପକ୍ଷରୁ ସ୍ବଳ୍ପ ପରିମାଣରେ ହେଉଥିଲା। କିନ୍ତୁ ସାମାଜିକ କ୍ଷେତ୍ରରେ ଏଭଳି ବ୍ୟବସ୍ଥା ଓ ଆୟୋଜନ ଆଦୌ ଦେଖା ନ ଥିଲା କହିଲେ ଚଳେ। ରାଜନ୍ୟବର୍ଗଙ୍କ ମଧ୍ୟରେ ତୋଷାମଦି କିଛି ପରିମାଣରେ କାମ କରୁଥିଲା, ଯାହାର ନଜିର ସ୍ବରୂପ ଦେଖିବାକୁ ମିଳେ ଆମ ସାହିତ୍ୟର ଅନେକ କବିତା ା କବି ସୃଷ୍ଟି କରିଛନ୍ତି ଅଥଚ ରାଜାଙ୍କ ନାମରେ ଭଣିତ ହୋଇଛି। କବି ଦୀନକୃଷ୍ଣ ଦାସଙ୍କୁ ମଧ୍ୟ ଧମକ ଦିଆଯାଇଥିଲା ”ଦୀନକୃଷ୍ଣ ହେ କାବ୍ୟକବିତା ମୋ ନାମେ କରିଲେ ଭଣିତା, ଦରବାରେ ହେବ ଗଣିତା। ନୋହିଲେ ରାଜାର ଶକ୍ତି ଅସୀମ ରାଜାତ ବୁଝେନି ସମ ଓ ବିଷମ ଶୂଳିଟି ପାଇବ ଜାଣିଥା“। ବ୍ୟକ୍ତିର ସୃଜନଶୀଳତା ପ୍ରଜ୍ଞା, ପ୍ରତିଭାର ଅପେକ୍ଷା ରଖେ। ପ୍ରଜ୍ଞାଦୀପ୍ତ ମନୋଭୂମିରେ ସୃଜନସ୍ବପ୍ନ ନୂଆ ନୂଆ ରୂପେ ବିକଶିତ ହେଲେ ପ୍ରତିଭା କୋଟିକୁ ଉନ୍ନୀତ ହୁଏ। ସମୀକ୍ଷା ଶାସ୍ତ୍ରରେ ନବ ନବ ଉନ୍ମେଷଶାଳିନୀ ପ୍ରଜ୍ଞାକୁ ହିଁ ପ୍ରତିଭା କୁହାଯାଏ। ଉକ୍ତ ପ୍ରତିଭା ନିଜେ ନିଜେ ବିକଶିତ ହୋଇଥାଏ। ସାରଳା ଦାସ, ବତ୍ସା ଦାସ, କାର୍ତ୍ତିକ ଦାସ, ଗଙ୍ଗାଧର ମେହେର କୌଣସି କ୍ଷେତ୍ରରୁ ସମ୍ବର୍ଦ୍ଧିତ ହୋଇ ନ ଥିଲେ। ଏପରି କି ତାଙ୍କ ପ୍ରତିଭା ପାଇଁ ତାଙ୍କୁ ସମ୍ବଲପୁର ରାଜଦରବାରରୁ ସମ୍ବର୍ଦ୍ଧିତ କରାଯାଇ ନ ଥିଲା। ତଥାପି ତାଙ୍କର ସାହିତ୍ୟ କୃତି ତାଙ୍କୁ କାଳଜୟୀ କରିଛି।
ଇଂରାଜୀ ସାହିତ୍ୟର ଆଦିକବି ‘ଜିଓଫର ଚଷର’ ଙ୍କୁ ତାଙ୍କର ପ୍ରସିଦ୍ଧ କୃତି ‘କ୍ୟନ୍‌ଟର ବରି ଟେଲ୍‌ସ’ ଓ ଇଟାଲୀୟ କବି ‘ଆଲେବର ଦାନ୍ତେ’ ଙ୍କୁ ତାଙ୍କର ଜନପ୍ରିୟ କବିତା ଗ୍ରନ୍ଥ ‘ଡେକାମେରାନ୍‌’ ପାଇଁ ସମ୍ବର୍ଦ୍ଧନା ଦିଆଯାଇ ନ ଥିଲା। ସେକ୍ସପିୟର ତାଙ୍କର ସୁବିପୁଳ ଅବଦାନ ସତ୍ତ୍ୱେ ଇଂଲଣ୍ଡ ରାଜଦରବାର ପକ୍ଷରୁ ତାଙ୍କୁ କନିଷ୍ଠତମ ଉପାଧି ‘ଜେଣ୍ଟିଲମ୍ୟାନ’ ପଦବୀ ମଧ୍ୟ ଦିଆଯାଇ ନ ଥିଲା। ତେବେ କ’ଣ ସେ ସମଗ୍ର ବିଶ୍ୱରେ ପ୍ରସିଦ୍ଧିଲାଭ କରି ନ ଥିଲେ? ତଦନୁରୂପ ବିଶିଷ୍ଟ ଋଷୀୟ ଲେଖକ କାଉଣ୍ଟଲୀୟ ଟଲଷ୍ଟୟ’ ଓ ‘ଦାସ୍ତୋଭସ୍କି’ ତାଙ୍କର ଅବଦାନ ପାଇଁ କୌଣସି ପୁରସ୍କାର ତଥା ସମ୍ମାନରେ ସମ୍ମାନିତ ହୋଇ ନ ଥିଲେ, ତେବେ ଆଜି କ’ଣ ସେମାନେ ବିକଶିତ ନୁହନ୍ତି? ଆଜିର ଏକବିଂଶ ଶତାବ୍ଦୀରେ ପୁରସ୍କାର ପ୍ରଦାନର ବିଚାରଧାରା ଅତ୍ୟନ୍ତ ପିଚ୍ଛିଳ ଓ ଅସ୍ବଚ୍ଛ। ତେଣୁ ଅନାସକ୍ତ ଜ୍ଞାନ ତପସ୍ବୀ ପୁରସ୍କାର ପାଇଁ ଆଦୌ ଲାଳସା ରଖି ନ ଥାଏ। ପୁରସ୍କାର କିଛିମାତ୍ରାରେ ତାକୁ ନିଷ୍ପ୍ରଭ କରିଥାଏ। ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର ଏବଂ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କର ବନ୍ଦନୀୟ ଶିକ୍ଷକ ଚନ୍ଦ୍ରମୋହନ ମହାରଣା କୌଣସି କ୍ଷେତ୍ରରେ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇ ନ ଥିଲେ। କିନ୍ତୁ ତାଙ୍କ ଦ୍ୱାରା ଗଢା ହୋଇଥିବା ଛାତ୍ରମାନେ ସାହିତ୍ୟ କ୍ଷେତ୍ରକୁ ସେମାନଙ୍କ ସାହିତ୍ୟକୃତି ବଳରେ ନିଜର ଗୁରୁଙ୍କୁ କେତେ ମହୀୟାନ କରିଛନ୍ତି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଆଜି ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷକତା ଏକ ପୁଣ୍ୟ ସେବା ଓ ବ୍ରତହୋଇ ରହିନାହିଁ। ‘ସେବା’ ସ୍ଥାନରେ ‘ନେବା’ ତା’ର କାୟା ବିସ୍ତାର କରିଛି। ଶିକ୍ଷକତା ହେଉଛି ଶ୍ରେଷ୍ଠ ସାଧନା, ତପସ୍ୟା, ତ୍ୟାଗ, ଏକାଗ୍ରତା, ନିରପେକ୍ଷତା, ଚରିତ୍ରବତ୍ତା, ସମଦର୍ଶିତା, ନିରହଙ୍କାରିତା, ଆଡମ୍ବର ଶୂନ୍ୟତା, ସରଳତା, ନିର୍ଲିପ୍ତତା ଆଦି ଅନେକ ମହନୀୟ ଗୁଣର ସୁଷମ ସମନ୍ବୟ। କୌଣସି ଗୁରୁ କେବେ ସମ୍ମାନିତ ହେବାକୁ ଇଚ୍ଛା କରି ନ ଥାଏ। ଯଥା ମହାଭାରତ ଯୁଗର ଗୁରୁଶ୍ରେଷ୍ଠ ସାନ୍ଦିପନୀ, ଆଚାର୍ଯ୍ୟ କୃପ, ଆୟୋଦଧର୍ମୀ ଏବଂ ଧନୁର୍ବିଦ୍ୟାବିତ୍‌ ପର୍ଶୁରାମ କେବେହେଲେ ନିଜର ପ୍ରତିଭା ପାଇଁ ପୁରସ୍କୃତ ହୋଇ ନ ଥିଲେ, ମାତ୍ର ସମାଜରେ ଜଣେ ଜଣେ ମହାନ୍‌ ଶିଷ୍ୟ ସୃଷ୍ଟି କରିଥିଲେ। ତେଣୁ ପୁରସ୍କାର କେବେ ପୁରୁଷକାର ସହିତ ସମାନ ହୋଇ ନ ଥାଏ। ପୁରୁଷକାର ହେଉଛି ଈଶ୍ୱରଦତ୍ତ ଏବଂ ମଣିଷର ଅଧ୍ୟବସାୟର ଫଳ। ମାନବିକ ଗୁଣାବଳୀକୁ ଫିତା ପକାଇ କିମ୍ବା ସ୍କେଲ୍‌ ସାହାଯ୍ୟରେ ମାପିବାର କୌଶଳ ଏ ପର୍ଯ୍ୟନ୍ତ ଆବିଷ୍କୃତ ହୋଇନାହିଁ। ପୁରୁଷର ପୁରୁଷାକାର ତା’ର ମରଣ କାଳରେ ପରିମାପ କରି ଓଡ଼ିଆ ଭାଷାର ମଉଡ଼ମଣି ଜଗନ୍ନାଥ ଦାସ ଶ୍ରୀମଦ୍‌ ଭାଗବତ ଗ୍ରନ୍ଥରେ ଲେଖିଛନ୍ତି ‘ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଳେ ତାହା ଜାଣି’। ତେଣୁ ଏ ନଗଣ୍ୟ ଲେଖକ ଏତିକି ବିନତି କରେ ପୁରସ୍କାର ପଛରେ ନ ଦୌଡି ନିଜର ପୁରୁଷକାରକୁ ଜାଗ୍ରତ କଲେ ପୁରସ୍କାର ଛାଏଁ ତୁମ ପାଖକୁ ଆସିବ।
ସମ୍ପାଦକ, ମାର୍ଗଦର୍ଶୀ, ଖୋରଧା
ମୋ: ୬୩୭୦୬୭୫୫୬୨


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri