ପୁରୁଣାକୁ ଅଣଦେଖା

ଚଳିତ ରେଳ ବଜେଟରେ ସମ୍ବଲପୁର ଜିଲାକୁ ମିଳିଥିବା ଅନୁଦାନ ଆଶାନୁରୂପକ ନୁହେଁ। ଦାବି ଓ ଆବଶ୍ୟକତାଠାରୁ କମ୍‌ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ସମ୍ବଲପୁର ରେଳମଣ୍ଡଳ ଅଧୀନରେ ଅନେକ ପ୍ରକଳ୍ପ ଘୋଷଣା କରାଯାଇଛି। ହେଲେ ପୁରୁଣା ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଇ ନାହିଁ। କେବଳ ଦୋହରୀକରଣ ଉପରେ ଗୁରୁତ୍ୱ ଦିଆଯାଇଛି।
ସମ୍ବଲପୁର ରେଳ ମଣ୍ଡଳ ଓ ପଶ୍ଚିମ ଓଡିଶା କ୍ଷେତ୍ରରେ ପୂର୍ବରୁ ଘୋଷିତ ଅନେକ ପ୍ରକଳ୍ପ ପାଇଁ ଅନୁଦାନ ଦିଆଯାଇନାହିଁ। ଗତବର୍ଷ ବଜେଟରେ ଘୋଷଣା ହୋଇଥିବା ରାୟପୁର-ଝାରସୁଗୁଡା ଭାୟା କନକତୁରା ନୂତନ ରେଳ ଲାଇନ ନେଇ କୌଣସି ଅନୁଦାନ ଘୋଷଣା ହୋଇ ନାହିଁ । ୩୧୦ କି.ମି. ବିଶିଷ୍ଟ ନୂତନ ରେଳପଥ ଗତବର୍ଷ ବଜେଟରେ କେବଳ ଘୋଷଣା ହୋଇଥିଲେ ହେଁ ଅର୍ଥ ବ୍ୟବସ୍ଥା ହୋଇପାରିଲାନାହିଁ । ସେହିପରି ଗତବର୍ଷ ମାନେଶ୍ୱରଠାରେ ଏକ ୱାଗନ ମରାମତି କାରଖାନା ତିଆରି ପାଇଁ ଘୋଷଣା ହୋଇଥିଲା । ହେଲେ କାମ ଆରମ୍ଭ ହୋଇ ପାରିଲାନାହିଁ । ଦୀର୍ଘଦିନର ଦାବି ଥିବା ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ନୂତନ ରେଳପଥକୁ ମଞ୍ଜୁରୀ ମିଳିଛି । ସେହିପରି ବହୁ ଚର୍ଚ୍ଚିତ ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ ପାଇଁ ଏବର୍ଷର ବଜେଟରେ ସର୍ବାଧିକ ୫୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ମାନେଶ୍ୱର ଷ୍ଟେଶନ ନିକଟରେ ଏକ ୱାଗନ୍‌ ମରାମତି କେନ୍ଦ୍ର ପାଇଁ ଚଳିତ ବର୍ଷ ପୁଣି ଥରେ ମଞ୍ଜରୀ ମିଳିଛି । ୨ଟି ପୁରୁଣା ରେଳପଥର ଦୋହରୀକରଣ ପାଇଁ ମୋଟା ଅଙ୍କର ଅର୍ଥବ୍ୟବସ୍ଥା କରାଯାଇଛି। ହେଲେ ଏଥିରେ ପଶ୍ଚିମ ଓଡିଶାର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ସାମିଲ କରାଯାଇଛି। ସମ୍ବଲପୁର-ଗୋପାଳପୁର ନୂତନ ରେଳପଥର ୨୪୧ କିମି ପାଇଁ ୧୯୫୭ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଛି । ସେହିପରି ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ ଗତବର୍ଷ ୩୫୦ କୋଟି ଟଙ୍କା ମିଳିଥିବା ବେଳେ ଚଳିତ ବଜେଟରେ ସର୍ବାଧିକ ୫୧୦ କୋଟି ବ୍ୟୟ ବରାଦ କରାଯାଇଛି । ସମ୍ବଲପୁର-ତାଳଚେର ୧୭୪.୧୧ କି.ମି. ରେଳପଥର ଦୋହରୀକରଣ ପାଇଁ ୨୯୨ କୋଟି, ସମ୍ବଲପୁର-ଟିଟିଲାଗଡ ୧୮୨.୧୧ କି.ମି. ରେଳପଥର ଦୋହରୀକରଣ ପାଇଁ ୩୮୨ କୋଟି, ବୃନ୍ଦାବନ-ଝାରସୁଗୁଡା ଫ୍ଲାଏଓଭର ପାଇଁ ୧୦ କୋଟି, ରାୟପୁର-ଟିଟିଲାଗଡ ୨୦୩ କି.ମି. ରେଳପଥ ପାଇଁ ୧୪୬ କୋଟି, ଝାରସୁଗୁଡା-ବିଳାସପୁର ଚତୁର୍ଥ ଲାଇନର ୨୦୬ କି.ମି. ରେଳପଥ ପାଇଁ ୨୮୦ କୋଟି, ରାଉରକେଲା-ଝାରସୁଗୁଡା ତୃତୀୟ ଲାଇନ ପାଇଁ ୧୭୦ କୋଟି, ବନ୍ଧାମୁଣ୍ଡା-ରାଉରକେଲା ଚତୁର୍ଥ ଲାଇନ ପାଇଁ ୨୩ କୋଟି ଏବଂ ଛତିଶଗଡ ଚାମ୍ପାରୁ ଝାରସୁଗୁଡାକୁ ତୃତୀୟ ଲାଇନ ପାଇଁ ୨୦ କୋଟି ଟଙ୍କାର ବ୍ୟବରାଦ କରାଯାଇଛି। କଳାହାଣ୍ଡି ଜିଲାରେ ଇଲେକ୍ଟ୍ରିକ ଇଞ୍ଜିନ ଓଭରହଲିଂ ୱାର୍କସପ୍‌ ପାଇଁ ୧ କୋଟି ଟଙ୍କା ବ୍ୟବସ୍ଥା ହୋଇଛି । ବ୍ରଜରାଜନଗର ଏବଂ ବେଲପାହାଡରେ ଥିବା ଖୋଲା ମୁହଁ କୋଇଲା ଖଣିର ସାଇଡିଂକୁ ଯୋଡିବା ପାଇଁ ବୟ ବରାଦ ରହିଛି। ଏପରି ସ୍ଥିତିକୁ ନେଇ ସାଧାରଣ ଅସନ୍ତୋଷ ଲାଗି ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri