ରେଳପଥ ଆଧୁନିକୀକରଣ ଯୋଗୁ ବାଧାପ୍ରାପ୍ତ ହେବ ଟ୍ରେନ୍‌ ଚଳାଚଳ

ଭୁବନେଶ୍ୱର,୧୫।୨ (ବ୍ୟୁରୋ): ଉତ୍ତର, କେନ୍ଦ୍ରୀୟ ଓ ଦକ୍ଷିଣ ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ସଂରକ୍ଷଣ ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ଏବଂ ଏହାର ପରିସୀମାରୁ ଛାଡ଼ିବାକୁ ଥିବା କେତେକ ଟ୍ରେନ ବାତିଲ, ଆଂଶିକ ବାତିଲ ଓ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ। ଉତ୍ତର ରେଳପଥର ହଜରତ ନିଜାମୁଦ୍ଦିନ-ପାଲୱାଲ ଷ୍ଟେଶନ ମଧ୍ୟରେ, କେନ୍ଦ୍ରୀୟ ରେଳପଥର ସୋଲାପୁର ରେଳମଣ୍ଡଳରେ ଏବଂ ଦକ୍ଷିଣ ପଶ୍ଚିମ ରେଳପଥର ବେଙ୍ଗାଲୁରୁ ରେଳମଣ୍ଡଳରେ ରେଳ ଭିତ୍ତିଭୂମି କାର୍ଯ୍ୟକ୍ଷମ କରିବା ପାଇଁ ଏହି ପରିବର୍ତ୍ତନ କରାଯିବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବିଶାଖାପାଟଣା -ନିଜାମୁଦ୍ଦିନ-ବିଶାଖାପାଟଣା ସମତା ଏକ୍ସପ୍ରେସ ଭାୟା ରାୟଗଡା-ଟିଟିଲାଗଡ଼-ରାଇପୁର ବିଶାଖାପାଟଣାଠାରୁ ଫେବୃୟାରୀ ୨୭ ଏବଂ ନିଜାମୁଦ୍ଦିନଠାରୁ ୨୯ ତାରିଖ ଦିନ ଉଭୟ ଦିଗରୁ ବାତିଲ ରହିବ।
ସେହିଭଳି ବିଶାଖାପାଟଣା-ମୁମ୍ବାଇ ଏଲଟିଟି-ବିଶାଖାପାଟଣା ଏକ୍ସପ୍ରେସ ବିଶାଖାପାଟଣାଠାରୁ ଫେବୃୟାରୀ ୧୮ରୁ ୨୫ ଏବଂ ଏଲଟିଟିଠାରୁ ଫେବୃୟାରୀ ୧୯ରୁ ୨୬ ତାରିଖ ମଧ୍ୟରେ ଉଭୟ ଦିଗରୁ ପୁଣେ ଓ ଏଲ୍‌ଟିଟି ମଧ୍ୟରେ ବାତିଲ ରହିବ। ଏହା ସିକନ୍ଦରାବାଦ-ଲାଟୁର ରୋଡ଼-କୁର୍ଦୁଭାଡ଼ି-ଦୋଣ୍ଡ ଷ୍ଟେଶନ ମାର୍ଗରେ ଚଳାଚଳ କରିବ। ଭୁବନେଶ୍ୱରଠାରୁ ୧୬ତାରିଖରେ ଛାଡ଼ିିବାକୁ ଥିବା ଏବଂ ବାଙ୍ଗାଲୋରଠାରୁ ୧୭ ତାରିଖରେ ଛାଡିବାକୁ ଥିବା ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ ଉଭୟ ଦିଗରୁ ଭୁବନେଶ୍ୱର ଓ ସତ୍ୟସାଇ ପ୍ରଶାନ୍ତି ନିଳୟମ ମଧ୍ୟରେ ଚଳାଚଳ କରିବ। ଏଥିସହ ସତ୍ୟସାଇ ପ୍ରଶାନ୍ତି ନିଳୟମ ଓ ବେଙ୍ଗାଲୁରୁ ମଧ୍ୟରେ ବାତିଲ କରାଯିବ। ହରିଦ୍ୱାର-ପୁରୀ -ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ ହରିଦ୍ୱାରଠାରୁ ଫେବୃୟାରୀ ୨୬, ୨୮, ୨୯ ଓ ମାର୍ଚ୍ଚ ୧ ଏବଂ ପୁରୀଠାରୁ ଫେବୃୟାରୀ ୨୬ ଓ ୨୮ ତାରିଖରେ ପରିବର୍ତ୍ତିତ ମାର୍ଗ ମିରଟ ସିଟି-ଖୁରଜା-ଆଗ୍ରା କ୍ୟାଣ୍ଟ ମାର୍ଗରେ ଚଳାଚଳ କରିବ। ଭୁବନେଶ୍ୱର-ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ ଫେବୃୟାରୀ ୧୮ ରୁ ୨୫ ତାରିଖ ମଧ୍ୟରେ ଉଭୟ ପାର୍ଶ୍ୱରୁ ପରିବର୍ତ୍ତିତ ମାର୍ଗ ସିକନ୍ଦରାବାଦ-ବିକାରାବାଦ-ଲାଟୁରରୋଡ଼-କୁର୍ଦୁଭାଡ଼ି-ଦୋଣ୍ଡ ମାର୍ଗ ଦେଇ ଚଳାଚଳ କରିବ। ସେହିଭଳି ପୁଣେ-ଭୁବନେଶ୍ୱର-ପୁଣେ ଏକ୍ସପ୍ରେସ ଭୁବନେଶ୍ୱରଠାରୁ ଫେବୃୟାରୀ ୧୮ ଓ ୨୫ ଏବଂ ପୁନେଠାରୁ ୨୦ତାରିଖ ଦିନ ଉଭୟ ପାର୍ଶ୍ୱରୁ ପରିବର୍ତ୍ତିତ ମାର୍ଗ ସିକନ୍ଦରାବାଦ-ବିକାରାବାଦ-ଲାଟୁର ରୋଡ଼ ଓ କୁର୍ଦୁଭାଡ଼ି ମାର୍ଗ ଦେଇ ଚଳାଚଳ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ବନମହୋତ୍ସବ ପାଳିତ : “ଗଛ ବଞ୍ଚିଲେ ଆମେ ବଞ୍ଚିବା”

ଗଞ୍ଜାମ, ୧୧।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପରିସରରେ ଶନିବାର ବନମହୋତ୍ସବ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳନ କରାଯାଇଛି।…

ତାର ବାଡ଼ରେ ଫସିଯାଇଥିଲା ଭାଲୁ , ଉଦ୍ଧାର କଲା ବନ ବିଭାଗ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିନେରକେଲା ଗ୍ରାମରେ ଜଣେ ଚାଷୀଙ୍କ ତାର ବାଡ଼ରେ ଶନିବାର ସକାଳେ ଏକ ଭାଲୁ ଫସିଯାଇଥିବା…

ଭୁବନେଶ୍ୱରରେ ପାଇଖାନା ଟାଙ୍କି ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୧।୭: ରାଜଧାନୀ ଭୁବନେଶ୍ୱରର ବିଜେବି ନଗର ଅଞ୍ଚଳରେ ଏକ ଅଘଟଣ ଘଟିଛି। ନିର୍ମାଣାଧୀନ ପାଇଖାନା (ସେପ୍ଟିକ୍) ଟାଙ୍କି ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ…

ମଣିଷ ସୁରକ୍ଷାକୁ ଫୁ’: ଗୋଟିଏ କୂଅରେ ଖୋଲାରେ ଲାଗିଛି ୧୩ ପାଣି ପମ୍ପ୍‌, ଆଖି ପିଛୁଳାକେ ଘଟିପାରେ….

ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର…

ଝାରସୁଗୁଡ଼ାରେ ଭାଜପାର ତୀବ୍ର ଗୋଷ୍ଠୀ କନ୍ଦଳ : ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଅଟକାଇଲେ କର୍ମୀ ମା’ ସମଲେଇ ଦର୍ଶନ ନକରି ଫେରିଲେ…

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଭାଜପାର ଗୋଷ୍ଠୀ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ବିଶେଷକରି ଜିଲାର ଦୁଇ ପ୍ରମୁଖ ନେତା—ରାଜସ୍ୱ ଓ…

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା କରିଥିଲା ଶକ୍ତି ପ୍ରଦର୍ଶନ; ୧୮ଟି ଜାହାଜକୁ ସୁରକ୍ଷିତ ଭାରତକୁ ନେଇଆସିଥିଲା

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (୧୧ ଜୁଲାଇ) କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମୟରେ, ଭାରତୀୟ ନୌସେନା ପ୍ରାୟ ୯,୦୦୦ କୋଟି ଟଙ୍କାର ମାଲ…

ଗୁଡାରିରେ କଡ଼ାକଡ଼ି ଗାଡ଼ି ଯାଞ୍ଚ: ୭ ହଜାର ଟଙ୍କାର ଚାଲାଣ କାଟିଲା…

ଗୁଡାରି, ୧୧।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (ଏସ୍‌ପି) ରାଜ ପ୍ରସାଦଙ୍କ ନିର୍ଦ୍ଦେଶକ୍ରମେ ଗୁଡାରି ଥାନା ଅଧିକାରିଣୀ ବିଶ୍ୱବନ୍ଦିନୀ ବାଗଙ୍କ ନେତୃତ୍ୱରେ ଶନିବାର…

ରାଜନୈତିକ ରାଲିରେ ସ୍କୁଲ ଛାତ୍ରୀଛାତ୍ରଙ୍କ ସାମିଲ: ୭ ଦିନ ମଧ୍ୟରେ ଜବାବ ତଲବ

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଆୟୋଜିତ ଏକ ରାଜନୈତିକ ପ୍ରତିବାଦ ସଭାରେ ସ୍କୁଲ ସମୟରେ ନାବାଳକ ଓ ନାବାଳିକା ଛାତ୍ରୀଛାତ୍ରଙ୍କୁ ସାମିଲ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri