‘ପୁରୁଣା ମାଷ୍ଟରପ୍ଲାନ୍‌ ଦେଖି କମିଟି ନିରାଶ’

ଭୁବନେଶ୍ୱର, ୨୧। ୧ (ବ୍ୟୁରୋ): ଭୁବନେଶ୍ୱର ଡ୍ରେନେଜ୍‌ ବ୍ୟବସ୍ଥାରେ ବହୁତ ସୁଧାର ଆସିଛି। ପୂର୍ବାପେକ୍ଷା ଏବେ ଅନେକ ପରିବର୍ତ୍ତନ କରାଯାଇଛି। କୃତ୍ରିମ ବନ୍ୟାସ୍ଥିତି ଉପୁଜୁଥିବା ୫୯ଟି ସ୍ଥାନ ହ୍ରାସ ପାଇ ଏବେ ୩୭ରେ ପହଞ୍ଚିଛି। ବହୁ ସମ୍ବେଦନଶୀଳ ଅଞ୍ଚଳରେ ନିୟମିତ ଭାବେ ଡ୍ରେନ ସଫେଇ ହେଉଛି। ମାତ୍ର ସଂସଦୀୟ ଷ୍ଟାଣ୍ଡିଂ କମିଟି ଭୁବନେଶ୍ୱର ଡ୍ରେନେଜ ବ୍ୟବସ୍ଥା ସଂକ୍ରାନ୍ତ ନୂଆ ମାଷ୍ଟର ପ୍ଲାନ ପରିବର୍ତ୍ତେ ପୁରୁଣା ମାଷ୍ଟର ପ୍ଲାନ୍‌ ଦେଖି ନିରାଶ ହୋଇଛନ୍ତି ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଡ୍ରେନେଜ୍‌ ବିଭାଗୀୟ ମୁଖ୍ୟଯନ୍ତ୍ରୀ ପ୍ରଦୀପ ସାଗର ଦୁରିଆ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଡ୍ରେନ ସମ୍ପ୍ରସାରଣ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏଥିରେ ସହରୀ ବନ୍ୟାର ମୁକାବିଲା ପାଇଁ ବିଭିନ୍ନ ଯୋଜନା ରହିଛି। ସଂସଦୀୟ କମିଟି ନୂଆ ମାଷ୍ଟର ପ୍ଲାନ ନ ଦେଖି ପୁରୁଣା ମାଷ୍ଟର ପ୍ଲାନ ଆଧାରରେ ଏପରି ପ୍ରତିକ୍ରିୟା ଦେଇଛନ୍ତି। ଆଗାମୀ ଦିନରେ ଡ୍ରେନେଜ ସ୍ଥିତି ସୁଧାରିବା ପାଇଁ ବିଭିନ୍ନ ଯୋଜନା କରାଯାଇଥିବା ବେଳେ ନଗର ଉନ୍ନୟନ ବିଭାଗ ସହ ଆଲୋଚନା ଜାରି ରହିଛି। ଅର୍ଥ ଆସିଲେ ବିଭାଗ କାମ ଆରମ୍ଭ କରିବ। ଭୁବନେଶ୍ୱରରେ ମୁଖ୍ୟ ଡ୍ରେନ ସଂଖ୍ୟା ବଢାଇବା ସହ ଆଭ୍ୟନ୍ତରୀଣ ଡ୍ରେନଗୁଡ଼ିକର ଭିତ୍ତିଭୂମି ବିକାଶ କରାଯିବ ବୋଲି ମୁଖ୍ୟଯନ୍ତ୍ରୀ ଦୁରିଆ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଭୁବନେଶ୍ୱର ଡ୍ରେନେଜ୍‌ ବ୍ୟବସ୍ଥା ସୁଧାରିବା ପାଇଁ ଆବଶ୍ୟକ ପାଣ୍ଠି ହସ୍ତଗତ ହୋଇନାହିଁ। ବିଭାଗ ଦ୍ୱାରା ବହୁ ସମ୍ବେଦନଶୀଳ ସ୍ଥାନର ସ୍ଥିତିରେ ସୁଧାର ଅଣାଯାଇଛି। ଆଗକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ହୋଇଥିବା ସ୍ବତନ୍ତ୍ର ପ୍ୟାକେଜ୍‌ର ପାଣ୍ଠି ହସ୍ତଗତ ହେବା ପରେ ଘରୋଇ ଜମି ଅଧିଗ୍ରହଣ ହେବ। ତା’ସହ ଡ୍ରେନ ସମ୍ପ୍ରସାରଣ କରାଯିବ। ୬୫ ଏକରରୁ ଊର୍ଦ୍ଧ୍ୱ ଜମି ଅଧିଗ୍ରହଣ ହେବ। ଜମି ଅଧିଗ୍ରହଣ ସହ ମୁଖ୍ୟ ଡ୍ରେନର ଦୁଇ ପାର୍ଶ୍ୱରେ ପାଚେରି ନିର୍ମାଣ ହେଲେ କୃତ୍ରିମ ବନ୍ୟା ସ୍ଥିତି ନିୟନ୍ତ୍ରଣ ହେବା ସହ ଡ୍ରେନେଜ୍‌ ସ୍ଥିତି ସୁଧୁରିବ। ସେହିପରି ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କ ସହ ଆସନ୍ତା ସପ୍ତାହ ମଧ୍ୟରେ ଡ୍ରେନେଜ ସ୍ଥିତିକୁ ନେଇ ଏକ ରିଭ୍ୟୁ ମିଟିଂ ହେବାର ଅଛି। ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକୀୟ କାର୍ଯ୍ୟ ଓ ପାଣ୍ଠି ଉପରେ ଆଲୋଚନା କରାଯିବ। ପରେ ପଦକ୍ଷେପ ପାଇଁ ଏମ୍‌ପି ଷଡ଼ଙ୍ଗୀ ଅର୍ବାନ ଡେଭେଲପ୍‌ମେଣ୍ଟର ପ୍ରିନ୍ସିପାଲ ସେକ୍ରେଟାରୀଙ୍କୁ ଅବଗତ କରାଇବେ ବୋଲି ଦୁରିଆ ପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ସହରାଞ୍ଚଳ ବିକାଶକୁ ନେଇ ଗଠିତ ସଂସଦୀୟ ଷ୍ଟାଣ୍ଡିଂ କମିଟିର ୨୦ଜଣ ସଦସ୍ୟା, ସଦସ୍ୟ ଏବଂ ୫ଜଣ ସଂସଦୀୟ ବ୍ୟାପାର ଅଧିକାରୀ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ। ସେମାନେ ସିଧାସଳଖ କ୍ଷେତ୍ର ପରିଦର୍ଶନ କରି ୨୦୧୯-୨୦ ମସିହା ପାଇଁ ଚିହ୍ନିତ ବିଷୟଗୁଡ଼ିକୁ ଅନୁଧ୍ୟାନ କରି ନଗର ଉନ୍ନୟନ ବିଭାଗର କେତେକ ପ୍ରକଳ୍ପ ଓ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ଅବସରରେ ସେମାନେ ଭୁବନେଶ୍ୱରର ଡ୍ରେନେଜ୍‌ ବ୍ୟବସ୍ଥା ସ୍ଥିତି ଠିକ୍‌ ନ ଥିବା ଦର୍ଶାଇବା ସହ ଏ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଡ଼ପମଣ୍ଡପରେ ଦାରୁଦିଅଁ: ଆଜିଠୁ ଭକ୍ତ ପାଇବେ ଆଡ଼ପ ଅବଢ଼ା

ପୁରୀ,୧୯।୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ରଥାରୂଢ଼ ହୋଇ ରତ୍ନସିଂହାସନ ଛାଡ଼ି ନବଦିନ ଯାତ୍ରାରେ ଆସି…

ଏଇ ଭାରତରେ

ପ୍ରଦ୍ୟୋତ ଭୋଲେଟି ଗରିବ ଓ ଅସହାୟ ପିଲାଙ୍କୁ ମାଗଣାରେ ବାସ୍କେଟବଲ ପ୍ରଶିକ୍ଷଣ ଦେଉଛନ୍ତି। ସେ ଡ୍ରିବଲ ଏକାଡେମୀ ମାଧ୍ୟମରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସେ…

ନୂଆ ପିଢ଼ି ପାଇଁ ଅପରିଚିତ ଅକ୍ଷର

ଭାଷା କେବଳ ଭାବ ବିନିମୟର ମାଧ୍ୟମ ନୁହେଁ; ଏହା ଏକ ଜାତିର ସଭ୍ୟତା, ସଂସ୍କୃତି, ଇତିହାସ ଓ ଅସ୍ମିତାର ବାହକ। ମଣିଷର ଚିନ୍ତାଧାରା, ସୃଜନଶୀଳତା ଏବଂ ସାଂସ୍କୃତିକ…

ବ୍ୟାଙ୍କ ଜାତୀୟକରଣର ପୃଷ୍ଠଭୂମି

ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ କାୟା ବିସ୍ତାର କରି ୧୭୭୦ ମସିହାରେ କଲିକତାରେ ବ୍ୟାଙ୍କ ଅଫ୍‌ ହିନ୍ଦୁସ୍ତାନ ନାମକ ବାଣିଜି୍ୟକ ବ୍ୟାଙ୍କ ଖୋଲିଥିଲା। ଏ ବ୍ୟାଙ୍କ ତିଷ୍ଠି…

ଆନ୍ଦୋଳନର ତିନୋଟି କଥା

କକ୍‌ରୋଚ୍‌ ଜନତା ପାର୍ଟିର ବିକ୍ଷୋଭ ପ୍ରଦର୍ଶନକୁ ନେଇ ମୋ ମନକୁ କିଛି କଥା ବା ବିଚାର ଆସୁଛି। ପ୍ରଥମ କଥା ହେଉଛି, ସୋନମ ୱାଙ୍ଗଚୁକଙ୍କ ସମେତ ଏହାର…

ଜଗା ମଥାରେ ଝଟକିଲା ଟାହିଆ, ଜନ୍ମବେଦିକୁ ବିଜେ କଲେ ମହାପ୍ରଭୁ

ପୁରୀ,୧୮।୭: ମହାପ୍ରଭୁ ଜଗନ୍ନାଥଙ୍କ ମଥାରେ ଝଟକିଲା ଟାହିଆ। ଆଡ଼ପ ବିଜେରେ ମହାପ୍ରଭୁ ମସ୍ତକରେ ତୁଳସୀ, ସୋଲ ଏବଂ ବିଭିନ୍ନ ଫୁଲରେ ନିର୍ମିତ ଟାହିଆ ମଣ୍ଡିତ ହୋଇ ଭକ୍ତଜନଙ୍କୁ…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘର ଛାତରୁ ଖସି ପଡ଼ିଲେ ମହିଳା: ଗୁରୁତର ଅବସ୍ଥାରେ ବ୍ରହ୍ମପୁର…

ଦିଗପହଣ୍ଡି, ୧୮।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ପଞ୍ଚାୟତ ବରମୁଣ୍ଡୁଳି ଗ୍ରାମରେ ଶନିବାର ସକାଳେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଘର…

ଟିଏମ୍‌ସି ନେତା ଅଭିଷେକଙ୍କ କାର୍ଯ୍ୟାଳୟ ଭାଙ୍ଗିଲା ପ୍ରଶାସନ

କୋଲକାତା,୧୮।୭: ଟିଏମ୍‌ସିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଲୋକ ସଭା ସଦସ୍ୟ ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ଶନିବାର ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri