ପୁଣି ୩ କି.ମି. ବୁହାହେଲେ ଗର୍ଭବତୀ

ଟିକିରି,୧୨ା୮(ଡି.ଏନ୍‌.ଏ.):ରାୟଗଡ଼ା ଜିଲା କାଶୀପୁର ବ୍ଲକର ଅନେକ ଗାଁକୁ ପକ୍କାରାସ୍ତା ନ ଥିବାରୁ ବାରମ୍ବାର ଗର୍ଭବତୀ ବୁହା ହେଉଥିବା ଚିତ୍ର ସାମ୍ନାକୁ ଆସୁଛି। ଗୋଡ଼ିବାଲି ପଞ୍ଚାୟତର ଦୁରୂପାଇ ଗ୍ରାମରେ ଗୁରୁବାର ଏଭଳି ଘଟଣାର ପୁନରାବୃତ୍ତି ଘଟିଛି। ଗାଁର ରାମଚନ୍ଦ୍ର ମାଝିଙ୍କ ସ୍ତ୍ରୀ ସୁଧା ବୁଧବାର ରାତିରେ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ। ଆଶାକର୍ମୀ ହାରାବତୀ ବିଶୋଇ ଏବଂ ଏଏନ୍‌ଏମ୍‌ ଜେମାମଣି ସେଠୀଙ୍କୁ ଜଣାଇବା ପରେ ଆମ୍ବୁଲାନ୍ସ ସହ ଯୋଗାଯୋଗ କରାଯାଇଥିଲା। ହେଲେ ଦୁରୂପାଇ ଗାଁକୁ ଭଲ ରାସ୍ତା ନ ଥିବାରୁ ଗର୍ଲିମା ଛକଠାରେ ଆମ୍ବୁଲାନ୍ସ ଅଟକିଯାଇଥିଲା। ବାଧ୍ୟହୋଇ ଆମ୍ବୁଲାନ୍ସ ଚାଳକ ପରୀକ୍ଷିତ ନାଏକ, ଆଶାକର୍ମୀ, ମାତୃଗୃହରେ କାର୍ଯ୍ୟରତ ପଦ୍ମିନୀ ଶବର ଓ ଏଏନ୍‌ଏମ୍‌ ଗାଁକୁ ଯାଇ ସୁଧାଙ୍କୁ ତାଙ୍କ ପରିବାର ଲୋକଙ୍କ ସହଯୋଗରେ ୩ କି.ମି. ବାଟ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ତାଙ୍କୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଏବେ ଗର୍ଭବତୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଆମ୍ବୁଲାନ୍ସ ଚାଳକ ପରକ୍ଷିତ ଅନେକ ସମୟରେ ଦୁର୍ଗମ ଅଞ୍ଚଳରୁ ଗର୍ଭବତୀ ଏବଂ ରୋଗୀଙ୍କୁ ଡାକ୍ତରଖାନା ନେବାରେ ସାହାଯ୍ୟ କରି ରାଜ୍ୟ ସରକାରଙ୍କ ଠାରୁ ବେଷ୍ଟ ପାଇଲଟ ସମ୍ମାନରେ ସମ୍ମାନିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟରେ ଖେଳିଗଲା ଚାଞ୍ଚଲ୍ୟ! ୨ ବଳାତ୍କାର ଅଭିଯୋଗରେ ଖେଳାଳି ନିଲମ୍ବିତ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୨୪।୯: ଇଂଲଣ୍ଡର ଘରୋଇ କ୍ରିକେଟରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏସେକ୍ସ କାଉଣ୍ଟି କ୍ରିକେଟ କ୍ଲବର ୨୪ ବର୍ଷୀୟ ବ୍ୟାଟର ରବିନ ଦାସଙ୍କ ବିରୋଧରେ ଦୁଇଟି…

କୋଲାବ ନଦୀରେ ଭାସିଗଲେ ଶିକ୍ଷକ, ମାଛ ଧରୁଥିବା ବେଳେ…

କୋରାପୁଟ, ୨୪ା୯ (ଅମିତାଭ ବେହେରା): କୋଲାବ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଜଣେ ଶିକ୍ଷକ ନିଖୋଜ ହୋଇଛନ୍ତି । ନିଖୋଜ ଶିକ୍ଷକ ହେଲେ ବନ୍ଦଗୁଡ଼ା ଅଞ୍ଚଳର ଭୀମଧର…

କେତୁଙ୍କ ନକ୍ଷତ୍ର ବଦଳିବା ମାତ୍ରେ ୪ ରାଶିଙ୍କୁ ଅପାର ଧନଲାଭ, ଚାକିରିରେ ପଦୋନ୍ନତି! ସବୁ କ୍ଷେତ୍ରରେ ପାଇବେ ଲାଭ ହିଁ ଲାଭ

ବୈଦିକ ଜ୍ୟୋତିଷରେ କେତୁଙ୍କୁ ରହସ୍ୟ, ଆଧ୍ୟାତ୍ମିକତା, ଗବେଷଣା ଓ ବୈରାଗ୍ୟ ସହ ଜଡ଼ିତ ଗ୍ରହ ଭାବେ ମନାଯାଏ। ନଭେମ୍ବର ଶେଷରେ କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ ହେବାକୁ ଯାଉଛି।…

ମ୍ୟାଚ୍‌ ପୂର୍ବରୁ ଭାରତକୁ ଚେତାବନୀ ଦେଲେ ପାକିସ୍ତାନ କୋଚ: ଆମେ ଚାପ….

କରାଚି,୨୪।୯: ଏସିଆନ ଗେମ୍ସ ୨୦୨୬ରେ ପାକିସ୍ତାନ କ୍ରିକେଟ ଟିମ ଆସନ୍ତା ସେପ୍ଟେମ୍ବର ୨୮ ରୁ ନିଜ ଅଭିଯାନ ଆରମ୍ଭ କରିବ। ତେବେ କ୍ୱାର୍ଟର ଫାଇନାଲରେ ପାକିସ୍ତାନ କେଉଁ…

ଦଳେଇଗୁଡ଼ା ସ୍କୁଲକୁ ଆକସ୍ମିକ ଗସ୍ତ କଲେ ଅତିରିକ୍ତ ଜିଲ୍ଲାପାଳ, ଯାଞ୍ଚ କଲେ ଖାଦ୍ୟର ଗୁଣବତ୍ତା

ନବରଙ୍ଗପୁର,୨୪।୯(ସଦାଶିବ ପ୍ରହରାଜ ): ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ପାଇଁ ଉପଲବ୍ଧ ବ୍ୟବସ୍ଥା, ଖାଦ୍ୟର ଗୁଣବତ୍ତା ଏବଂ ସରକାରୀ ନିର୍ଦ୍ଧାରିତ ମାନଦଣ୍ଡର ଅନୁପାଳନ ସମ୍ପର୍କରେ…

ଲଗାଣବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ; ଅଳ୍ପକେ ବର୍ତ୍ତିଲେ ପରିବାର, ବିପନ୍ନଙ୍କୁ ସହାୟତା ଦାବି

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଗତ ୪ ଦିନ ବ୍ୟାପି ବର୍ଷା ଲାଗି ରହିଛି । ଫଳରେ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ…

ପେଟ୍ରୋଲ ପମ୍ପରେ ନୂଆ ନିୟମ! ଦିନକୁ ମିଳିବ ମାତ୍ର ଏତିକି ଲିଟର, ଧାର୍ଯ୍ୟ ହେଲା ଲିମିଟ୍‌

ନୂଆଦିଲ୍ଲୀ,୨୪।୯: ଯଦି ଆପଣଙ୍କ ପାଖରେ ବଡ଼ ଗାଡ଼ି କିମ୍ବା ଡିଜେଲରେ ଚାଲୁଥିବା କମର୍ସିଆଲ ଯାନ ରହିଛି ଏବଂ ନିୟମିତ ଭାବେ ବହୁ ପରିମାଣରେ ଡିଜେଲ ଭରାଇବାକୁ ପଡ଼ୁଛି,…

ଚାଞ୍ଚଲ୍ୟକର ଖୁଲାସା, ଏହି ଖେଳାଳି ଛଡାଇ ନେବେ ଋତୁରାଜଙ୍କ ପଦ!

ନୂଆଦିଲ୍ଲୀ: IPL ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ନିଜ କୋଚିଂ ସେଟଅପ୍‌ରେ ବଡ଼ ପରିବର୍ତ୍ତନ କରିଛି । ଦୀର୍ଘ ସମୟ ଧରି ଦଳର ହେଡ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?