ପୁଣି ମାତିଲେ ଲୁଟେରା:ମା’ ବେକରୁ ସୁନାଚେନ୍‌ ଝାମ୍ପିଲା ବେଳେ ଧରିଲା ପୁଅ

ଭୁବନେଶ୍ୱର, ୧୫ା୮(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ ୫ଟି ଏନ୍‌କାଉଣ୍ଟର ପରେ ମଧ୍ୟ ସକ୍ରିୟ ଅଛନ୍ତି ଲୁଟେରା। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଭାଗବତ ସଂଧାନ ନିକଟରେ ମଙ୍ଗଳବାର ଦିନ ଦ୍ୱିପହରରେ ଜଣେ ମହିଳାଙ୍କଠାରୁ ସୁନାଚେନ ଲୁଟ୍‌ ଉଦ୍ୟମ ବେଳେ ତାଙ୍କ ସହ ଥିବା ପୁଅର ଉପସ୍ଥିତ ବୁଦ୍ଧି ଯୋଗୁ ଧରାପଡିଛନ୍ତି ଦୁଇ ଲୁଟେରା। ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଲୁଟେରାଙ୍କୁ କାବୁ କରି ନିର୍ଧୁମ ମାଡ଼ ମାରି ପୋଲିସ ଜିମା ଦେଇଛନ୍ତି। ପୋଲିସ ଅଭିଯୁକ୍ତ ଦ୍ୱୟଙ୍କୁ ପଚରାଉଚରା ଚଳାଇଥିବା ବେଳେ ଗୁରୁବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।
ସୂଚନା ମୁତାବକ, ସୁବ୍ରତ ଓଝା ଓ ତାଙ୍କ ମା’ ମନୋରମା ଓଝା ମଙ୍ଗଳବାର ଏକ ଅଟୋରେ ବମିଖାଲ କେନାଲ ରାଡରେ ଯାଉଥିଲେ। ଏହି ସମୟରେ ୩ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ମନୋରମାଙ୍କ ବେକରୁ ଚେନ ଝାମ୍ପି ନେଇ ଖସିଯିବାକୁ ଉଦ୍ୟମ କରୁଥିଲେ। ସୁବ୍ରତ ଅଟୋରୁ ଡେଇଁ ପଡ଼ି ଲୁଟେରାଙ୍କ ବାଇକ୍‌ର ପଛକୁ ଧରି ପକାଇଥିଲେ। ଫଳରେ ବାଇକ୍‌ରେ ବସିଥିବା ଲୁଟେରାମାନେ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ। ମା’ ଓ ପୁଅଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଦୁଇ ଲୁଟେରାଙ୍କୁ କାବୁ କରିଥିଲେ। ଏହି ସମୟରେ ଅନ୍ୟ ଏକ ବାଇକ୍‌ରେ ବସି ଜଣେ ଲୁଟେରା ଖସି ପଳାଇଥିଲା। ଧରାପଡ଼ିଥିବା ଦୁଇ ଲୁଟେରାଙ୍କୁ ସ୍ଥାନୀୟ ଲାକେ ନିର୍ଧୂମ ମାଡ଼ ମାରିଥିଲେ। ଲୁଟର ଏହି ପୁରା ଘଟଣା ସିସିଟିଭିରେ କଏଦ ହୋଇଛି। ଖବରପାଇ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚତ୍ ଲୁଟେରା ଦ୍ୱୟଙ୍କୁ ଉଦ୍ଧାର କରିବା ସହ ଲୁଟରେ ବ୍ୟବହୃତ ବାଇକ୍‌କୁ ଜବତ କରି ଥାନାକୁ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

ଅକ୍ଟୋବର ସୁଦ୍ଧା ସରିବ ପୋଲିସ ଏସ୍‌ଆଇ ପରୀକ୍ଷା

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ଅନିୟମିତା ଯୋଗୁ ଦେଢ଼ବର୍ଷ ଧରି ପୋଲିସ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା ଅନିଶ୍ଚିତତା ଭିତରେ ରହିଥିବାବେଳେ ଇତିମଧ୍ୟରେ ବହୁ ଆବେଦନକାରୀଙ୍କ…

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri