ପୁଣି ଥରିବ କଣ୍ଟିପାଳର କୁଆମରା ହୁଡ଼ି

ଆନନ୍ଦପୁର,୨୯। ୭(ସ୍ବ.ପ୍ର.)- ଆନନ୍ଦପୁର ବ୍ଲକ କଣ୍ଟିପାଳରେ ଥିବା କୁଆମରା ହୁଡିରେ ପୁଣି ବ୍ଲାଷ୍ଟିଂ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ବର୍ଷକ ତଳୁ କୁଆମରା ହୁଡିରେ ଆବଶ୍ୟକ ମାଇନିଂ ପ୍ଲାନ୍‌, ପରିବେଶ ମଞ୍ଜୁରି ନଥିବାରୁ ଏଠାରେ ବେଆଇନ୍‌ ବ୍ଲାଷ୍ଟିଂ ଏବଂ କ୍ରସରକୁ ବନ୍ଦ କରିଦିଆଯାଇଥିଲା। ପୁନର୍ବାର ଏହି ହୁଡିରେ ବ୍ଲାଷ୍ଟିଂ କରାଯାଇ ପଥର ଉତ୍ତୋଳନ କାର୍ଯ୍ୟ କରିବା ଏବଂ କ୍ରସର ବସାଯାଇ ଏହାକୁ ବିଭିନ୍ନ ସାଇଜ୍‌ର ଚିପ୍ସ ବାହାର କରାଯାଇ ବାହାରକୁ ଚାଲାଣ କରାଯିବାର ଯୋଜନା ଆରମ୍ଭ ହୋଇଛି। ଏଥିପାଇଁ କମ୍ପାନୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ପରିବେଶ ମଞ୍ଜୁରୀ ପାଇଁ ସ୍ଥାନୀୟ ବନ ବିଭାଗ ଜରିଆରେ ଅବାଦେନ କରିଥିବା ଶୁଣାଯାଉଛି। ଏଭଳି ପଦକ୍ଷେପକୁ ପ୍ରଶାସନ ମଞ୍ଜୁରୀ ଦେଲେ ସ୍ଥାନୀୟ ଅଞ୍ଚଳର ଚାଷ ଜମି ଅନେକାଂଶରେ କ୍ଷତି ଗ୍ରସ୍ତ ହେବା ସହିତ ବ୍ଲାଷ୍ଟିଂ ପ୍ରଭାବରେ ଜନଜୀବନ ହାନି ହେବାର ଆଶଙ୍କା ପ୍ରକାଶ ପାଇଛି। ଏତଦବ୍ୟତୀତ ସବୁଜିମା ଭରା ଜଙ୍ଗଲ ପରିବେଶ ନଷ୍ଟ ହେବା ସହିତ ବନ୍ୟଜନ୍ତୁ ଲୋପ ପାଇବାର ଆଶଙ୍କା ମଧ୍ୟ ଦେଖାଦେଇଛି।
ପୂର୍ବରୁ ଆନନ୍ଦପୁର ବୈତରଣୀ ବ୍ୟାରେଜ ଡିଭିଜନ ଅଧୀନ ବୈତରଣୀ ବାମପାର୍ଶ୍ୱ କେନାଲ୍‌ ନିର୍ମାଣ କାର୍ଯ୍ୟ ସମୟରେ ବ୍ୟବହାର ହେବାକୁ ଥିବା ଗ୍ରାନାଇଟ୍‌ ପଥର ପ୍ରତିବଦଳରେ କମ୍ପାନୀ କର୍ତ୍ତୃପକ୍ଷ କୁଅମରା ହୁଡିରୁ ରଫ୍‌ ହ୍ବାଇଟ୍‌ ସଲ୍‌ଟି ଷ୍ଟୋନ୍‌ ଉତ୍ତୋଳନ କରି ବ୍ୟବହାର କରିଆସୁଥିଲେ। ଉନ୍ନୟନ କାର୍ଯରେ ବ୍ୟବହାର ହେଉଥିବାରୁ ଆନନ୍ଦପୁର ତହସିଲ ପକ୍ଷରୁ ଟିପ ଜରିଆରେ ଅନୁମତି ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହାର ଅବଧି ପୁରଣ ହେବା ପରେ ମଧ୍ୟ ବେଆଇନ୍‌ ଭାବେ ବିଳମ୍ବିତ ରାତିରେ ବ୍ଲାଷ୍ଟିଂ କରାଯାଇ ପଥର ଆମଦାନି କରିବା ସହିତ କ୍ରସର୍‌ ଜରିଆରେ ଚିପ୍ସ କରି ସ୍ଥାନୀୟ ଅଞ୍ଚଳ ସହିତ ପଡୋଶୀ ଜିଲା ଏପରିକି ବାହାର ରାଜ୍ୟକୁ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଚଞ୍ଚକତା କରି ଚଲାଇଆସିଥିଲେ। ଏହ ସମୟରେ ବେଆଇନ୍‌ ଭାବେ ଉଚ୍ଚଶକ୍ତି ସମ୍ପନ୍ନ ବିସ୍ଫୋରକ ଦ୍ରବ୍ୟ ବ୍ୟବହାର କରି ବ୍ଲାଷ୍ଟିଂ କରାଯାଉଥିବା ଏବଂ ଏହାର ପ୍ରଭାବରେ ଆଖପାଖ ଦୁଇ ଗୋଟି ପଞ୍ଚାୟତ କାଠକଟା ଓ କଣ୍ଟିପାଳ ପଞ୍ଚାୟତର ପାଖାପାଖି ୧୫ ଗୋଟି ଗ୍ରାମର ଜନସାଧାରଣ ଏଥିରେ ପ୍ରଭାବିତ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ହୁଡି ସଂଲଗ୍ନ କଣ୍ଟିପାଳ ପଞ୍ଚାୟତର ଚତୁରୀ ସାହି, ଖିଲାର ସାହି, ବେହେରା ସାହି, କୋହ୍ଲ ସାହି, ରାଇପାଳ ମୁଣ୍ଡା ସାହି ଏବଂ କାଠକଟା ମହାନ୍ତ ସାହିର ବହୁ ଗରୀବ ଚାଷୀ ଭାଇମାନଙ୍କର ଚାଷ ଜମି ସହିତ ଗୋଚର ଜମି ବି ପ୍ରଭାବିତ ହୋଇଥିଲା। ଏଭଳି ଘଟଣା ବାବଦରେ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ ଓ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆନନ୍ଦପୁର ତହସିଲ ପକ୍ଷରୁ ଚଢାଉ କରାଯାଇ ଜରିମାନା ଆଦାୟ କରାଯାଇଥିଲା। ପରବର୍ତ୍ତୀ ସମୟରେ କମ୍ପାନୀ କର୍ତ୍ତୃପକ୍ଷ ଏହି ବେଆଇନ୍‌ କ୍ରସର ୟୁନିଟକୁ ସ୍ଥାନାନ୍ତର କରିଥିଲେ। ପୁନର୍ବାର ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ତଳ ସ୍ତରରୁ ଉଚ୍ଚ ସ୍ତର ପର୍ଯ୍ୟନ୍ତ ଉଦ୍ୟମ ହେଉଥିବା ଆଲୋଚନାର ମୁଖ୍ୟ ବିଷୟ ସାଜିଛି। ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କୁ କୁଆମରା ହୁଡିରେ ପୁନର୍ବାର କ୍ରସର୍‌ ୟୁନିଟ୍‌ ବସାଇବାକୁ ଅନୁମତି ଦେବା ପୂର୍ବରୁ ପ୍ରଶାସନିକ ଅଧିକାରୀମାନେ ସାଧାରଣ ଜନତାଙ୍କ ସ୍ବାର୍ଥକୁ ଗୁରୁତର ଭାବେ ଚିନ୍ତା କରି ନିଷ୍ପତ୍ତି ନେବା ଜରୁରୀ ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri