ପୁଣି ତେଜିଲା ଆଦିବାସୀ ମାନ୍ୟତା ଦାବି : ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ଦୋରା ସମ୍ପ୍ରଦାୟ

 

ପଟ୍ଟାଙ୍ଗି,୧୨ା୧(ଡି.ଏନ୍‌.ଏ.)

କୋରାପୁଟ ଜିଲାର ଅନେକ ସମ୍ପ୍ରଦାୟ ଦୀର୍ଘଦିନରୁ ଆଦିବାସୀ ମାନ୍ୟତା ଦାବି କରିଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଅନ୍ୟତମ ଦୋରା ସମ୍ପ୍ରଦାୟ। ରାଜ୍ୟ ସରକାର ସେମାନଙ୍କୁ ଏହି ମାନ୍ୟତା ଦେବାରେ ଆଖିଦୃଶିଆ ପଦକ୍ଷେପ ନେଉ ନ ଥିବାରୁ ପୁଣିଥରେ ସେହି ଦାବି ତେଜିଛି। କିଛିଦିନ ତଳେ ଦୁରୁଆମାନେ ଆଦିବାସୀ ମାନ୍ୟତା ଦାବ କରିଥିଲେ। ଏବେ ସେହି ଦାବି ଦୋହରାଇଛନ୍ତି ଦୋରା ସମ୍ପ୍ରଦାୟ।
ପଟ୍ଟାଙ୍ଗିସ୍ଥିତ ଗାଙ୍ଗେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ଉତ୍ସବରେ ଯୋଗ ଦେବାକୁ ଆସିଥିବା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଭେଟି ଦାବିପତ୍ର ଦେଇଛି ଦୋରା ସମ୍ପ୍ରଦାୟ। ଦୋରା ସମ୍ପ୍ରଦାୟର ଜିଲା ସଂଘ ଆବାହକ ତାଉଡୁ ଦୋରାଙ୍କ ନେତୃତ୍ୱରେ ଦୁଇ ପୃଷ୍ଠା ସମ୍ବଳିତ ଦାବିପତ୍ର ଦିଆଯାଇଛି। ମୁକାଦୋରା (ନୁକାଦୋରା) ସମ୍ପ୍ରଦାୟ ଦୀର୍ଘ ଦିନରୁ ଆଦିବାସୀ ମାନ୍ୟତା ଦାବି କରି ନିଜ ସପକ୍ଷରେ ଥିବା ମାଡ୍ରାସ ପ୍ରେସିଡେନ୍ସି ଅମଳର ସମସ୍ତ ଦଲିଲ, କୋରାପୁଟ ଗେଜେଟିୟର କାଷ୍ଟ ଆଣ୍ଡ ଟ୍ରାଇବ୍‌ସ ଅଫ୍‌ ସାଉଥଇଣ୍ଡିଆ, ଟ୍ରାଇବାଲ ଆଡଭାଇଜରି କମିଟିର ସୁପାରିଶ, ଆନ୍ଧ୍ର ସରକାରଙ୍କ କ୍ଲାସିଫିକେଶନ ଅଫ୍‌ କାଷ୍ଟ୍‌ସ ଆଣ୍ଡ ଟ୍ରାଇବାଲ୍‌ସ, ଓଡ଼ିଶା ସରକାରଙ୍କ ଏସ୍‌ସି ଏସ୍‌ଟି ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ର ସୁପାରିଶ ପତ୍ର ସମେତ ଅନ୍ୟାନ୍ୟ ଦଲିଲ ରାଜ୍ୟ ସରକାରଙ୍କୁ ୨୦୦୮ରୁ ବିଭିନ୍ନ ସମୟରେ ଦେଇଆସୁଛି। ଏ ଦିଗରେ କେନ୍ଦ୍ର ସରକାର ଅବହେଳା କରୁଥିଲେ ରାଜ୍ୟ ଅନୁସୂଚିତ ଜାତି ଜନଜାତି କଲ୍ୟାଣ ମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି କେନ୍ଦ୍ରକୁ ସୁପାରିଶ କରନ୍ତୁ ବୋଲି ନିବେଦନ କରିଛି ଦୋରା ସମ୍ପ୍ରଦାୟ। ସେମାନେ କହିଛନ୍ତି, ପଟ୍ଟାଙ୍ଗି ବ୍ଲକର କୋଟିଆ, ତଳଗୋଲୁର ପଞ୍ଚାୟତର ବାଙ୍ଗାରଗୁଡ଼ି, ନନ୍ଦପୁର ବ୍ଲକ ପାଡୁଆ ପଞ୍ଚାୟତ ରାଇପାଡୁ ଗ୍ରାମରେ ବସବାସ କରୁଥିବା ମୁକାଦୋରା (ନୁକାଦୋରା)ଙ୍କୁ ଆଦିବାସୀ ମାନ୍ୟତା ଦେଇଛନ୍ତି ପଡ଼ୋଶୀ ଆନ୍ଧ୍ର ସରକାର। ଏହାସହ ସମସ୍ତ ସରକାରୀ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦେଇଛନ୍ତି। ଓଡ଼ିଶା ସରକାର ଏ ଦିଗରେ ଉଦାସୀନ ରହିବାକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଦୋରା ସଂଘ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri