ପୁଣି ଜୋର୍‌ ଧରିଲା ଏସ୍‌ଆଇଏ ସର୍ଭେ

ପୁରୀ ଅଫିସ,୧୧ା୧୦ : ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ଚାଲିଛି ସାମାଜିକ ପ୍ରଭାବ ନିର୍ଦ୍ଧାରଣ (ଏସ୍‌ଆଇଏ) ସର୍ଭେ। ଉପଜିଲାପାଳ ଭବତାରଣ ସାହୁ ଏବଂ ୫ ଶିକ୍ଷାନବିସ ଆଇଏଏସ୍‌ ଅଧିକାରୀଙ୍କ ନେତୃତ୍ୱରେ ଗଠିତ ୫ ଟିମ୍‌ ଏହି ସର୍ଭେ କରୁଛନ୍ତି। ଦଶହରା ଛୁଟି ଯୋଗୁ ୩ଦିନ ସର୍ଭେ ବନ୍ଦ ରହିଥିବାବେଳେ ଏବେ ପୁଣି ଜୋର୍‌ଦାର ହୋଇଛି। ପ୍ରତ୍ୟେକ ଟିମ୍‌ ବିସ୍ଥାପିତ ହେବାକୁ ଥିବା ପରିବାରକୁ ଯାଇ ସବିଶେଷ ତଥ୍ୟ ସଂଗ୍ରହ କରୁଛନ୍ତି। ଏଥିସହ ସମ୍ପୃକ୍ତ ଘରର ଜମି ଏବଂ କୋଠାର ମାପଚୁପ ମଧ୍ୟ କରୁଛନ୍ତି। ଗୁରୁବାର ବିଭିନ୍ନ ମଠର ସର୍ଭେ କରାଯାଇଛି। ତେବେ ସର୍ଭେ ପାଇଁ ଧାର୍ଯ୍ୟ ସମୟ ଯେତେ ପାଖେଇ ଆସୁଛି ୧୦ ପ୍ରତିଶତ ଅଧିକ ସହାୟତା ରାଶି ନେବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ସେତେ ବୃଦ୍ଧି ପାଉଛି। ସର୍ଭେ ଶେଷ ହେବାକୁ ଆଉ ୧୩ ଦିନ ବାକି ଥିବାବେଳେ ଗୁରୁବାର ସୁଦ୍ଧା ୧୦ ପ୍ରତିଶତ ଅଧିକ ଆର୍ଥିକ ସହାୟତା ନେବାକୁ ୩୦ଟି ଆବେଦନ କରାଯାଇଛି।

ମେଘନାଦ ପାଚେରିଠାରୁ ୭୫ମିଟର ମଧ୍ୟରେ ଥିବା ମଠ, ମନ୍ଦିର, ଦୋକାନ, ଲଜ୍‌, ବାସଗୃହର ସର୍ଭେ କରାଯାଉଛି। ଗୁରୁବାର ପୂର୍ବାହ୍ନରେ ସର୍ଭେ ଟିମ୍‌ ପଶ୍ଚିମ ଦ୍ୱାରର ବାସେଳି ସାହି ମୌଜା, ଦକ୍ଷିଣଦ୍ୱାର ବରାହୀ ଲେନ୍‌ ଆଦି ସର୍ଭେ କରିଥିଲେ। ସେମାନେ ଘରକୁ ଘର ବୁଲି ଲୋକଙ୍କ ସହ କଥା ହୋଇଥିଲେ। ଦକ୍ଷିଣ ପାର୍ଶ୍ୱ ମଠରେ ମଧ୍ୟ ସର୍ଭେ ଦଳ ମଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପୁନଶ୍ଚ ଶୁକ୍ରବାର ଆସିବେ କହି ସେମାନେ ଫେରିଯାଇଥିଲେ। ଗତମାସ ୨୪ତାରିଖରେ ଏସ୍‌ଆଇଏ ସର୍ଭେ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ମାସକ ମଧ୍ୟରେ ଏହା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅନ୍ୟପକ୍ଷରେ ଜମି ଅଧିଗ୍ରହଣ ବିଜ୍ଞପ୍ତିର ଏକମାସ ମଧ୍ୟରେ ଜମି ହସ୍ତାନ୍ତର କରିବାକୁ ଚାହୁଁଥିବା ଲୋକଙ୍କ ସଂଖ୍ୟା ବଢୁଛି। ତେଣୁ ସର୍ଭେ ଟିମ୍‌ ଅଗ୍ରାଧିକାର ଭିତ୍ତିରେ ଏମାନଙ୍କ ଘରକୁ ଯାଇ ସର୍ଭେ କରୁଛନ୍ତି। ଅଧିଗ୍ରହଣ ବିଜ୍ଞପ୍ତିର ଏକମାସ ମଧ୍ୟରେ ଜମି ହସ୍ତାନ୍ତର କରିବାକୁ ଚାହୁଁଥିବା ଲୋକଙ୍କୁ ଶତକଡ଼ା ୧୦ ପ୍ରତିଶତ ଅଧିକ ସହାୟତା ମିଳିବ ବୋଲି ସରକାର ଘୋଷଣା କରିଥିବାରୁ କଣ୍ଟ୍ରୋଲ ରୁମ୍‌କୁ ଆସି ଲୋକେ ଆବେଦନ କରୁଛନ୍ତି। ସୁରକ୍ଷା ଜୋନ୍‌ ଜମି ଅଧିଗ୍ରହଣ ଅଧିକାରୀ କୈଳାସ ଚନ୍ଦ୍ର ନାୟକଙ୍କ ସୂଚନା ମୁତାବକ, ପ୍ରାୟ ୧୫ ଏକର ଜମି ଅଧିଗ୍ରହଣ କରାଯିବ। ଜମିର ମୂଲ୍ୟ ଏକର ପିଛା ୫ କୋଟି ୮୮ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି। ଗୁରୁବାର ସୁଦ୍ଧା ୧୦୭ ପରିବାରର ତଥ୍ୟ ସଂଗ୍ରହ କରାଯାଇଛି। ଏଥିମଧ୍ୟରେ ବାସେଳିସାହି ମୌଜାରୁ ସର୍ବାଧିକ ୫୦ ପରିବାର ଥିବାବେଳେ ମଣିକର୍ଣ୍ଣିକା ସାହି ମୌଜାର ୩୦, ଚୁଡ଼ଙ୍ଗସାହି ମୌଜାର ୧୦ ଏବଂ ଦୋଳମଣ୍ଡପ ସାହି ମୌଜାର ୯ ପରିବାର ରହିଛନ୍ତି। ଏହି ଜୋନ ମଧ୍ୟରେ ମୋଟ ୩୪୨ଟି ପ୍ଲଟ ରହିଛି। ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୨୩ ମଧ୍ୟରେ ଜମି ହସ୍ତାନ୍ତର କରିଥିବା ବ୍ୟକ୍ତିଙ୍କୁ ପ୍ୟାକେଜ ସହିତ ୧୦ ପ୍ରତିଶତ ଅଧିକ ଆର୍ଥିକ ସହାୟତା ଦେବା ଲାଗି ନିଷ୍ପତ୍ତି ହୋଇଛି। ଏଥିପାଇଁ ୩୦ଟି ଆବେଦନ ପହଞ୍ଚତ୍ଛି। ଲୋକେ ଭୂମି-ଅଧିଗ୍ରହଣ କାର୍ଯ୍ୟାଳୟକୁ ଆସି ସେମାନଙ୍କ ମନରେ ଥିବା ବିଭିନ୍ନ ପ୍ରକାର ସନ୍ଦେହ ଦୂର କରୁଛନ୍ତି ବୋଲି ଜମି ଅଧିଗ୍ରହଣ ଅଧିକାରୀ ନାୟକ କହିଛନ୍ତି। ଗୁରୁବାର ମଣିକର୍ଣ୍ଣିକା ସାହିର ବିଜୟ ସାହୁ ଓ ଅଜୟ ସାହୁ ଭୂମି-ଅଧିଗ୍ରହଣ କାର୍ଯ୍ୟାଳୟକୁ ଆସି ୧୦ ପ୍ରତିଶତ ଅଧିକ ଆର୍ଥିକ ସହାୟତା ପାଇଁ ଆବେଦନ କରିଥିଲେ। ବିଜୟ କହିଥିଲେ, ଜାଗା ଓ କୋଠାର କ୍ଷତିପୂରଣ ଅର୍ଥ ଆଗୁଆ ମିଳିବ ଏବଂ ପରେ ପୁନର୍ବାସ ଓ ଥଇଥାନ ସହାୟତା ପ୍ରଦାନ କରାଯିବ ବୋଲି ଅଧିକାରୀ କହୁଛନ୍ତି। ଆମ ଘର ଭାଙ୍ଗି ଜାଗା ନେଇଯିବା ପରେ ସହାୟତା ମିଳିବ କି ନାହିଁ ତାହାକୁ ନେଇ ମନରେ ସନ୍ଦେହ ଥିଲା। କିନ୍ତୁ ଜମି ଅଧିଗ୍ରହଣ ଅଧିକାରୀ ପ୍ୟାକେଜ ଏବଂ ପୁନର୍ବାସ ଓ ଥଇଥାନ ସହାୟତା ରାଶି ମିଳିସାରିବା ପରେ ଘର ଭଙ୍ଗାଯିବ ବୋଲି କହିଛନ୍ତି।

: ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ଚାଲିଛି ସାମାଜିକ ପ୍ରଭାବ ନିର୍ଦ୍ଧାରଣ (ଏସ୍‌ଆଇଏ) ସର୍ଭେ। ଉପଜିଲାପାଳ ଭବତାରଣ ସାହୁ ଏବଂ ୫ ଶିକ୍ଷାନବିସ ଆଇଏଏସ୍‌ ଅଧିକାରୀଙ୍କ ନେତୃତ୍ୱରେ ଗଠିତ ୫ ଟିମ୍‌ ଏହି ସର୍ଭେ କରୁଛନ୍ତି। ଦଶହରା ଛୁଟି ଯୋଗୁ ୩ଦିନ ସର୍ଭେ ବନ୍ଦ ରହିଥିବାବେଳେ ଏବେ ପୁଣି ଜୋର୍‌ଦାର ହୋଇଛି। ପ୍ରତ୍ୟେକ ଟିମ୍‌ ବିସ୍ଥାପିତ ହେବାକୁ ଥିବା ପରିବାରକୁ ଯାଇ ସବିଶେଷ ତଥ୍ୟ ସଂଗ୍ରହ କରୁଛନ୍ତି। ଏଥିସହ ସମ୍ପୃକ୍ତ ଘରର ଜମି ଏବଂ କୋଠାର ମାପଚୁପ ମଧ୍ୟ କରୁଛନ୍ତି। ଗୁରୁବାର ବିଭିନ୍ନ ମଠର ସର୍ଭେ କରାଯାଇଛି। ତେବେ ସର୍ଭେ ପାଇଁ ଧାର୍ଯ୍ୟ ସମୟ ଯେତେ ପାଖେଇ ଆସୁଛି ୧୦ ପ୍ରତିଶତ ଅଧିକ ସହାୟତା ରାଶି ନେବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ସେତେ ବୃଦ୍ଧି ପାଉଛି। ସର୍ଭେ ଶେଷ ହେବାକୁ ଆଉ ୧୩ ଦିନ ବାକି ଥିବାବେଳେ ଗୁରୁବାର ସୁଦ୍ଧା ୧୦ ପ୍ରତିଶତ ଅଧିକ ଆର୍ଥିକ ସହାୟତା ନେବାକୁ ୩୦ଟି ଆବେଦନ କରାଯାଇଛି।
ମେଘନାଦ ପାଚେରିଠାରୁ ୭୫ମିଟର ମଧ୍ୟରେ ଥିବା ମଠ, ମନ୍ଦିର, ଦୋକାନ, ଲଜ୍‌, ବାସଗୃହର ସର୍ଭେ କରାଯାଉଛି। ଗୁରୁବାର ପୂର୍ବାହ୍ନରେ ସର୍ଭେ ଟିମ୍‌ ପଶ୍ଚିମ ଦ୍ୱାରର ବାସେଳି ସାହି ମୌଜା, ଦକ୍ଷିଣଦ୍ୱାର ବରାହୀ ଲେନ୍‌ ଆଦି ସର୍ଭେ କରିଥିଲେ। ସେମାନେ ଘରକୁ ଘର ବୁଲି ଲୋକଙ୍କ ସହ କଥା ହୋଇଥିଲେ। ଦକ୍ଷିଣ ପାର୍ଶ୍ୱ ମଠରେ ମଧ୍ୟ ସର୍ଭେ ଦଳ ମଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପୁନଶ୍ଚ ଶୁକ୍ରବାର ଆସିବେ କହି ସେମାନେ ଫେରିଯାଇଥିଲେ। ଗତମାସ ୨୪ତାରିଖରେ ଏସ୍‌ଆଇଏ ସର୍ଭେ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ମାସକ ମଧ୍ୟରେ ଏହା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅନ୍ୟପକ୍ଷରେ ଜମି ଅଧିଗ୍ରହଣ ବିଜ୍ଞପ୍ତିର ଏକମାସ ମଧ୍ୟରେ ଜମି ହସ୍ତାନ୍ତର କରିବାକୁ ଚାହୁଁଥିବା ଲୋକଙ୍କ ସଂଖ୍ୟା ବଢୁଛି। ତେଣୁ ସର୍ଭେ ଟିମ୍‌ ଅଗ୍ରାଧିକାର ଭିତ୍ତିରେ ଏମାନଙ୍କ ଘରକୁ ଯାଇ ସର୍ଭେ କରୁଛନ୍ତି। ଅଧିଗ୍ରହଣ ବିଜ୍ଞପ୍ତିର ଏକମାସ ମଧ୍ୟରେ ଜମି ହସ୍ତାନ୍ତର କରିବାକୁ ଚାହୁଁଥିବା ଲୋକଙ୍କୁ ଶତକଡ଼ା ୧୦ ପ୍ରତିଶତ ଅଧିକ ସହାୟତା ମିଳିବ ବୋଲି ସରକାର ଘୋଷଣା କରିଥିବାରୁ କଣ୍ଟ୍ରୋଲ ରୁମ୍‌କୁ ଆସି ଲୋକେ ଆବେଦନ କରୁଛନ୍ତି। ସୁରକ୍ଷା ଜୋନ୍‌ ଜମି ଅଧିଗ୍ରହଣ ଅଧିକାରୀ କୈଳାସ ଚନ୍ଦ୍ର ନାୟକଙ୍କ ସୂଚନା ମୁତାବକ, ପ୍ରାୟ ୧୫ ଏକର ଜମି ଅଧିଗ୍ରହଣ କରାଯିବ। ଜମିର ମୂଲ୍ୟ ଏକର ପିଛା ୫ କୋଟି ୮୮ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି। ଗୁରୁବାର ସୁଦ୍ଧା ୧୦୭ ପରିବାରର ତଥ୍ୟ ସଂଗ୍ରହ କରାଯାଇଛି। ଏଥିମଧ୍ୟରେ ବାସେଳିସାହି ମୌଜାରୁ ସର୍ବାଧିକ ୫୦ ପରିବାର ଥିବାବେଳେ ମଣିକର୍ଣ୍ଣିକା ସାହି ମୌଜାର ୩୦, ଚୁଡ଼ଙ୍ଗସାହି ମୌଜାର ୧୦ ଏବଂ ଦୋଳମଣ୍ଡପ ସାହି ମୌଜାର ୯ ପରିବାର ରହିଛନ୍ତି। ଏହି ଜୋନ ମଧ୍ୟରେ ମୋଟ ୩୪୨ଟି ପ୍ଲଟ ରହିଛି। ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୨୩ ମଧ୍ୟରେ ଜମି ହସ୍ତାନ୍ତର କରିଥିବା ବ୍ୟକ୍ତିଙ୍କୁ ପ୍ୟାକେଜ ସହିତ ୧୦ ପ୍ରତିଶତ ଅଧିକ ଆର୍ଥିକ ସହାୟତା ଦେବା ଲାଗି ନିଷ୍ପତ୍ତି ହୋଇଛି। ଏଥିପାଇଁ ୩୦ଟି ଆବେଦନ ପହଞ୍ଚତ୍ଛି। ଲୋକେ ଭୂମି-ଅଧିଗ୍ରହଣ କାର୍ଯ୍ୟାଳୟକୁ ଆସି ସେମାନଙ୍କ ମନରେ ଥିବା ବିଭିନ୍ନ ପ୍ରକାର ସନ୍ଦେହ ଦୂର କରୁଛନ୍ତି ବୋଲି ଜମି ଅଧିଗ୍ରହଣ ଅଧିକାରୀ ନାୟକ କହିଛନ୍ତି। ଗୁରୁବାର ମଣିକର୍ଣ୍ଣିକା ସାହିର ବିଜୟ ସାହୁ ଓ ଅଜୟ ସାହୁ ଭୂମି-ଅଧିଗ୍ରହଣ କାର୍ଯ୍ୟାଳୟକୁ ଆସି ୧୦ ପ୍ରତିଶତ ଅଧିକ ଆର୍ଥିକ ସହାୟତା ପାଇଁ ଆବେଦନ କରିଥିଲେ। ବିଜୟ କହିଥିଲେ, ଜାଗା ଓ କୋଠାର କ୍ଷତିପୂରଣ ଅର୍ଥ ଆଗୁଆ ମିଳିବ ଏବଂ ପରେ ପୁନର୍ବାସ ଓ ଥଇଥାନ ସହାୟତା ପ୍ରଦାନ କରାଯିବ ବୋଲି ଅଧିକାରୀ କହୁଛନ୍ତି। ଆମ ଘର ଭାଙ୍ଗି ଜାଗା ନେଇଯିବା ପରେ ସହାୟତା ମିଳିବ କି ନାହିଁ ତାହାକୁ ନେଇ ମନରେ ସନ୍ଦେହ ଥିଲା। କିନ୍ତୁ ଜମି ଅଧିଗ୍ରହଣ ଅଧିକାରୀ ପ୍ୟାକେଜ ଏବଂ ପୁନର୍ବାସ ଓ ଥଇଥାନ ସହାୟତା ରାଶି ମିଳିସାରିବା ପରେ ଘର ଭଙ୍ଗାଯିବ ବୋଲି କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାର, ହତ୍ୟା ଅଭିଯୋଗରେ ଜଣଙ୍କୁ ପିଟି ମାରିଦେଲେ

ବାରୁଇପୁର(ପଶ୍ଚିମବଙ୍ଗ),୭।୭: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲା ଅନ୍ତର୍ଗତ ବାରୁଇପୁର ଅଞ୍ଚଳରେ ଜଣେ ୧୧ ବର୍ଷୀୟା ବାଳିକାଙ୍କ ମୃତଦେହ ରବିବାର ମିଳିବା ପରେ ତାଙ୍କୁ ବଳାତ୍କାର ପରେ…

ଟ୍ରମ୍ପ-ମେଲୋନିଙ୍କ ଫଟୋ ଦେଖି ରାଗିଗଲା ଇଟାଲୀ! ‘ଲୋକ ଆସନ୍ତି ଆଉ …’

ରୋମ,୭।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇଟାଲୀ ଟ୍ରମ୍ପଙ୍କ ଏକ ନୂତନ ଆକ୍ରମଣର ଜବାବ…

ବେଳାଭୂମି ଅବକ୍ଷୟ ପ୍ରସଙ୍ଗ:ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ

ଗଞ୍ଜାମ,୬।୭(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହେଉଛି ସମୁଦ୍ର l ସମୁଦ୍ରର ଉଚ୍ଚ ଜୁଆର ଯୋଗୁ ଗୋଖର କୁଦାଠାରୁ ପୋଡମ ପେଟା, ବଟେଶ୍ୱର ବେଳାଭୂମି ଦେଇ ପ୍ରାୟଗି…

ରୋନାଲ୍ଡୋଙ୍କ ବିଶ୍ୱକପ୍‌ ସ୍ବପ୍ନ ଶେଷ: ବିଶ୍ୱକପ୍‌ରୁ ବିଦା ହେଲା ପର୍ତ୍ତୁଗାଲ

ଆର୍ଲିଂଟନ,୭ା୭:ଇଞ୍ଜୁରି ଟାଇମ୍‌ରେ ମିକେଲ ମେରିନୋଙ୍କ ଗୋଲ ବଳରେ ସୋମବାର ରାତିରେ ଅନୁଷ୍ଠିତ ଚଳିତ ବିଶ୍ୱକପ୍‌ର ଏକ ପ୍ରି-କ୍ୱାର୍ଟର ଫାଇନାଲରେ ସ୍ପେନ ୧-୦ ଗୋଲରେ ପର୍ତ୍ତୁଗାଲକୁ ପରାସ୍ତ କରି…

ବନ ମହୋତ୍ସବରେ, ଚାରା ରୋପଣ କଲେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ

ଦିଗପହଣ୍ଡି,୭।୭(ଅଶେଷ ନାଥ ମିଶ୍ର):  ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ୭୭ ତମ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି । ସୋମବାର ଦିଗପହଣ୍ଡି…

‘ଏଲ୍‌ ନିନୋ’ ପ୍ରଭାବ: ଭାରତରେ ସୃଷ୍ଟି ହୋଇପାରେ ବଡ଼ ବିଦ୍ୟୁତ୍‌ ସଙ୍କଟ

ନୂଆଦିଲ୍ଲୀ,୭ା୭(ପି.ଟି.):ଚଳିତ ବର୍ଷ ବିଶ୍ୱ ପାଣିପାଗରେ ଦେଖାଦେଇଥିବା ‘ଏଲ୍‌ ନିନୋ’ର ସବୁଠାରୁ ମାରାତ୍ମକ ପ୍ରଭାବ ଭାରତର ଶକ୍ତି ବ୍ୟବସ୍ଥା ଉପରେ ପଡ଼ିବାକୁ ଯାଉଛି। ଅନ୍ତର୍ଜାତୀୟ ଗବେଷଣା ସଂସ୍ଥା ‘ସେଣ୍ଟର…

ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ;ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ, ୧୩ ମୃତ

ମୁମ୍ବାଇ,୭।୭: ମୁମ୍ବାଇ ଓ ଆଖପାଖ ଜିଲାରେ ୩/୪ ଦିନ ହେଲା ପ୍ରବଳ ବର୍ଷା ଲାଗିରହିଥିବାବେଳେ ଦେଶର ଆର୍ଥିକ ରାଜଧାନୀ ଏକପ୍ରକାର ଅଚଳ ହୋଇଯାଇଛି। ବର୍ଷାଜନିତ ଘଟଣାରେ ୧୩ଜଣଙ୍କ…

ଝାଡ଼ଖଣ୍ଡ ଉପରେ ଅବପାତ ସକ୍ରିୟ: ଆଜିଠୁ କମିବ ବର୍ଷା

ଭୁବନେଶ୍ୱର,୭।୭(ବନ୍ଦନା ସେଠୀ):ଦକ୍ଷିଣ ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାପ୍ରତି ପ୍ରାୟ ୨୫କି.ମି. ବେଗରେ ଗତି କରି…

Advertisement

ଧରିତ୍ରୀ କାର୍ଟୁନ

Archives

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri