ପୀରାହାଟ ଓ ପଞ୍ଚୁଟିକ୍ରିରେ ଗାନ୍ଧୀ

ଶ୍ରୀମନ୍ତ ଖୁଣ୍ଟିଆ
ମହାତ୍ମା ଗାନ୍ଧୀ ଓଡ଼ିଶାକୁ ୮ ଥର ଆସିଛନ୍ତି। ସେଥିମଧ୍ୟରୁ ଭଦ୍ରକ ଜିଲାକୁ ୩ ଥର ଆସିଛନ୍ତି। ତନ୍ନଧ୍ୟରୁ ହରିଜନ ପଦଯାତ୍ରା ଓ ଖଦିର ପ୍ରଚାର ପ୍ରସାର ପାଇଁ ଆସିଥିବା ଖବର ରହିଛି। ସେ ଯେତେବେଳେ ଦକ୍ଷିଣ ଆଫ୍ରିକାରୁ ଆସି ଭାରତରେ ପଦାର୍ପଣ କଲେ ଓଡ଼ିଶାର ଦୁର୍ଭିକ୍ଷ ବିଷୟରେ ଶୁଣିଥିଲେ। ଉକ୍ତ ଦୁର୍ଭିକ୍ଷ ପରବର୍ତ୍ତୀ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଠକ୍କର ବାପାଙ୍କ ନେତୃତ୍ୱରେ ସେ ଏକ ପାଣ୍ଠି ଗଠନ କରିଥିଲେ। ଉକ୍ତ ପାଣ୍ଠି ମାଧ୍ୟମରେ ଭାରତବାସୀଙ୍କ ସହ ଓଡ଼ିଶାବାସୀଙ୍କ ସେବା କରିପାରିଲେ ସେ ଆତ୍ମସନ୍ତୋଷ ଲାଭ କରିପାରିବେ ବୋଲି କହୁଥିଲେ। ସେ କହୁଥିଲେ, ଓଡ଼ିଶା ମୋ ପ୍ରିୟ ଭୂମି। ଏଭଳି ଏକ ଗୌରବୋଜ୍ଜ୍ୱଳ ବୀରତ୍ୱପୂର୍ଣ୍ଣ ରାଜ୍ୟ ତଥାପିି ଦାରିଦ୍ର୍ୟରେ ଉତ୍‌ପୀଡ଼ିତ। ଏହାର କର୍ମୀମାନେ ସର୍ବୋତ୍ତମ କର୍ମଠ ଅଥଚ ଅସହାୟ। ଓଡ଼ଶାର ଏ ଦୁଃଖ ସମୟରେ ସମଭାଗୀ ହେବା ପାଇଁ ସେ ଦେଶବାସୀଙ୍କୁ ଆହ୍ବାନ କରିଥିଲେ। ସେ କହିଥିଲେ କର୍ମୀମାନେ ଓଡ଼ିଶାର ଗାଁ ଗହଳିରେ ପଶି ଦେଖନ୍ତୁ, ସେଥିରୁ ବୁଝିପାରିବେ ଭାରତର ଅବସ୍ଥା କ’ଣ? ଯଦି ଲୋକେ ଖାଇବାକୁ ପାଇବେ ନାହିଁ, ତେବେ ସ୍ବରାଜର ଅର୍ଥ କ’ଣ? ୧୯୨୭ ଡିସେମ୍ବର ୧୬ ତାରିଖର ଶୀତୁଆ ସକାଳ, ଡ. ହରେକୃଷ୍ଣ ମହତାବଙ୍କୁ ସାଙ୍ଗରେ ଧରି ପୂର୍ବ ନିଦ୍ଧାରିତ ସମୟରେ ଗାନ୍ଧୀ ଭଦ୍ରକରୁ ୩୦ କି.ମି. ଦୂର ଚାନ୍ଦବାଲି ରାସ୍ତାର ପୀରାହାଟଠାରେ ପହଞ୍ଚିଥିଲେ। ଦୁର୍ଭିକ୍ଷ, ବନ୍ୟା, ବାତ୍ୟାର କ୍ଷତିଗ୍ରସ୍ତ ଜନସାଧାରଣଙ୍କ ରିଲିଫ କାର୍ଯ୍ୟର ତଦାରଖ, ଖଦିର ପ୍ରଚାର ପ୍ରସାର, କନିକା ପ୍ରଜାମେଳିର ଉତ୍ପୀଡ଼ିତ ଜନତାଙ୍କୁ ସାକ୍ଷାତ କରିବା ସହିତ ଚାନ୍ଦବାଲି ବ୍ଲକ୍‌ର ପଞ୍ଚୁଟିକ୍ରି ଓ ବାଲିଆପାଳ ପର୍ଯ୍ୟନ୍ତ ମନ୍ତେଇ ନଦୀରେ ମୋଟର ଲଞ୍ଚ ମାଧ୍ୟମରେ ଯାତ୍ରା କରିଥିଲେ ଏବଂ ସେଠାରୁ ଫେରି ଚାରବାଟିଆଠାରେ ରାତ୍ରିଯାପନ କରିଥିଲେ। ସେଠାରୁ ଫେରି କଟକ ଚାଲିଯାଇଥିଲେ। ଗାନ୍ଧୀଙ୍କ ଆଗମନ ସମୟରେ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରି ନିମନ୍ତ୍ରଣପତ୍ର ବଣ୍ଟନ କରାଯାଇଥିଲା ଏବଂ ସମସ୍ତେ ଉକ୍ତ ସଭାକୁ ଖଦିବସ୍ତ୍ର ପିନ୍ଧି ଆସିଥିଲେ। ଏଥିରୁ ଜଣାପଡୁଥିଲା, ଦେଶର କୌଣସି ପ୍ରାନ୍ତରେ କୌଣସି ସମସ୍ୟା ଦେଖାଦେଲେ ସେ କେତେ ଉଦ୍‌ବିଗ୍ନ ହୋଇପଡୁଥିଲେ, ନିଜ ମାଧ୍ୟମରେ ସମସ୍ୟା ସମାଧାନର ପନ୍ଥା ଖୋଜୁଥିଲେ॥ ଏଥିରୁ ତାଙ୍କର ପ୍ରତିବଦ୍ଧତା ଜଣାପଡ଼େ। ସେ ସମସ୍ତ ସେବାକାର୍ଯ୍ୟ ନିଜ ତତ୍ତ୍ୱାବଧାନରେ କରୁଥିଲେ। ମଣିଷର ଅସମୟରେ ତା’ ଦୁଃଖରେ ସହଭାଗୀ ହେଉଥିଲେ। ଆଜକୁ ୯୨ ବର୍ଷ ବିତିଯାଇଥିଲେ ମଧ୍ୟ ଭଦ୍ରକ ଜିଲାର ପୀରାହାଟର ସେହି ଅପହଞ୍ଚ ଅବହେଳିତ ଇଲାକା ଗାନ୍ଧୀଙ୍କ ସ୍ମୃତିକୁ ଉଜ୍ଜୀବିତ କରିରଖିଛି। ଗାନ୍ଧୀ ପାଦରେ ଚାଲି ଚାଲି ଯାଇଥିବା ସେ ପଥ ସେହିଭଳି ଅବହେଳିତ ଅବସ୍ଥାରେ ଅଛି। ଗାନ୍ଧୀଙ୍କ ପରିକଳ୍ପିତ ସ୍ବରାଜ୍ୟ ଓ ରାମରାଜ୍ୟ ଜନସାଧାରଣଙ୍କ ନିକଟରୁ ବହୁଦୂରକୁ ଚାଲିଯାଇଛି।
ମୋ- ୯୪୩୮୧୭୮୨୪୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri