ପିଲା ଓ ଇ -ଗ୍ୟାଜେଟ୍‌

ଇଲେକ୍ଟ୍ରୋନିକ ଗ୍ୟାଜେଟ୍‌ ବର୍ତ୍ତମାନ ଅଧିକାଂଶ ପିଲାଙ୍କ ଦୈନନ୍ଦିନ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟିଯାଇଛି। ଅଭିଭାବକମାନେ ମଧ୍ୟ ପିଲାଙ୍କୁ ଦୁନିଆ ସହ ଅପ୍‌ଡେଟ୍‌ ରଖିବା ଆଳରେ ବେଶ୍‌ ଦାମୀ ଇଲେକ୍ଟ୍ରୋନିକ୍‌ ଗ୍ୟାଜେଟ୍‌ ଯୋଗାଇଦେବାକୁ ପଛାଉନାହାନ୍ତି। ହେଲେ ଏସବୁ ଯେ, ଅପରପକ୍ଷେ ସେମାନଙ୍କଠାରେ ଶାରୀରିକ ତଥା ମାନସିକ ସ୍ତରରେ ନକାରାତ୍ମକ ପ୍ରଭାବ ପକାଉଛି , ସେନେଇ ପ୍ରଥମେ ଅଭିଭାବକମାନେ ସଚେତନ ରହିବା ଆବଶ୍ୟକ…

ବର୍ତ୍ତମାନ ପିଲାଙ୍କଠାରେ ଇ-ଗ୍ୟାଜେଟ୍‌ର ବ୍ୟବହାର ବଢ଼ିବାରେ ଲାଗିଛି, ଯାହାକି ସେମାନଙ୍କଠାରେ ବିଭିନ୍ନ ସମସ୍ୟାର କାରଣ ସାଜୁଛି। ତେଣୁ ସେମାନଙ୍କ ସୁରକ୍ଷା ଲାଗି ଅଭିଭାବକମାନେ କେତେକ ଦିଗ ପ୍ରତି ସଜାଗ ରହିବା ଆବଶ୍ୟକ…
ପିଲାଙ୍କୁ ଥରେ ଇ-ଗ୍ୟାଜେଟ୍‌ର ନିଶା ଲାଗିଲେ ସେମାନେ ବାହାରେ ଖେଳିବା ଭୁଲିଯାଇ ଦୀର୍ଘ ସମୟ ବସି ରହି ଏଥିରେ ସମୟ ବିତାଉଛନ୍ତି। ବିଶେଷକରି ସୋସିଆଲ ସାଇଟ୍‌, ୟୁଟ୍ୟୁବ୍‌ ଏବଂ ଗେମ୍‌ ଲାଗି ଘଣ୍ଟା ଘଣ୍ଟା ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି। ଅଧିକ ସମୟ ବସିବା ଯୋଗୁ କାନ୍ଧ, ଆଣ୍ଠୁ, ଅଣ୍ଟା ଓ ପିଠି ଜାକିହୋଇ ରହୁଛି ଆଉ ଏହି ବଦଭ୍ୟାସ ପିଲାବେଳୁ ହିଁ ଅନେକଙ୍କଠାରେ ଗଣ୍ଠିଯନ୍ତ୍ରଣାର କାରଣ ସାଜୁଛି। ଶାରୀରିକ ପରିଶ୍ରମ ଅଭାବ ସାଙ୍ଗକୁ ପିଲାମାନେ ଅଳସୁଆ ହୋଇଯାଉଛନ୍ତି ଏବଂ ଗୋଟିଏ ସ୍ଥାନରେ ବସି ରହି ଖାଇବା ଦ୍ୱାରା ମେଦବହୁଳତାର ଶିକାର ହେଉଛନ୍ତି। ତେଣୁ ପିଲାଙ୍କୁ ଏପରି ଗ୍ୟାଜେଟ୍‌ ଦେଉଥିଲେ ସେମାନେ ଏହାକୁ କେଉଁ କାର୍ଯ୍ୟ ଲାଗି ବ୍ୟବହାର କରୁଛନ୍ତି ତଦାରଖ କରନ୍ତୁ, ଗୋଟିଏ ସ୍ଥାନରେ ଯେପରି ଦୀର୍ଘ ସମୟ ବସି ନ ରୁହନ୍ତି ଦେଖନ୍ତୁ ଏବଂ ଏକ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରନ୍ତୁ।
ଇ-ଗ୍ୟାଜେଟ୍‌ ବ୍ୟବହାର ସମୟରେ ଅନେକ ପିଲା ଖାଇବା ପିଇବା ଭୁଲି ଯାଉଛନ୍ତି; ଯାହାକି ପରବର୍ତ୍ତୀ ସମୟରେ ସେମାନଙ୍କଠାରେ ଚିଡ଼ିଚିଡ଼ା ଲାଗିବା, ଅବସାଦ, ଅଳସୁଆ ଲାଗିବା, କାର୍ଯ୍ୟକୁଶଳତା ହ୍ରାସ, ଗ୍ୟାସ୍‌, ବଦହଜମୀ, ହୃଦ୍‌ରୋଗ ସମସ୍ୟା, ଆଖିତଳ କଳା ପଡ଼ିବା, ତ୍ବଚାରେ କୁଞ୍ଚନ, ମଧୁମେହ, ମେଦବହୁଳତା, ସ୍ମରଣଶକ୍ତି, ଦୃଷ୍ଟିଶକ୍ତି ହ୍ରାସ ହେବା ଭଳି ବିଭିନ୍ନ ସମସ୍ୟା ସହିତ କେତେକ ଦୁସାଧ୍ୟ ରୋଗ ସୃଷ୍ଟି ହେଉଛି। ତେଣୁ ଯଦି ପିଲାଙ୍କୁ ଇ- ଗ୍ୟାଜେଟ୍‌ ଦେଉଛନ୍ତି ତେବେ ତାଙ୍କ ଖାଦ୍ୟପେୟ ସହ ଶୋଇବା ଯେପରି ଠିକ୍‌ ରୁହେ ସେଥିପ୍ରତି ଯତ୍ନଶୀଳ ହୁଅନ୍ତୁ।
ଦୀର୍ଘ ସମୟ ବ୍ୟବହାର ଦ୍ୱାରା ଅନେକ ପିଲା ଇଣ୍ଟରନେଟ୍‌ ଆଡିକ୍ସନ ଡିସ୍‌ଅର୍ଡର ରୋଗର ଶିକାର ହେଉଛନ୍ତି ା ହଠାତ୍‌ ସେମାନଙ୍କୁ ଏଥିରୁ ନିବୃତ୍ତ ରଖିଲେ ସେମାନଙ୍କଠାରେ ଚିଡ଼ିଚିଡ଼ା ହେବା, ବିନା କାରଣରେ ରାଗିବା କିମ୍ବା ଡିପ୍ରେସନ୍‌ ବା ଅବସାଦଗ୍ରସ୍ତ ହେବା ଭଳି ଲକ୍ଷଣ ଦେଖାଯାଉଛି। ତେଣୁ ଆରମ୍ଭରୁ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ଏବଂ ସେମାନଙ୍କ ଇଣ୍ଟରନେଟ୍‌ ବ୍ୟବହାର ଲାଗି ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରନ୍ତୁ।
ଇ-ଗ୍ୟାଜେଟ୍‌ରେ ଭିଡିଓଗେମ୍‌ ବିଶେଷକରି ଅନ୍‌ଲାଇନ ଗେମ୍‌ ଖେଳିବା ଅଧିକାଂଶ ପିଲାଙ୍କର ସବୁଠୁ ଅଧିକ ପସନ୍ଦ। ତେବେ ଯେଉଁମାନେ ବାରମ୍ବାର ଫାଇଟିଂ, ରେସିଂ ଆଦି ଗେମ୍‌ ଖେଳୁଛନ୍ତି ସେମାନଙ୍କ ମାନସିକ ସ୍ତରରେ ଏହାର ନକାରାମତ୍କ ପ୍ରଭାବ ପଡୁଛି। ଫଳସ୍ବରୂପ ମନରେ କ୍ରୋଧ, ହିଂସା ଭଳି ଭାବନା ସୃଷ୍ଟି ହେଉଛି ା ଦିନକୁ ଦିନ ଅନ୍‌ଲାଇନ ଗେମ୍‌ ଯୋଗୁ ଏଭଳି ମୃତ୍ୟୁ ସଂଖ୍ୟା ବଢୁଥିବା ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ, କିଛିଦିନ ପୂର୍ବରୁ ପୋକେମନ୍‌ ଗୋ ଗେମ୍‌ ଏବଂ ବର୍ତ୍ତମାନ ବ୍ଲୁହ୍ବେଲ୍‌ ଗେମ୍‌ ଯୋଗୁ ସମଗ୍ର ବିଶ୍ୱରେ ଅନେକଙ୍କ ଜୀବନ ହାନି ହୋଇଥିବା ଘଟଣା ସମଗ୍ର ବିଶ୍ୱରେ ଚହଳ ପକାଇଥିଲା। ତେଣୁ ପିଲାଙ୍କୁ ଇ- ଗ୍ୟାଜେଟ୍‌ ଦେଉଥିଲେ ସୁରକ୍ଷା ଦୃଷ୍ଟିରୁ ସେ କେଉଁଭଳି ଭିଡିଓଗେମ୍‌ ଖେଳୁଛି ପ୍ରଥମେ ଦେଖନ୍ତୁ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପିଲାମାନେ ମୋବାଇଲ ହେଉ ଅବା ଲାପ୍‌ଟପ୍‌, କମ୍ପ୍ୟୁଟର ଇତ୍ୟାଦିରେ ଯେଉଁ ଗେମ୍‌ ଖେଳୁଛନ୍ତି ତାହା ସେମାନଙ୍କ ସୋସିଆଲ ସାଇଟ୍‌ ସହିତ ଲିଙ୍କ୍‌ ଅଛିକି ନାହିଁ ଦେଖନ୍ତୁ। କାରଣ ବର୍ତ୍ତମାନ ସୋସିଆଲ ସାଇଟ୍‌ରେ ଗେମ୍‌ ଖେଳି ପିଲାଙ୍କ ଆକାଉଣ୍ଟ ହ୍ୟାକ୍‌ କରି ବିଭିନ୍ନ ଅସାମାଜିକ କାର୍ଯ୍ୟ କରିବା କିମ୍ବା ପିଲାଙ୍କୁ ଅସୁବିଧାରେ ପକାଇବା ଭଳି ଘଟଣା ମଧ୍ୟ ଦେଖିବାକୁ ମିଳୁଛି। ଆପଣ ଚାହିଁଲେ ପ୍ୟାରେଣ୍ଟିଂ କଣ୍ଟ୍ରୋଲ ଜରିଆରେ ମଧ୍ୟ ପିଲାଙ୍କ ଅନ୍‌ଲାଇନ ଗେମ୍‌ ଖେଳିବାର ସମୟସୀମା କମାଇପାରିବେ।
ସମୟ ଫୋନ୍‌, ଟ୍ୟାବ୍‌, ଲାପ୍‌ଟପ୍‌, କମ୍ପୁଟର ସ୍କ୍ରିନ୍‌କୁ ଦେଖିବା ଦ୍ୱାରା ପିଲାଙ୍କ ଠାରେ ଚକ୍ଷୁ ସମସ୍ୟା ମଧ୍ୟ ଦେଖାଦେଉଛି। ତେଣୁ ଏଥିପ୍ରତି ସଜାଗ ରୁହନ୍ତୁ। ବିଶେଷକରି ପିଲା ଯେପରି ଅନ୍ଧାରରେ ଏହାକୁ ବ୍ୟବହାର ନ କରେ ଧ୍ୟାନ ଦିଅନ୍ତୁ।

କ’ଣ କରନ୍ତି ଏମାନେ…
କୃଷ୍ଣପ୍ରିୟା ଆଚାର୍ଯ୍ୟ (କର୍ମଜୀବୀ, ରସୁଲଗଡ଼, ଭୁବନେଶ୍ୱର)- ବର୍ତ୍ତମାନ ସ୍ମାର୍ଟଫୋନ୍‌ରେ ଯେଉଁସବୁ ସୁବିଧା ଉପଲବ୍ଧ, ତାହାକୁ ଦୀର୍ଘ ସମୟ ଧରି ବ୍ୟବହାର କରିବାଠାରୁ ବଡ଼ମାନେ ମଧ୍ୟ ନିଜକୁ ରୋକିପାରୁନାହାନ୍ତି, ଏମିତିରେ ପିଲାମାନେ ବା କେମିତି ସେଥିରୁ ବାଦ୍‌ ଯିବେ। ପିଲାମାନେ ତ ଏଥିପାଇଁ ଜିଦ୍‌ କରିବା ସାଧାରଣ କଥା, ହେଲେ ଏହା ଯେପରି ସେମାନଙ୍କର ନିଶା ନ ପାଲଟିଯାଏ ସେଥିପ୍ରତି ଧ୍ୟାନଦେବା ଅଭିଭାବକଙ୍କର ଦାୟିତ୍ୱ। ନିଜ କଥା କହିବି, ସୁରକ୍ଷା ଦୃଷ୍ଟିରୁ ପିଲାଙ୍କୁ ଖୁବ୍‌ କମ୍‌ ସମୟ ମୋବାଇଲ ବ୍ୟବହାର କରିବାକୁ ଦେଇଥାଏ। ସେମାନେ ଜିଦ୍‌ କଲେ ଏହାର ବିଭିନ୍ନ ଅସୁବିଧା ସମ୍ପର୍କରେ ବୁଝାଇଦିଏ।
ରୋଜାଲିନ୍‌ ସାହୁ(ଗୃହିଣୀ, ନିଆଳି, କଟକ)- ଆମମାନଙ୍କ ପିଲାବେଳ ଭଳି ଏବେ ଆଉ ପିଲାମାନଙ୍କୁ ବାହାରେ ଯାଇ ଖେଳିବାକୁ ସୁବିଧା ମିଳୁନି। ତେଣୁ ଏଥିପାଇଁ ସେମାନେ ଇ-ଗ୍ୟାଜେଟ୍‌ ଉପରେ ନିର୍ଭର କରୁଛନ୍ତି। ଧୀରେ ଧୀରେ ଏହା ସେମାନଙ୍କର ଆଡିକ୍ସନ ପାଲଟିଯାଉଛି ଏବଂ ଅପରପକ୍ଷେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। କେବଳ ଏହି ଡରରେ ନିଜ ଝିଅକୁ ମୋବାଇଲ ଫୋନ୍‌ ଦେବା ସମୟରେ ବିଭିନ୍ନ ଦିଗ ପ୍ରତି ସଜାଗ ରୁହେ। ଏକ ନିର୍ଦ୍ଦିଷ୍ଟ ସମୟସୀମା ରଖେ ଏବଂ ସେ କ’ଣ ଦେଖୁଛି ବା ଖେଳୁଛି ତଦାରଖ କରେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri