ଗର୍ଭାବସ୍ଥାରେ ବାନ୍ତି ହେଉଥିଲେ

ହର୍ମୋନ ପରିବର୍ତ୍ତନ ଯୋଗୁ ଗର୍ଭାବସ୍ଥାରେ ଅନେକ ମହିଳାଙ୍କର ବାନ୍ତି ହେବା ଏକ ପ୍ରାକୃତିକ ପ୍ରକ୍ରିୟା। ହେଲେ ବାରମ୍ବାର ବାନ୍ତି ହେବା ବା ଆବଶ୍ୟକରୁ ଅଧିକ ବାନ୍ତି ହେବା ଦ୍ୱାରା ଶରୀର ଡିହାଇଡ୍ରେଟ୍‌ ହେବା ସହ ଦୁର୍ବଳ ହୋଇଯାଏ। ତେଣୁ କେତେକ ଘରୋଇ ଉପାୟରେ ଏହାକୁ କମ୍‌ କରାଯାଇପାରିବ। ଜାଣିରଖନ୍ତୁ ସେ ସମ୍ପର୍କରେ…

ଗର୍ଭାବସ୍ଥାରେ
ବାନ୍ତି ହେଉଥିଲେ
ପ୍ରଥମ କଥା ହେଉଛି ଏ ସମୟରେ ବାରମ୍ବାର ବାନ୍ତି ହେଲେ ଶରୀର ଶୀଘ୍ର ଡିହାଇଡ୍ରେଟ୍‌ ହୋଇଯିବା ଆଶଙ୍କା ରହିଛି। ତେଣୁ ପ୍ରଚୁର ପାଣି ପିଅନ୍ତୁ। ଏହା ସହ ଫ୍ରୁଟ୍‌ ଜୁସ୍‌ ବି ପିଇ ପାରିବେ।
ଅଁଳା ଖଣ୍ଡ ପାଟିରେ ଜାକିବା ଦ୍ୱାରା ବାନ୍ତି କମିଥାଏ। ଯଦି ଏହାର ସ୍ବାଦ ଖରାପ ଲାଗୁଛି ତେବେ ଅଁଳା ମୁରବା ଖାଇଲେ ବାନ୍ତି ସମସ୍ୟାରୁ ଉପଶମ ମିଳିପାରିବ।
ଶୁଖିଲା କିମ୍ବା କଞ୍ଚା ଧନିଆକୁ ଗ୍ରାଇଣ୍ଡିଂ କରି ସେଥିରେ ସାମାନ୍ୟ କଳା ଲୁଣ ମିଶାନ୍ତୁ। ଅଧିକ ବାନ୍ତି ହେଉଥିଲେ ମଝିରେ ମଝିରେ ଏହାକୁ ଖାଇବା ଦ୍ୱାରା ବାନ୍ତି କମିବା ସହ ଆରାମ ଲାଗିବ।
ୁଳସୀପତ୍ର ରସରେ ମହୁ ମିଶାଇ ଅଳ୍ପ ଅଳ୍ପ ଚାଟିଲେ ବି ଉପକୃତ ହେବେ।
ଅଧିକ ବାନ୍ତି ହେଉଥିଲେ ରାତିରେ କଳା ଚଣା ବା ବୁଟକୁ ପାଣିରେ ଭିଜାଇ ଦିଅନ୍ତୁ ଏବଂ ସକାଳୁ ଉକ୍ତ ପାଣିକୁ ପିଇଦିଅନ୍ତୁ। ଏପରି କରିବା ଦ୍ୱାରା ଉପକୃତ ହେବେ।
ଏ ସମୟରେ ଅଦାର ସେବନ ମଧ୍ୟ ହଜମ ଭଲ କରିବା ସହ ଏସିଡିଟି ହେବାକୁ ଦିଏ ନାହିଁ, ଯାହାକି ବାନ୍ତି କମ୍‌ କରିବାରେ ସାହାଯ୍ୟ କରିଥାଏ। ତେଣୁ ଅଦାରସରେ ମହୁ, ଅଦା ଚା କିମ୍ବା ଅଦା ଚକୋଲେଟ୍‌ ବା କୁକିଜ୍‌ ଖାଇଲେ ବାନ୍ତି ସମସ୍ୟା ଦୂର ହୋଇପାରିବ।
କମଳାରେ ଥିବା ସାଇଟ୍ରିକ୍‌ ଏସିଡ୍‌ ବାନ୍ତି କମ୍‌ କରିବାରେ ବେଶ୍‌ ଲାଭଦାୟକ। ତେଣୁ ବାନ୍ତି ହେଲେ କମଳା ଖାଆନ୍ତୁ କିମ୍ବା ଏହାର ଜୁସ୍‌ ପିଅନ୍ତୁ।
ଲେମ୍ବୁ ଶୁଙ୍ଘିବା କିମ୍ବା ଉଷୁମ ପାଣିରେ ଲେମ୍ବୁ ଚିପଡ଼ି ପିଇବା ଦ୍ୱାରା ବି ଉପଶମ ମିଳିଥାଏ।
ତେବେ ଏସବୁ ଉପଚାର ସହିତ ଯଦି ବାନ୍ତି ନ କମେ ତେବେ ଡାକ୍ତରଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri