ବେସନ ଆଣେ ତ୍ୱଚାର ଚମକ

ତ୍ୱଚାର ସୌନ୍ଦର୍ଯ୍ୟ  ବୃଦ୍ଧି ଲାଗି ବର୍ତ୍ତମାନ ଅଧିକାଂଶ ବିଭିନ୍ନ ପ୍ରକାର କସ୍‌ମେଟିକ୍ସ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ, ଅନେକେ ବ୍ୟୁଟି ପାର୍ଲର ଯିବାକୁ ମଧ୍ୟ ପଛାଉନାହାନ୍ତି। ହେଲେ ତ୍ୱଚାରେ ଗ୍ଲୋ ଆଣିବା ଲାଗି ଆପଣ ଚାହିଁଲେ ବେସନ ବ୍ୟବହାର କରିପାରିବେ । ଜାଣିରଖନ୍ତୁ ଏହାକୁ ବ୍ୟବହାର କରିବାର ଉପାୟ…

ହେବାର ଆଶଙ୍କା ଅଧିକ ହୋଇଥିବାରୁ ଅନେକଙ୍କର ଅଏଲି ସ୍କିନ୍‌କୁ ନେଇ ଟେନ୍‌ସନ ଥାଏ। ହେଲେ ଆପଣ ଜାଣନ୍ତି କି ଏପରି ସ୍କିନ୍‌ ଲାଗି ବେସନ ବରଦାନ ସଦୃଶ। ଯଦି ଆପଣଙ୍କର ଏଭଳି ସ୍କିନ୍‌ ତେବେ ବେସନରେ ଦହି ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ । ୧୫ ମିନିଟ୍‌ ରଖିବା ପରେ ପାଣିରେ ଧୋଇ ଦିଅନ୍ତୁ। କିଛିଦିନ ଏପରି କରିବା ଦ୍ୱାରା ତ୍ୱଚାରୁ ତେଲ ଦୂରହେବା ସହ ଗ୍ଲୋ ମଧ୍ୟ ବଢ଼ିବ।
ଧୀରେ ଖରା ବଢୁଥିବାରୁ ଅନେକଙ୍କ ଠାରେ ସନ୍‌ ବର୍ନ ବା ସନ୍‌ ଟ୍ୟାନ୍‌ ସମସ୍ୟା ଆରମ୍ଭ ହୋଇଗଲାଣି । ଏହାକୁ କମ୍‌ କରିବା ଲାଗି ଏକ ଚାମଚ ବେସନରେ ଅଳ୍ପ ହଳଦୀ ଗୁଣ୍ଡ, ଫାଳେ ଲେମ୍ବୁରସ, ଅଳ୍ପ ଗୋଲାପ ଜଳ କିମ୍ବା ପାଣି ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହି ପ୍ୟାକ୍‌କୁ ଟ୍ୟାନ୍‌ ହୋଇଥିବା ସ୍ଥାନରେ ଲଗାଇ ୧୦ ମିନିଟ୍‌ ରଖିବା ପରେ ଧୋଇ ଦିଅନ୍ତୁ। ସପ୍ତାହକୁ ୨-୩ ଥର ଏହି ପ୍ୟାକ୍‌ ବ୍ୟବହାର କଲେ ଟ୍ୟାନିଂ ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଯିବ।
ବେସନ ଯେ କେବଳ ଅଏଲି ସ୍କିନ୍‌ ପାଇଁ ଲାଭଦାୟକ ତା’ ନୁହେଁ ବରଂ ଏହା ଡ୍ରାଏ ସ୍କିନ୍‌ ପାଇଁ ମଧ୍ୟ ବେଶ୍‌ ଉପକାରୀ। ଏଥିପାଇଁ ବେସନରେ ସର କିମ୍ବା କ୍ଷୀର, ମହୁ, ଅଳ୍ପ ହଳଦୀ ଗୁଣ୍ଡ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରି ଲଗାନ୍ତୁ। ୧୫ ମିନିଟ୍‌ ରଖିବା ପରେ ଧୋଇ ଦିଅନ୍ତୁ। ଏହା ଦ୍ୱାରା ତ୍ୱଚାର ରୁକ୍ଷପଣ ଦୂର ହୋଇଥାଏ।
ମୁହଁରେ ଥିବା ଅନାବଶ୍ୟକ ଲୋମ ହଟାଇବା ଲାଗି ଅନେକେ ଓ୍ବାକ୍ସିଂ କିମ୍ବା ଥ୍ରେଡିଂ କରାଇଥାନ୍ତି, ଯାହାକି କଷ୍ଟଦାୟକ ମଧ୍ୟ। ହେଲେ ଆପଣ ଚାହିଁଲେ ଘରୋଇ ଉପାୟରେ ବେସନ ବ୍ୟବହାରକରି ତ୍ୱଚାରୁ ଏହି ଲୋମ ଦୂରକରିପାରିବେ। ଏଥିପାଇଁ ୨ ଚାମଚ ବେସନରେ ୨ ଚାମଚ ସୋରିଷ ତେଲ ମିଶାଇ ମୁହଁରେ ଲଗାନ୍ତୁ। ଧୀରେ ଧୀରେ ଏହାକୁ ମସାଜ କରନ୍ତୁ। ୨-୩ ଥର ଏପରି କରିବା ପରେ ଦେଖିବେ ଲୋମ ଉପୁଡ଼ି ମୁହଁ ସୁନ୍ଦର ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର, ପେଟ୍ରୋଲ-ଡିଜେଲ ଉପରେ ଟିକସ ହ୍ରାସ କଲେ ସରକାର: ସାଧାରଣ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ATF ରପ୍ତାନି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶନିବାର, ୩୦ ମଇରେ ଜାରି ଏକ ବିବୃତ୍ତି ଅନୁଯାୟୀ,…

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ…

ସୂର୍ଯ୍ୟା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଏନକାଉଣ୍ଟରରେ ନିହତ; ମା’ କହିଲେ: ‘ଘର ଉପରେ ମଧ୍ୟ ବୁଲଡୋଜର ଚଲାଇ ଦିଅ’

ନୂଆଦିଲ୍ଲୀ,୩୧।୫: ଗାଜିଆବାଦରେ ସୂର୍ଯ୍ୟା ଚୌହାନ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଆସଦ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି। ପୋଲିସ ଇନ୍ଦିରାପୁରମରେ ଆସଦକୁ ଏନକାଉଣ୍ଟରରେ ନିଯୁକ୍ତ କରିଥିଲା। ଏହି…

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri