ବେସନ ଆଣେ ତ୍ୱଚାର ଚମକ

ତ୍ୱଚାର ସୌନ୍ଦର୍ଯ୍ୟ  ବୃଦ୍ଧି ଲାଗି ବର୍ତ୍ତମାନ ଅଧିକାଂଶ ବିଭିନ୍ନ ପ୍ରକାର କସ୍‌ମେଟିକ୍ସ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ, ଅନେକେ ବ୍ୟୁଟି ପାର୍ଲର ଯିବାକୁ ମଧ୍ୟ ପଛାଉନାହାନ୍ତି। ହେଲେ ତ୍ୱଚାରେ ଗ୍ଲୋ ଆଣିବା ଲାଗି ଆପଣ ଚାହିଁଲେ ବେସନ ବ୍ୟବହାର କରିପାରିବେ । ଜାଣିରଖନ୍ତୁ ଏହାକୁ ବ୍ୟବହାର କରିବାର ଉପାୟ…

ହେବାର ଆଶଙ୍କା ଅଧିକ ହୋଇଥିବାରୁ ଅନେକଙ୍କର ଅଏଲି ସ୍କିନ୍‌କୁ ନେଇ ଟେନ୍‌ସନ ଥାଏ। ହେଲେ ଆପଣ ଜାଣନ୍ତି କି ଏପରି ସ୍କିନ୍‌ ଲାଗି ବେସନ ବରଦାନ ସଦୃଶ। ଯଦି ଆପଣଙ୍କର ଏଭଳି ସ୍କିନ୍‌ ତେବେ ବେସନରେ ଦହି ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ । ୧୫ ମିନିଟ୍‌ ରଖିବା ପରେ ପାଣିରେ ଧୋଇ ଦିଅନ୍ତୁ। କିଛିଦିନ ଏପରି କରିବା ଦ୍ୱାରା ତ୍ୱଚାରୁ ତେଲ ଦୂରହେବା ସହ ଗ୍ଲୋ ମଧ୍ୟ ବଢ଼ିବ।
ଧୀରେ ଖରା ବଢୁଥିବାରୁ ଅନେକଙ୍କ ଠାରେ ସନ୍‌ ବର୍ନ ବା ସନ୍‌ ଟ୍ୟାନ୍‌ ସମସ୍ୟା ଆରମ୍ଭ ହୋଇଗଲାଣି । ଏହାକୁ କମ୍‌ କରିବା ଲାଗି ଏକ ଚାମଚ ବେସନରେ ଅଳ୍ପ ହଳଦୀ ଗୁଣ୍ଡ, ଫାଳେ ଲେମ୍ବୁରସ, ଅଳ୍ପ ଗୋଲାପ ଜଳ କିମ୍ବା ପାଣି ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହି ପ୍ୟାକ୍‌କୁ ଟ୍ୟାନ୍‌ ହୋଇଥିବା ସ୍ଥାନରେ ଲଗାଇ ୧୦ ମିନିଟ୍‌ ରଖିବା ପରେ ଧୋଇ ଦିଅନ୍ତୁ। ସପ୍ତାହକୁ ୨-୩ ଥର ଏହି ପ୍ୟାକ୍‌ ବ୍ୟବହାର କଲେ ଟ୍ୟାନିଂ ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଯିବ।
ବେସନ ଯେ କେବଳ ଅଏଲି ସ୍କିନ୍‌ ପାଇଁ ଲାଭଦାୟକ ତା’ ନୁହେଁ ବରଂ ଏହା ଡ୍ରାଏ ସ୍କିନ୍‌ ପାଇଁ ମଧ୍ୟ ବେଶ୍‌ ଉପକାରୀ। ଏଥିପାଇଁ ବେସନରେ ସର କିମ୍ବା କ୍ଷୀର, ମହୁ, ଅଳ୍ପ ହଳଦୀ ଗୁଣ୍ଡ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରି ଲଗାନ୍ତୁ। ୧୫ ମିନିଟ୍‌ ରଖିବା ପରେ ଧୋଇ ଦିଅନ୍ତୁ। ଏହା ଦ୍ୱାରା ତ୍ୱଚାର ରୁକ୍ଷପଣ ଦୂର ହୋଇଥାଏ।
ମୁହଁରେ ଥିବା ଅନାବଶ୍ୟକ ଲୋମ ହଟାଇବା ଲାଗି ଅନେକେ ଓ୍ବାକ୍ସିଂ କିମ୍ବା ଥ୍ରେଡିଂ କରାଇଥାନ୍ତି, ଯାହାକି କଷ୍ଟଦାୟକ ମଧ୍ୟ। ହେଲେ ଆପଣ ଚାହିଁଲେ ଘରୋଇ ଉପାୟରେ ବେସନ ବ୍ୟବହାରକରି ତ୍ୱଚାରୁ ଏହି ଲୋମ ଦୂରକରିପାରିବେ। ଏଥିପାଇଁ ୨ ଚାମଚ ବେସନରେ ୨ ଚାମଚ ସୋରିଷ ତେଲ ମିଶାଇ ମୁହଁରେ ଲଗାନ୍ତୁ। ଧୀରେ ଧୀରେ ଏହାକୁ ମସାଜ କରନ୍ତୁ। ୨-୩ ଥର ଏପରି କରିବା ପରେ ଦେଖିବେ ଲୋମ ଉପୁଡ଼ି ମୁହଁ ସୁନ୍ଦର ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri