ପିଚୁ ପାଇଁ ଅନନ୍ତପୁର-ନେନ୍ଧେରା ଢଳେଇ ରାସ୍ତା ବିପର୍ଯ୍ୟସ୍ତ: ସାଧାରଣରେ ତୀବ୍ର ଅସନ୍ତୋଷ

ବାଲିକୁଦା,୧୫ା୩(ସ୍ବ.ପ୍ର.): ବାଲିକୁଦା ବ୍ଲକ୍‌ର ସମୁଦ୍ର ଉପକୂଳକୁ ଯାତାୟାତ ପାଇଁ ଥିବା ଏକମାତ୍ର ରାସ୍ତା ଅନନ୍ତପୁର-ନେନ୍ଧେରା ଏବେ ବିପର୍ଯ୍ୟସ୍ତ। ଉକ୍ତ ରାସ୍ତାର କିଛି ଭାଗ ଟେଣ୍ଡର କରାଯାଇ ବିଭାଗ ପକ୍ଷରୁ ମରାମତି କରାଯାଉଛି। ମାତ୍ର ମରାମତି ହେଉଥିବା ପିଚୁ ରାସ୍ତା ପାଇଁ ଆରମ୍ଭରେ ଥିବା ଢଳେଇ ଖଣ୍ଡ ବିଖଣ୍ଡିତ ହୋଇଗଲାଣି। କାରଣ ଉକ୍ତ ରାସ୍ତାରେ ସମ୍ପୃକ୍ତ ଠିକାଦାର ବେଆଇନ ଭାବରେ ଓଭରଲୋଡିଂ ଟ୍ରକ୍‌ ଓ ହାଇୱା ପରିବହନ କରାଉଛନ୍ତି। ରାସ୍ତାର କ୍ଷମତା ବାହାରେ ଠିକାଦାର ମାଲ ପରିବହନ କରୁଥିବାରୁ ମୂଳ ଢଳେଇ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।

ପ୍ରକାଶଯୋଗ୍ୟ, ବାଲିକୁଦାର ସମୁଦ୍ର ଉପକୂଳକୁ ଯାତାୟାତ ପାଇଁ ଅନନ୍ତପୁର -ନେନ୍ଧେରା ରାସ୍ତା ୧୦ କି.ମି. ରହିଛି। ଏହି ରାସ୍ତା ମଧ୍ୟରୁ ଶେଷ ଭାଗରେ କିଛି ପିଚୁ ବର୍ଷା ଦିନେ ନଷ୍ଟ ହୋଇ ଯାଇଥିବାରୁ ତାହାର ମରାମତି ପାଇଁ ଜାନୁୟାରୀରେ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଟେଣ୍ଟର ଡାକଯାଇଥିଲା। ଯାହାର ଅଟକଳ ମୂଲ୍ୟ ୧୧ ଲକ୍ଷ ଥିଲା। ଉକ୍ତ ପିଚୁ ରାସ୍ତାକୁ ସମ୍ପୃକ୍ତ ଠିକାଦାର ଏବେ ମରାମତି କରୁଛନ୍ତି। ମାତ୍ର ଏହି ରାସ୍ତା ମରାମତି ପାଇଁ ଆବଶ୍ୟକ ମେଟାଲ, ଚିପସ୍‌, ବାଲି, ଡଷ୍ଟ ଭାରିଯାନରେ ଆଣାଯାଉଥିବାରୁ ମୂଳ ଢଳେଇ ରାସ୍ତା ଭାଙ୍ଗି ଖଣ୍ଡଖଣ୍ଡ ହୋଇଗଲାଣି। ରାସ୍ତାରେ ପରିବହନ କ୍ଷମତା ୨୦ରୁ ୨୫ଟନ ଥିବା ବେଳେ ଠିକାଦାର ୪୦ରୁ ୫୦ ଟନ ମାଲ ପରିବହନ କରୁଛନ୍ତି। ଏଥିଯୋଗୁ ଲୋକଙ୍କ ଯାତାୟାତରେ ଘୋର ଅସୁବିଧା ହେଉଛି। ଯାତାୟାତବେଳେ ଦୁର୍ଘଟଣା ମଧ୍ୟ ଘଟିଚାଲିଛି। ଏଥିପ୍ରତି ଦୃଷ୍ଟି ଦିଆ ନ ଗଲେ ବର୍ଷା ଦିନେ ଏହି ରାସ୍ତାରେ ସମ୍ପୂର୍ଣ୍ଣ ଯାତାୟାତ ଠପ୍‌ ହୋଇଯିବ। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟର ନିର୍ବାହୀ ଯନ୍ତ୍ରୀ ଅନନ୍ତ ଗୋପାଲ ଶତପଥୀଙ୍କୁ ପଚାରିବାରୁ ସେ କହିଥିଲେ, ଏବେ ସମ୍ପୃକ୍ତ ଠିକାଦାରଙ୍କୁ ଉକ୍ତ ରାସ୍ତାରେ ଭାରିଯାନ ନ ନେବାକୁ କୁହାଯିବ। ଯେହେତୁ ଢଳେଇ ରାସ୍ତା ନଷ୍ଟ ହୋଇଛି ମରାମତି କରିବା କଷ୍ଟ। ତଥାପି ଯାହା କିଛି କରାଯାଇ ପାରିବ ତାହା ତୁରନ୍ତ କରାଯିବ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରିସରି ଯାଉଛି ପଞ୍ଜୀକରଣ ଅବଧି, ତୁଟୁନି ଚାଷୀଙ୍କ ସମସ୍ୟା: ଉପୁଜୁଛି ନୂଆ ନୂଆ ସମସ୍ୟା

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ):ସମୟ ଗଡ଼ି ଚାଲିଛି। ପଞ୍ଜୀକରଣ ଅବଧି ମଧ୍ୟ ସରିସରି ଯାଉଛି। ଏଭଳି ସ୍ଥିତିରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ନୂଆଁ ନୂଆଁ ସମସ୍ୟାର ସମ୍ମୁଖୀନ ହେବାକୁ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

ନିର୍ମାଣର ୫ମାସ ମଧ୍ୟରେ ରାସ୍ତାରୁ ଉଠି ଗଲାଣି ପିଚୁ, ଭିଜିଲାନ୍ସ ତଦନ୍ତ ପାଇଁ ଦାବି

କୋକସରା,୧୯।୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦୀର୍ଘ ବର୍ଷରୁ ମରାମତି ଅଭାବ କାରଣରୁ କୋକସରା ବ୍ଲକ ବଡ଼କେନ୍ଦୁଗୁଡା ବଜାର ପଡିଆ ଛକ ବିଜୁ ଏକ୍ସପ୍ରେସୱେରୁ ବିଜମରା ଭାୟା ବୋବରିଆ…

ନିୟମ କଡ଼ାକଡ଼ି କଲେ ଉପଜିଲାପାଳ; ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ମନା, ପାଳନ ନକଲେ….

ଗୁଣପୁର,୧୯।୮(ସୁଜାତା ପାଢ଼ୀ)- ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ଉପରେ କଟକଣା ଜାରି କରାଯାଇଛି । ରାୟଗଡ଼ା ଜିଲା ଗୁଣପୁର ଉପଖଣ୍ଡର ବିଭିନ୍ନ ସାର୍ବଜନୀନ ସ୍ଥାନ, ସରକାରୀ କାର୍ଯ୍ୟାଳୟ…

କର୍କ ଆଣିବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର, ୨୦ ବର୍ଷ…

କଟକ,୧୯।୮(ପ୍ରଭୁକଲ୍ୟାଣ ପାଲ୍): ବ୍ୟାଡମିଣ୍ଟନ ଖେଳ ସମୟରେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଦୋଷୀଙ୍କୁ ସଜା ଶୁଣାଇଲେ କଟକ ସ୍ୱତନ୍ତ୍ର ପକ୍ସୋ ଅଦାଲତ । ଆସାମୀ ଜନ୍ମେଜୟ ମଲ୍ଲିକ ଓରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri