ପିଓଏସ୍‌ ମେଶିନ୍‌ରେ ହୋଲଡିଂ ଟ୍ୟାକ୍ସ ଆଦାୟ

ଅନୁଗୋଳ ଅଫିସ, ୨୮।୮-ଅନୁଗୋଳ ପୌରପାଳିକା ପକ୍ଷରୁ ମଙ୍ଗଳବାର ପିଓଏସ୍‌ ମେଶିନ୍‌ରେ ହୋଲ୍‌ଡିଂ ଟ୍ୟାକ୍ସ ଆଦାୟର ଶୁଭାରମ୍ଭ ହୋଇଛି। ଏଣିକି ଲୋକମାନଙ୍କ ନିକଟରୁ ଏପରି ଭାବେ ହୋଲଡିଂ ଟ୍ୟାକ୍ସ ଆଦାୟ କରାଯିବ ବୋଲି ପୌରପାଳିକା ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା କହିଛନ୍ତି।
୮ ଜଣ ଟ୍ୟାକ୍ସ କଲେକ୍ଟରଙ୍କ ପାଇଁ ୮ଟି ପିଓଏସ୍‌ ମେଶିନ୍‌ ଏକ ଘରୋଇ ବ୍ୟାଙ୍କରୁ ଆସିଛି। ଏପରି କି ଟ୍ୟାକ୍ସ କଲେକ୍ଟରମାନଙ୍କୁ ଏହି ମେଶିନ୍‌ ସମ୍ବନ୍ଧରେ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଇଛି। ପୂର୍ବରୁ ଲୋକମାନେ ଦେୟ ଦେବା ପାଇଁ କାର୍ଯ୍ୟାଳୟକୁ ଟଙ୍କା ଧରି ଆସୁଥିଲେ। ଏପରି କି ପୌର କର୍ମଚାରୀମାନେ ମଧ୍ୟ ସହରର ବିଭିନ୍ନ ସ୍ଥାନକୁ ଟ୍ୟାକ୍ସ ଆଦାୟ ପାଇଁ ଯାଉଥିଲେ। ତେଣୁ ନଗଦ ଟଙ୍କା ନେଣ ଦେଣ ହେଉଥିବାରୁ ବିଭିନ୍ନ ସମୟରେ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଥିଲା। ଏବେ ଲୋକମାନଙ୍କ ନିକଟରୁ ପିଓଏସ୍‌ ମେଶିନ୍‌ ମାଧ୍ୟମରେ ଟଙ୍କା ଆଦାୟ ହେବ। ଏପରି ବ୍ୟବସ୍ଥା ଅନୁଗୋଳରେ ପ୍ରଥମ ଥର ପାଇଁ ପୌରପାଳିକା ପକ୍ଷରୁ ଆରମ୍ଭ ହୋଇଛି। ତେବେ ଟ୍ୟାକ୍ସ ବ୍ୟବସ୍ଥାକୁ ଆଗାମୀ ଦିନରେ ସହଜ କରିବା ପାଇଁ ଅନ୍‌ଲାଇନ ବ୍ୟବସ୍ଥା କରାଯିବାର ଯୋଜନା ରହିଛି ବୋଲି ପୌର ନିର୍ବାହୀ ଅଧିକାରୀ ଜେନା କହିଛନ୍ତି। ଡେଲି ମାର୍କେଟର ବ୍ୟବସାୟୀ ପଙ୍କଜ ମିଶ୍ର ମେଶିନ୍‌ ଦ୍ୱାରା ପ୍ରଥମେ ଟ୍ୟାକ୍ସ ପ୍ରଦାନ କରିଥିବା ଜଣାପଡ଼ିଛି। ସେ ୨୦୧୯-୨୦ ବର୍ଷ ପାଇଁ ଦୋକାନ ଭଡ଼ା ବାବଦକୁ ୧୩ ହଜାର ୫ଶହ ଟଙ୍କା ଦେଇଥିବା ପୌରପାଳିକା ପକ୍ଷରୁ ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମ ଶୁଭାରମ୍ଭରେ ଅନୁଗୋଳ ପୌରନିର୍ବାହୀ ଅଧିକାରୀ ଜେନାଙ୍କ ସମେତ, ନିର୍ବାହୀ ଯନ୍ତ୍ରୀ ସୀମାଞ୍ଚଳ ମିଶ୍ର, ଟିଡି ଚିତ୍ତରଞ୍ଜନ ପ୍ରଧାନ, ମେଶିନ୍‌ ଯୋଗାଇଥିବା ଘରୋଇ ବ୍ୟାଙ୍କର କର୍ମଚାରୀ ଓ ପୌରପାଳିକାର କର୍ମଚାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ୱରୀଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ: ସମ୍ପନ୍ନ ହେଲା ପାରମ୍ପରିକ ‘ଖଣ୍ଡାଧୁଆ’ ନୀତି

ବରଗଡ଼, ୧୮/୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପବିତ୍ର ଚୈତ୍ର ନବରାତ୍ର ବା ବାସନ୍ତୀକ ନବରାତ୍ର ପୂଜା ପାଇଁ ଶୁଭାରମ୍ଭ…

କୋଟଗଡ଼ରେ ବାଘ ଆତଙ୍କ: ଲଗାଗଲା ସ୍ବତନ୍ତ୍ର କ୍ୟାମେରା, ଗର୍ଜନରେ ଅଞ୍ଚଳବାସୀ ଭୟଭୀତ

ବାଲିଗୁଡା, ୧୮।୩ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକରେ ବାଘର ଗର୍ଜନକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଛି।…

କୋକସରାରେ କାଳବୈଶାଖୀର ତାଣ୍ଡବ: କୁଆପଥର ମାଡ଼ରେ ଉଜୁଡ଼ିଗଲା ଚାଷ, ଭାଙ୍ଗିଲା ଘର

କୋକସରା, ୧୮।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ଅଞ୍ଚଳରେ ଗତକାଲି ଅପରାହ୍ନରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ସାଙ୍ଗକୁ…

ଗାଇଗୁହାଳ ଛକ ନିକଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌ ଚାଳକଙ୍କୁ ପିଟିଦେଲା ହାଇଓ୍ବା, କାନ୍ଦବୋବାଳିରେ ଫାଟୁଛି…

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗାଇଗୁହାଳ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ବାଲି…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଚାଲିଗଲେ ‘ଗଛର ମଣିଷ’ ବିଶୁ ଭାଇ: କଥା ହେଉ ହେଉ ଟଳିପଡ଼ିଲେ, ଗଞ୍ଜାମ ସହରରେ ଶୋକର ଛାୟା

ଗଞ୍ଜାମ (ବିଦ୍ୟାଧର ସାହୁ): ଏମିତି ବି ଆସେ ମୃତ୍ୟୁ! ନିଜ ଦାଣ୍ଡ ପିଣ୍ଡାରେ ବସି ଗଛ ଲଗାଇବା ଓ ଅଞ୍ଚଳର ଉନ୍ନତି ପାଇଁ ଚର୍ଚ୍ଚା କରୁଥିବା ବେଳେ…

ବ୍ରାହ୍ମଣୀଗାଁରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର; ଯୋଗଦେଲେ ୨୫୦ଜଣ, ଚି଼ହ୍ନଟ ହେଲେ ୧୮୫

ଦାରିଙ୍ଗବାଡି,ବ୍ରାହ୍ମଣୀଗାଁ,୧୮।୩(ଅରୁଣ ସାହୁ/ମନୋରଞ୍ଜନ ରଣା ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବୁଧବାର ୨୦୨୫/୨୬ଆର୍ଥିକ ବର୍ଷର ଦ୍ଵିତୀୟ ପର୍ଯ୍ୟାୟ ଭୀମଭୋଇ…

ମନ୍ଦିର ପୂଜାକୁ ନେଇ ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ବିବାଦ: ଶାନ୍ତି କମିଟି ବୈଠକ ବିଫଳ, ୭୫ ଜଣଙ୍କ ନାମରେ ମାମଲା ରୁଜୁ

ଭଞ୍ଜନଗର,୧୮।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ପେଟାପଦର ଗ୍ରାମରେ ଗ୍ରାମଦେବତୀଙ୍କ ପୂଜାକୁ ନେଇ ଦୀର୍ଘ ବର୍ଷର ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri