ପିଆର୍‌ଏମ୍‌ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ: ସଫେଇ ସଂସ୍ଥାଠାରୁ ଦାୟିତ୍ୱ ପ୍ରତ୍ୟାହାର

ବାରିପଦା ଅଫିସ,୧୪।୯- ବଣପାହାଡ଼ ଘେରା ତଥା ଆଦିବାସୀ ଅଧ୍ୟୁଷିିତ ମୟୂରଭଞ୍ଜ ଜିଲାର ଅପହଞ୍ଚ ଇଲାକାର ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ରାଜ୍ୟ ସରକାର କେନ୍ଦ୍ରୀୟ ଅନୁଦାନରେ ବାରିପଦା ରଙ୍ଗାମାଟିଆଠାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଇଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟକୁ ଉନ୍ନୀତ କରାଯାଇ ମେଡିକାଲ କଲେଜସ୍ତରୀୟ ସ୍ବାସ୍ଥ୍ୟସେବା ପ୍ରଦାନ କରାଯାଉଛି। ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ସୀମାରେ ଏହି ମେଡିକାଲ ଥିବାରୁ ପ୍ରତିଦିନ ଉକ୍ତ ଦୁଇ ରାଜ୍ୟର ରୋଗୀମାନେ ମଧ୍ୟ ଏଠାକୁ ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ଆସିଥାନ୍ତି। ସେହିପରି ପଡୋଶୀ ଜିଲାର ଲୋକେ ମଧ୍ୟ ଏହା ଉପରେ ଭରସା କରି ଆସିଥାନ୍ତି। ତେବେ ବିଭିନ୍ନ ସମୟରେ କର୍ତ୍ତୃୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁ ଚିକିତ୍ସାଳୟ ବହୁ ଅବ୍ୟବସ୍ଥାରେ ଗତି କରୁଛି। ବିଶେଷ କରି ଚିକିତ୍ସାଳୟରେ ସଫେଇ କାର୍ଯ୍ୟ କ୍ଷେତ୍ରରେ ଅନିୟମିତତା ଦେଖାଯାଉଛି। ଜିଲାର ବହୁ ସାମାଜିକ ସଂଗଠନ ଏ ନେଇ ଅଭିଯୋଗ ତଥା ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ ମଧ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ଚେତା ପଶୁୁନାହିଁ। ମେଡିକାଲ କର୍ତ୍ତୃପକ୍ଷ ତଥା ଚିଫ୍‌ ଡିଷ୍ଟ୍ରିକ୍ଟ ମେଡିକାଲ ଆଣ୍ଡ ପବ୍ଲିକ ହେଲ୍‌ଥ ଅଫିସର ସଫେଇ ଦାୟିତ୍ୱରେ ଥିବା ଏମ/ଏସ ସୁମିତ ସିକ୍ୟୁରିଟି ସର୍ଭିସକୁ ପତ୍ର ସଂଖ୍ୟା-୩୦୬୩ ,ତା୧୭ା୭ା୨୦୧୯ରେ କାରଣ ଦର୍ଶାଅ ନୋଟିସ ଜାରି କରି ଚୁପ ହୋଇ ବସିଥିଲେ। ଏ ନେଇ ‘ଧରିତ୍ରୀ’ରେ ଗତ ଅଗଷ୍ଟ ୧୫ ତାରିଖରେ ଏକ ତଥ୍ୟ ଓ ମତାମତ ଭିତ୍ତିକ ରିପୋର୍ଟ ପ୍ରକାଶ ପାଇଥିଲା। ପରେ ଏହି ଘଟଣାର ସ୍ଥାୟୀ ସମାଧାନ ଦିଗରେ ମେଡିକାଲ କର୍ତ୍ତୃପକ୍ଷ ପଦକ୍ଷେପ ନେଇଛନ୍ତି। ଏହି ସଂସ୍ଥାକୁ ଜିଲା ମୁଖ୍ୟ ଚିକିତ୍ସାଳୟର ସଫେଇ ଦାୟିତ୍ୱରୁ ହଟାଇ ଦିଆଯାଇଛି। ଏ ନେଇ ଜାତୀୟ ସ୍ବାସ୍ଥ୍ୟ ମିଶନର ଜିଲା ପ୍ରୋଗ୍ରାମ ମ୍ୟାନେଜର ଅନିଲ କୁମାର ମହାନ୍ତି ସୂଚନା ଦେଇଛନ୍ତିି। ଏହି ସଂସ୍ଥାକୁ ମେଡିକାଲ କର୍ତ୍ତୃପକ୍ଷ ତୁରନ୍ତ କଳା ତାଲିକାଭୁକ୍ତ କରିବାକୁ ନିଷ୍ପତ୍ତି ନେଇଥିବା ମଧ୍ୟ ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏହି ସଂସ୍ଥା ୩ ବର୍ଷ ପାଇଁ ମେଡିକାଲ କଲେଜ ସହିତ ରାଇରଙ୍ଗପୁର, କରଞ୍ଜିଆ ଓ ଉଦଳା ଉପଖଣ୍ଡ ଚିକିତ୍ସାଳୟ ଏବଂ ଜିଲାରେ ଥିବା ୨୬ ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଦାୟିତ୍ୱ ମଧ୍ୟ ନେଇଛି। ତେବେ ରାଇରଙ୍ଗପୁର, କରଞ୍ଜିଆ ଓ ଉଦଳା ଉପଖଣ୍ଡ ଚିକିତ୍ସାଳୟରେ ମଧ୍ୟ ଆବଶ୍ୟକ ମୁତାବକ ସଫେଇ କର୍ମଚାରୀ ନ ଥିବାରୁ ସଫେଇ କାର୍ଯ୍ୟ ଠିକ ହେଉନାହିଁ। ମେଡିକାଲ ସଫେଇରେ ଏହି ସଂସ୍ଥା ବିଫଳ ହୋଇଥିବା ବେଳେ ସଫେଇ କର୍ମଚାରୀମାନଙ୍କୁ ବିଭିନ୍ନ ଉପକରଣ ତଥା ୟୁନିଫର୍ମ, ଆଇଡି କାର୍ଡ, ମାସ୍କ, ଗ୍ଲୋଭ୍‌ସ, ଯୋତା ଆଦି ପ୍ରଦାନ କରି ନ ଥିବା ଅଭିଯୋଗ ହୋଇ ଆସୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାୟ ମାଗିବାକୁ ଥାନାକୁ ଯାଇଥିଲେ ନାବାଳିକା; ଥାନା ଅଧିକାରୀଙ୍କ ଧମକରେ ଅଚେତ ହୋଇଗଲେ, ତାପରେ…

ବାରିପଦା/ମୋରଡ଼ା,୧୮।୫ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ): ମା’ବାପାଙ୍କ ସହିତ ଅଭିଯୋଗ ପତ୍ର ନେଇ ଥାନାକୁ ଯାଇଥିବା ଜଣେ ନାବାଳିକା ଥାନା ଅଧିକାରୀଙ୍କ ଧମକପୂର୍ଣ୍ଣ ବ୍ୟବହାରରେ ଚେତାଶୂନ୍ୟ ହୋଇ…

ସମ୍ପର୍କୀୟ ଭାଇ ଦେଲା ବିଶ୍ବାସରେ ବିଷ:୧୩ ବର୍ଷୀୟା ନାବାଳିକା ହେଲେ ୬ ମାସର ଗର୍ଭବତୀ, ଡାକ୍ତରୀ ପରୀକ୍ଷା ପରେ…

ବୈଶିଙ୍ଗା,୧୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ବଳାତ୍କାର ଶିକାର ଜନୈକା ୧୩ ବର୍ଷିୟା ନାବାଳିକା ୬ମାସର ଗର୍ଭବତୀ ହେବା ଘଟଣାରେ ସମ୍ପର୍କୀୟ ଭାଇକୁ ଗିରଫ କରିଛି…

ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ, ଯୁବକଙ୍କୁ ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ

ଉଦଳା,୧୨ା୫(ସନ୍ତୋଷ କୁମାର ବାଚ୍ଛିନୀ): ରାତିରେ ଗ୍ରାମରେ ପଶି ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା। ଯୁବକଙ୍କୁ ଗଛରେ ବାନ୍ଧି ଗ୍ରାମବାସୀ ଦେଲେ ଉତ୍ତମ ମଧ୍ୟମ। ଉଦଳା…

ଗୋତସ୍କରଙ୍କ ଗୁଳିମାଡ଼ ଘଟଣା, ପୋଖରୀ ଭିତରୁ ଡାକ୍ତରଙ୍କୁ ବାନ୍ଧିଲା ପୋଲିସ

ବୈଶିଙ୍ଗା,୮।୫(ରତନ ଦାଶ ): ମୟୂରଭଞ୍ଜ-ବାଲେଶ୍ୱର ସୀମାବର୍ତ୍ତୀ ବୈଶିଙ୍ଗା ଥାନା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିବା ଗୋମାଫିଆଙ୍କ ଗୁଳିମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ମିଳିଛି…

ଗାଁରେ ପଶି ମହିଳାଙ୍କ ଉପରେ ଆକ୍ରମଣ କଲା ଭାଲୁ, ଆଖି ତାଡି….

ଉଦଳା,୭।୫(ସନ୍ତୋଷ କୁମାର ବାଚ୍ଛିନୀ): ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଉଦଳା ବନାଞ୍ଚଳ କୁଶଳଦା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଭାଲୁଟି…

ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ ଦୁର୍ବୃତ୍ତ, ସାଇରନ ବାଜିବା ଡରରେ ଭାଙ୍ଗିଦେଲେ…

ଉଦଳା,୭।୫(ସନ୍ତୋଷ କୁମାର ବାଚ୍ଛିନୀ): ଏଟିଏମ ଲୁଟିନେଲେ ଦୁର୍ବୃତ୍ତ । ଏକ ନୂଆ ଫଣ୍ଡାରେ ଲୁଟ୍ କରିଛନ୍ତି । ନିଜ ଚେହେରାକୁ ସିସିଟିଭିରୁ ବଞ୍ଚାଇବା ପାଇଁ ସିସିଟିଭିରେ ଲାଲ…

ଗୋରକ୍ଷକଙ୍କ ଉପରକୁ ଗୁଳି ଚଳାଇଲେ ଗୋତସ୍କର, ଭ୍ୟାନ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ବୈଶିଙ୍ଗା,୨୯।୪(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ଦିନକୁ ଦିନ ଗୋରୁ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ଏହି ଗ୍ୟାଙ୍ଗ ସହ ଜଡ଼ିତ ଅସାମାଜିକ ବ୍ୟକ୍ତିମାନଙ୍କର…

ସ୍ବାମୀଙ୍କ ମୃତ୍ୟୁକୁ ୧୫ବର୍ଷ ପୂରିଲେବି ମହିଳାଙ୍କୁ ମିଳୁନି ଭତ୍ତା

ମୋରଡ଼ା,୨୮ା୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତର କୁସୁମକୁଟି ଗ୍ରାମ ୧୪ ନମ୍ବର ୱାର୍ଡର ବିଧବା ମହିଳା ବୁଧୁ ହେମ୍ବ୍ରମ ଭତ୍ତା ପାଇବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri