ପିଆରଏମ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ: ୭ ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ, ରୋଗୀ ହଇରାଣ

ବାରିପଦା ଅଫିସ,୧୦ା୧୦- ଆଦିବାସୀ ଅଧ୍ୟୁଷିତ ବଣପାହାଡ଼ ଘେରା ମୟୂରଭଞ୍ଜ ଜିଲାରେ ସ୍ବାସ୍ଥ୍ୟସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ କେନ୍ଦ୍ରୀୟ ଯୋଜନାରେ ରାଜ୍ୟ ସରକାର ମେଡିକାଲ କଲେଜ ସ୍ଥାପନ କରିଥିଲେ। ଏହି ମେଡିକାଲ କଲେଜ ପ୍ରତିଷ୍ଠା ହେବା ପରେ ଜିଲାରେ ଦେଖା ଦେଉଥିବା ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ହେବ ବୋଲି ଜିଲାବାସୀ ଆଶା ବାନ୍ଧିଥିଲେ। ହେଲେ ଜିଲାରେ ସ୍ବାସ୍ଥ୍ୟସେବା ପାଇଁ ଏବେବି ଲୋକେ ହଇରାଣ ହରକତ ହେଉଛନ୍ତି। ବୁଧବାର ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ଦୀର୍ଘ ୭ ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିଥିଲା। ଏହା ଯୋଗୁ ପାଥାଲୋଜି ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ରୋଗୀମାନଙ୍କ ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା ଏକ ପ୍ରକାର ଠପ୍‌ ହୋଇଯାଇଥିଲା। ଫଳରେ ରୋଗୀମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ହଇରାଣ ହୋଇଥିଲେ। ଏହା ସହିତ ବହିଃ ବିଭାଗକୁ ଆସିଥିବା ରୋଗୀମାନଙ୍କୁ ଡାକ୍ତରମାନେ ବିଭିନ୍ନ ପରୀକ୍ଷା ପାଇଁ କହିଥିବା ବେଳେ ସେମାନେ ମଧ୍ୟ ଅପେକ୍ଷା କରିି ଫେରିଥିଲେ। ବିଦ୍ୟୁତ୍‌ ସେବାରେ ବିଭ୍ରାଟ ହେଲେ କର୍ତ୍ତୃପକ୍ଷ ବିକଳ୍ପ ବ୍ୟବସ୍ଥା କରିବା କଥା। ହେଲେ ଭିତ୍ତିଭୂମି ଥିଲେ ମଧ୍ୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ଜିଲା ମୁଖ୍ୟ ଚିକିତ୍ସାଳୟକୁ ଉନ୍ନୀତ କରାଯାଇ ଏଠାରେ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପରିଚାଳନା କରାଯାଉଛି। ପୂର୍ବରୁ ଜିଲା ମୁଖ୍ୟ ଚିକିତ୍ସାଳୟ ପାଇଁ ୭୨ କେଭିର ଜେନେରେଟର ରହିଛି। ଏଠାରେ ମେଡିକାଲ କଲେଜ ପରିଚାଳନା ହେବା ପରେ ବିଭିନ୍ନ ସରଞ୍ଜାମ ବୃଦ୍ଧି ପାଇଛି। ବିଦ୍ୟୁତ୍‌ ବିଭ୍ରାଟ ହେଲେ ବିକଳ୍ପ ବ୍ୟବସ୍ଥା ପାଇଁ ୨୫୦ କେଭିର ଏକ ଜେନେରେଟର ରହିଛି। ହେଲେ ଏହାକୁ ଚାଲୁ କରାଯାଉନାହିଁ। କାରଣ ଏହି ଜେନେରେଟରକୁ ପରିଚାଳନା କରିବା ତଥା ତେଲ ପକାଇବା ପାଇଁ କର୍ତ୍ତୃପକ୍ଷଙ୍କ ନିକଟରେ ଆବଶ୍ୟକ ପାଣ୍ଠି ନ ଥିବା ଜଣାପଡିଛି। ହସ୍ପିଟାଲ ମ୍ୟାନେଜର ଡା.ସମୀର ମହାପାତ୍ରଙ୍କ କହିବା ଅନୁଯାୟୀ, ସରକାର ମେଡିକାଲ କଲେଜ ପାଇଁ ଜେନେରେଟର ଯୋଗାଇ ଦେଇଛନ୍ତି। ହେଲେ ଏହାକୁ ପରିଚାଳନା କରିବା ପାଇଁ ପାଣ୍ଠି ଦେଇ ନାହାନ୍ତି। ଏହା ପାଇଁ ପାଣ୍ଠି ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ପୂର୍ବରୁ ଥିବା ଜେନେରେଟର ଆବଶ୍ୟକ ମୁତାବକ ସେବା ଯୋଗାଇପାରୁ ନ ଥିବାରୁ ଏଭଳି ସମସ୍ୟା ଦେଖାଦେଇଛି ବୋଲି ସେ କହିଛନ୍ତିି। ସେହିପରି କନିଷ୍ଠ ଯନ୍ତ୍ରୀ ନାରାୟଣ ବେହେରାଙ୍କ କହିବା ମୁତାବକ ସକାଳୁ ବର୍ଷା ଲାଗି ରହିଥିବାରୁ ବିଦ୍ୟୁତ୍‌ କଟିବା ସମ୍ପର୍କରେ ତୁରନ୍ତ ସୂଚନା ମିଳି ପାରି ନ ଥିଲା। ସେହିପରି କେଉଁଠାରେ ବିଦୁତ୍‌ ବିଭ୍ରାଟ ହୋଇଛି ତାହା ଜାଣିବା ପାଇଁ ମଧ୍ୟ ବିଳମ୍ବ ହୋଇଥିଲା। ପରେ ତୁରନ୍ତ ମରାମତି କରାଯାଇଥିଲା। ତେବେ ହସ୍ପିଟାଲରେ ଭିତ୍ତିଭୂମି ଥିବା ସତ୍ତ୍ୱେ ରାଜ୍ୟ ସରକାର ପାଣ୍ଠି ଯୋଗାଇ ନ ଦେବା ନିହାତି ଭାବେ ଆଶ୍ଚର୍ଯ୍ୟର ବିଷୟ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ସବୁ ସମ୍ପର୍କ ଛିନ୍ନ କଲେ ପୂର୍ବତନ ବିଧାୟକ

ଠାକୁରମୁଣ୍ଡା,୩୦।୪(ତାରାକାନ୍ତ ପଟ୍ଟନାୟକ): ମୟୁରଭଞ୍ଜ ଜିଲା କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଟିକେଟ ଆଶାୟୀ ଥିବା ପୂର୍ବତନ ବିଧାୟକ ବିଜୟ କୁମାର ନାଏକ ବିଜେଡିରୁ ଇସ୍ତଫା ଦେବା...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ମୋରଡ଼ା ନିର୍ବାଚନମଣ୍ଡଳୀରେ କଂଗ୍ରେସର ଘନଘନ ବୈଠକ, ମିଶ୍ରଣ ପର୍ବ

ମୋରଡ଼ା,୨୭ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକମାତ୍ର ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ମୋରଡ଼ା ନିର୍ବାଚନମଣ୍ଡଳୀ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସମସ୍ତ ରାଜନୈତିକ ଦଳ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri