ପାଳିକରି ରୋଗୀ, ପ୍ରସୂତିଙ୍କୁ ଭାରରେ ବୋହୁଛନ୍ତି ଗ୍ରାମବାସୀ

ଦଶମନ୍ତପୁର, ୧।୧୧(ଡି.ଏନ୍‌.ଏ.):କେନ୍ଦ୍ର ଓ ରାଜ୍ୟ ସରକାର ନିରୀହ ଗରିବ ଶ୍ରେଣୀର ଆଦିବାସୀଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ସେମାନଙ୍କୁ ଏହାର ସୁବିଧା ଯେପରି ମିଳିବ ସେ ଦିଗରେ କାର୍ଯ୍ୟ ମଧ୍ୟ କରାଯାଉଛି। କିନ୍ତୁ ଏଭଳି ଏକ ଗ୍ରାମ ରହିଛି ଯେଉଁଠାରେ ଲୋକଙ୍କୁ ସେମାନଙ୍କ ମୌଳିକ ସୁବିଧା ମିଳିପାରୁନି। ଲୋକେ ଏବେବି ପୋଡୁଚାଷ କରି ଯେନତେନ ପ୍ରକାରେ ସେମାନଙ୍କ ଗୁଜୁରାଣ ମେଣ୍ଟାଉଛନ୍ତି। ଏହା ହେଉଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଲୁଲ୍ଲା ପଞ୍ଚାୟତ ଅଧୀନ ‘ମିଟକର୍ଲ୍ଲି’ ଗ୍ରାମର କଥା।
ମିଟକର୍ଲିରେ ୫୦ ଆଦିବାସୀ ସମ୍ପ୍ରଦାୟର ପରିବାର ବସବାସ କରୁଛନ୍ତି। ଏମାନଙ୍କ ମୁଖ୍ୟ ଜୀବିକା ହେଲା ପୋଡୁଚାଷ। ଏହା ବ୍ୟତୀତ ସେମାନଙ୍କର ରୋଜଗାରର ଅନ୍ୟ କୌଣସି ମାଧ୍ୟମ ନାହିଁ। ଗ୍ରାମବାସୀଙ୍କୁ ସରକାରୀ ସୁବିଧା ମିଳୁନି। ଗ୍ରାମବାସୀଙ୍କ ମୁଖ୍ୟ ସମସ୍ୟା ହେଲା ରାସ୍ତା ଏବଂ ପାନୀୟ ଜଳ। ପଞ୍ଚାୟତ ସଦରରୁ ୭ ଓ ବ୍ଲକରୁ ୧୭ କିମି ଦୂରରେ ଏହି ଗାଁ। ଗାଁକୁ ଯିବାକୁ ହେଲେ ପୂର୍ବରେ ପୋଡପୂଜା ଡଙ୍ଗର, ପଶ୍ଚିମରେ କାଙ୍ଗୁ ଆମ୍ବ ଡଙ୍ଗର, ଉତ୍ତରରେ ସାହିମୁଣ୍ଡ ଡଙ୍ଗର ଏବଂ ଦକ୍ଷିଣରେ ଦେବତା ଘର ଡଙ୍ଗରର ଜଙ୍ଗଲିଆ ପାହାଡ ପର୍ବତ ଡେଇଁ ଯିବାକୁ ପଡେ। ମରିଚ ମାଳ ଛକ, କେମିଲୀ ଗାଁ ଡଙ୍ଗର, ପାହାଡ ପର୍ବତ ରାସ୍ତା ସହ ଚଞ୍ଚଡ଼ା ଯୋଡ଼ି ନାଳ ପାର ହୋଇ ଗାଁ ଲୋକେ ଯାତାୟାତ କରୁଛନ୍ତି। ରାସ୍ତାର ଦୁରବସ୍ଥା ଯୋଗୁ ୪ ଚକିଆ ଗାଡି କଥା ଛାଡନ୍ତୁ, ଆମ୍ବୁଲାନ୍ସ ମଧ୍ୟ ଦେଖି ନାହୁଁ ବୋଲି ଗାଁର ନୀଳକଣ୍ଠ ମୁଦୁଲି, ଯଦୁ ସାଉନ୍ତା, ସବନ ସାଉନ୍ତା, ଶ୍ୟାମ ସାଉନ୍ତା, ଦାତ ଦିଷାରୀ ପ୍ରମୁଖ କହିଛନ୍ତି। ଗାଁର କୌଣସି ରୋଗୀ କିମ୍ବା ଗର୍ଭବତୀ ଓ ପ୍ରସୂତୀଙ୍କୁ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବାକୁ ହେଲେ ଗାଁ ଲୋକେ ପାଳି କରି ଭାର କିମ୍ବା ଦୋଳାରେ ମରିଚମାଳ ଛକ ଯାଏ ନେଇଥାନ୍ତି ବୋଲି ରାମଦାସ ମୁଦୁଲି, ଚିତ୍ରୁ ସାଉଁନ୍ତା, ସାହେବ ମୁଦୁଲି ପ୍ରମୁଖ ପ୍ରକାଶ କରିଛନ୍ତି। ବ୍ଲକ ପ୍ରଶାସନରୁ ଆରମ୍ଭ କରି ଜିଲାପାଳଙ୍କୁ ଅଭିଯୋଗ ଜଣାଇଥିଲେ ମଧ୍ୟ କେହି ଶୁଣି ନାହାନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ଦୀପାବଳି ପୂର୍ବରୁ ପ୍ରଥମ କରି ଦଶମନ୍ତପୁର ବିଡିଓ ଡମ୍ବରୁଧର ମଲ୍ଲିକ ଗାଁକୁ ଆସିଥିଲେ ବୋଲି ଗ୍ରାମବାସୀ କହିଛନ୍ତି। ଖରା ଓ ଶୀତ ଦିନରେ ଯେପରି ଭାବେ ହେଲେ ମଧ୍ୟ ଯିବା ଆସିବା କରୁ। କିନ୍ତୁ ବର୍ଷା ଦିନରେ ଲୋକେ ଏହି ରାସ୍ତାରେ ଯିବା ଆସିବା ବିପଦପୂର୍ଣ୍ଣ ବୋଲି ଗ୍ରାମବାସୀ କହିଛନ୍ତି। ମରିଚମାଳ ଛକରୁ ଗାଁକୁ ପକ୍କା ରାସ୍ତା ନିର୍ମାଣ କରା ନ ଗଲେ ଆଗାମୀ ଦିନରେ ଧାରଣା ଦେବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri