ପାଲା ସନ୍ଧ୍ୟା

ରମେଶ ନନ୍ଦ

ରାମହରିପୁରରେ ବାର୍ଷିକ ମହୋତ୍ସବ। ଯଜ୍ଞାନୁଷ୍ଠାନ ଚାଲିଛି। ସନ୍ଧ୍ୟା ବେଳକୁ ବାଦୀ ପାଲା। ଆଜିର ପାଲା ସନ୍ଧ୍ୟାରେ ଓଡ଼ିଶାର ବିଶିଷ୍ଟ ଗାୟକ ଶାର୍ଦ୍ଦୁଳ କେଶରୀ ପାଲା ପରିବେଷଣ କରିବେ ଓ ତାଙ୍କ ପରେ ରାତି ନଅଟା ବେଳକୁ ଗାୟକ କଲ୍ଲୋଳ ମଧ୍ୟ ଉପସ୍ଥିତ ଅଛନ୍ତି। ପାଲା ଜମିବ।
ପାଲା ଆରମ୍ଭ ହେଲା। ବିଷୟବସ୍ତୁ ହେଉଛି ବୈଦେହୀଶ ବିଳାସ। ପାଲା ଗାୟକ ମଙ୍ଗଳାଚରଣ ସାରି ଗୁରୁ ବନ୍ଦନା କଲେ। ‘ବଧିର ନୁହଇ ବୀର’ କହିଲା ବେଳକୁ ସନିଆ ଠିଆ ହେଲା । ସନିଆକୁ ପାଞ୍ଚଦଶ ଖଣ୍ଡ ମୌଜାରେ ସମସ୍ତେ ଜାଣିଛନ୍ତି। ସନିଆ ବାଣ ମାରିବାରେ ଧୁରନ୍ଧର। ତା’ର ପ୍ରଶ୍ନବାଣ ଆଗରେ କେଡ଼େ କେଡ଼େ ଗାୟକ ହାର ମାନିଛନ୍ତି। ଥରେ ସେ ଜଣେ ବିଶିଷ୍ଟ ପାଲାକାରଙ୍କୁ ପ୍ରଶ୍ନବାଣରେ ମୁହଁତୋଡ ଜବାବ ଦେଇଥିଲା। ସନିଆର ସେ ପ୍ରଶ୍ନରେ ଗାୟକ ସିଂହାରୀ ହଡବଡେଇ ଗଲେ। ପ୍ରଶ୍ନଟା ଥିଲା ନିହାତି ମାମୁଲି। ସନିଆ କହିଥିଲା, ମୁଁ ଆଜ୍ଞା ବିଡି ଟାଣେ। ଅନେକ ଲୋକ ବି ବିଡି ଟାଣନ୍ତି। ଧରନ୍ତୁ ମୁଁ ହଳ କରୁଛି ବିଲରେ। ବିଡିଟା ଅଧାରୁ ଲିଭିଗଲା। ପୂରା ବିଡି ପାଇଁ ମୁଁ ପଇସା ଦେଇସାରିଛି। ଏଇ ଅବସ୍ଥାରେ ବିଲରେ ହଉ କି ଅଲଗା ସ୍ଥାନରେ ବିଡିଟାକୁ ମୁଁ କୋଉଠି ଥୋଇବି। ଏ ପ୍ରଶ୍ନର ଠିକ୍‌ ଜବାବ ଆଶାରେ ସେ ପାଞ୍ଚ ପାଞ୍ଚ ଜଣ ପୁରୁଖା ଗାୟକଙ୍କୁ ଚିତ୍‌ପଟାଙ୍ଗ କରିଦେଇଥିଲା। ଯେଉଁଦିନ ସେ ଏଇ ପ୍ରଶ୍ନ ଷଷ୍ଠ ଗାୟକ ଗାୟକମଞ୍ଜୁଳଙ୍କ ଆଗରେ ଉପସ୍ଥାପନ କଲା, ସେ ଦିନ ଗାୟକମଞ୍ଜୁଳ ତତକ୍ଷଣାତ୍‌ କହିଲେ, ଆରେ ମୂର୍ଖ ଯଦି ବିଡିଟା ଅଧାରୁ ଲିଭିଗଲା, ତେବେ ତୁ ପୂରା ବିଡି ପାଇଁ ପଇସା ଦେଇସାରିଛୁ। ଏଣୁ ଅଇଁଠା ବିଡିଟାକୁ କାନରେ ଖୋସିଦବୁ। ଏହି ଉତ୍ତରକୁ ପ୍ରବଳ ଜନସମର୍ଥନ ମିଳିଗଲା ଓ ସନିଆ ଖୁସ୍‌ ହେଲା। ଏଥର ପାଲା ସାର ଗାୟକ ଶାର୍ଦ୍ଦୁଳ କେଶରୀଙ୍କୁ ଦଣ୍ଡପ୍ରଣାମ କରି ସନିଆ ଠିଆହେଲା। ସନିଆ ଜଣେ ଛୋଟ ଚାଷୀ। ନାମମାତ୍ର ଚାଷୀ। ଦେହରେ ତା’ର ଖଣ୍ଡେ ଧୋତି ଆଉ ଶାର୍ଟ। କାନ୍ଧରେ ଖୋର୍ଦ୍ଧା ନାଲି ଗାମୁଛା। ଏଇଟା ତା’ର ପାଲା ଆଟେଣ୍ଡ କରିବା ଡ୍ରେସ। ଶାର୍ଦ୍ଦୁଳ କେଶରୀଙ୍କୁ କରପତ୍ର ଯୋଡି ପ୍ରଣାମ କରିବା ପରେ ସନିଆ କହିଲା ଆଜ୍ଞା ମୋର ଗୋଟେ ଛୋଟ ପ୍ରଶ୍ନ ଅଛି। ଉତ୍ତର କହିବେ।
ଆଜ୍ଞା! ଆପଣ ଶୋଲେ ଫିଲ୍ମ ଦେଖିଥିବେ।
ହଁ। ଆଜ୍ଞା ଭଲ କରି ଦେଖିଛନ୍ତି?
ମୁଁ ଶୋଲେ ସିନେମା ଦଶଥର ଦେଖିଛି।
ଆଚ୍ଛା, ଆଜ୍ଞା! ସେଇ ସିନେମାଟିର ଖଳନାୟକ କିଏ?
ଗବର ସିଂ।
ଗବର ସିଂ ରୋଲ କିଏ କରୁଥିଲେ।
ଅମ୍‌ଜାଦ ଖାଁ।
ତା’ ହେଲେ ଆପଣ ଫିଲ୍ମ ଦେଖିଛନ୍ତି। ଆଚ୍ଛା, ଗବର ସିଂ ଯେଉଁ ଖଇନି ହାତରେ ଦଳୁଥିଲେ, ଆପଣ ନିଶ୍ଚୟ ଦେଖିଥିବେ।
ହଁ।
ମୋର ଆଜ୍ଞା ଛୋଟିଆ ପ୍ରଶ୍ନ। ସେଇ ଖଇନି, ଯେଉଁଟା ଗବର ସିଂ ଖାଉଥିଲେ ସିନେମାରେ ସେଇଟା ପ୍ରକୃତରେ ରକେଟ ଖଇନି ନା ସ୍ବାଗତ ଖଇନି, ନା ଅନ୍ୟ କେଉଁ କମ୍ପାନୀର ଖଇନି। ପାଲା ଗାୟକ ତତ୍‌କ୍ଷଣାତ୍‌ କହିଲେ, ଅମଜାଦ ଖାଁ ବା ଗବର ସିଂ ଯେତେବେଳେ ଖଇନି ସିନେମା ସେଟରେ ଖାଉଥିଲେ, ମୁଁ ସେତେବେଳେ ତାଙ୍କ ପାଖରେ ଠିଆ ହୋଇଥିଲି।
ଆପଣ କେମିତି ତାଙ୍କ ପାଖରେ ଠିଆ ହେଇଥିଲେ?
ଏବେ ଯେମିତି ତୋ ପାଖରେ ଠିଆ ହୋଇଛି। ସେତେବେଳେ ସେମିତି ତାଙ୍କ ପାଖରେ ଠିଆ ହୋଇଥିଲି। ମୁଁ ସେଇ ରାମଗଡ଼ ଗାଁକୁ ପାଲା କରିବାକୁ ନିମନ୍ତ୍ରଣ ପାଇ ଯାଇଥିଲି। ଲୋକେ ମତେ ଫିଲ୍ମ ଶୁଟିଂ ହେଉଥିବାର କହିଲେ। ମୁଁ ଫିଲ୍ମ ଶୁଟିଂ ଦେଖିବାକୁ ଯାଇଥିଲି। ଗବର ସିଂ ମାନେ ଅମ୍‌ଜାଦ ଖାଁଙ୍କ ପାଖରେ ଲଗାଲଗି ହୋଇ ଠିଆ ହୋଇଥିଲି। ସିଏ ମତେ ପଚାରିଲେ, ଆପ୍‌ କହାଁସେ ଆୟେ ହେଁ।
ମୁଁ କହିଲି ମୁଁ ଜଗନ୍ନାଥ ଦେଶରୁ ଆସିଛି। ତା’ ପରେ ସିଏ ମତେ ନମସ୍କାର କଲେ। ମୋ ଗୋଡ଼ଧୂଳି ନେଇ ମୁଣ୍ଡରେ ମାରିଲେ। ମତେ କହିଲେ, ଆପଣ ଭାଗ୍ୟବାନ ଲୋକ। ଏଇ ସମୟରେ ତାଙ୍କ ସହିତ ଧର୍ମେନ୍ଦ୍ର, ଅମିତାଭ ବଚ୍ଚନ, ହେମାମାଳିନୀ ପ୍ରମୁଖ ଥିଲେ। ଠିକ୍‌ ଏତିକିବେଳକୁ ଡାଇରେକ୍ଟର ସିପ୍‌ପୀ ସାହେବ ମତେ ମଧ୍ୟ ମୁଣ୍ଡିଆ ମାରି କୋଳାଗ୍ରତ କଲେ। ରେଡ୍ଡି ଷ୍ଟାର୍ଟ ବୋଲି ନିର୍ଦ୍ଦେଶକ କହିଲେ। ହଠାତ୍‌ ଗବର ସିଂ ମାନେ ଅମ୍‌ଜାଦ କହିଲେ, ଆଜ୍ଞା ଖଇନି ପାଖରେ ନାହିଁ। ତା’ ପରେ ନିର୍ଦ୍ଦେଶକ ଗୋଟେ ସ୍ପଟ୍‌ ବୟ ସୁରେଶକୁ ଖଇନି ପକେଟ୍‌ ଆଣିବାକୁ ବାଇକ ଦେଇ ପଠେଇଲେ। ରାମଗଡ଼ ପାହାଡ଼ିଆ ଅପନ୍ତରା ଜାଗା। ବଜାର ଯିବାକୁ ୧୦-୨୦ କିଲୋମିଟର ଯିବାକୁ ହବ। ମୁଁ କହିଲି ମୋ ପାଖରେ ଖଇନି ଅଛି। ଆପଣମାନେ ଜାଣନ୍ତି ମୁଁ ଦକ୍ଷିଣୀ ଲୋକ। ଆମର ସିଆଡେ ନାସ ଚଳେ। ମୁଁ ନାସ ଖାଏ। ତେଣୁ ନାସ ପକେଟ୍‌ଟିକୁ ତାଙ୍କୁ ବଢ଼େଇଦେଲି। ନାସକୁ ହାତରେ ବାଡ଼େଇ ପାଟିରେ ପକେଇଲେ। ତା’ପରେ ତାଙ୍କର ଡାଏଲଗ କହିଲେ, ‘ଅରେ ଓ ଶାମ୍ବା… କିତ୍‌ନା ଇନାମ୍‌ ରଖିୟେ ସରକାର ନେ।’ ଗାୟକଙ୍କ ଉପସ୍ଥିତ ବୁଦ୍ଧି ପ୍ରଶଂସନୀୟ ଥିଲା। ହେଲେ ଆଜିକାଲି ସେ ପାଲା ଯୁଗ ଆଉ ନାହିଁ। କାଁଭାଁ କେଉଁଠି ପାଲା ହେଉଛି। ସେଥିରେ ଖାଲି କେତେଜଣ ବୟସ୍କ ଶ୍ରୋତାଙ୍କ ଛଡ଼ା ଯୁବ ଦର୍ଶକ ନ ଥାନ୍ତି। ଧୀରେ ଧୀରେ ସେତକ ବି ଲୋପ ପାଇଯିବାର ଆଶଙ୍କା ଉପୁଜିଲାଣି।
ମୋ-୭୭୫୦୦୮୩୮୭୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri