ପାରିିବାରିକ କଳହ: ଦୁଇ ଘଣ୍ଟାରେ ଦୁଇ ସାଙ୍ଗଙ୍କ ଆତ୍ମହତ୍ୟା

ବାଲେଶ୍ୱର ଅଫିସ, ୧୯।୧୦-ପାରିବାରିକ କଳହକୁ କେନ୍ଦ୍ର କରି ତ୍ରିଲୋଚନ ଜେନା ନାମକ ଜଣେ ଯୁବକ ଆତ୍ମହତ୍ୟା କରିବା ଘଟଣାରେ ବ୍ୟଥିତ ହୋଇ ତାଙ୍କର ଜଣେ ବନ୍ଧୁ ଜୀବନ ହାରିଦେବା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଏହା ଘଟିଛି ବାଲେଶ୍ୱର ସଦର ଥାନା ଅଧୀନ ସାହୁପଡ଼ାସ୍ଥିତ ସଦରପାଳ ଗାଁରେ। ଶୁକ୍ରବାର ଦୁଇ ଘଣ୍ଟା ବ୍ୟବଧାନରେ ଏହି ଦୁଇ ଯୁବବନ୍ଧୁଙ୍କ ଆତ୍ମହତ୍ୟା ଗଁ। ରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି। ପୋଲିସ ଦୁଇ ବନ୍ଧୁଙ୍କ ମୃତଦେହକୁ ଜବତ କରି ୨ଟି ପୃଥକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମଦ୍ୟପାନ ଓ ମଦ କାରବାରକୁ ନେଇ ପରିବାରରେ ଅଶାନ୍ତି ସୃଷ୍ଟି ଏହି ଦୁଇ ବନ୍ଧୁଙ୍କ ମୃତ୍ୟୁର କାରଣ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ପୋଲିସ କହିଛି।
ଶୁକ୍ରବାର ମଧ୍ୟାହ୍ନରେ ସଦରପାଳ ଗାଁର ତ୍ରିଲୋଚନ (୪୫) ଘର ପଛପଟେ ଥିବା ଏକ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ। ତ୍ରିଲୋଚନଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସେହି ଗ୍ରାମର ତାଙ୍କ ବନ୍ଧୁ କ୍ରିତିଚନ୍ଦ୍ର ଜେନା (୩୭) ଦେଖିବାକୁ ଯାଇଥିଲେ। କ୍ରିତିଚନ୍ଦ୍ର ସେଠାରୁ ମର୍ମାହତ ହୋଇ ଘରକୁ ଫେରିବା ପରେ କୌଣସି କାରଣରୁ ଘରେ ଝଗଡ଼ା ହୋଇଥିଲା। ଏହାପରେ କ୍ରିତି କାହାରିକୁ କିଛି ନ କହି ଘର ଭିତରେ ପଶି ଯାଇ ଫ୍ୟାନ୍‌ରେ ଲୁଗା ଦେଇ ଆମତ୍ହତ୍ୟା କରିଥିଲେ। ସଦର ଥାନା ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ କରିବା ପରେ ଜିଲା ମୁଖ୍ୟଚିକିତ୍ସାଳୟରେ ତ୍ରିଲୋଚନଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। କ୍ରିତିଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ ଚିକିତ୍ସାଳୟରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?