Posted inପୁରୀ

ପାରିକୁଦ ଗଡ଼ରେ ଗୁରୁପୂର୍ଣ୍ଣିମା, ଭଜନ ପ୍ରତିଯୋଗିତା

କୃଷ୍ଣପ୍ରସାଦ,୧୬ା୭(ଡି.ଏନ୍‌.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ପାରିକୁଦ ଗଡ ଗାନ୍ଧୀଛକସ୍ଥିତ ଶ୍ରୀ ଶିରିଡି ସାଇବାବାଙ୍କ ପୀଠରେ ମଙ୍ଗଳବାର ଗୁରୁପୂର୍ଣ୍ଣିମା ପାଳିତ ହୋଇଯାଇଛି ା ଶିରିଡ଼ି ସାଇ ସଂସ୍ଥାନ ତରଫରୁ ସାଇ ସଂକୀର୍ତ୍ତନ, ସାଇ ସତ୍‌ଚରିତ ପାରାୟଣ, ନାରାୟଣ ସେବା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ା ଅନୁଷ୍ଠାନର ସମ୍ପାଦକ ଲିଙ୍ଗରାଜ ଗୌଡୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ା ଉତ୍ସବକୁ କୃଷ୍ଣପ୍ରସାଦ ସରପଞ୍ଚ ରମେଶ ଚନ୍ଦ୍ର ସିଂହସାମନ୍ତ ଉଦ୍‌ଘାଟନ କରିଥିଲେ ା ମୁଖ୍ୟଅତିଥି ଭାବେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଅକ୍ଷୟ କୁମାର ଶତ୍ରୁଶଲ୍ୟ ଓ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ସରପଞ୍ଚ ରମେଶ ଚନ୍ଦ୍ର ବାହୁବଳେନ୍ଦ୍ର ପ୍ରମୁଖ ଯୋଗଦେଇଥିଲେ ା ଏହି ଅବସରରେ କଳାକାରଙ୍କୁ ନେଇ ଭଜନ ସମାରୋହ, ପ୍ରତିଯୋଗିତା ଅନୁଷ୍ଠିିତ ହୋଇଥିଲା ା ନିକୁଞ୍ଜ କୁମାର ବାରିକୀ, ପ୍ରମୋଦ କୁମାର ପ୍ରଧାନ, ବାଙ୍କନିଧି ଗୌଡୁ, ଶରତ ଚନ୍ଦ୍ର ମହାରଣା, ବିଜୟ କୁମାର ଜେନା ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ା ଅନୁଷ୍ଠାନର ସଭାପତି ରମେଶ ଚନ୍ଦ୍ର ବିଶ୍ୱାଳ, କାର୍ଯ୍ୟକାରୀ ସମ୍ପାଦକ ନବୀନ କୁମାର ଜେନା ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ।
ଫଟୋ-ଗୁରୁପୂର୍ଣ୍ଣିମାରେ ଶିରିଡ଼ି ସାଇବାବାଙ୍କୁ ପୂଜାର୍ଚ୍ଚନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ଥାକିଆ ହେବ ପିପିଲି-କୋଣାର୍କ ରାସ୍ତା

ଗୋପ,୧୦ା୬(ଭାରତୀ ଭୂଷଣ ଉପାଧ୍ୟାୟ): ପର୍ଯ୍ୟଟନର ବିକାଶ ଲାଗି ଖୁବ୍‌ଶୀଘ୍ର ପିପିଲି-କୋଣାର୍କ ରାଜ୍ୟ ରାଜପଥକୁ ୪ ଥାକିଆ ରାସ୍ତା କରାଯିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ…

ଏମିତି ବି ଆସେ ମୃତ୍ୟୁ…ପ୍ରାକ୍ଟିକାଲ୍ ରେକର୍ଡ଼ ଲେଖି ସକାଳେ ଶୋଇଲେ ଆଉ ଉଠିଲେନି ସଂଗ୍ରାମିକା..

ପୁରୀ,୯।୬( ଅଜିତ୍ କୁମାର ମହାନ୍ତି ): ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ପୁରୀର ଦ୍ଵିତୀୟ ବର୍ଷର ଛାତ୍ରୀ ସଂଗ୍ରାମିକା ପଣ୍ଡାଙ୍କ ଅକାଳ ବିୟୋଗ ହୋଇଛି । ସଂଗ୍ରାମିକା ତାଙ୍କ…

ଭୁବନେଶ୍ବର ପରିବର୍ତ୍ତେ ପୁରୀ ବସଷ୍ଟାଣ୍ଡରେ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର: କାରଣ…

ପୁରୀ,୮।୬(ଅଜିତ ମହାନ୍ତି): ଭୁବନେଶ୍ବରରେ ଅବତରଣ କରିପାରି ନାହିଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହେଲିକପ୍ଟର। ପ୍ରତିକୂଳ ପାଗ ପାଇଁ ଭୁବନେଶ୍ବର ପରିବର୍ତ୍ତେ ପୁରୀରେ ଅବତରଣ କରିଛି। ସମଙ୍ଗ ଅସ୍ଥାୟୀ…

ଶ୍ରୀମନ୍ଦିରରେ ଚାଲିଥିଲା ମଙ୍ଗଳ ଆଳତି, ଭକ୍ତଙ୍କ ସୁନା ଚେନ୍‌ ଲୁଟିନେଲେ ଚୋର: ଆଉ ତା’ପରେ ଘଟିଲା…

ପୁରୀ,୮।୬(ଅଜିତ ମହାନ୍ତି): ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଜଣେ ବ୍ୟକ୍ତି ଜଣେ ଭକ୍ତଙ୍କଠାରୁ ସୁନା ଚେନ ଚୋରି କରି ନେଇଥିଲେ। ମଙ୍ଗଳ ଆଳତି ବେଳେ ଏହି ଘଟଣା ଘଟିଥିବା…

ପୁଣି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଖେଳ: ଅନଲାଇନରେ ମହାପ୍ରସାଦ, ଖଜା ବିକ୍ରି ନେଇ…

ପୁରୀ, ୧।୬ (ଅଜିତ କୁମାର ମହାନ୍ତି): ପୁଣିଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅପମାନ ହେଉଥିବା ସହ ଭକ୍ତମାନଙ୍କ ଭାବାବେଗ ସହିତ ଖେଳାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଅନଲାଇନ…

ଖଜା ଦୋକାନୀଙ୍କୁ ଉଠାଇନେଲା ପୋଲିସ, ଲୋକେ ବୋହିନେଲେ ଖଜା, ଯିଏ ଯାହା ପାଇଲା…

ପୁରୀ,୨୯ା୫(ଅଜିତ ମହାନ୍ତି): ପୁରୀ ବଡ଼ଦାଣ୍ଡରେ ଏକ ନିଆରା ତଥା ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଯାହା ବିଭିନ୍ନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।…

ପୁରୀର ଏକ ରିସର୍ଟରୁ ଗିରଫ ହେଲେ TMC ବିଧାୟକ

ପୁରୀ,୨୭ା୫: ପଶ୍ଚିମବଙ୍ଗର ପୂର୍ବତନ ପରିବହନ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(TMC)ର ବରିଷ୍ଠ ନେତା ଦିଲ୍ଲୀପ ମଣ୍ଡଳଙ୍କୁ ଏସ୍‌ଟିଏଫ୍‌ ଦ୍ୱାରା ଗିରଫ ହୋଇଥିବା ନେଇ ସୂଚନା ମିଳିଛି ।…

ନୀଳଚକ୍ର ବାନାରେ ବସିଲା ଚିଲ: ଅଶୁଭ ସଂକେତ, ଘଟିପାରେ…

ପୁରୀ,୨୬ା୩(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ନୀଳଚକ୍ର ଉପରେ ସୋମବାର ପୂର୍ବାହ୍ନରେ କିଛି ସମୟ ଧରି ଏକ ଚିଲ ବସିଥିବା ଦେଖିବାକୁ ମିଳିଥିଲା। କିଛି ମାସ ବ୍ୟବଧାନ ପରେ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri