ପାରାଦୀପ ବନ୍ଦର ଚିକିତ୍ସାଳୟରେ ଆନ୍ଦୋଳନ ପରେ ମିଳିଲା ନିଶୁଳ୍କ ଚିକିତ୍ସା: ତଥାପି କିଣିବାକୁ ପଡୁଛି ଔଷଧ

ପାରାଦୀପ,୧୧ା୮(ସ୍ବ.ପ୍ର.): ପାରାଦୀପ ବନ୍ଦର ଚିକିତ୍ସାଳୟରେ ଆଉ ଟିକେଟ କାଟିବା ପାଇଁ ରୋଗୀଙ୍କୁ ଟଙ୍କା ଦେବାକୁ ପଡିବ ନାହିଁ। ଅର୍ଥାତ ସାଧାରଣ ଲୋକ ମଧ୍ୟ ଉକ୍ତ ଚିକିତ୍ସାଳୟରେ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଭଳି ନିଃଶୁଳ୍କ ସେବା ପାଇପାରିବେ। ଏପରି ହେବା ପଛରେ ଭୁତମୁଣ୍ଡାଇଠାରେ ପ୍ରସ୍ତାବିତ ଟ୍ରକ୍‌ ଟର୍ମିନାଲକୁ ବିରୋଧ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ ପାଇଁ ଚାଲିଥିବା ଆନ୍ଦୋଳନର ପ୍ରଭାବ ରହିଛି ବୋଲି କୁହାଯାଉଛି। ପ୍ରକାଶ ଯେ, ୧୯୭୦ ଦଶକରୁ ପାରାଦୀପ ବନ୍ଦର ଚିକିତ୍ସାଳୟ ଚାଲିଥିଲେ ହେଁ ଏହା କେବଳ ବନ୍ଦର କର୍ମଚାରୀଙ୍କ ପାଇଁ ଉର୍ଦ୍ଦିଷ୍ଟ ଥିଲା। ୬୪ ଶଯ୍ୟା ବିଶିଷ୍ଟ ଉକ୍ତ ଚିକିତ୍ସାଳୟରେ ପ୍ରାୟ ଅଧିକାଂଶ ବିଭାଗର ଡାକ୍ତର ରହୁଥିଲେ। ବନ୍ଦର କର୍ମଚାରୀଙ୍କୁ ଚିକିତ୍ସା ଓ ଔଷଧ ସବୁ ମାଗଣା ମିଳୁଥିଲା। ପର୍ଯ୍ୟାୟକ୍ରମେ ବନ୍ଦର କର୍ମଚାରୀ ହ୍ରାସ ପାଇବା ଓ ବନ୍ଦର ବ୍ୟବହାରକାରୀଙ୍କ ସଂଖ୍ୟା ବଢିବା ପରେ ଉକ୍ତ ଚିକିତ୍ସାଳୟରେ କେତେକ ବାହାର ଲୋକ ଡାକ୍ତରୀ ପରାମର୍ଶ ସୁଯୋଗ ପାଇଲେ। ଉପରିସ୍ଥ ଅଧିକାରୀଙ୍କ ସ୍ବୀକୃତି ଓ ଚିକିତ୍ସାଳୟର ଆବଶ୍ୟକ ଅର୍ଥ ଭରଣା କରିବା ପରେ ଉକ୍ତ ସୁବିଧା ମିଳୁଥିଲା। ଏହା ମଧ୍ୟରେ ବନ୍ଦର ଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ହୋଇପଡିଲାଣି। ୬୪ ଶଯ୍ୟା ଥିଲେ ହେଁ ଆଉ ରୋଗୀ ସଂଖ୍ୟା ପୂର୍ବପରି ନାହିଁ। ବିଶେଷଜ୍ଞ ଡାକ୍ତରଙ୍କୁ ଏବେ ବାହାରୁ ମେଡିକାଲ କର୍ତ୍ତୃପକ୍ଷ ସୀମିତ ସମୟ ପାଇଁ ଚୁକ୍ତିରେ ଆଣୁଛନ୍ତି। ତେଣୁ ବନ୍ଦର ଚିକିତ୍ସାଳୟରେ ରୋଗୀ ସେବା ପୂର୍ବପରି ନାହିଁ କହିଲେ ଚଳେ। ଏବେ ବନ୍ଦର କର୍ତ୍ତୃପକ୍ଷ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ୩୦ରୁ ଊର୍ଦ୍ଧ୍ୱ ପ୍ରତିଷ୍ଠିତ ଘରୋଇ ମେଡିକାଲ ସହ ଚୁକ୍ତି କରିଛନ୍ତି। ତେଣୁ ବନ୍ଦର କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀମାନେ ଏହି ସୁବିଧାରେ ପ୍ରାୟତଃ ବାହାରେ ଚିକିତ୍ସିତ ହେଉଛନ୍ତି। ଏମିତି ଅବସ୍ଥାରେ ବନ୍ଦର ଚିକିତ୍ସାଳୟରେ ଏବେ ପ୍ରାୟ ସବୁ ବର୍ଗର ଲୋକ ଡାକ୍ତରଙ୍କ ପରାମର୍ଶ ନେଇପାରୁଥିଲେ। ସେଥିପାଇଁ ସେମାନଙ୍କୁ ଆଉଟ୍‌ଡୋର ପରାମର୍ଶ ପାଇଁ ୧୦ରୁ ୩୦ ଟଙ୍କା ଦେଇ ଟିକେଟ କାଟିବାକୁ ପଡୁଥିଲା। ସେହି ଅର୍ଥ ଇ-ପେମେଣ୍ଟ ବା ଡେବିଟ୍‌ କାର୍ଡ ମାଧ୍ୟମରେ ଦେବା ଅନିବାର୍ଯ୍ୟ ଥିଲା। ଏହା ଦ୍ୱାରା ଅଧିକାଂଶ ଲୋକ ଡେବିଟ୍‌ କାର୍ଡ ନ ଥିବାରୁ ଡାକ୍ତରଙ୍କୁ ଭେଟିପାରୁ ନ ଥିଲେ। ଏହି ସମୟରେ କୁଜଙ୍ଗ ଅଞ୍ଚଳରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ ପାଇଁ ଦାବି ଜୋର ଧରିଛି। ଖୋଦ୍‌ ବନ୍ଦର କର୍ତ୍ତୃପକ୍ଷ ମଧ୍ୟ ୨୦୧୩ରୁ ଏକ ସ୍ପେଶିଆଲିଟି ହସ୍ପିଟାଲ ପ୍ରତିଷ୍ଠା କରିବାକୁ ଘୋଷଣା କରିବା ସତ୍ତ୍ୱେ ତାହା ଏ ପର୍ଯ୍ୟନ୍ତ ସଫଳ ହୋଇନାହିଁ। ପାରାଦୀପ ବନ୍ଦର ଓ ଜଗତ୍‌ସିଂହପୁର ଜିଲା ପ୍ରଶାସନ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଭୁତମୁଣ୍ଡାଇଠାରେ ଏକ ଟ୍ରକ୍‌ ଟର୍ମିନାଲ କରିବାକୁ ଚେଷ୍ଟା ଚଳାଇଛନ୍ତି। ଏହାକୁ ସ୍ଥାନୀୟ ଲୋକ ବିରୋଧ କରୁଛନ୍ତି। ଏହାର ସମାଧାନ ପାଇଁ ଗତ ୧୫ ଦିନ ତଳେ ପ୍ରଶାସନିକ ବୈଠକ ବସିଥିଲା। ସେତେବେଳେ ବନ୍ଦର ଚିକିତ୍ସାଳୟ ପ୍ରସଙ୍ଗ ଉଠିଥିଲା। ଉକ୍ତ ଚିକିତ୍ସାଳୟରେ ଡାକ୍ତର ପରାମର୍ଶ ପାଇଁ ଅର୍ଥ ଦେବାକୁ ପଡୁଥିବା କଥା ଆଲୋଚନା ହେବାରୁ ଉପସ୍ଥିତ ବନ୍ଦର ପ୍ରତିନିଧି ଆଉ ଅର୍ଥ ନେବେ ନାହିଁ ବୋଲି କହିଥିଲେ। ଏହି କ୍ରମରେ ଗତ ୧୫ ଦିନ ହେଲା ବନ୍ଦର ଚିକିତ୍ସାଳୟରେ ଡାକ୍ତର ପରାମର୍ଶ ପାଇଁ ଆଉ ଅର୍ଥ ଦେବାକୁ ପଡୁନାହିଁ। କିନ୍ତୁ ଔଷଧ ବାହାରୁ କିଣିବାକୁ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?