ପାରାଦୀପ ବନ୍ଦର ଚିକିତ୍ସାଳୟରେ ଆନ୍ଦୋଳନ ପରେ ମିଳିଲା ନିଶୁଳ୍କ ଚିକିତ୍ସା: ତଥାପି କିଣିବାକୁ ପଡୁଛି ଔଷଧ

ପାରାଦୀପ,୧୧ା୮(ସ୍ବ.ପ୍ର.): ପାରାଦୀପ ବନ୍ଦର ଚିକିତ୍ସାଳୟରେ ଆଉ ଟିକେଟ କାଟିବା ପାଇଁ ରୋଗୀଙ୍କୁ ଟଙ୍କା ଦେବାକୁ ପଡିବ ନାହିଁ। ଅର୍ଥାତ ସାଧାରଣ ଲୋକ ମଧ୍ୟ ଉକ୍ତ ଚିକିତ୍ସାଳୟରେ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଭଳି ନିଃଶୁଳ୍କ ସେବା ପାଇପାରିବେ। ଏପରି ହେବା ପଛରେ ଭୁତମୁଣ୍ଡାଇଠାରେ ପ୍ରସ୍ତାବିତ ଟ୍ରକ୍‌ ଟର୍ମିନାଲକୁ ବିରୋଧ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ ପାଇଁ ଚାଲିଥିବା ଆନ୍ଦୋଳନର ପ୍ରଭାବ ରହିଛି ବୋଲି କୁହାଯାଉଛି। ପ୍ରକାଶ ଯେ, ୧୯୭୦ ଦଶକରୁ ପାରାଦୀପ ବନ୍ଦର ଚିକିତ୍ସାଳୟ ଚାଲିଥିଲେ ହେଁ ଏହା କେବଳ ବନ୍ଦର କର୍ମଚାରୀଙ୍କ ପାଇଁ ଉର୍ଦ୍ଦିଷ୍ଟ ଥିଲା। ୬୪ ଶଯ୍ୟା ବିଶିଷ୍ଟ ଉକ୍ତ ଚିକିତ୍ସାଳୟରେ ପ୍ରାୟ ଅଧିକାଂଶ ବିଭାଗର ଡାକ୍ତର ରହୁଥିଲେ। ବନ୍ଦର କର୍ମଚାରୀଙ୍କୁ ଚିକିତ୍ସା ଓ ଔଷଧ ସବୁ ମାଗଣା ମିଳୁଥିଲା। ପର୍ଯ୍ୟାୟକ୍ରମେ ବନ୍ଦର କର୍ମଚାରୀ ହ୍ରାସ ପାଇବା ଓ ବନ୍ଦର ବ୍ୟବହାରକାରୀଙ୍କ ସଂଖ୍ୟା ବଢିବା ପରେ ଉକ୍ତ ଚିକିତ୍ସାଳୟରେ କେତେକ ବାହାର ଲୋକ ଡାକ୍ତରୀ ପରାମର୍ଶ ସୁଯୋଗ ପାଇଲେ। ଉପରିସ୍ଥ ଅଧିକାରୀଙ୍କ ସ୍ବୀକୃତି ଓ ଚିକିତ୍ସାଳୟର ଆବଶ୍ୟକ ଅର୍ଥ ଭରଣା କରିବା ପରେ ଉକ୍ତ ସୁବିଧା ମିଳୁଥିଲା। ଏହା ମଧ୍ୟରେ ବନ୍ଦର ଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ହୋଇପଡିଲାଣି। ୬୪ ଶଯ୍ୟା ଥିଲେ ହେଁ ଆଉ ରୋଗୀ ସଂଖ୍ୟା ପୂର୍ବପରି ନାହିଁ। ବିଶେଷଜ୍ଞ ଡାକ୍ତରଙ୍କୁ ଏବେ ବାହାରୁ ମେଡିକାଲ କର୍ତ୍ତୃପକ୍ଷ ସୀମିତ ସମୟ ପାଇଁ ଚୁକ୍ତିରେ ଆଣୁଛନ୍ତି। ତେଣୁ ବନ୍ଦର ଚିକିତ୍ସାଳୟରେ ରୋଗୀ ସେବା ପୂର୍ବପରି ନାହିଁ କହିଲେ ଚଳେ। ଏବେ ବନ୍ଦର କର୍ତ୍ତୃପକ୍ଷ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ୩୦ରୁ ଊର୍ଦ୍ଧ୍ୱ ପ୍ରତିଷ୍ଠିତ ଘରୋଇ ମେଡିକାଲ ସହ ଚୁକ୍ତି କରିଛନ୍ତି। ତେଣୁ ବନ୍ଦର କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀମାନେ ଏହି ସୁବିଧାରେ ପ୍ରାୟତଃ ବାହାରେ ଚିକିତ୍ସିତ ହେଉଛନ୍ତି। ଏମିତି ଅବସ୍ଥାରେ ବନ୍ଦର ଚିକିତ୍ସାଳୟରେ ଏବେ ପ୍ରାୟ ସବୁ ବର୍ଗର ଲୋକ ଡାକ୍ତରଙ୍କ ପରାମର୍ଶ ନେଇପାରୁଥିଲେ। ସେଥିପାଇଁ ସେମାନଙ୍କୁ ଆଉଟ୍‌ଡୋର ପରାମର୍ଶ ପାଇଁ ୧୦ରୁ ୩୦ ଟଙ୍କା ଦେଇ ଟିକେଟ କାଟିବାକୁ ପଡୁଥିଲା। ସେହି ଅର୍ଥ ଇ-ପେମେଣ୍ଟ ବା ଡେବିଟ୍‌ କାର୍ଡ ମାଧ୍ୟମରେ ଦେବା ଅନିବାର୍ଯ୍ୟ ଥିଲା। ଏହା ଦ୍ୱାରା ଅଧିକାଂଶ ଲୋକ ଡେବିଟ୍‌ କାର୍ଡ ନ ଥିବାରୁ ଡାକ୍ତରଙ୍କୁ ଭେଟିପାରୁ ନ ଥିଲେ। ଏହି ସମୟରେ କୁଜଙ୍ଗ ଅଞ୍ଚଳରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ ପାଇଁ ଦାବି ଜୋର ଧରିଛି। ଖୋଦ୍‌ ବନ୍ଦର କର୍ତ୍ତୃପକ୍ଷ ମଧ୍ୟ ୨୦୧୩ରୁ ଏକ ସ୍ପେଶିଆଲିଟି ହସ୍ପିଟାଲ ପ୍ରତିଷ୍ଠା କରିବାକୁ ଘୋଷଣା କରିବା ସତ୍ତ୍ୱେ ତାହା ଏ ପର୍ଯ୍ୟନ୍ତ ସଫଳ ହୋଇନାହିଁ। ପାରାଦୀପ ବନ୍ଦର ଓ ଜଗତ୍‌ସିଂହପୁର ଜିଲା ପ୍ରଶାସନ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଭୁତମୁଣ୍ଡାଇଠାରେ ଏକ ଟ୍ରକ୍‌ ଟର୍ମିନାଲ କରିବାକୁ ଚେଷ୍ଟା ଚଳାଇଛନ୍ତି। ଏହାକୁ ସ୍ଥାନୀୟ ଲୋକ ବିରୋଧ କରୁଛନ୍ତି। ଏହାର ସମାଧାନ ପାଇଁ ଗତ ୧୫ ଦିନ ତଳେ ପ୍ରଶାସନିକ ବୈଠକ ବସିଥିଲା। ସେତେବେଳେ ବନ୍ଦର ଚିକିତ୍ସାଳୟ ପ୍ରସଙ୍ଗ ଉଠିଥିଲା। ଉକ୍ତ ଚିକିତ୍ସାଳୟରେ ଡାକ୍ତର ପରାମର୍ଶ ପାଇଁ ଅର୍ଥ ଦେବାକୁ ପଡୁଥିବା କଥା ଆଲୋଚନା ହେବାରୁ ଉପସ୍ଥିତ ବନ୍ଦର ପ୍ରତିନିଧି ଆଉ ଅର୍ଥ ନେବେ ନାହିଁ ବୋଲି କହିଥିଲେ। ଏହି କ୍ରମରେ ଗତ ୧୫ ଦିନ ହେଲା ବନ୍ଦର ଚିକିତ୍ସାଳୟରେ ଡାକ୍ତର ପରାମର୍ଶ ପାଇଁ ଆଉ ଅର୍ଥ ଦେବାକୁ ପଡୁନାହିଁ। କିନ୍ତୁ ଔଷଧ ବାହାରୁ କିଣିବାକୁ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୨ା୪: ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା କରିବାର ୧୧ ଦିନ ପରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ଶ୍ରୀଧର ଦେବଙ୍କ ସ୍ଥାନରେ ସାକା...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri