ପାରାଦୀପ ପୌର ପ୍ରଶାସନର ସମନ୍ବୟ ବୈଠକ: କୌଶଳ ବିକାଶରେ ସାମିଲ ହେବେ କିନ୍ନର

ପାରାଦୀପ,୨୫ା୧୨(ସ୍ବ.ପ୍ର.): ସମାଜରେ ବଞ୍ଚତ୍ବାକୁ କିନ୍ନରମାନେ ଅନେକ ସଂଘର୍ଷ କରିଥାନ୍ତି। ସେମାନଙ୍କ ରୋଜଗାର ଉତ୍ସଶୈଳୀ ଭିନ୍ନ ହୋଇଥାଏ। ତେଣୁ ଏସବୁକୁ ପରିବର୍ତ୍ତନ କରିବା ପାଇଁ ଏବେ ସରକାରୀ ଭାବେ ପ୍ରୟାସ ଆରମ୍ଭ ହୋଇଛି। ମଙ୍ଗଳବାର ପାରାଦୀପ ପୌର ପ୍ରଶାସନିକ ଭବନରେ କିନ୍ନରଙ୍କ ଅଧିକାର ସମ୍ପର୍କରେ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ବେଚ୍ଛାସେବୀ ସଙ୍ଗଠନ ଆଇଆର୍‌ଡିଏମଏସ୍‌ ଓ ଏସ୍‌ସିଏଏସ୍‌ ପକ୍ଷରୁ ମିଳିତ ଉଦ୍ୟମରେ ଆୟାଜିତ ବୈଠକରେ ଭିନ୍ନଭିନ୍ନ ବିଭାଗ ପ୍ରତିନିଧି ଯୋଗ ଦେଇଥିଲେ। ସେଥିରେ କିପରି କିନ୍ନରଙ୍କ କିପରି କୌଶଳ ବିକାଶ କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ଜାତୀୟ ସହରାଞ୍ଚଳ ଜୀବିକା ମିଶନରେ ସେମାନଙ୍କୁ ସାମିଲ କରାଯାଇ କିପରି କର୍ମସଂସ୍ଥାନ ଯୋଗାଇ ହେବ, ମୌଳିକ ଅଧିକାର ଯଥା ବାସସ୍ଥାନ, ଶିକ୍ଷା, ପରିଚୟପତ୍ର ଦିଆଯିବ ସେ ସମ୍ପର୍କରେ ନିଷ୍ପତ୍ତି ହୋଇଥିଲା। ଏଥିସହ ରୋଜଗାର ପାଇଁ ଯେପରି ସ୍ବୟଂ ସହାୟିକା ଗୋଷ୍ଠୀକୁ ତାଲିମ ଦିଆଯାଉଛି ସେହିପରି କିନ୍ନରଙ୍କୁ ତାଲିମ ଦିଆଯାଇ କର୍ମ ସଂସ୍ଥାନରେ ସାମିଲ କରିବାକୁ କ’ଣ ପ୍ରବଧାନ ଅଛି ସେ ସମ୍ପର୍କରେ ଜିଲା ଟିଜି ଅଫିସର ଡା. ଚନ୍ଦ୍ରିକା ଆଚାର୍ଯ୍ୟ ମତବ୍ୟକ୍ତ କରିଥିଲେ। ପୌରାଞ୍ଚଳରେ ଥିବା ୨୮ଜଣ କିନ୍ନରଙ୍କ ମଧ୍ୟରୁ ଏବେ ସୁଦ୍ଧା ୧୦ଜଣଙ୍କୁ ଆଧାର କାର୍ଡ ଓ ରାଶାନ କାର୍ଡ ଦିଆଯାଇଛି ବୋଲି ପୌର ନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତି କହିଥିଲେ। ସେମାନେ କିପରି ବ୍ୟାଙ୍କରେ ଖାତା ଖୋଲିବା ସହ ଋଣ ନେଇ ପାରିବେ ସେ ସମ୍ପର୍କରେ ୟୁକୋ ବ୍ୟାଙ୍କ ମ୍ୟାନେଜର ଅମରକାନ୍ତ ସାହୁ ମତବ୍ୟକ୍ତ କରିଥିଲେ। ବୈଷୟିକ ତାଲିମ, ରୋଜଗାରପନ୍ଥା ଆଦି ସମ୍ପର୍କରେ ବୈଷୟିକ ଟିମ୍‌ ସଦସ୍ୟ ଶୁଭାଶିଷ ସାମଲ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଧାକାନ୍ତ ମହାପାତ୍ର, ନିର୍ମଳ କୁମାର ସାହୁ ପ୍ରମୁଖ ଯୋଗଦେଇ ମତ ରଖିଥିଲେ। ବୈଠକ ପରେ ପାରାଦୀପ କିନ୍ନର ସଂଘ ସଭାପତି ରାଧା ମା’ ଆଗକୁ କାମ କରି ସମାଜର ମୁଖ୍ୟ ଶ୍ରୋତରେ ସାମିଲ ହୋଇ ସାମାଜିକ ଦୃଷ୍ଟିଭଙ୍ଗୀ ପରିବର୍ତ୍ତନ ପାଇଁ ଚେଷ୍ଟା କରିବୁ ବୋଲି ମତ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତିଖିରୀ ସରପଞ୍ଚ ଚାମେଲି ଓଝା ମାମଲା: ଅଦାଲତଙ୍କ ବିନାନୁମତିରେ ପ୍ରକାଶ ହେବନି ଫଳ

କଟକ/ମହାକାଳପଡ଼ା,୧୨ା୮(କାର୍ତ୍ତିକ ସାହୁ/ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ମାମଲାର ଶୁଣାଣି ମଙ୍ଗଳବାର ଶେଷ ହୋଇଛି। ହାଇକୋର୍ଟ ବିଚାରପତି…

ମଣିଷଙ୍କ ମୁହଁ ଦେଖି ଆବେଗ ବୁଝିପାରନ୍ତି କୁକୁର

ବର୍ଲିନ,୧୨।୮(ରଏଟର୍ସ): କୁକୁର ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ବୋଲି କୁହାଯାଇଥାଏ। ତେବେ ନିକଟରେ ୟୁନିଭର୍ସିଟି ଅଫ୍‌ ଭିଏନାର ଗବେଷକମାନେ କରିଥିବା ଏକ ଗବେଷଣାରୁ ଜଣାପଡ଼ିଛି, କୁକୁରମାନେ ଲୋକଙ୍କ ମୁହଁ…

ଇଲେକ୍ଟ୍ରିକ୍‌ ଗାଡ଼ି ଗ୍ରାହକଙ୍କୁ ବଡ଼ ଝଟ୍‌କା, ଅଧା ହୋଇଗଲା ସବସିଡି, ଏବେ ମିଳିବ ମାତ୍ର…

ନୂଆଦିଲ୍ଲୀ, ୧୨।୮: ଆପଣ ଏକ ଇଲେକ୍ଟ୍ରିକ୍ ସ୍କୁଟର୍ କିମ୍ବା ବାଇକ୍ କିଣିବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ସରକାରଙ୍କ ପିଏମ୍ ଇ-ଡ୍ରାଇଭ୍ (PM E-DRIVE) ଯୋଜନା ସହ ଜଡ଼ିତ…

ଶେଷରେ ନିଖୋଜ ଦାଦନ ଶ୍ରମିକଙ୍କ ମିଳିଲା ପତ୍ତା: କେରଳରେ…

ଥୁଆମୂଳ ରାମପୁର, ୧୨ା୮ (ଦୁର୍ଗା କୀର୍ତ୍ତି):ଶେଷରେ ନିଖୋଜ ଦାଦନ ଶ୍ରମିକ ଘାସିରାମ ମାଝୀ (୩୦)ଙ୍କୁ ନେଇ ସୃଷ୍ଟିହୋଇଥିବା ଆଶଙ୍କା ଦୂରହୋଇଛି। କେରଳରେ ଦିଗହରା ହୋଇ ବୁଲୁଥିବା କଳାହାଣ୍ଡି…

ଭିତରେ ବସିଥିଲେ ୨୨୪ ଯାତ୍ରୀ: ହଠାତ୍‌ ମଝି ଆକାଶରେ ଫେଲ ହେଲା ଇଣ୍ଡିଗୋ ଇଞ୍ଜିନ, ତା’ପରେ…

ନୂଆଦିଲ୍ଲୀ,୧୨।୮: ଏୟାର ଇଣ୍ଡିଆର ଫ୍ଲାଇଟରେ ଟରବୁଲେନ୍ସ ପରେ ଇଣ୍ଡିଗୋର ଫ୍ଲାଇଟ ଇଞ୍ଜିନ ଫେଲ ହେବାର ମାମଲା ସାମ୍ନାକୁ ଆସିଛି। ଉଭୟ ମାମଲାରେ ଫ୍ଲାଇଟ ଦୁର୍ଘଟଣାର ଶିକାର ହେବାରୁ…

ରାସ୍ତାରୋକୋ କଲେ ଚାଷୀ, ଘଟଣାସ୍ଥଳରେ ପୋଲିସ: ଏହି କାରଣକୁ ନେଇ ତାତିଲେ….

ହାଟଡିହୀ/ଛେନାପଦୀ,୧୨l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଡରମ୍ପାସ କେନାଲରେ ଅବ୍ୟବସ୍ଥା ଯୋଗୁ ବର୍ଷାଜଳ ନିଷ୍କାସନ ହୋଇପାରୁ ନଥିବା କାରଣରୁ ଚାଷୀମାନେ ବୁଧବାର ପ୍ରତିବାଦ ଏବଂ ରାସ୍ତାରୋକୋ…

ହର ହର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା ଶୁଭାରମ୍ଭ କଲେ ବିଧାୟକ, ସ୍ଲୋଗାନରେ ପ୍ରକମ୍ପିତ ହେଲା ସହର

ଗଞ୍ଜାମ,୧୨।୮(ବିଦ୍ୟାଧର ସାହୁ ): ପ୍ରଧାନମନ୍ତ୍ରୀ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ହର ହର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି l…

ଗୋପାଳଙ୍କୁ ନିର୍ମମ ହତ୍ୟା: ମାଁ ପାଟଣେଶ୍ୱରୀ ମନ୍ଦିର ପଛପଟ ରୋଡ଼ରୁ ମିଳିଲା ଜୁଡ଼ୁବୁଡ଼ୁ ମୃତଦେହ

ସମ୍ବଲପୁର,୧୨।୮(ପ୍ରମୋଦ ବହିଦାର): ଟାଉନ ଥାନା ଅନ୍ତର୍ଗତ ମାଁ ପାଟଣେଶ୍ୱରୀ ମନ୍ଦିର ପଛପଟ ଫିସେରୀ ରୋଡ଼ରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଖବର ମିଳିଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri