ପାଟକୁରା ନିର୍ବାଚନ: ପ୍ରକାଶ ପାଇଲା ୩ ଦଳର ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ୱର,୧୧।୭(ବ୍ୟୁରୋ): ପାଟକୁରା ବିଧାନସଭା ଆସନ ଦଖଲ କରିବା ଲାଗି ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡିକ ମଧ୍ୟରେ ଲଢେଇ ଜୋର୍‌ଦାର ହେବାରେ ଲାଗିଛି। ଆସନ୍ତା ୨୦ରେ ଏହି ଆସନରେ ନିର୍ବାଚନ ହେବାକୁ ଥିବାବେଳେ ଗୁରୁବାର ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ନିଜ ରଣନୀତି ପ୍ରସ୍ତୁତ କରିସାରିଛନ୍ତି। ଏଥିରେ କଂଗ୍ରେସ ସାମାନ୍ୟ ପଛରେ ପଡିଥିବା ବେଳେ ଗୁରୁବାର ବିଜେଡି ଓ ଭାଜପା ନିଜ ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିଛନ୍ତି। ସବୁଦଳ ନିଜର ୪ ଜଣିଆ ତାଲିକା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଉପସ୍ଥାପିତ କରିଛନ୍ତି। ବିଜେଡି ପକ୍ଷରୁ ମାଳ ମାଳ ନେତା କିଛିଦିନ ହେଲା ଯାଇ ପାଟକୁରାରେ ଡେରା ପକାଇ ପ୍ରଚାର ଚଳାଇଛନ୍ତି। ଗୋଟେ ଗୋଟେ ପଞ୍ଚାୟତ ଦାୟିତ୍ୱ ଜଣେ ଲେଖା ବିଧାୟକଙ୍କୁ ଦିଆଯାଇଛି। ସେହିପରି ବିଧାୟକମାନେ ମଧ୍ୟ ନିଜ ସାଙ୍ଗରେ ବହୁ ଅନୁଗତଙ୍କୁ ଧରି ପ୍ରଚାର ଚଳାଇଛନ୍ତି। ଯାହାକୁ ଯେଉଁ ପଞ୍ଚାୟତର ଦାୟିତ୍ୱ ମିଳିଛି, ତାହା କିପରି ଠିକଣା ଢଙ୍ଗରେ ତୁଲାଇବେ ସେନେଇ ମଧ୍ୟ ଶାସକ ଦଳର ବିଧାୟକମାନେ ଦିନରାତି ଏକ କରିଦେଇଛନ୍ତି। ୩ ଦଳର ମୋଟ ୧୨୦ ଷ୍ଟାର କ୍ୟାମ୍ପେନର ପାଟକୁରାରେ ନିଜ ନିଜର ପ୍ରାର୍ଥୀ ପାଇଁ ପ୍ରଚାର କରିବେ। ବିଜେଡି ତାଲିକାରେ ମୁଖ୍ୟ ଆକର୍ଷଣ ସାଜିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଲିକାର ପ୍ରଥମରେ ତାଙ୍କ ନାମ ଉଲ୍ଲେଖ ରହିଛି। ତାଙ୍କ ସଙ୍ଗେସଙ୍ଗେ ପ୍ରମୁଖ ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି- ପ୍ରମିଳା ମଲ୍ଲିକ, ଶଶିଭୂଷଣ ବେହେରା, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ପାଣିଗ୍ରାହୀ, ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ, ସମୀର ଦାଶ, ସୁଶାନ୍ତ ସିଂ, ଦିବ୍ୟ ଶଙ୍କର ମିଶ୍ର, ରଘୁନନ୍ଦନ ଦାସ, ଅନୁଭବ ମହାନ୍ତି, ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ, ଆକାଶ ଦାଶ ନାୟକ, ଅରିନ୍ଦମ ରାଏ, ମିନତି ବେହେରାଙ୍କ ନାମ ରହିଛି। ହେଲେ ଏହି ତାଲିକାରେ ଦଳର କିଛି ବରିଷ୍ଠ ନେତାଙ୍କ ନାମ ରଖାଯାଇ ନ ଥିବା ଲକ୍ଷ୍ୟ କରାଯାଇଛି। ସେହିପରି ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ଏବେଠାରୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ପ୍ରଚାର ଆରମ୍ଭ କରିଦେଇଛନ୍ତି। ତଥାପି ଭାଜପାର ଷ୍ଟାର ପ୍ରଚାରକ ତାଲିକାରେ ରହିଥିବା ପ୍ରମୁଖ ନେତାଙ୍କ ମଧ୍ୟରେ ରହିଛନ୍ତି- ଭାଜପା ରାଜ୍ୟ ପ୍ରଭାରୀ ଅରୁଣ ସିଂହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ସୁରେଶ ପୂଜାରୀ, ବସନ୍ତ କୁମାର ପଣ୍ଡା, ସଙ୍ଗୀତା ସିଂ ଦେଓ, ଅପରାଜିତା ଷଡଙ୍ଗୀ, ଦାମୋଦର ରାଉତ, କେ.ଭି ସିଂ ଦେଓ, ସମ୍ବିତ ପାତ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ବିଷ୍ଣୁଚରଣ ସେଠୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜୟନ୍ତ ଷଡଙ୍ଗୀ, ଜୟନାରାୟଣ ମିଶ୍ର ଆଦି ରହିଛନ୍ତି। ସେହିପରି କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକାରେ କେନ୍ଦ୍ରୀୟ ନେତାଙ୍କ ସହ ଓଡ଼ିଶାରୁ ନିର୍ବାଚିତ ଜଣେ ମାତ୍ର ଏମ୍‌ପି ସପ୍ତଗିରି ଉଲାକାଙ୍କ ନାମ ରହିଛି। କଂଗ୍ରେସ ପ୍ରକାଶ କରିଥିବା ତାଲିକାରେ ଦଳର ଓ଼ଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, ଟି.ଏସ୍‌ ସିଂ ଦେଓ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ପ୍ରଦୀପ ମାଝୀ, ଚିରଞ୍ଜୀବ ବିଶ୍ୱାଳ, ରାମଚନ୍ଦ୍ର ଖୁଣ୍ଟିଆ, ରୁଦ୍ର ରାଜୁ, ଭକ୍ତଚରଣ ଦାଶ, ଶରତ ରାଉତ, ସୁରେଶ ରାଉତରାୟ, ସନ୍ତୋଷ ସିଂ ସାଲୁଜା, ତାରା ପ୍ରସାଦ ବାହିନୀପତି ପ୍ରମୁଖ ନେତା ରହିଛନ୍ତି। ଆସନ୍ତା ୧୭ରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କ ପାଇଁ ପ୍ରଚାର କରିବାକୁ ଯିବାକୁ ସ୍ଥିର ହୋଇଛି। ଭାଜପା ଷ୍ଟାର ପ୍ରଚାରକମାନେ ଆସନ୍ତା ଶନିବାରଠାରୁ ପାଟକୁରାରେ ପହଞ୍ଚିବାପରେ ବିଜୟଙ୍କ ପାଇଁ ବିଧିବଦ୍ଧ ପ୍ରଚାର କରିବେ ବୋଲି ଜଣାପଡିଛି। ସେହିପରି କଂଗ୍ରେସ ଷ୍ଟାର ପ୍ରଚାରକମାନେ ଜଗନ୍ନାଥଙ୍କ ବାହୁଡା ଯାତ୍ରା ପରେ ଏକ ବୈଠକ କରି ବିଧିବଦ୍ଧ ପ୍ରଚାର ଆରମ୍ଭ କରିବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଆସନ୍ତା ରବିବାରଠାରୁ ପାଟକୁରାରେ ପ୍ରଚାର ଜମିବ ବୋଲି ବିଭିନ୍ନ ଦଳର ଭିତିରି ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri