ପାଟକୁରା ନିର୍ବାଚନ: ପ୍ରକାଶ ପାଇଲା ୩ ଦଳର ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ୱର,୧୧।୭(ବ୍ୟୁରୋ): ପାଟକୁରା ବିଧାନସଭା ଆସନ ଦଖଲ କରିବା ଲାଗି ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡିକ ମଧ୍ୟରେ ଲଢେଇ ଜୋର୍‌ଦାର ହେବାରେ ଲାଗିଛି। ଆସନ୍ତା ୨୦ରେ ଏହି ଆସନରେ ନିର୍ବାଚନ ହେବାକୁ ଥିବାବେଳେ ଗୁରୁବାର ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ନିଜ ରଣନୀତି ପ୍ରସ୍ତୁତ କରିସାରିଛନ୍ତି। ଏଥିରେ କଂଗ୍ରେସ ସାମାନ୍ୟ ପଛରେ ପଡିଥିବା ବେଳେ ଗୁରୁବାର ବିଜେଡି ଓ ଭାଜପା ନିଜ ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିଛନ୍ତି। ସବୁଦଳ ନିଜର ୪ ଜଣିଆ ତାଲିକା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଉପସ୍ଥାପିତ କରିଛନ୍ତି। ବିଜେଡି ପକ୍ଷରୁ ମାଳ ମାଳ ନେତା କିଛିଦିନ ହେଲା ଯାଇ ପାଟକୁରାରେ ଡେରା ପକାଇ ପ୍ରଚାର ଚଳାଇଛନ୍ତି। ଗୋଟେ ଗୋଟେ ପଞ୍ଚାୟତ ଦାୟିତ୍ୱ ଜଣେ ଲେଖା ବିଧାୟକଙ୍କୁ ଦିଆଯାଇଛି। ସେହିପରି ବିଧାୟକମାନେ ମଧ୍ୟ ନିଜ ସାଙ୍ଗରେ ବହୁ ଅନୁଗତଙ୍କୁ ଧରି ପ୍ରଚାର ଚଳାଇଛନ୍ତି। ଯାହାକୁ ଯେଉଁ ପଞ୍ଚାୟତର ଦାୟିତ୍ୱ ମିଳିଛି, ତାହା କିପରି ଠିକଣା ଢଙ୍ଗରେ ତୁଲାଇବେ ସେନେଇ ମଧ୍ୟ ଶାସକ ଦଳର ବିଧାୟକମାନେ ଦିନରାତି ଏକ କରିଦେଇଛନ୍ତି। ୩ ଦଳର ମୋଟ ୧୨୦ ଷ୍ଟାର କ୍ୟାମ୍ପେନର ପାଟକୁରାରେ ନିଜ ନିଜର ପ୍ରାର୍ଥୀ ପାଇଁ ପ୍ରଚାର କରିବେ। ବିଜେଡି ତାଲିକାରେ ମୁଖ୍ୟ ଆକର୍ଷଣ ସାଜିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଲିକାର ପ୍ରଥମରେ ତାଙ୍କ ନାମ ଉଲ୍ଲେଖ ରହିଛି। ତାଙ୍କ ସଙ୍ଗେସଙ୍ଗେ ପ୍ରମୁଖ ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି- ପ୍ରମିଳା ମଲ୍ଲିକ, ଶଶିଭୂଷଣ ବେହେରା, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ପାଣିଗ୍ରାହୀ, ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ, ସମୀର ଦାଶ, ସୁଶାନ୍ତ ସିଂ, ଦିବ୍ୟ ଶଙ୍କର ମିଶ୍ର, ରଘୁନନ୍ଦନ ଦାସ, ଅନୁଭବ ମହାନ୍ତି, ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ, ଆକାଶ ଦାଶ ନାୟକ, ଅରିନ୍ଦମ ରାଏ, ମିନତି ବେହେରାଙ୍କ ନାମ ରହିଛି। ହେଲେ ଏହି ତାଲିକାରେ ଦଳର କିଛି ବରିଷ୍ଠ ନେତାଙ୍କ ନାମ ରଖାଯାଇ ନ ଥିବା ଲକ୍ଷ୍ୟ କରାଯାଇଛି। ସେହିପରି ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ଏବେଠାରୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ପ୍ରଚାର ଆରମ୍ଭ କରିଦେଇଛନ୍ତି। ତଥାପି ଭାଜପାର ଷ୍ଟାର ପ୍ରଚାରକ ତାଲିକାରେ ରହିଥିବା ପ୍ରମୁଖ ନେତାଙ୍କ ମଧ୍ୟରେ ରହିଛନ୍ତି- ଭାଜପା ରାଜ୍ୟ ପ୍ରଭାରୀ ଅରୁଣ ସିଂହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ସୁରେଶ ପୂଜାରୀ, ବସନ୍ତ କୁମାର ପଣ୍ଡା, ସଙ୍ଗୀତା ସିଂ ଦେଓ, ଅପରାଜିତା ଷଡଙ୍ଗୀ, ଦାମୋଦର ରାଉତ, କେ.ଭି ସିଂ ଦେଓ, ସମ୍ବିତ ପାତ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ବିଷ୍ଣୁଚରଣ ସେଠୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜୟନ୍ତ ଷଡଙ୍ଗୀ, ଜୟନାରାୟଣ ମିଶ୍ର ଆଦି ରହିଛନ୍ତି। ସେହିପରି କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକାରେ କେନ୍ଦ୍ରୀୟ ନେତାଙ୍କ ସହ ଓଡ଼ିଶାରୁ ନିର୍ବାଚିତ ଜଣେ ମାତ୍ର ଏମ୍‌ପି ସପ୍ତଗିରି ଉଲାକାଙ୍କ ନାମ ରହିଛି। କଂଗ୍ରେସ ପ୍ରକାଶ କରିଥିବା ତାଲିକାରେ ଦଳର ଓ଼ଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, ଟି.ଏସ୍‌ ସିଂ ଦେଓ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ପ୍ରଦୀପ ମାଝୀ, ଚିରଞ୍ଜୀବ ବିଶ୍ୱାଳ, ରାମଚନ୍ଦ୍ର ଖୁଣ୍ଟିଆ, ରୁଦ୍ର ରାଜୁ, ଭକ୍ତଚରଣ ଦାଶ, ଶରତ ରାଉତ, ସୁରେଶ ରାଉତରାୟ, ସନ୍ତୋଷ ସିଂ ସାଲୁଜା, ତାରା ପ୍ରସାଦ ବାହିନୀପତି ପ୍ରମୁଖ ନେତା ରହିଛନ୍ତି। ଆସନ୍ତା ୧୭ରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କ ପାଇଁ ପ୍ରଚାର କରିବାକୁ ଯିବାକୁ ସ୍ଥିର ହୋଇଛି। ଭାଜପା ଷ୍ଟାର ପ୍ରଚାରକମାନେ ଆସନ୍ତା ଶନିବାରଠାରୁ ପାଟକୁରାରେ ପହଞ୍ଚିବାପରେ ବିଜୟଙ୍କ ପାଇଁ ବିଧିବଦ୍ଧ ପ୍ରଚାର କରିବେ ବୋଲି ଜଣାପଡିଛି। ସେହିପରି କଂଗ୍ରେସ ଷ୍ଟାର ପ୍ରଚାରକମାନେ ଜଗନ୍ନାଥଙ୍କ ବାହୁଡା ଯାତ୍ରା ପରେ ଏକ ବୈଠକ କରି ବିଧିବଦ୍ଧ ପ୍ରଚାର ଆରମ୍ଭ କରିବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଆସନ୍ତା ରବିବାରଠାରୁ ପାଟକୁରାରେ ପ୍ରଚାର ଜମିବ ବୋଲି ବିଭିନ୍ନ ଦଳର ଭିତିରି ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri