ପଲିଥିନ୍‌ ବ୍ୟବହାର ରୋକିବାକୁ ବ୍ୟବସାୟୀଙ୍କ ଉପରେ ଚଢ଼ାଉ

ଉଦଳା, ୨୨।୯ (ଡି.ଏନ.ଏ.) – ପଲିଥିନ ବ୍ୟବହାର ରୋକିବା ଲାଗି ଆସନ୍ତା ଅକ୍ଟୋବର ୨ ତାରିଖ ଠାରୁ ପ୍ରଶାସନ ତରଫରୁ ଗ୍ରହଣ କରାଯିବ କଡ଼ା କାର୍ଯ୍ୟାନୁଷ୍ଠାନ ା ତେବେ ମୟୂରଭଞ୍ଜ ଜିଲା ଉଦଳା ଏନଏସି ଇଲାକାରେ ଶନିବାର ପ୍ରଶାସନ ତରଫରୁ ବ୍ୟବସାୟୀଙ୍କ ଉପରେ ଚଢାଉ କରାଯାଇଥିଲା। ଉଦଳା ଏନଏସି ପକ୍ଷରୁ ଗଠିତ ସ୍ବତନ୍ତ୍ର ଟିମ୍‌ ପ୍ରାୟ ୨୦ ରୁ ଅଧିକ ଛୋଟ ବଡ ବ୍ୟବସାୟିକ ଅନୁଷ୍ଠାନ, ହୋଟେଲ, ଜଳଖିଆ ଦୋକାନ ଉପରେ ଚଢାଉ କରି ୮ ହଜାର ଟଙ୍କା ଜରିମାନା ଆଦାୟ କରିଥିଲା। ପୋଲିସ୍‌ ଓ ପ୍ରଶାସନର ଏହି ମିଳିତ ଚଢାଉରେ ପଲିଥିନ୍‌, ଥର୍ମୋକୁଲ୍‌ ପ୍ଲେଟ, ଦନା ଜବତ କରାଯିବା ସହିତ ସଚେତନତାମୂଳକ ନାମକୁ ମାତ୍ର ଜରିମାନା ଆଦାୟ କରାଯାଇଥିଲା ବୋଲି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରତନ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ା ଏଭଳିି ଚଢାଉ ଜାରି ରହିବ ଏବଂ ଆସନ୍ତା ୨ ତାରିଖଠାରୁ ଏହାକୁ ଅଧିକ କଡ଼ାକଡ଼ି କରାଯିବ ା ଶନିବାର ଚଢାଉ ବେଳେ ଏନଏସି ଅଧିକାରୀ ରତନ କୁମାର ପଟ୍ଟନାୟକ, ଉଦଳା ଥାନା ସବଇନ୍ସପେକ୍ଟର ଅମ୍ବିକା ଦାସ, ଅତିରିକ୍ତ ତହସିଲଦାର ମହେନ୍ଦ୍ର ବେହେରା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀମାନେ ସହଯୋଗ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଘର ପିଣ୍ଡାରେ ଛିଡା ହୋଇଥିଲେ ରବିନ୍ଦ୍ର, ମାରିଲା ଘଡ଼ଘଡ଼ି; ଆଉ ତା’ପରେ…

ମୋରଡା,୨୦।୭(ସ୍ମାରକ ମାଜୀ): ବଜ୍ରପାତ ମାରିବାରୁ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଞ୍ଚଳର ଜଣେ ଯୁବକ ଓ଼ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି…

ଟୋଲ୍ ଗେଟ୍ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ବାପ-ପୁଅ: ପେଟରୁ ବାହାରି ପଡ଼ିଲା ଅନ୍ତବୁଜୁଳା, ଉଭୟ…

ବୈଶିଙ୍ଗା, ୧୮।୭ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ପଦ୍ମନାଭପୁର ଟୋଲ୍ ଗେଟ୍‌ରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଗାଡ଼ି…

ରାସ୍ତା ଜଳମଗ୍ନ ଯୋଗୁ ଉତ୍ତେଜନା: ଯୁଗପୁରା ବଜାରଠାରେ ଟାୟାର ଜାଳି ରାସ୍ତାରୋକ, ଯାନବାହାନ ଚଳାଚଳ ବାଧାପ୍ରାପ୍ତ

ବୈଶିଙ୍ଗା, ୧୮।୭ (ରତନ ଦାଶ): ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ଦାବି କରି ଶନିବାର ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri