ପଲିଥିନ କାରଖାନାରେ ଚଢ଼ାଉ

ଭୁବନେଶ୍ୱର, ୨୩ା୧(ବ୍ୟୁରୋ): କଟକଣା ଓ ନିଷେଧ ସତ୍ତ୍ୱେ ଖୁଲମ୍‌ଖୁଲା ତିଆରି ଓ ବ୍ୟବହାର ହେଉଛି ୫୦ ମାଇକ୍ରୋନ୍‌ରୁ କମ୍‌ ଓଜନର ପଲିଥିନ। ଏପଟେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପଲିଥିନମୁକ୍ତ ଭୁବନେଶ୍ୱର ଅଭିଯାନ ଜାରି ରଖିଛି। ଏହି ଅଭିଯାନର ଆଉ ଏକ ପଦକ୍ଷେପ ସ୍ବରୂପ ବୁଧବାର ଦୁଇଟି ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପଲିଥିନ ଜବତ କରାଯାଇଛି। ଏକ ବଡ଼ ଘଟଣାକ୍ରମରେ ବିଏମ୍‌ସିର ସେଣ୍ଟ୍ରାଲ ସ୍କ୍ବାଡ୍‌ ଖଣ୍ଡଗିରି ଥାନା ଅନ୍ତର୍ଗତ ଭଗବାନପୁର ଇଣ୍ଡଷ୍ଟ୍ରିଆଲ୍‌ ଇଷ୍ଟେଟ୍‌ର ପ୍ଲଟ ନଂ.୨/ବିରେ ଥିବା ତାରାତାରିଣୀ ପ୍ୟାକେଜିଂ ଶିଳ୍ପ ସଂସ୍ଥା ଉପରେ ଚଢ଼ାଉ କରିଛି। ସେଠାରେ ବେଆଇନ ପଲିଥିନ ତିଆରି କାରଖାନା ଚାଲିଥିଲା। ଯାଞ୍ଚ ପରେ ସେଠାରୁ ବିପୁଳ ପଲିଥିନ, ବ୍ୟବହୃତ ମେଶିନ ଓ କଞ୍ଚାମାଲ ଜବତ କରାଯାଇଛି। ସେହିଭଳି ଚାଲାଣ ବେଳେ ଏକ ପଲିଥିନ ବୋଝେଇ ଟ୍ରକ୍‌ ଧରାପଡିଛି।
ବିଏମ୍‌ସିର ସୂଚନାନୁଯାୟୀ, ୫୦ ମାଇକ୍ରୋନ୍‌ରୁ ଅଧିକ ଓଜନର ପଲିଥିନ ତିଆରି ପାଇଁ ଉକ୍ତ ସଂସ୍ଥା ଲାଇସେନ୍ସ ନେଇଥିଲା। ମାତ୍ର ୨୦୧୮ରେ ଏହି ଲାଇସେନ୍ସର ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ବେଆଇନଭାବେ ପଲିଥିନ ତିଆରି ଚାଲିଥିଲା। ଏଥିସହ ନିଷେଧ ପଲିଥିନ ମଧ୍ୟ ତିଆରି କରାଯାଉଥିଲା। ଆବଶ୍ୟକ ଯାଞ୍ଚରୁ ଏହା ଜଣାପଡିବା ପରେ ପଦକ୍ଷେପ ନିଆଯାଇଛି। ସମ୍ପୃକ୍ତ ସଂସ୍ଥା ଉପରେ ବିଏମ୍‌ସି ପକ୍ଷରୁ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ବିଏମ୍‌ସିର ଜୋନାଲ ଡେପୁଟି କମିଶନର ରବି ନାରାୟଣ ଜେଠୀଙ୍କ ନେତୃତ୍ୱରେ ଚଢ଼ାଉ କରିଥିବା ଉକ୍ତ ସ୍କ୍ବାଡ୍‌ରେ ବିଏମସିର ଏନ୍‌ଫୋର୍ସମେଣ୍ଟ ଟିମ୍‌, ସ୍ବଚ୍ଛ ଭୁବନେଶ୍ୱର ଅଭିଯାନ ଏକ୍ସପର୍ଟ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଯନ୍ତ୍ରୀ ସାମିଲ ଥିଲେ। ପୋଲିସ ଟିମ୍‌ ଉପସ୍ଥିତିରେ ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ଚଢ଼ାଉ ଚାଲିଥିଲା।
ଅନ୍ୟପକ୍ଷରେ ଖଣ୍ଡଗିରି ନିକଟ ଜାତୀୟ ରାଜପଥରୁ ଏକ ପଲିଥିନ ବୋଝେଇ ଟ୍ରକ୍‌କୁ ବିଏମ୍‌ସିର ଅଧିକାରୀମାନେ ଧରିଛନ୍ତି। ତଦନ୍ତବେଳେ ଉକ୍ତ ପଲିଥିନ ଟ୍ରକ୍‌ କଟକରୁ ଆସିଥିବାବେଳେ ତାହା ସୁନାଖଳା ଅଭିମୁଖେ ଯାଉଥିଲା। ଟ୍ରକରୁ ସମସ୍ତ ପଲିଥିନ ଜବତ କରିବା ସହ ୫୦ ହଜାର ଟଙ୍କା ଜରିମାନା କରାଯାଇଛି। ତେବେ ଉକ୍ତ ପଲିଥିନ କେଉଁଠି ତିଆରି ହୋଇଛି ଓ କିଏ, କାହା ନିକଟକୁ ପଠାଉଥିଲେ ତାହାର ଖୋଳତାଡ଼ ଚାଲିଛି। ଆଗକୁ ଏପରି ଚଢ଼ାଉ ଓ ଯାଞ୍ଚ ଜାରି ରହିବ ବୋଲି ବିଏମ୍‌ସି ଅତିରିକ୍ତ କମିଶନର ଅବନୀ କୁମାର ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri