ପଲିଥିନ କାରଖାନାରେ ଚଢ଼ାଉ

ଭୁବନେଶ୍ୱର, ୨୩ା୧(ବ୍ୟୁରୋ): କଟକଣା ଓ ନିଷେଧ ସତ୍ତ୍ୱେ ଖୁଲମ୍‌ଖୁଲା ତିଆରି ଓ ବ୍ୟବହାର ହେଉଛି ୫୦ ମାଇକ୍ରୋନ୍‌ରୁ କମ୍‌ ଓଜନର ପଲିଥିନ। ଏପଟେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପଲିଥିନମୁକ୍ତ ଭୁବନେଶ୍ୱର ଅଭିଯାନ ଜାରି ରଖିଛି। ଏହି ଅଭିଯାନର ଆଉ ଏକ ପଦକ୍ଷେପ ସ୍ବରୂପ ବୁଧବାର ଦୁଇଟି ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପଲିଥିନ ଜବତ କରାଯାଇଛି। ଏକ ବଡ଼ ଘଟଣାକ୍ରମରେ ବିଏମ୍‌ସିର ସେଣ୍ଟ୍ରାଲ ସ୍କ୍ବାଡ୍‌ ଖଣ୍ଡଗିରି ଥାନା ଅନ୍ତର୍ଗତ ଭଗବାନପୁର ଇଣ୍ଡଷ୍ଟ୍ରିଆଲ୍‌ ଇଷ୍ଟେଟ୍‌ର ପ୍ଲଟ ନଂ.୨/ବିରେ ଥିବା ତାରାତାରିଣୀ ପ୍ୟାକେଜିଂ ଶିଳ୍ପ ସଂସ୍ଥା ଉପରେ ଚଢ଼ାଉ କରିଛି। ସେଠାରେ ବେଆଇନ ପଲିଥିନ ତିଆରି କାରଖାନା ଚାଲିଥିଲା। ଯାଞ୍ଚ ପରେ ସେଠାରୁ ବିପୁଳ ପଲିଥିନ, ବ୍ୟବହୃତ ମେଶିନ ଓ କଞ୍ଚାମାଲ ଜବତ କରାଯାଇଛି। ସେହିଭଳି ଚାଲାଣ ବେଳେ ଏକ ପଲିଥିନ ବୋଝେଇ ଟ୍ରକ୍‌ ଧରାପଡିଛି।
ବିଏମ୍‌ସିର ସୂଚନାନୁଯାୟୀ, ୫୦ ମାଇକ୍ରୋନ୍‌ରୁ ଅଧିକ ଓଜନର ପଲିଥିନ ତିଆରି ପାଇଁ ଉକ୍ତ ସଂସ୍ଥା ଲାଇସେନ୍ସ ନେଇଥିଲା। ମାତ୍ର ୨୦୧୮ରେ ଏହି ଲାଇସେନ୍ସର ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ବେଆଇନଭାବେ ପଲିଥିନ ତିଆରି ଚାଲିଥିଲା। ଏଥିସହ ନିଷେଧ ପଲିଥିନ ମଧ୍ୟ ତିଆରି କରାଯାଉଥିଲା। ଆବଶ୍ୟକ ଯାଞ୍ଚରୁ ଏହା ଜଣାପଡିବା ପରେ ପଦକ୍ଷେପ ନିଆଯାଇଛି। ସମ୍ପୃକ୍ତ ସଂସ୍ଥା ଉପରେ ବିଏମ୍‌ସି ପକ୍ଷରୁ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ବିଏମ୍‌ସିର ଜୋନାଲ ଡେପୁଟି କମିଶନର ରବି ନାରାୟଣ ଜେଠୀଙ୍କ ନେତୃତ୍ୱରେ ଚଢ଼ାଉ କରିଥିବା ଉକ୍ତ ସ୍କ୍ବାଡ୍‌ରେ ବିଏମସିର ଏନ୍‌ଫୋର୍ସମେଣ୍ଟ ଟିମ୍‌, ସ୍ବଚ୍ଛ ଭୁବନେଶ୍ୱର ଅଭିଯାନ ଏକ୍ସପର୍ଟ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଯନ୍ତ୍ରୀ ସାମିଲ ଥିଲେ। ପୋଲିସ ଟିମ୍‌ ଉପସ୍ଥିତିରେ ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ଚଢ଼ାଉ ଚାଲିଥିଲା।
ଅନ୍ୟପକ୍ଷରେ ଖଣ୍ଡଗିରି ନିକଟ ଜାତୀୟ ରାଜପଥରୁ ଏକ ପଲିଥିନ ବୋଝେଇ ଟ୍ରକ୍‌କୁ ବିଏମ୍‌ସିର ଅଧିକାରୀମାନେ ଧରିଛନ୍ତି। ତଦନ୍ତବେଳେ ଉକ୍ତ ପଲିଥିନ ଟ୍ରକ୍‌ କଟକରୁ ଆସିଥିବାବେଳେ ତାହା ସୁନାଖଳା ଅଭିମୁଖେ ଯାଉଥିଲା। ଟ୍ରକରୁ ସମସ୍ତ ପଲିଥିନ ଜବତ କରିବା ସହ ୫୦ ହଜାର ଟଙ୍କା ଜରିମାନା କରାଯାଇଛି। ତେବେ ଉକ୍ତ ପଲିଥିନ କେଉଁଠି ତିଆରି ହୋଇଛି ଓ କିଏ, କାହା ନିକଟକୁ ପଠାଉଥିଲେ ତାହାର ଖୋଳତାଡ଼ ଚାଲିଛି। ଆଗକୁ ଏପରି ଚଢ଼ାଉ ଓ ଯାଞ୍ଚ ଜାରି ରହିବ ବୋଲି ବିଏମ୍‌ସି ଅତିରିକ୍ତ କମିଶନର ଅବନୀ କୁମାର ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଳରେ ଅଣଦେଖା! ବିଶେଶ୍ୱର ଟୁଡୁଙ୍କୁ ଟିକେଟ ଦେଇନି ଭାଜପା

ଭୁବନେଶ୍ବର,୧୬।୪: ରାଜ୍ୟରେ ଆଉ ୨୧ ବିଧାନସଭା ଆସନ ଲାଗି ଭାଜପା ପକ୍ଷରୁ ମଙ୍ଗଳବାର ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ଦଳ ରାଉରକେଲାରୁ ବରିଷ୍ଠ ନେତା...

ଦ୍ୱିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୬।୪: ୟୁପିଏସସି ସିଭିଲ୍‌ ସର୍ଭିସେସ୍‌ର ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ୨୦୨୩ ଆଇଏଏସ୍‌ ଫଳାଫଳ ଅନୁଯାୟୀ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ଏଥର ବି ଝୁଲି ରହିଲା କଟକର ୨ ଆସନ

ଭୁବନେଶ୍ୱର,୧୬।୪: ଓଡ଼ିଶାରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ଭାଜପା)। ଏଥର...

ଭାଜପା ପ୍ରାର୍ଥୀ ତାଲିକାରେ ଆଉ ୨୧ ଜଣଙ୍କ ନାଁ: ୨ଟି ସ୍ଥାନରେ ବଦଳିଲେ ପ୍ରାର୍ଥୀ

ଭୁବନେଶ୍ୱର,୧୬।୪: ମଙ୍ଗଳବାର ଭାଜପା ଆଉ ୨୧ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୨ ବିଧାନସଭା ପ୍ରାର୍ଥୀଙ୍କୁ ଭାଜପା ବଦଳାଇଛି। ରଣପୁର ଏବଂ ପଟାଙ୍ଗୀ...

ଭାଜପା ପ୍ରାର୍ଥୀ ତାଲିକା: ରାଉଲକେଲାରୁ ଲଢିବେ ଦିଲ୍ଲୀପ ରାୟ

କରିଛି। ରାଉଲକେଲାରୁ ଭାଜପା ଦିଲ୍ଲୀପ ରାୟଙ୍କୁ ଟିକେଟ୍‌ ଦେଇଛି। ଦିଲ୍ଲୀପ ରାୟ ଭାଜପାରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ସାରଦା ପ୍ରସାଦ ନାୟକଙ୍କୁ ଟିକେଟ୍‌ ଦେଇଛି।...

ଘୋଷଣା ହେଲା ଭାଜପା ବିଧାନସଭା ପ୍ରାର୍ଥୀ ତାଲିକା, ଜାଣନ୍ତୁ କେଉଁଠୁ କିଏ ପାଇଲେ ଟିକେଟ୍‌

ଭୁବନେଶ୍ୱର,୧୬।୪: ମଙ୍ଗଳବାର ଭାଜପା ଆଉ ୨୧ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ରାଉଲକେଲାରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ରାୟ। ସେହିପରି ପାଟଣାରୁ ଅଖିଲ ଚନ୍ଦ୍ର...

ଯାଜପୁର ବସ୍‌ ଦୁର୍ଘଟଣାର କାରଣ ଜଣାପଡିଲା: ଏମିତି ହୋଇଥିଲା ଦୁର୍ଘଟଣା

ଭୁବନେଶ୍ୱର,୧୫ା୪: ଯାଜପୁର ଜିଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ବାରବାଟୀ ଛକ ନିକଟ ଓଭରବ୍ରିଜ୍‌ରୁ ‘କାଳିଆନନା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri