ପରୀକ୍ଷାରେ ଅସଫଳ

କରୋନା ଭୂତାଣୁ ମହାମାରୀ ରୂପ ଧାରଣ କରିବା ପରେ ବିଶ୍ୱର ୨୦୦ ରାଷ୍ଟ୍ରରେ ଏହା ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି। ଚାଇନାର ଉହାନରୁ ଜନ୍ମ ନେଇଥିବା ଏହି ଭାଇରସ୍‌ ପୃଥିବୀରେ ୩୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇ ସାରିଥିବା ବେଳେ ୭ ଲକ୍ଷ ୫୦ ହଜାରରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିସାରିଲାଣି। ଏହାଦ୍ୱାରା ଇଟାଲୀ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। କାରଣ ସେଠାରେ ମୃତ୍ୟୁ ସଂଖ୍ୟା ୧୦ ହଜାର ଅତିକ୍ରମ କରିଛି। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଗଣିତ ହେଉଥିବା ଆମେରିକାରେ ଅଦ୍ୟାବଧି ୨,୪୯୦ ଜଣଙ୍କ ପ୍ରାଣ ଯାଇଥିବା ବେଳେ ୧ ଲକ୍ଷ ୪୨ ହଜାରୁ ଊର୍ଦ୍ଧ୍ୱ ଆକ୍ରାନ୍ତ। ଜନବହୁଳ ରାଷ୍ଟ୍ର ଭାରତରେ ୩୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧୨୦୦ ଡେଇଁଛି। ବିଶେଷଜ୍ଞଙ୍କ ମତରେ ଭାରତରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ହେବା କଥା। କିନ୍ତୁ ସେହି ପରିମାଣରେ ପରୀକ୍ଷା (ଟେଷ୍ଟିଂ) କରାଯାଉ ନ ଥିବା ହେତୁ ଏଭଳି ତ୍ରୁଟିପୂର୍ଣ୍ଣ ସଂଖ୍ୟା ସାମ୍ନାକୁ ଆସୁଛି। ଦିନକୁ ଦିନ ସ୍ଥିତି ଗମ୍ଭୀର ହେଉଥିବାରୁ ଆଗକୁ କ’ଣ ଘଟିବ ଅନୁମାନ ଲଗାଇବା କଷ୍ଟକର।
କରୋନା ଭାଇରସ୍‌ ଯେଭଳି କାୟା ବିସ୍ତାର କରିଚାଲିଛି, ବିଶ୍ୱ ନେତୃତ୍ୱ ତାହାକୁ ରୋକିବାରେ ସକ୍ଷମ ହୋଇପାରୁ ନାହିଁ। ବାହାପିଆ ନେତା ବୋଲାଉଥିବା ବ୍ୟକ୍ତିମାନେ ଘରେ ଜାକିଜୁକି ହୋଇ ବସିଲେଣି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉକ୍ତ ଭାଇରସ୍‌କୁ ‘ଚାଇନା ଭୂତାଣୁ’ କହି ତାଚ୍ଛଲ୍ୟ କରୁଥିଲେ। ମୂଳରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରା ନ ଯିବାରୁ ଆମେରିକାରେ ସ୍ଥିତି ଆଜି ଅଣାୟତ୍ତ। ଆସନ୍ତା ନଭେମ୍ବରରେ ସେଠାରେ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ଟ୍ରମ୍ପ୍‌ ମାପିଚୁପି ପଦକ୍ଷେପ ନେଉଛନ୍ତି। ଅଦ୍ୟାବଧି ରାଷ୍ଟ୍ରକୁ ଲକ୍‌ଡାଉନ୍‌ କରିପାରି ନ ଥିବାରୁ ଆମେରିକାବାସୀ ତାଙ୍କ ଉପରେ କ୍ଷୁବ୍ଧ। ଲୋକଙ୍କ କ୍ରୋଧ ବଢ଼ିଚାଲିଲେ ଟ୍ରମ୍ପ୍‌ଙ୍କ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ଆଶା ମଉଳିଯିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଲେଣି। ଏପଟେ ଭାରତରେ ୨୪ ମାର୍ଚ୍ଚରେ ନରେନ୍ଦ୍ର ମୋଦି ସରକାର ଦେଶବ୍ୟାପୀ ଲକ୍‌ଡାଉନ୍‌ ବା ଏକପ୍ରକାର ଜାତୀୟ କର୍ଫ୍ୟୁ ଲଗାଇ ଦେବା ପରେ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଛି। କାରଣ ଆଗତୁରା ଯୋଜନା ନ କରି ଅଚାନକ ଲକ୍‌ଡାଉନ୍‌ ଘୋଷଣା କରି ଦିଆଯିବା ଦ୍ୱାରା ଦେଶ ଭିତରେ ଲକ୍ଷାଧିକ ଲୋକ ପିଲାଛୁଆଙ୍କୁ ଧରି ଅନେକ ଶହ କିଲୋମିଟର ଲେଖାଏ ଚାଲିଚାଲି ଘରକୁ ଫେରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଖାଇବା, ପିଇବାର ସାମାନ୍ୟତମ ସୁବିଧା ପାଇପାରୁ ନ ଥିବାରୁ ଗରିବ ଓ ଖଟିଖିଆମାନେ ଅସହାୟ ହୋଇପଡ଼ିଛନ୍ତି। ଏପରି କି ଏହିଭଳି ଚାଲୁଥିବା ବେଳେ କେତେକ ବ୍ୟକ୍ତିଙ୍କ ମୃତ୍ୟୁ ମଧ୍ୟ ଘଟିଲାଣି। ନିଜକୁ ପ୍ରବଳ ପ୍ରତାପୀ ଭାବୁଥିବା ବିଶ୍ୱର ଅନେକ ନେତା ଯୁଦ୍ଧ ପାଇଁ ସର୍ବଦା ଆଗଭର ହୋଇଥାଆନ୍ତି। ଦେଖିବାକୁ ଗଲେ ଯୁଦ୍ଧ ସୀମାନ୍ତରେ ଉଭୟ ପଟର କିଛି ସୈନ୍ୟଙ୍କୁ ମାରିଥାଏ। କିନ୍ତୁ ଏବେ ଭୂତାଣୁ ଦ୍ୱାରା ସୃଷ୍ଟ ସ୍ବାସ୍ଥ୍ୟ ସମସ୍ୟା ପ୍ରତ୍ୟେକ ଦେଶର ଅଧିବାସୀଙ୍କ ପାଇଁ ବିରାଟକାୟ ସଙ୍କଟ ଆଣଛି। ସମ୍ଭବତଃ ଆଜିର ପୃଥିବୀରେ ବଞ୍ଚିଥିବା କୌଣସି ବ୍ୟକ୍ତି ଏଭଳି ବ୍ୟାପକ ଭାବେ ସଂକ୍ରମଣ ଜୀବଦ୍ଦଶାରେ ଦେଖି ନ ଥିବେ। ଏପରିସ୍ଥଳେ ରାଷ୍ଟ୍ରମୁଖ୍ୟମାନେ ଅନେକ ବିଷୟକୁ ହିସାବକୁ ନେଉ ନ ଥିବାରୁ ପରିସ୍ଥିତି ଜଟିଳ ହୋଇପଡ଼ୁଛି। ଆଜି ଭାରତରେ ଦେଶାନ୍ତରୀଙ୍କ ଗୃହ ପ୍ରତ୍ୟାବର୍ତ୍ତନ ସମସ୍ୟାଠାରୁ ଆରମ୍ଭ କରି ଭୂତାଣୁର ମୁକାବିଲା ପାଇଁ ଆବଶ୍ୟକ ଭିତ୍ତିଭୂମିର ଅଭାବ ବିଷୟକୁ ପ୍ରଥମେ ଧ୍ୟାନ ଦେବାର ଥିଲା। ଯେତେବେଳେ ଚାଇନାର ଉହାନରେ ଥିବା ଭାରତୀୟଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ଘୋଷଣା କରି ସେଠାକୁ କେତୋଟି ବିମାନ ପ୍ରେରଣ କରାଗଲା, ସେହି ସମୟରୁ ଆଭ୍ୟନ୍ତରୀଣ ପ୍ରସ୍ତୁତି ପ୍ରତି ଧ୍ୟାନ ଦିଆଯିବା ଉଚିତ ଥିଲା। ପ୍ରତ୍ୟେକ ରାଜ୍ୟକୁ କେନ୍ଦ୍ର ତରଫରୁ ନିର୍ଦ୍ଦେଶ ଦିଆଯାଇ ଅଧିକ ଆଇସିୟୁ ଏବଂ ଭେଣ୍ଟିଲେଟର ବ୍ୟବସ୍ଥା କରାଯାଇଥିଲେ ଆଜି ପରୀକ୍ଷା କରିବାକୁ ଭୟ ହୋଇ ନ ଥାଆନ୍ତା।
ଅନୁରୂପ ଭାବେ ଆମେରିକାରେ ରାଜନୀତିକୁ ପଛରେ ଥୋଇ ଟ୍ରମ୍ପ୍‌ ଦେଶବାସୀଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେଇପାରିଥାଆନ୍ତେ। ସେହିଭଳି ଇଟାଲୀ, ବ୍ରିଟେନ ଓ ସ୍ପେନ୍‌ ଭଳି ରାଷ୍ଟ୍ର କରୋନା ଭୂତାଣୁକୁ ହେୟ ଭାବି ନ ଥିଲେ ପରିସ୍ଥିତି ନିୟନ୍ତ୍ରଣ ମଧ୍ୟରେ ରହିପାରିଥାଆନ୍ତା। କିନ୍ତୁ ତାହା ହୋଇପାରିଲା ନାହିଁ।
ବିଶ୍ୱ ପ୍ରେକ୍ଷାପଟକୁ ଦେଖିଲେ ଜି-୨୦ ରାଷ୍ଟ୍ରଗୁଡ଼ିକ କରୋନା ଭାଇରସ୍‌ର ମୁକାବିଲା ଲାଗି ସମ୍ମିଳିତ ଯୁଦ୍ଧ କରିବା ଲାଗି ପ୍ରତିଜ୍ଞାବଦ୍ଧ ହେବାର ଥିଲା। ମାତ୍ର ଭର୍ଚୁଆଲ ବୈଠକରେ ଯୋଡ଼ି ହୋଇଥିବା ରାଷ୍ଟ୍ର କେବଳ ନାମକୁ ମାତ୍ର ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଭାଇରସ୍‌ ଯୋଗୁ ବିଶ୍ୱ ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଥିବାରୁ ତାହାକୁ ଭରଣା କରିବା ସକାଶେ ବିଶ୍ୱ ନେତାଗଣ କେବଳ ୫ ଟ୍ରିଲିୟନ୍‌ ଡଲାର ଆର୍ଥିକ ପ୍ୟାକେଜ ବିଷୟରେ ରାଜି ହୋଇଛନ୍ତି। ବାସ୍ତବରେ ଏହି ଭୂତାଣୁର ମୂଳୋତ୍ପାଟନ କରିବା ସକାଶେ କେଉଁଭଳି ବୈଜ୍ଞାନିକ ଗବେଷଣା ଓ ଔଷଧ ବାହାର କରାଯାଇପାରିବ, ତାହା ଉପରେ ବିଚାରବିମର୍ଶ କରା ନ ଯିବା ସାମୂହିକ ବିଶ୍ୱ ନେତୃତ୍ୱର ବିଫଳତା ଏବଂ ଅପାରଗତାକୁ ଦର୍ଶାଉଛି। କୌତୂହଳର ବିଷୟ ଯେ, ଏହି ବୈଠକରେ ଭୂତାଣୁର ଜନ୍ମଦାତା ଚାଇନାକୁ ଅନେକେ ପ୍ରଶଂସା କରିଛନ୍ତି। ଚୋରକୁ ପ୍ରଶଂସା କରିବା ପଛରେ କି ସ୍ବାର୍ଥ ନିହିତ ଅଛି ତାହା ସେହି ନେତାମାନଙ୍କୁ ଜଣା। କରୋନା ଭୂତାଣୁ ପ୍ରତ୍ୟେକ ଦେଶ ପାଇଁ ଅଗ୍ନିପରୀକ୍ଷା ସଦୃଶ ଉଭା ହୋଇଥିବା ବେଳେ ଅଳ୍ପ ନେତାଙ୍କୁ ଛାଡ଼ିଦେଲେ ଅନେକେ ପରୀକ୍ଷାରେ ଅସଫଳ ହୋଇଥିବା ପରି ମନେହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri