ପରୀକ୍ଷା ବିଭ୍ରାଟ ଓ ଶିକ୍ଷା

ପ୍ରଦୀପ୍ତ କୁମାର ମିଶ୍ର

ସମ୍ପ୍ରତି ଦେଶରେ ପରୀକ୍ଷା ବିଭ୍ରାଟ ଓ ଫଳାଫଳକୁ ନେଇ ପ୍ରବଳ ଅଶାନ୍ତି ପରିଲକ୍ଷିତ ହୋଇଛି। ଏଥିରେ ଆଶାୟୀ ପ୍ରାର୍ଥୀମାନେ ନିରାଶ ହେବା ସ୍ବାଭାବିକ। ନିଟ୍‌ ପରୀକ୍ଷା ପାଇଁ ମେଧାବୀମାନେ ବହୁ କଷ୍ଟକରି ଓ ବିଭିନ୍ନ ସ୍ଥାନରେ କୋଚିଂ ନେଇଛନ୍ତି। କିନ୍ତୁ ପରୀକ୍ଷା ବିଭ୍ରାଟ ସେମାନଙ୍କ ମନକୁ ବିଷାକ୍ତ କରୁଛି। ଉତ୍ତର ପ୍ରଦେଶରେ କୌଣସି ଏକ ପ୍ରତିଯୋଗିତାମୂଳକ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଛାତ୍ରଙ୍କ ନିକଟରେ ପହଞ୍ଚିବା ନେଇ ଯେଉଁ ତମ୍ବିତୋଫାନ ହୋଇଗଲା ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ପରୀକ୍ଷା ରଦ୍ଦ କରିବାକୁ ପଡିଲା, ଯାହାର ପ୍ରଭାବ କିଛି ନା କିଛି ଗତ ନିର୍ବାଚନରେ ପଡିଛି। ହରିୟାଣା, ରାଜସ୍ଥାନ ପ୍ରଭୃତି ରାଜ୍ୟରେ ମଧ୍ୟ ପ୍ରଶ୍ନପତ୍ର ପ୍ରଘଟର ସମସ୍ୟା ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଓଡ଼ିଶାରେ ମଧ୍ୟ ଏହି ସମସ୍ୟା କିଛି କମ୍‌ ନୁହେଁ। ଏହି କିଛି ଦିନ ତଳେ ଏ ବାବଦରେ ବେଶ୍‌ ତମ୍ବିତୋଫାନ ହୋଇଥିଲା କିନ୍ତୁ ଫଳଶୂନ୍ୟ, ମେଧାବୀମାନେ କେବଳ ଘରେ କାନ୍ଦିବା ସାର ହୋଇଥିଲା।
ଏସବୁ କିଛି ଖଳ ପ୍ରକୃତିର ମାଫିଆମାନଙ୍କ ଦ୍ୱାରା ହିଁ ହେଉଛି, ଯେଉଁମାନଙ୍କ ପଛରେ ରାଜନୈତିକ ହସ୍ତକ୍ଷେପ ରହୁଛି। ଏଥିରୁ ଚାକିରି ବାବଦରେ ପଇସା ଥିବା ପିଲାମାନଙ୍କଠାରୁ ମୋଟା ଅଙ୍କରେ ଅର୍ଥ ଆଦାୟ କରାଯାଉଥିବା ବେଳେ ମେଧାବୀ ମାନଙ୍କଠାରୁ ତାହା ଛଡାଇ ନିଆଯାଉଛି। ଯେତିକି ଜଣାପଡୁଛି ତା’ ଉପରେ ତମ୍ବିତୋଫାନ ହେଉଛି, ଯେଉଁଠି ଜଣାପଡୁନି ସେଠାରେ ମେଧାବୀମାନେ ପୁଣି ପର ବର୍ଷକୁ ଅପେକ୍ଷା କରି ରହୁଛନ୍ତି।
ମାଧ୍ୟମିକ ଶିକ୍ଷା ପରିଷଦ ମାଟ୍ରିକ ପରୀକ୍ଷାରେ ବାରମ୍ବାର ପରୀକ୍ଷାନିରୀକ୍ଷା କରିବା ଦ୍ୱାରା ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପଡୁଛି, କେତେବେଳେ ଛଅ ମାସରେ ପରୀକ୍ଷା ପୁଣି ବର୍ଷରେ ଥରେ, ପରୀକ୍ଷା ପୂର୍ବରୁ ଯେଉଁ ଅନ୍ୟ ପରୀକ୍ଷା କରାଯାଉଛି ତା’ର ପ୍ରଶ୍ନପତ୍ର ବଜାରରେ ଉତ୍ତର ସହ ମିଳୁଛି। ଏବେ ବଜାର କହିଲେ ୟୁଟ୍ୟୁବ ଟେଲିଗ୍ରାମ ଆଦି ସାମାଜିକ ଗଣମାଧ୍ୟମରେ ପିଲାମାନେ କେବଳ ଚାତକ ପରି ଅପେକ୍ଷା କରିଛନ୍ତି। ଲକ୍ଷ୍ୟ କରାଯାଉଛି ଶ୍ରେଣୀ ପରୀକ୍ଷାରେ ଯେଉଁମାନେ ବିଦ୍ୟାଳୟକୁ ଆସନ୍ତିନି ସେହିମାନେ ଅନ୍ୟ ପିଲାମାନଙ୍କଠାରୁ ଅଧିକ ମାର୍କ ରଖୁଛନ୍ତି। ଏହାକୁ ବନ୍ଦ କରାଯାଇପାରୁନି ବରଂ ଦିନକୁଦିନ ଏହି ଧନ୍ଦା ଅଧିକ ହେଉଛି। ଯାହା ସର୍ବଶିକ୍ଷା ଓ ନବମ ପରୀକ୍ଷାକୁ ଗ୍ରାସ କଲାଣି। ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ କଥା ଖବରକାଗଜରେ ବାହାରିଥିଲା ସତ କହିବାକୁ ଗଲେ ଏବେ ବିଭିନ୍ନ ଟ୍ରେନିଂ ଆଳରେ ବିଦ୍ୟାଳୟରେ ଆଉ ପୂର୍ବ ପରି ପାଠପଢ଼ା ଯାଉନାହିଁ। ବିଭିନ୍ନ କ୍ଲବ କରି ଅଧିକ ଶିକ୍ଷା ଦେବାର ଯୋଜନା କେବଳ ଫଟୋରେ ସୀମିତ ହେବାବେଳେ ମୂଳ ପାଠ ବହୁତ ପଛକୁ ଚାଲିଯାଉଛି। ଯଦ୍ଦ୍ବାରା ଏଥର ପିଲାମାନଙ୍କର ଇତିହାସ ଭୂଗୋଳ ସହ ଗଣିତ ଓ ବିଜ୍ଞାନରେ ମାର୍କ ବହୁତ କମ୍‌ ରହିଛି। ଏଥର ପରୀକ୍ଷାରେ ଗୁଣାତ୍ମକ ମାନ କମିଗଲା ବେଳେ କେବଳ ପାସ୍‌ ହାର ବଢିଛି। ସେହିପରି ମାଧ୍ୟମିକ ଉଚ୍ଚଶିକ୍ଷାରେ ମଧ୍ୟ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଉପରେ ପରିସଂଖ୍ୟାନ ଚାପ ଏତେ ଅଧିକ ଯେ ସେ ରାତିଦିନ ଓ ଛୁଟି ଭୁଲିଯାଉଛନ୍ତି। ଯଦ୍ଦ୍ବାରା ଶିକ୍ଷାଦାନ ଉପରେ ଗଭୀର ପ୍ରଭାବ ପଡୁଛି। ନାଚଗୀତ କରି ବିଦ୍ୟାଳୟରେ ପାଠ ହୁଏନି, ପାଠ ପାଇଁ ଅଭିଜ୍ଞ ଶିକ୍ଷକ ଆବଶ୍ୟକ। କିଛି ବିଦ୍ୟାଳୟରେ ଶିକ୍ଷକ କହିଲେ କେବଳ ଅତିଥି ଶିକ୍ଷକ ସାହାରା ସାଜିଛନ୍ତି। ଆଜି ପର୍ଯ୍ୟନ୍ତ କମ୍ୟୁଟର ଶିକ୍ଷକ ନିଯୁକ୍ତି ହୋଇପାରିଲା ନାହିଁ । ତେବେ କମ୍ପ୍ୟୁଟରଗୁଡିକ ନଷ୍ଟ ହୋଇଗଲା। ବିଦ୍ୟାଳୟରେ ନବୀକରଣ ହୋଇଛି କିନ୍ତୁ ଶିକ୍ଷାର ଲାଭ ହୋଇନି। ବିଜ୍ଞାନ ଶିକ୍ଷକଙ୍କ ଉପରେ ଅନେକ ଚାପ ରହିଲାବେଳେ ସେ ଶିକ୍ଷା ଦେବାରୁ ବିରତ ରହିବାକୁ ବାଧ୍ୟ ହେଉଛନ୍ତି।
ଅନେକ ଥର ଏହା ଉପରେ ଆଲୋଚନା ଓ ସଂଘ ମଧ୍ୟ ଦୃଷ୍ଟି ଆରୋପ କରିଥିଲେ ବି ଫଳ କିଛିନାହିଁ। ଗ୍ରାମାଞ୍ଚଳରେ ଗରିବ ପିଲା ଏସବୁକୁ ଭୋଗିବା ପାଇଁ ବାଧ୍ୟ ଯେମିତି। ସହରରେ ବେସରକାରୀ ବିଦ୍ୟାଳୟରେ ପିଲା ପଢି କେବଳ ଅଧିକ ପାଠପଢ଼ା ଉପରେ ଧ୍ୟାନ ରହୁଥିବାରୁ ତାଙ୍କର ଫଳାଫଳ ସରକାରୀ ବିଦ୍ୟାଳୟ ଠାରୁ ବେଶ୍‌ ଉନ୍ନତ ରହୁଛି। ତେବେ ଏବେ ସମୟ ଆସିଛି ମେଧାବୀମାନଙ୍କ ସହ ଏପରି ଖେଳ ନ ଖେଳି ଆଗାମୀ ଭବିଷ୍ୟତକୁ ଗଢିବା ଦିଗରେ ଉପଯୁକ୍ତ ପଦକ୍ଷେପ ନିଆଯାଉ। ବିଦ୍ୟାଳୟରେ କେବଳ ପାଠ ଓ ଶାରୀରିକ ଶିକ୍ଷା ବ୍ୟତୀତ ଅନ୍ୟସବୁକୁ ବହୁତ କମ୍‌ କରାଯାଇ ଶିକ୍ଷକଙ୍କୁ ପାଠ ପଢ଼ାଇବାର ସ୍ବାଧୀନତା ଦିଆଯାଉ। ପିଲାମାନଙ୍କୁ ପ୍ରତ୍ୟହ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଆସିବା ପାଇଁ ସ୍ବତନ୍ତ୍ର ଆଇନ କରାଯାଉ। ବିଦ୍ୟାଳୟକୁ ଏକ ମାଗଣା ବଣ୍ଟନ କ୍ଷେତ୍ରରେ ପରିଣତ ନ କରି ଏକ ଶିକ୍ଷାର ମନ୍ଦିରରେ ରଖାଯାଉ। ପ୍ରତ୍ୟେକ ପିଲାଙ୍କ ମଧ୍ୟରେ ଅନ୍ତର୍ନିହିତ ସ୍ବତନ୍ତ୍ର ଗୁଣ ରହିଛି, ଯାହାକୁ ଆବିଷ୍କାର କରି ତାର ସ୍ବତନ୍ତ୍ରତାକୁ ପାଥେୟକରି ଉପଯୁକ୍ତ ଶିକ୍ଷା ଦିଆଯାଉ। ପରୀକ୍ଷାରେ ବହୁତ କଡାକଡି କରି ତାଙ୍କ ମେଧାକୁ ଗୁରୁତ୍ୱ ଦେବା ଦରକାର। ପ୍ରଧାନଶିକ୍ଷକଙ୍କୁ ବିଦ୍ୟାଳୟରେ ପିଲାଙ୍କୁ ପାଠପଢିବା ଓ ନିୟମିତ ବିଦ୍ୟାଳୟକୁ ଆସିବାର ସ୍ବତନ୍ତ୍ର ଦାୟିତ୍ୱ ଦିଆଯାଉ ।
ଉପସଭାପତି, ଓଷ୍ଟା
ମା:୯୬୫୮୬୧୪୭୨୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?