ପରିବାରକୁ ସହାୟ ହେବାରେ ଆତ୍ମତୃପ୍ତି ନିଆରା

ଭଦ୍ରକ ଅଫିସ,୧୯।୭- ଦାରିଦ୍ର୍ୟ ଓ ଅସହାୟତା ଆଗରେ ହାର୍‌ ନ ମାନି ମନୋବଳକୁ ଦୃଢ କରି ଏକ ଚା’ ଦୋକାନ କରି ପରିବାର ସମ୍ଭାଳୁଛନ୍ତି ଶୁଭାରାଣୀ। ଦୀର୍ଘ ୧୨ ବର୍ଷ ଧରି ବରପଦା ବଜାରରେ ସେ ଏହି ଦୋକାନ କରି ଆସୁଛନ୍ତି। ସରକାର ଓ ପ୍ରଶାସନଠାରୁ କୌଣସି ସହାୟତା ମିଳି ନ ଥିଲେ ମଧ୍ୟ ସେ ନିଜେ ପରିଶ୍ରମ କରି ନିଜ ଅସହାୟ ମା’ ଓ ସାନ ଭଉଣୀ ଭାଇଙ୍କୁ ସାହା ହୋଇ ବେଶ୍‌ ଆତ୍ମତୃପ୍ତି ପାଇ ପାରୁଛନ୍ତି ବୋଲି କହିଛନ୍ତି।
ଶୁଭାରାଣୀଙ୍କ ଜୀବନ ସଂଘର୍ଷର କାହାଣୀ ଶୁଣିଲେ ଯେ କେହି ସମବେଦନା ନ ଜଣାଇ ରହି ପାରନ୍ତି ନାହିଁ। ଗରିବ, ଅସହାୟ ଲୋକଙ୍କ ଲାଗି ସରକାର ଅନେକ ଯୋଜନା କରୁଥିବା ବେଳେ ଏଭଳି ଅସହାୟ ପରିବାର ସେଥିରୁ ବଞ୍ଚିତ ହେବା ଏକ ବିଡମ୍ବନା। ଶୁଭାରାଣୀ କହନ୍ତି, ତାଙ୍କ ବାପା ବାବୁଲାଲ ବେହେରା ଦୀର୍ଘ ୧୫ ବର୍ଷ ହେବ ଘରଛାଡି କେଉଁଆଡେ ଚାଲିଯାଇଛନ୍ତି। ତାଙ୍କ ବଡ ଭଉଣୀ ମଧ୍ୟ ୧୨ ବର୍ଷ ଧରି ବାପାଙ୍କ ଭଳି ପାଗଳ ହୋଇ କେଉଁଆଡେ ପଳାଇ ଯାଇଛନ୍ତି। ଏଭଳି ସ୍ଥିତିରେ ଘରେ ଥିବା ଦୁଇ ସାନ ଭାଇ ଓ ଜଣେ ଭଉଣୀଙ୍କୁ ମଣିଷ କରିବା ଓ ମା’ ସୁଶୀଳା ବେହେରାଙ୍କୁ ସାହା ହେବା ଲାଗି ସେ ୮ମ ଶ୍ରେଣୀରୁ ପାଠ ପଢା ଛାଡି ଚା’ ଦୋକାନକୁ ଆଦରି ନେଇଛନ୍ତି। ଏହାମଧ୍ୟରେ ଜଣେ ବଦାନ୍ୟ ବ୍ୟକ୍ତି ତାଙ୍କର ସାନ ଭଉଣୀଙ୍କୁ ନେଇ ଏକ ଶିକ୍ଷାନୁଷ୍ଠାନରେ ପାଠ ପଢାଉଛନ୍ତି।
୨୪ ବର୍ଷ ବୟସ୍କା ଶୁଭାରାଣୀଙ୍କ ଘର ଭଦ୍ରକ ବ୍ଲକ ଦଇସିଂ ପଞ୍ଚାୟତ କୁସୁନନଗର ଡଙ୍କାଗଡିଆ ଗ୍ରାମରେ । ଘରଠାରୁ କିଛି ଦୂର ବରପଦା ବଜାରରେ ସେ ଚା’ ଦୋକାନ କରି ପରିବାର ଚଳାଉଛନ୍ତି। ଦୋକାନରୁ ଯାହା ରୋଜଗାର ହୁଏ, ସେଥିରେ ଦୁଇ ସାନ ଭାଇଙ୍କ ପାଠପଢା ସମେତ ଘର ଖର୍ଚ୍ଚ ତୁଲାଇ ଆସୁଛନ୍ତି। ପ୍ରଶାସନଠାରୁ ଆରମ୍ଭ କରି ରାଜନେତା ସମସ୍ତେ ତାଙ୍କ ପରିବାରର ଅସହାୟତାକୁ ଅଣଦେଖା କରି ଆସିଥିବା ଶୁଭାରାଣୀ କ୍ଷୋଭର ସହ କହିଛନ୍ତି। ତଥାପି ପରିସ୍ଥିତି ଆଗରେ ସେ ହାର୍‌ ନ ମାନି ମନୋବଳକୁ ଦୃଢ କରି ପରିବାର ଲାଗି ନିଜେ ରୋଜଗାର କରି ପାରିିଛନ୍ତି। ପାଠ ପଢିବାକୁ ବହୁ ଇଚ୍ଛା ଥିଲେ ବି ସେଥିରୁ ବଞ୍ଚିତ ହୋଇ ଏବେ ସାନ ଭାଇଙ୍କୁ ଶିକ୍ଷିତ କରିବା ଲକ୍ଷ୍ୟରେ ଦିନ ବିତାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...

BMCର ବଡ଼ ସୂଚନା: ଜାନୁଆରୀ ୪ରେ ‘ପଥ ଉତ୍ସବ’

ଭୁବନେଶ୍ବର,୩୦।୧୨: ଭୁବନେଶ୍ୱର ମହାନଗର ନିଗମ୍‌(BMC) ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୪ତାରିଖରୁ ଚଳିତ ସିଜିନ୍‌ର ପ୍ରଥମ ‘ପଥ ଉତ୍ସବ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri