ପରିଚୟ ଦେଇଛି ଖବରକାଗଜ

ଛେଣ୍ଡିପଦା,୧୭ା୧୨(ସ୍ବ.ପ୍ର.) ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ରୋଜଗାର ଆଶାରେ ମାତ୍ର ୧୫ ବର୍ଷ ବୟସରେ ଘରୁ ଗୋଡ଼ କାଢ଼ିଥିବା ଛେଣ୍ଡିପଦା ବ୍ଲକ ସାଲୁଇଖମଣ ଗ୍ରାମର ନୀଳମଣି ପଣ୍ଡା ଆଜି ଜଣେ ଜଣାଶୁଣା ମଣିଷ। ପରିଶ୍ରମ ବଳରେ ସେ ସମାଜରେ ନିଜ ପାଇଁ ସମ୍ମାନ ଅର୍ଜନ କରିପାରିଛନ୍ତି। ୧୯୭୨ରେ ରେଙ୍ଗାଳିର ଏକ ହୋଟେଲରୁ କର୍ମମୟ ଜୀବନ ଆରମ୍ଭ କରିଥିବା ନୀଳମଣି କିଛି ବର୍ଷ ପରେ ଛେଣ୍ଡିପଦା ଚାଲିଆସି ସାନଭାଇ ଦେଇଥିବା ଫଟୋ ଦୋକାନରେ କାମ କରିଥିଲେ। ସେଠାରେ ଦୁଇ ବର୍ଷ ରହିବା ପରେ ୧୯୯୫ରେ ନିଜେ କିଛି କରିବାକୁ ଚିନ୍ତା କରି ‘ଧରିତ୍ରୀ’ର ଖବରକାଗଜ ବିକ୍ରିରୁ ନୂତନ କ୍ୟାରିୟର ଆରମ୍ଭ କରିଥିଲେ। ଧୀରେ ଧୀରେ ଖବରକାଗଜର ବିକ୍ରି ବଢ଼ାଇବା ସହ ନିଜେ ବିଭିନ୍ନ କାଗଜର ଏଜେନ୍ସି ନେଲେ। ୨୦୦୧ରେ ହଠାତ ତାଙ୍କ କ୍ୟାବିନ ପୋଡ଼ିଯିବାରୁ ବହୁ କ୍ଷତିର ସମ୍ମୁଖୀନ ହୋଇଥିଲେ। ହେଲେ ତାଙ୍କ ଆମାୟିକ ବ୍ୟବହାର ଓ ସୁସମ୍ପର୍କ ଯୋଗୁ ବହୁ ଲୋକଙ୍କଠାରୁ ସେ ସହଯୋଗ ପାଇ ନୂତନ କ୍ୟାବିନ ବସାଇଥିଲେ। ସକାଳୁ କେତେ ଖବରକାଗଜ କେଉଁ ଅଞ୍ଚଳକୁ ଯିବ ତାହା ପଠାଇବା ଠାରୁ ଠିକ୍‌ ଭାବେ ଦେୟ ଆଦାୟ କରି ଡିପୋଜିଟ ପର୍ଯ୍ୟନ୍ତ ପ୍ରତିଟି କାର୍ଯ୍ୟକୁ ସେ ଦୀର୍ଘ ୨୪ ବର୍ଷ ହେବ ସୂଚାରୁ ରୂପେ କରିଆସୁଛନ୍ତି। ଏହି ଦୀର୍ଘ ବର୍ଷ ମଧ୍ୟରେ ସେ ନିଜ ପରିଶ୍ରମ ବଳରେ ନିଜ ପାଇଁ ସମାଜରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟିକରି ପାରିଛନ୍ତି। କ୍ୟାନସରରେ ପ୍ରଥମ ସ୍ତ୍ରୀଙ୍କ ପରଲୋକ ପରେ ସେ ଦୁଇ ଝିଅ, ପୁଅଙ୍କ ମୁହଁକୁ ଚାହିଁ ଦ୍ୱିତୀୟ ବିବାହ କରିଥିଲେ। ଏବେ ବୟସ ବଢ଼ିଯାଇଥିଲେ ବି ସେ ନିଜ କର୍ମମୟ ଜୀବନରେ କେବେ ଅବହେଳା କରିନାହାନ୍ତି। ସକାଳୁ ଠିକଣା ସମୟରେ ଲୋକଙ୍କ ନିକଟରେ କିପରି ଖବରକାଗଜ ପହଞ୍ଚିବ, ଅଧିକରୁ ଅଧିକ ଗ୍ରାହକଙ୍କ ସହ ସେ କିପରି ଯୋଡ଼ି ହୋଇପାରିବେ ତାହା ଉପରେ ଧ୍ୟାନ ଦେଉଛନ୍ତି। ସେହିପରି ଦୁଇ ଝିଅଙ୍କୁ ଯୁକ୍ତ ୨ ପର୍ଯ୍ୟନ୍ତ ପଢାଇବା ସହିତ ପୁଅକୁ ଏମ୍‌ବିଏ ପଢାଇ ପାରିଛନ୍ତି। ଖବରକାଗଜ ହିଁ ତାଙ୍କୁ ଆତ୍ମସମ୍ମାନର ସହ ବଞ୍ଚିବା ଶିଖାଇଛି ବୋଲି ନୀଳମଣି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୁଞ୍ଚିଲା OTET ପେପର-୨ ପରୀକ୍ଷା ସମୟ; ଜାଣନ୍ତୁ ନୂଆ ସମୟସୂଚୀ

ନୂଆଦିଲ୍ଲୀ,୧୫ା୧୨: ଆସନ୍ତା ଡିସେମ୍ବର ୧୭ ତାରିଖରେ ହେବାକୁ ଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)ର ସମୟରେ ପରିବର୍ତ୍ତନ କରାଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ...

ଭୁବନେଶ୍ୱରରେ ଲଜ୍ଜା: ପୁରୁଷ ବନ୍ଧୁଙ୍କ ଆଗରେ ନାବାଳିକାଙ୍କୁ ଗଣବଳାତ୍କାର, ଭିଡିଓ ରେକର୍ଡ କରି…

ଭୁବନେଶ୍ୱର,୧୫ା୧୨: ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକାକୁ ତାଙ୍କ ପୁରୁଷ ବନ୍ଧୁଙ୍କ ଆଗରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଡିସେମ୍ବର ୧୦ ତାରିଖରେ ଧଉଳି...

ରାଜ୍ୟ ସରକାରଙ୍କ ବଡ଼ ଭେଟି: ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୬୭% ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର,୧୫।୧୨: ଓଡ଼ିଶାର ଆୟୁଷ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ...

ବଏ ଫ୍ରେଣ୍ଡ ରୁମରୁ ମିଳିଲା ମହିଳାଙ୍କ ମୃତଦେହ! ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା,୧୫।୧୨: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁରସ୍ଥିତ ଏକ ଭଡ଼ା ଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଏକ ନୂଆ ମୋଡ଼ ନେଇଛି।...

ନଳି ଖାଇଲେ ଅରୁଣ-ସଞ୍ଜୟ: କହିଲେ ଭୋକ ଉପାସରେ…

ଭୁବନେଶ୍ୱର,୧୫।୧୨: ଅତୀତ କଥା ମନେ ପକାଇଲେ ବରିଷ୍ଠ ବିଜେଡି ନେତା ଅରୁଣ ସାହୁ ଓ ସଞ୍ଜୟ ଦାସବର୍ମା। ଅତୀତରେ କେମିତି ଲୋକଙ୍କ ପାଇଁ ଲଢ଼ୁଥିଲେ ତାହା...

ମୋକିମ୍‌ଙ୍କ ପାଇଁ ବାହାରି ପଡ଼ିଲେ ନିରଞ୍ଜନ: କହିଲେ କଟକରେ କେବଳ ତାଙ୍କ ପାଇଁ…

ଭୁବନେଶ୍ୱର, ୧୫।୧୨: ମହମଦ୍‌ ମୋକିମ୍‌ଙ୍କୁ ନେଇ ମୁହଁ ଖୋଲିଲେ ନିରଞ୍ଜନ ପଟ୍ଟନାୟକ। ନିରଞ୍ଜନ କହିଛନ୍ତି, ମୋକିମଙ୍କର କଂଗ୍ରେସ ପ୍ରତି ଅବଦାନ ବହୁତ। ୧୯୮୦ ପରଠୁ କଟକରେ...

ଭୁବନେଶ୍ୱରରେ ହେବ ଭିସା ସେଣ୍ଟର, ଆଉ ଯିବାକୁ ପଡିବ ନାହିଁ ଦିଲ୍ଲୀ, କୋଲକତା

ଭୁବନେଶ୍ୱର,୧୫।୧୨: ଭୁବନେଶ୍ୱରରେ ହେବ ଗ୍ଲୋବାଲ ଭିସା ଆପ୍ଲିକେଶନ ସେଣ୍ଟର। ଏନେଇ ରାଜ୍ୟ ସରକାର ୩ ହଜାର ବର୍ଗ ଫୁଟର ଜାଗା ଯୋଗାଇ ଦେବେ। ବରମୁଣ୍ଡା ବସ...

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri