ମାଷ୍ଟର୍ସ ସେଫ୍‌ରେ ଅନୁଗୋଳର ଲଳନା ସ୍ମୃତିଶ୍ରୀ:ବିଚାରକଙ୍କ ମନ ଜିଣିଲା ‘କୁଟ୍ଟୁ-ଏ-ପାସ୍ତା’

ଅନୁଗୋଳ ଅଫିସ, ୧୭।୧୨

ଷ୍ଟାର ପ୍ଲସର ରିଏଲିଟି ଶୋ’ ମାଷ୍ଟର୍ସ ସେଫ୍‌ର ଶ୍ରେଷ୍ଠ ୧୫ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଅନୁଗୋଳର ଲଳନା ସ୍ମୃତିଶ୍ରୀ ସିଂହ (୨୬)। ଭୁବନେଶ୍ୱରରେ ଅନୁଷ୍ଠିତ ‘ମାଷ୍ଟର୍ସ ସେଫ୍‌ ସିଜନ୍‌-୬’ର ଅଡିସନରେ ସ୍ମୃତିଶ୍ରୀ ୫୦ ପ୍ରତିଯୋଗୀ ବିଶିଷ୍ଟ ମେଗା ଅଡିସନକୁ ଉନ୍ନୀତ ହୋଇଥିଲେ। ମାଷ୍ଟର୍ସ ସେଫ୍‌ର ପ୍ରଥମ ପର୍ଯ୍ୟାୟରେ ଶ୍ରେଷ୍ଠ ୧୦ ପ୍ରତିଯୋଗୀ ଚୟନ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୫ ଜଣ ଚୟନ ହୋଇଥିଲେ। ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତାରେ ସ୍ମୃତିଶ୍ରୀଙ୍କୁ ସାମିଲ କରାଯାଇଥିଲା। ମେଗା ଅଡିସନରେ ସ୍ମୃତିଶ୍ରୀ ‘କୁଟ୍ଟୁ-ଏ-ପାସ୍ତା’ ନାମକ ଏକ ସ୍ବାସ୍ଥ୍ୟକର ଡିସ୍‌ ପ୍ରସ୍ତୁତ କରିଥିଲେ। ଏହି ଡିସ୍‌ ବିଚାରକଙ୍କ ପସନ୍ଦ ଆସିଥିଲା। ଶନିବାର ପ୍ରସାରିତ ଶୋ’ରେ ୧୧ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ମୃତିଶ୍ରୀ ତାଙ୍କ ଡିସ୍‌ ପ୍ରସ୍ତୁତ କରିଥିଲେ। ଏକ ଘଣ୍ଟାର ସମୟ ମଧ୍ୟରେ ତାଙ୍କ ଦ୍ୱାରା ଇଣ୍ଡିଆନ୍‌ ଇଟାଲିଆନ୍‌ ଡିସ୍‌ ‘କୁଟ୍ଟୁ-ଏ-ପାସ୍ତା’ ୩ ବିଚାରକ ବିକାଶ ଖାନ୍ନା, ରଣବୀର ବ୍ରାର୍‌ ଓ ବିନିତ ଭାଟ୍ଟିଆଙ୍କ ମନକୁ ପାଇଥିଲା। ଅନୁଗୋଳ ସହର ଗାନ୍ଧୀମାର୍ଗରେ ସ୍ମୃତିଶ୍ରୀଙ୍କ ପରିବାର ଲୋକ ରହୁଥିବାବେଳେ ନାଲ୍‌କୋର ଇଞ୍ଜିନିୟର ଭାବେ ତାଙ୍କ ବାପା ରଞ୍ଜିତ ସିଂହ କାର୍ଯ୍ୟରତ। ମା ରୀତା ସିଂହ ଗୃହିଣୀ। ସ୍ମୃତିଶ୍ରୀ ବିଜ୍ଞାନରେ ସ୍ନାତକ ସାରିବା ପରେ ଭୁବନେଶ୍ୱରରେ ହୋଟେଲ୍‌ ମ୍ୟାନେଜମେଣ୍ଟ କୋର୍ସ କରିଛନ୍ତି। ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରି ଓଡ଼ିଶାକୁ ସ୍ବତନ୍ତ୍ର ପରିଚୟ ଦେବାକୁ ଚାହୁଁଛନ୍ତି ବୋଲି ସେ ଏହି ପ୍ରତିଯୋଗିତାରେ ବିଚାରକଙ୍କୁ କହିଥିଲେ। ସୂଚନାଯୋଗ୍ୟ, ୨୦୧୧ରେ ସ୍ମୃତିଶ୍ରୀ ମାଷ୍ଟର୍ସ ସେଫ୍‌ର ଅଡିସନ୍‌ରେ ପ୍ରତିଯୋଗୀ ହିସାବରେ ଯୋଗ ଦେଇଥିଲେ ମଧ୍ୟ ସେ ଆଗକୁ ଯାଇପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri