Posted inଜାତୀୟ

ପରାଧୀନ ଭାରତରେ ବନ୍ଦେ ମାତରମ୍‌ କହିବାକୁ ଭୟ କରୁଥିବା ଲୋକେ ଆଜି ଦେଶର କରୁଛନ୍ତି ବିଭାଜନ: ଜାଭେଦ୍‌ ଅଖତର

ପାଟନା,୨୮।୪: ପରାଧୀନ ଭାରତରେ ବନ୍ଦେ ମାତରମ୍‌ କହିବାକୁ ଭୟ କରୁଥିବା ଲୋକେ ଆଜି ଭାଜପାରେ ରହି ଦେଶରେ ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରିବା ସହିତ ବିଭାଜନ କରିବାର ପ୍ରୟାସ କରୁଛନ୍ତି। ଭାଜପା ଦେଶରେ ଏକ ଖରାପ ସ୍ଥିତି ସୃଷ୍ଟି ଉତ୍ପନ୍ନ କରିଛି। ବିହାର ବେଗୁସରାଇ ଲୋକ ସଭା ଆସନରେ ସିପିଆଇ ପ୍ରାର୍ଥୀ କହ୍ନେୟା କୁମାରଙ୍କ ପାଇଁ ପ୍ରଚାର କରିବା ସମୟରେ ଗୀତିକାର ଜାଭେଦ୍‌ ଅଖତର ଏଭଳି ଅଭିଯୋଗ କହିଛନ୍ତି। ଭୋଟରଙ୍କୁ ଜାତି ଆଧାରରେ ଭୋଟ ଦେବାକୁ ଭାଜପା ପ୍ରୋତ୍ସାହିତ କରୁଛି। ଏପରି କରି ଦେଶର ସମ୍ବିଧାନ ତଥା ଗଣତନ୍ତ୍ରର ବିରୋଧ କରାଯାଉଥିବା ସେ କହିଛନ୍ତି। ପରାଧୀନ ଭାରତକୁ ସ୍ବାଧୀନ କରିବା ପାଇଁ ଦେଶର ସବୁ ବର୍ଗର ଲୋକେ ମିଳିତ ଭାବେ ଆଗେଇ ଆସିଥିବାବେଳେ ଏବେ ଭାଜପା ସେମାନଙ୍କୁ ଅଲଗା ଅଲଗା କରିବାର ଯୋଜନା କରୁଛି। ଭାଜପା ଶାସନରେ ଗରିବ ଅଧିକ ଗରିବ ହୋଇଥିବାବେଳେ ଧନୀ ଅଧିକ ଧନୀ ହୋଇଛନ୍ତି। ଦେଶର ଏକ ପ୍ରତିଶତ ଲୋକଙ୍କ ପାଖରେ ମୋଟ ସମ୍ପତ୍ତିର ୭୧ ପ୍ରତିଶତ ଗଚ୍ଛିତ ରହିଛି। ଫଳରେ ଅର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି ବୋଲି ଅଖତର ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ କାର୍ଯ୍ୟକାଳକୁ ପୂରିଲା ୧୨ ବର୍ଷ, ୨୦୧୪ ବିଜୟ ପରେ ପ୍ରଧାନମନ୍ତ୍ରୀ କଣ କହିଥିଲେ ଜାଣନ୍ତୁ

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ  ମେ ୨୬ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ । ଆଜି ସେ ଭାରତର ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାର ୧୨…

ମୁଁ ରୁହେ କି ରୁହେ….ଭକ୍ତଙ୍କୁ ଭାବବିହ୍ବଳ ମେସେଜ୍‌ ଦେଲେ ପ୍ରେମାନନ୍ଦ ମହାରାଜ

ଲକ୍ଷ୍ନୌ,୨୬।୫:ଗତ କିଛି ଦିନ ଧରି ପ୍ରେମାନନ୍ଦ ମହାରାଜଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଚିନ୍ତିତ ଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିର ଖବର ଆସିଛି। ତାଙ୍କ…

ପଦ୍ମଶ୍ରୀ ଗ୍ରହଣ କରିବାକୁ ଆସି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାଷ୍ଟାଙ୍ଗ ଦଣ୍ଡବତ କଲେ ସିଲାମ୍ବମ ଗୁରୁ, ଭାବପ୍ରବଣ ମୁହୂର୍ତ୍ତର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୬।୫: ସୋମବାର (୨୫ ମଇ) ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ।…

ଭାରତଗସ୍ତରେ ଥିବା ମାର୍କୋ ରୁବିଓଙ୍କୁ କାହିଁକି ପରିହାସ କଲା ଇରାନ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୬।୫: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି। ସୋମବାର (୨୫ ମଇ) ସେ ତାଜମହଲ ପରିଦର୍ଶନ କରିବାକୁ ଆସିଥିଲେ। ଏହି ଗସ୍ତକୁ…

ବିଶେଷଜ୍ଞଙ୍କ ବଡ଼ ଆକଳନ, ଅନ୍ତର୍ଜାତୀୟ ବଜାର ଦର ହ୍ରାସ ସତ୍ତ୍ୱେ କମି ନ ପାରେ ପେଟ୍ରୋଲ ମୂଲ୍ୟ

ନୂଆଦିଲ୍ଲୀ,୨୬।୫: ଇତିମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇଛି। ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ବୁଝାମଣା ସହ ବହୁଚର୍ଚ୍ଚିିତ ହର୍ମୁଜ୍‌ ପ୍ରଣାଳୀକୁ ମୁକ୍ତ…

ବଳାତ୍କାର ଅଭିଯୁକ୍ତ ରାମ ରହିମଙ୍କୁ ପୁଣି ମିଳିଲା ୩୦ ଦିନର ପାରୋଲ

ରୋହତକ,୨୬।୫: ଡେରା ସଚ୍ଚା ସୌଦା ମୁଖ୍ୟ ଏବଂ ଦୋଷୀ ସାବ୍ୟସ୍ତ ବଳାତ୍କାରୀ ଗୁରମିf ରାମ ରହିମଙ୍କୁ ପୁଣି ଥରେ ପାରୋଲ ମିଳିଛି। ଏଥର ସେ ୩୦ ଦିନ…

ଧାନବିଲରୁ ନିର୍ଗତ ଗ୍ରୀନହାଉସ୍‌ ଗ୍ୟାସ୍‌ ଏସିଆରେ ସର୍ବାଧିକ

ନୂଆଦିଲ୍ଲୀ, ୨୬।୫(ପି.ଟି.):୨୦୦୧ରୁ ୨୦୨୦ ମଧ୍ୟରେ ଧାନବିଲରୁ ନିର୍ଗତ ହେଉଥିବା ବିଶ୍ୱର ମୋଟ ସବୁଜ ଗୃହ ବାଷ୍ପ(ଗ୍ରୀନହାଉସ ଗ୍ୟାସ୍‌)ର ୯୦%ରୁ ଅଧିକ କେବଳ ଏସିଆରୁ ନିର୍ଗତ ହୋଇଛି, ଯେଉଁଥିରେ…

ମହିଳାଙ୍କୁ ପାଗଳ କଲା ପରକୀୟା ପ୍ରୀତି, ସ୍ବାମୀଙ୍କୁ ବିଦ୍ୟୁତ୍‌ ଶକ୍‌ ଦେଇ ମାରିଲେ ସ୍ତ୍ରୀ

ବରେଲି,୨୬।୫: ଉତ୍ତରପ୍ରଦେଶର ବରେଲିରେ ଜଣେ ମହିଳାଙ୍କ ପରକୀୟା ପ୍ରୀତିକୁ ସ୍ବାମୀ ବିରୋଧ କରିବାରୁ ସେ ପ୍ରେମିକ, ଭଉଣୀ ଓ ଭଉଣୀଙ୍କ ପୁରୁଷ ବନ୍ଧୁ ସହ ମିଶି ସ୍ବାମୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri