ପରାଜୟ ପରେ ଚେତା ପଶିଲା

ନୂଆଦିଲ୍ଲୀ,୧୪।୨:ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଭାଜପା ଓ କଂଗ୍ରେସ ନେତାଙ୍କ ଚେତା ପଶିଛି। ଭାଜପା ନେତାମାନଙ୍କ ବିବାଦୀୟ ମନ୍ତବ୍ୟ ହିଁ ଦଳ ପାଇଁ ବିପର୍ଯ୍ୟୟ ଆଣିଦେଇଥିବା ଗୁରୁବାର ଖୋଦ୍‌ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ମାନିଛନ୍ତି। ସେହିପରି କଂଗ୍ରେସର ପରାଜୟକୁ ନେଇ ମଧ୍ୟ ମାନସମନ୍ଥନ ଚାଲିଛି। ବରିଷ୍ଠ ନେତା ଜୟରାମ ରମେଶ ଏହାକୁ କରୋନା ଭାଇରସ୍‌ ସହ ତୁଳନା କରିଥିବାବେଳେ ଦଳକୁ ନୂଆ ବିଚାରଧାରା ଓ କାର୍ଯ୍ୟ ପ୍ରଣାଳୀର ଆବଶ୍ୟକତା ରହିଥିବା ସାଧାରଣ ସମ୍ପାଦକ ଜ୍ୟୋତିରାଦିତ୍ୟ ସିନ୍ଧିଆ ମତ ଦେଇଛନ୍ତି।
ଗତ ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହୋଇଥିଲା। ଭୋଟଗ୍ରହଣ ଯାଏ ଏପରି କି ୧୧ ତାରିଖରେ ଫଳାଫଳ ଆସିବା ପର୍ଯ୍ୟନ୍ତ ତିନି ପ୍ରମୁଖ ଦଳ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି), ଭାଜପା ଓ କଂଗ୍ରେସର ନେତାମାନେ ପରସ୍ପରକୁ କାଦୁଅ ଫିଙ୍ଗି ମତଦାତାଙ୍କୁ ଆକର୍ଷିତ କରିବାରେ ଲାଗିଥିଲେ। ହେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏଥର ଟିକେ ଚାଲାକ ହୋଇ ସଂଯମ ରହିଥିବା ଦେଖାଯାଇଥିଲା। ଏଏପି ୬୩ ଆସନରେ ବିଜୟୀ ହୋଇ ପୁନଃ ସରକାର ଗଠନ କରିବାକୁ ଯାଉଥିବାବେଳେ ଭାଜପା ଏବଂ କଂଗ୍ରେସ ଶିବିରରେ ନୈରାଶ୍ୟ ଲାଗିରହିଛି। ଏହାକୁ ନେଇ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ସ୍ବରାଷ୍ଟ୍ରମନ୍ତ୍ରୀ। ଏକ ଟିଭି କାର୍ଯ୍ୟକ୍ରମରେ ଗୁରୁବାର ଶାହା କହିଛନ୍ତି, ନିର୍ବାଚନ ପ୍ରଚାର ବେଳେ ଭାଜପା ନେତାମାନେ ‘ଗୁଳି କର’ ଓ ‘ଭାରତ-ପାକିସ୍ତାନ ମ୍ୟାଚ୍‌’ ଭଳି ମନ୍ତବ୍ୟ ଦେବା ଉଚିତ ନ ଥିଲା। ସମ୍ଭବତଃ ଏଭଳି ମନ୍ତବ୍ୟ ଯୋଗୁ ଭାଜପାକୁ ବହୁମୂଲ୍ୟ ଦେବାକୁ ପଡ଼ିଛି। ବିବାଦୀୟ ମନ୍ତବ୍ୟର ଖରାପ ପ୍ରଭାବ ଆମ ପ୍ରଦର୍ଶନ ଉପରେ ପଡ଼ିଛି ବୋଲି ଶାହା ସ୍ବୀକାର କରିଛନ୍ତି।
ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଏକ ନ୍ୟୁଜ୍‌ ଏଜେନ୍ସିକୁ ସାକ୍ଷାତ୍‌କାର ଦେଇ କହିଛନ୍ତି, ଦିଲ୍ଲୀ ନିର୍ବାଚନରେ ଦଳର ପରାଜୟ କରୋନା ଭାଇରସ୍‌ ଭଳି ଏକ ବୃହତ୍‌ ବିପର୍ଯ୍ୟୟ। ଭୋଟ ଧ୍ରୁବୀକରଣ ପାଇଁ ଭାଜପା ଶାହିନବାଗର ସିଏଏ ବିରୋଧୀ ବିକ୍ଷୋଭକୁ ବ୍ୟବହାର କରିଥିଲା। ଭାଜପା ନିର୍ବାଚନ ଜିତିପାରି ନାହିଁ। କିନ୍ତୁ ଏହି ଫଳାଫଳ କଂଗ୍ରେସ ପାଇଁ ବିପର୍ଯ୍ୟୟ ଆଣିଦେଇଛି। ଏହା କରୋନା ଭାଇରସ୍‌ ଭଳି। ତେଣୁ କଂଗ୍ରେସକୁ ଲୋକଙ୍କ ନିକଟରେ ପ୍ରାସଙ୍ଗିକ ହେବାକୁ ହେଲେ ଆମତ୍ସମୀକ୍ଷା କରିବାକୁ ପଡ଼ିବ। ଆମକୁ ଅହଂକାର ଛାଡ଼ିବାକୁ ପଡ଼ିବ। ୬ ବର୍ଷ ଧରି କ୍ଷମତାରୁ ଦୂରରେ ଥାଇ ସୁଦ୍ଧା କେତେଜଣ ନେତା ଏପରି ବ୍ୟବହାର କରୁଛନ୍ତି ସତେଯେମିତି ସେମାନେ ଏବେ ମଧ୍ୟ ମନ୍ତ୍ରୀ ଅଛନ୍ତି। ସେହିପରି ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଦିଲ୍ଲୀ ଫଳାଫଳ ଆମ ଦଳ ପାଇଁ ଅତ୍ୟନ୍ତ ନୈରାଶ୍ୟଜନକ। କଂଗ୍ରେସରେ ନୂଆ ବିଚାରଧାରା ଓ କାର୍ଯ୍ୟ ପ୍ରଣାଳୀର ଆବଶ୍ୟକତା ରହିଛି। ଦେଶ ବଦଳୁଛି। ତେଣୁ ଆମକୁ ମଧ୍ୟ ଏକ ନୂଆ ଚିନ୍ତାଧାରା ଆପଣାଇ ଦେଶବାସୀଙ୍କ ସହ ଯୋଡ଼ିହେବାକୁ ପଡ଼ିବ ବୋଲି ସିନ୍ଧିଆ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri