ପରାଜୟ ପରେ ଚେତା ପଶିଲା

ନୂଆଦିଲ୍ଲୀ,୧୪।୨:ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଭାଜପା ଓ କଂଗ୍ରେସ ନେତାଙ୍କ ଚେତା ପଶିଛି। ଭାଜପା ନେତାମାନଙ୍କ ବିବାଦୀୟ ମନ୍ତବ୍ୟ ହିଁ ଦଳ ପାଇଁ ବିପର୍ଯ୍ୟୟ ଆଣିଦେଇଥିବା ଗୁରୁବାର ଖୋଦ୍‌ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ମାନିଛନ୍ତି। ସେହିପରି କଂଗ୍ରେସର ପରାଜୟକୁ ନେଇ ମଧ୍ୟ ମାନସମନ୍ଥନ ଚାଲିଛି। ବରିଷ୍ଠ ନେତା ଜୟରାମ ରମେଶ ଏହାକୁ କରୋନା ଭାଇରସ୍‌ ସହ ତୁଳନା କରିଥିବାବେଳେ ଦଳକୁ ନୂଆ ବିଚାରଧାରା ଓ କାର୍ଯ୍ୟ ପ୍ରଣାଳୀର ଆବଶ୍ୟକତା ରହିଥିବା ସାଧାରଣ ସମ୍ପାଦକ ଜ୍ୟୋତିରାଦିତ୍ୟ ସିନ୍ଧିଆ ମତ ଦେଇଛନ୍ତି।
ଗତ ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହୋଇଥିଲା। ଭୋଟଗ୍ରହଣ ଯାଏ ଏପରି କି ୧୧ ତାରିଖରେ ଫଳାଫଳ ଆସିବା ପର୍ଯ୍ୟନ୍ତ ତିନି ପ୍ରମୁଖ ଦଳ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି), ଭାଜପା ଓ କଂଗ୍ରେସର ନେତାମାନେ ପରସ୍ପରକୁ କାଦୁଅ ଫିଙ୍ଗି ମତଦାତାଙ୍କୁ ଆକର୍ଷିତ କରିବାରେ ଲାଗିଥିଲେ। ହେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏଥର ଟିକେ ଚାଲାକ ହୋଇ ସଂଯମ ରହିଥିବା ଦେଖାଯାଇଥିଲା। ଏଏପି ୬୩ ଆସନରେ ବିଜୟୀ ହୋଇ ପୁନଃ ସରକାର ଗଠନ କରିବାକୁ ଯାଉଥିବାବେଳେ ଭାଜପା ଏବଂ କଂଗ୍ରେସ ଶିବିରରେ ନୈରାଶ୍ୟ ଲାଗିରହିଛି। ଏହାକୁ ନେଇ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ସ୍ବରାଷ୍ଟ୍ରମନ୍ତ୍ରୀ। ଏକ ଟିଭି କାର୍ଯ୍ୟକ୍ରମରେ ଗୁରୁବାର ଶାହା କହିଛନ୍ତି, ନିର୍ବାଚନ ପ୍ରଚାର ବେଳେ ଭାଜପା ନେତାମାନେ ‘ଗୁଳି କର’ ଓ ‘ଭାରତ-ପାକିସ୍ତାନ ମ୍ୟାଚ୍‌’ ଭଳି ମନ୍ତବ୍ୟ ଦେବା ଉଚିତ ନ ଥିଲା। ସମ୍ଭବତଃ ଏଭଳି ମନ୍ତବ୍ୟ ଯୋଗୁ ଭାଜପାକୁ ବହୁମୂଲ୍ୟ ଦେବାକୁ ପଡ଼ିଛି। ବିବାଦୀୟ ମନ୍ତବ୍ୟର ଖରାପ ପ୍ରଭାବ ଆମ ପ୍ରଦର୍ଶନ ଉପରେ ପଡ଼ିଛି ବୋଲି ଶାହା ସ୍ବୀକାର କରିଛନ୍ତି।
ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଏକ ନ୍ୟୁଜ୍‌ ଏଜେନ୍ସିକୁ ସାକ୍ଷାତ୍‌କାର ଦେଇ କହିଛନ୍ତି, ଦିଲ୍ଲୀ ନିର୍ବାଚନରେ ଦଳର ପରାଜୟ କରୋନା ଭାଇରସ୍‌ ଭଳି ଏକ ବୃହତ୍‌ ବିପର୍ଯ୍ୟୟ। ଭୋଟ ଧ୍ରୁବୀକରଣ ପାଇଁ ଭାଜପା ଶାହିନବାଗର ସିଏଏ ବିରୋଧୀ ବିକ୍ଷୋଭକୁ ବ୍ୟବହାର କରିଥିଲା। ଭାଜପା ନିର୍ବାଚନ ଜିତିପାରି ନାହିଁ। କିନ୍ତୁ ଏହି ଫଳାଫଳ କଂଗ୍ରେସ ପାଇଁ ବିପର୍ଯ୍ୟୟ ଆଣିଦେଇଛି। ଏହା କରୋନା ଭାଇରସ୍‌ ଭଳି। ତେଣୁ କଂଗ୍ରେସକୁ ଲୋକଙ୍କ ନିକଟରେ ପ୍ରାସଙ୍ଗିକ ହେବାକୁ ହେଲେ ଆମତ୍ସମୀକ୍ଷା କରିବାକୁ ପଡ଼ିବ। ଆମକୁ ଅହଂକାର ଛାଡ଼ିବାକୁ ପଡ଼ିବ। ୬ ବର୍ଷ ଧରି କ୍ଷମତାରୁ ଦୂରରେ ଥାଇ ସୁଦ୍ଧା କେତେଜଣ ନେତା ଏପରି ବ୍ୟବହାର କରୁଛନ୍ତି ସତେଯେମିତି ସେମାନେ ଏବେ ମଧ୍ୟ ମନ୍ତ୍ରୀ ଅଛନ୍ତି। ସେହିପରି ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଦିଲ୍ଲୀ ଫଳାଫଳ ଆମ ଦଳ ପାଇଁ ଅତ୍ୟନ୍ତ ନୈରାଶ୍ୟଜନକ। କଂଗ୍ରେସରେ ନୂଆ ବିଚାରଧାରା ଓ କାର୍ଯ୍ୟ ପ୍ରଣାଳୀର ଆବଶ୍ୟକତା ରହିଛି। ଦେଶ ବଦଳୁଛି। ତେଣୁ ଆମକୁ ମଧ୍ୟ ଏକ ନୂଆ ଚିନ୍ତାଧାରା ଆପଣାଇ ଦେଶବାସୀଙ୍କ ସହ ଯୋଡ଼ିହେବାକୁ ପଡ଼ିବ ବୋଲି ସିନ୍ଧିଆ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?