Posted inଖେଳ

ପରଲୋକରେ ଚୁନିି ଗୋସ୍ବାମୀ

କୋଲକାତା, ୧ା୫ (ପି.ଟି.)-ଭାରତର ପୂର୍ବତନ ଆଇକନିକ୍‌ ଫୁଟ୍‌ବଲର ତଥା ପୂର୍ବତନ ପ୍ରଥମଶ୍ରେଣୀ କ୍ରିକେଟର ଚୁନି ଗୋସ୍ବାମୀଙ୍କର ହୃଦ୍‌ଘାତରେ ସ୍ଥାନୀୟ ଏକ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ତାଙ୍କୁ ୮୨ବର୍ଷ ବୟସ ହୋଇଥିଲା। ସେ ତାଙ୍କ ସ୍ତ୍ରୀ ବାସନ୍ତୀ ଏବଂ ପୁତ୍ର ସୁଦିପ୍ତୋଙ୍କୁ ଛାଡି ଚାଲିଯାଇଛନ୍ତି। ୧୯୬୨ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳର ସେ ଅଧିନାୟକତ୍ୱ କରିଥିଲେ। ଗୋସ୍ବାମୀଙ୍କ ଡାଇବେଟିକ୍‌, ପ୍ରୋଷ୍ଟେଟ୍‌ ଓ ସ୍ନାୟୁଜନିତ ସମସ୍ୟା ରହିଥିଲା। ଗୁରୁବାର ସନ୍ଧ୍ୟା ୫ଟାରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ସୂତ୍ରରୁ ପ୍ରକାଶ। ଅବିଭାଜିତ ବେଙ୍ଗଲର କିଶୋରଗଞ୍ଜ ଜିଲାରେ (ବର୍ତ୍ତମାନ ଏହା ବାଂଲାଦେଶରେ) ଜନ୍ମ ଗ୍ରହଣ କରିଥିବା ଏହି ଷ୍ଟ୍ରାଇକରଙ୍କ ପ୍ରକୃତ ନାମ ସୁବିମଲ୍‌। କିନ୍ତୁ ସେ ତାଙ୍କ ଡାକନାମରେ ବିଶେଷ ଭାବେ ପରିଚିତ। ସେ ୧୯୫୬ ଓ ୧୯୬୪ ମଧ୍ୟରେ ୫୦ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ତନ୍ମଧ୍ୟରେ ୧୯୬୦ ରୋମ୍‌ ଅଲିମ୍ପିକ୍ସ ଅନ୍ୟତମ। ୧୯୬୨ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ବିଜୟୀ ଭାରତୀୟ ଫୁଟ୍‌ବଲ ଦଳର ଅଧିନାୟକତ୍ୱ କରିବା ବ୍ୟତୀତ ସେ ଆହୁରି ମଧ୍ୟ ୧୯୬୪ରେ ଇସ୍ରାଏଲ୍‌ରେ ଅନୁଷ୍ଠିତ ଏସିଆ କପ୍‌ରେ ରୌପ୍ୟ ବିଜୟୀ ଦଳର ଅନ୍ୟତମ ସଦସ୍ୟ ଥିଲେ, ଯାହାକି ଏବେ ସୁଦ୍ଧା କୌଣସି କଣ୍ଟିନେଷ୍ଟାଲ ଟୁର୍ନାମେଣ୍ଟରେ ଦେଶର ଏହା ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ସେ ମୋଟ ୧୩ ଅନ୍ତର୍ଜାତୀୟ ଗୋଲ ସ୍କୋର କରିଛନ୍ତି। ଭାରତର ୧୯୮୪ ଅଲିମ୍ପିକ କୋଚ୍‌ ବି.ଡି. ଚାଟାର୍ଜୀ ମୋହନବାଗାନ ଟିମ୍‌ ଦାୟିତ୍ୱରେ ଥିବାବେଳେ ମେରାଇନର୍ସ ଜୁନିୟର ଦଳ ପାଇଁ ଏକ ଟ୍ରାଏଲ୍‌ ବେଳେ ୧୩ ବର୍ଷୀୟ ଗୋସ୍ବାମୀଙ୍କୁ ମନୋନୀତ କରିଥିଲେ। ତାଙ୍କ ତତ୍ତ୍ୱାବଧାନରେ ଗୋସ୍ବାମୀ ଭାରତର ଅନ୍ୟତମ ଶ୍ରେଷ୍ଠ ମିଡ୍‌ଫିଲ୍‌ଡର ଖେଳାଳି ହୋଇପାରିଥିଲେ। ୧୯୫୪ରେ ପଦାର୍ପଣ ପରେ ସେ ୧୯୫୫ ରେ ତାଙ୍କ ପ୍ରଥମ ସନ୍ତୋଷ ଟ୍ରଫି ମ୍ୟାଚ ଖେଳିଥିଲେ।
ଗୋସ୍ବାମୀ ମଧ୍ୟ ଜଣେ ପୂର୍ବତନ କ୍ରିକେଟର ଥିଲେ। ସେ ୧୯୬୨ରୁ ୧୯୭୩ ମଧ୍ୟରେ ବେଙ୍ଗଲରୁ ୪୬ ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳିଥିଲେ। ସେ ଜଣେ ଡାହାଣହାତୀ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଥିଲେ। ସେ ମିଡିୟମ ପେସ୍‌ ବୋଲିଂ କରିବା ସହ ଜଣେ ଦକ୍ଷ ଫିଲ୍ଡର ମଧ୍ୟ ଥିଲେ। ୧୯୬୬ରେ ଗ୍ୟାରି ସୋବର୍ସଙ୍କ ଓ୍ବେଷ୍ଟଇଣ୍ଡିଜ ଦଳ ବିପକ୍ଷରେ ସେ ସେଣ୍ଟ୍ରାଲ ଓ ଇଷ୍ଟ ଜୋନ୍‌ ମିଳିତ ଦଳରୁ ଖେଳିଥିଲେ। ଦଳ ଯଦିଓ ଇନିଂସ ପରାଜୟ ବରଣ କରିଥିଲା ସେ କିନ୍ତୁ ୮ଟି ଉଇକେଟ ଅକ୍ତିଆର କରିଥିଲେ। ତାଙ୍କ ଅଧିନାୟକତ୍ୱରେ ବେଙ୍ଗଲ ୧୯୭୧-୭୨ ରଣ୍‌ଜୀ ଫାଇନାଲ ଖେଳିଥିଲା। ତେବେ ବ୍ରାବୋର୍ନ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଦଳ ବମ୍ବେଠାରୁ ପରାଜିତ ହୋଇଥିଲା। ଗୋସ୍ବାମୀ ଆହୁରି ମଧ୍ୟ ୧୯୭୦ ଦଶକରେ ଭାରତୀୟ ଫୁଟ୍‌ବଲର ଜଣେ ଚୟନକର୍ତ୍ତା ଭାବେ କାର୍ଯ୍ୟ କରିଥିଲେ। ୧୯୯୬ରେ ଯେତେବେଳେ ନ୍ୟାଶନାଲ ଫୁଟ୍‌ବଲ ଲିଗ୍‌ ଆରମ୍ଭ ହୋଇଥିଲା ସେ ଉପଦେଷ୍ଟା କମିଟିର ଜଣେ ସଦସ୍ୟ ଥିଲେ। ଭାରତ ଯେତେବେଳେ ଏସିଆର ଅନ୍ୟତମ ଫୁଟ୍‌ବଲ ପାଓ୍ବାରହାଉସ୍‌ ଭାବେ ବିବେଚିତ ହେଉଥିଲା। ଗୋସ୍ବାମୀ, ନିକଟରେ ପରଲୋକ ଗମନ କରିଥିବା ପି.କେ. ବାନାର୍ଜୀ ଏବଂ ତୁଳସୀଦାସ ବଳରାମ ପ୍ରମୁଖଙ୍କୁ ନେଇ ଭାରତୀୟ ଫରଓ୍ବାର୍ଡ ବେଶ୍‌ ଶକ୍ତିଶାଳୀ ଥିଲା। ଏହି ସମୟକୁ ଭାରତର ସୁବର୍ଣ୍ଣ ଯୁଗ ବୋଲି କୁହାଯାଉଥିଲା। ଗୋସ୍ବାମୀ ୧୯୬୨ରେ ଏସିଆର ଶ୍ରେଷ୍ଠ ଷ୍ଟ୍ରାଇକର ପୁରସ୍କାର ଲାଭ କରିଥିଲେ। ଭାରତୀୟ ଫୁଟ୍‌ବଲ ପାଇଁ ତାଙ୍କର ଅବଦାନ ପାଇଁ ସେ ଅର୍ଜୁନ ପୁରସ୍କାର (୧୯୬୩) ଓ ପଦ୍ମଶ୍ରୀ (୧୯୮୩) ସମ୍ମାନରେ ସମ୍ମାନିତ ହୋଇଥିଲେ। ଦେଶ ପାଇଁ ଫୁଟ୍‌ବଲ କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ପାଇଁ ଭାରତୀୟ ପୋଷ୍ଟାଲ ଡିପାର୍ଟମେଣ୍ଟ ତରଫରୁ ତାଙ୍କ ୮୨ତମ ଜନ୍ମ ବାର୍ଷିକୀ ଅବସରରେ ଏକ ସ୍ମାରକ ଡାକଟିକେଟ ଛାପିିଥିଲା। ୧୯୬୮ରେ ଖେଳରୁ ଅବସର ନେବା ପୂର୍ବରୁ ଗୋସ୍ବାମୀ ତାଙ୍କ ସମଗ୍ର କ୍ୟାରିୟରେ ଏକମାତ୍ର କ୍ଲବ ମୋହନ ବାଗାନ ତରଫରୁ ଖେଳି ଆସୁଥିଲେ। ସେ ୧୯୬୦ରୁ ୧୯୬୪ପର୍ଯ୍ୟନ୍ତ ୫ ସିଜନ ଧରି କ୍ଲବର ଅଧିନାୟକତ୍ୱ କରିଥିଲେ। ୨୦୦୫ରେ ସେ ମୋହନ ବାଗାନ ରତ୍ନ ଉପାଧିରେ ସମ୍ମାନିତ ହୋଇଥିଲେ। ତାଙ୍କ ବିୟୋଗରେ କ୍ରୀଡ଼ା ମହଲରେ ଶୋକର ଛାୟା ଖେଳିଯାଇଛି। ସୁନୀଲ ଗାଭାସ୍କରଙ୍କଠାରୁ ଆରମ୍ଭ କରି ସୁନୀଲ ଛେତ୍ରୀଙ୍କ ପର୍ଯ୍ୟନ୍ତ କ୍ରିକେଟ ଓ ଫୁଟ୍‌ବଲ ବ୍ୟକ୍ତିତ୍ୱମାନେ ଶୋକ ପ୍ରକାଶ କରିଛନ୍ତି। ଭୁବନେଶ୍ୱର ସ୍ଥିତ ୟୁନିଟ-୬ ଆଥଲେଟିକ ଆସୋସିଏଶନ ତରଫରୁ ମଧ୍ୟ ଶୋକ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲଜ୍ଜାଜନକ ରେକର୍ଡ କଲା KKR: IPL ଇତିହାସରେ ଯାହା କେବେ ଘଟି ନ ଥିଲା…

ନୂଆଦିଲ୍ଲୀ,୧୫।୪: IPL 2026ର ୨୨ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ (KKR) ଚେନ୍ନାଇ ସୁପର କିଙ୍ଗ୍ସ (CSK) ବିପକ୍ଷରେ ୩୨ ରନରେ ପରାଜୟ ବରଣ କରିଛି। ଏହା…

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି…

ଖରାପ ପାଗ ସତ୍ତ୍ୱେ ସଫଳ ହୋଇଥିଲା ମ୍ୟାଚ୍‌: ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ମିଳିଲା ୨୫ଲକ୍ଷ ଟଙ୍କା ପୁରସ୍କାର

ଗୁଆହାଟୀ, ୧୪ା୪: ଖରାପ ପାଗ ସତ୍ତ୍ୱେ ଚଳିତ ସିଜନରେ ୩ଟି ଆଇପିଏଲ୍‌ ମ୍ୟାଚ ସଫଳତା ସହିତ ଆୟୋଜନ କରିପାରିଥିବାରୁ ଆସାମ କ୍ରିକେଟ ଆସୋସିଏଶନ (ଏସିଏ) ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ…

ସଞ୍ଜୁ ସାମସନଙ୍କୁ ICCର ସ୍ବତନ୍ତ୍ର ସମ୍ମାନ, ଜସପ୍ରିତ ବୁମରାହଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ,୧୪।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମାର୍ଚ୍ଚ ମାସ ପାଇଁ ସଞ୍ଜୁ ସାମସନଙ୍କୁ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡରେ ସମ୍ମାନିତ କରିଛି। ୨୦୨୬ ଟି୨୦ ବିଶ୍ୱକପରେ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri