ପରମ୍ପରା : ଖାଡୁ ବଳଦକୁ ଗ୍ରାମ ପରିକ୍ରମା

ଖଣ୍ଡପଡ଼ା, ୧୦।୧୦(ସ୍ବ.ପ୍ର.): ଓଡ଼ିଆ ଘରର ଚଳଣି ଓ ପରମ୍ପରା ଅନୁଯାୟୀ ଦଶହରାରେ ସମସ୍ତ କାର୍ଯ୍ୟର ଅନୁକୂଳ କରାଯାଇଥାଏ । ଦିନ ଥିଲା ଲୋକେ ବ୍ୟବସାୟ, ବାଣିଜ୍ୟକୁ ଯିବା ପୂର୍ବରୁ ଦଶହରାରେ ‘ଖାଡ଼ୁ ବଳଦ’କୁ ଅନୁକୂଳ ଭାବେ ଗ୍ରହଣ କରୁଥିଲେ । ଏବେ ସେ ପରମ୍ପରା ହଜିଯାଇଛି । ମାତ୍ର ଏହି ପରମ୍ପରାକୁ ପାଳନ କରୁଛନ୍ତି ବନମାଳୀପୁର ଗ୍ରାମବାସୀ। ମଙ୍ଗଳବାର ବନମାଳୀପୁର ଗ୍ରାମର କେତେକ ନିର୍ଦ୍ଦିଷ୍ଟ ପରିବାର ଦଶହରା ଅନୁକୂଳ ପାଇଁ ଘରେ ଥିବା ଖାଡୁ ବଳଦର ବିଭିନ୍ନ ସରଞ୍ଜାମକୁ ପୂଜାର୍ଚ୍ଚନା କରିଥିଲେ। ଏକ ଖାଡୁ ବଳଦକୁ ସନ୍ଧ୍ୟାରେ ପୂଜାର୍ଚ୍ଚନା ପରେ ପାଟପଟୁଆରରେ ଗ୍ରାମ ପରିକ୍ରମା କରାଯାଇଥିବା ପରିଲକ୍ଷିତ ହୋଇଥିଲା। ଦଶହରାରେ ଉକ୍ତ ବଳଦକୁ ଭେଲଭେଟ୍‌ କପଡ଼ାରେ ପ୍ରସ୍ତୁତ ପୋଷାକ ପିନ୍ଧାଯାଇ ବିଭିନ୍ନ ଅଳଙ୍କାରରେ ସଜାଇ ବେକରେ କଉଡ଼ିମାଳ ଓ ଘଣ୍ଟି ଘାଗୁଡ଼ି ପିନ୍ଧାଯାଇଥିଲା। ବଳଦ ପିଠିରେ ଅମ୍ବାରୀ(କାଠ ଫ୍ରେମ୍‌ରେ ପ୍ରସ୍ତୁତ ଆସନ)ରେ ଦେବୀଙ୍କୁ ସ୍ଥାପନ କରିବା ପରେ ଖାଡ଼ୁ ବଳଦଙ୍କୁ ଗୃହର କର୍ତ୍ତା ଓ ଗୃହିଣୀ ପୂଜା କରିଥିଲେ । ସମ୍ପ୍ରତି ଖାଡୁ ବଳଦ ଆଉ କେହି ରଖୁ ନ ଥିବା ବେଳେ ବନମାଳୀପୁରର ବସନ୍ତ ପରିଡା, ଗାଣ୍ଡୁ ପରିଡା ଓ ରାମ ବେହେରା ପ୍ରମୁଖ ବ୍ୟକ୍ତିମାନେ ଜେଜବାପ ଅମଳରୁ ପାରମ୍ପରିକ ରୀତିରେ ପାଳିତ ହୋଇଆସୁଥିବା ଏହି ଉତ୍ସବରେ ମିଳିତ ଭାବେ ଖାଡୁ ବଳଦକୁ ଭଡ଼ାରେ ଆଣିଥିଲେ। ଦଶହରା ସନ୍ଧ୍ୟା ସମୟରେ ଖୋଳ, ଝାଞ୍ଜ, ସଂକୀର୍ତ୍ତନ ମଧ୍ୟରେ ମଶାଲ ଜାଳି ବିଭିନ୍ନ ସାହି ଓ ଗ୍ରାମ ପରିକ୍ରମା କରି ନିକଟସ୍ଥ ବ୍ରାହ୍ମଣୀ ଦେବୀ ମନ୍ଦିରକୁ ଯାଇଥିଲେ । ସେଠାରେ ଖାଡୁ ବଳଦକୁ ପୂଜାର୍ଚ୍ଚନା ପରେ ଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।
ସୂଚନାଯୋଗ୍ୟ ଯେ, ଯେତେବେଳେ ଗମନାଗମନର ସୁବିଧା ନ ଥିଲା, ସେତେବେଳେ ବଳଦ ହିଁ ପରିବହନର ଏକମାତ୍ର ମାଧ୍ୟମ ଥିଲା । ବିଶେଷକରି ଜଙ୍ଗଲ ପାହାଡ଼ଘେରା ଆଦିବାସୀ ଅଧ୍ୟୁଷିତ ମାଳଅଞ୍ଚଳ ଭାବେ ପରିଚିତ ଫୁଲବାଣୀରେ ଲୁଗା, ଲୁଣ ଓ ବିଭିନ୍ନ ପ୍ରକାର ଗୃହୋପକରଣ ଲୋକଙ୍କ ପାଖରେ ପହଞ୍ଚତ୍ବା ଦୁରୁହ ବ୍ୟାପାର ଥିଲା । ସେତେବେଳେ ବ୍ୟବସାୟୀମାନେ ନିଜ ବଳଦ ପିଠିରେ ଲୁଣ, ଲୁଗା ଓ ବିଭିନ୍ନ ପ୍ରକାର ସାମଗ୍ରୀ ଲଦି ସମ୍ପୃକ୍ତ ଅଞ୍ଚଳକୁ ବ୍ୟବସାୟ ଉଦ୍ଦେଶ୍ୟରେ ଯାଉଥିଲେ । ଏହି ବ୍ୟବସାୟୀମାନେ ସାଧାରଣତଃ ଖଣ୍ଡପଡ଼ା ଗଡ଼ଜାତ ଅଞ୍ଚଳ ଅନ୍ତର୍ଗତ କଣ୍ଟିଲୋ ଓ ବନମାଳୀପୁର ଗ୍ରାମର ତେଲି ଓ ଥୋଡ଼ିଆ ସମ୍ପ୍ରଦାୟର। ସମ୍ପୃକ୍ତ ବ୍ୟବସାୟୀମାନେ ଖାଡ଼ୁ ବଳଦ ପିଠିରେ ନେଇଥିବା ସାମଗ୍ରୀଗୁଡିକୁ ଆଦିବାସୀମାନଙ୍କୁ ଚଢ଼ା ଦରରେ ବିକ୍ରିକରି ପ୍ରତିବଦଳରେ ସେଠାରେ ଉତ୍ପାଦିତ ଅଦା, ମହୁଲ, ଝୁଣା, ସୋରିଷ, ମହୁ, ହଳଦୀ, ବାଘନଖ, ଦାନ୍ତ, ହାତୀ ଦାନ୍ତ, ବାଘଛାଲ ଆଦି ଜଙ୍ଗଲଜାତ ସାମଗ୍ରୀ ସେମାନଙ୍କଠାରୁ ଆଣି ବଳଦ ପିଠିରେ ଲଦି ଗ୍ରାମକୁ ଫେରିଥାନ୍ତି । ଜଙ୍ଗଲଜାତ ଦ୍ରବ୍ୟକୁ ସ୍ଥାନୀୟ ଅଞ୍ଚଳରେ ବିକ୍ରିକରି ଅଧିକ ଲାଭବାନ୍‌ ହୋଇଥାନ୍ତି । ଏହି ପରିବହନ କାର୍ଯ୍ୟରେ ନିୟୋଜିତ ହେଉଥିବା ବଳଦକୁ ଖାଡ଼ୁ ବଳଦ କୁହାଯାଉଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri