ପରମ୍ପରା : ଖାଡୁ ବଳଦକୁ ଗ୍ରାମ ପରିକ୍ରମା

ଖଣ୍ଡପଡ଼ା, ୧୦।୧୦(ସ୍ବ.ପ୍ର.): ଓଡ଼ିଆ ଘରର ଚଳଣି ଓ ପରମ୍ପରା ଅନୁଯାୟୀ ଦଶହରାରେ ସମସ୍ତ କାର୍ଯ୍ୟର ଅନୁକୂଳ କରାଯାଇଥାଏ । ଦିନ ଥିଲା ଲୋକେ ବ୍ୟବସାୟ, ବାଣିଜ୍ୟକୁ ଯିବା ପୂର୍ବରୁ ଦଶହରାରେ ‘ଖାଡ଼ୁ ବଳଦ’କୁ ଅନୁକୂଳ ଭାବେ ଗ୍ରହଣ କରୁଥିଲେ । ଏବେ ସେ ପରମ୍ପରା ହଜିଯାଇଛି । ମାତ୍ର ଏହି ପରମ୍ପରାକୁ ପାଳନ କରୁଛନ୍ତି ବନମାଳୀପୁର ଗ୍ରାମବାସୀ। ମଙ୍ଗଳବାର ବନମାଳୀପୁର ଗ୍ରାମର କେତେକ ନିର୍ଦ୍ଦିଷ୍ଟ ପରିବାର ଦଶହରା ଅନୁକୂଳ ପାଇଁ ଘରେ ଥିବା ଖାଡୁ ବଳଦର ବିଭିନ୍ନ ସରଞ୍ଜାମକୁ ପୂଜାର୍ଚ୍ଚନା କରିଥିଲେ। ଏକ ଖାଡୁ ବଳଦକୁ ସନ୍ଧ୍ୟାରେ ପୂଜାର୍ଚ୍ଚନା ପରେ ପାଟପଟୁଆରରେ ଗ୍ରାମ ପରିକ୍ରମା କରାଯାଇଥିବା ପରିଲକ୍ଷିତ ହୋଇଥିଲା। ଦଶହରାରେ ଉକ୍ତ ବଳଦକୁ ଭେଲଭେଟ୍‌ କପଡ଼ାରେ ପ୍ରସ୍ତୁତ ପୋଷାକ ପିନ୍ଧାଯାଇ ବିଭିନ୍ନ ଅଳଙ୍କାରରେ ସଜାଇ ବେକରେ କଉଡ଼ିମାଳ ଓ ଘଣ୍ଟି ଘାଗୁଡ଼ି ପିନ୍ଧାଯାଇଥିଲା। ବଳଦ ପିଠିରେ ଅମ୍ବାରୀ(କାଠ ଫ୍ରେମ୍‌ରେ ପ୍ରସ୍ତୁତ ଆସନ)ରେ ଦେବୀଙ୍କୁ ସ୍ଥାପନ କରିବା ପରେ ଖାଡ଼ୁ ବଳଦଙ୍କୁ ଗୃହର କର୍ତ୍ତା ଓ ଗୃହିଣୀ ପୂଜା କରିଥିଲେ । ସମ୍ପ୍ରତି ଖାଡୁ ବଳଦ ଆଉ କେହି ରଖୁ ନ ଥିବା ବେଳେ ବନମାଳୀପୁରର ବସନ୍ତ ପରିଡା, ଗାଣ୍ଡୁ ପରିଡା ଓ ରାମ ବେହେରା ପ୍ରମୁଖ ବ୍ୟକ୍ତିମାନେ ଜେଜବାପ ଅମଳରୁ ପାରମ୍ପରିକ ରୀତିରେ ପାଳିତ ହୋଇଆସୁଥିବା ଏହି ଉତ୍ସବରେ ମିଳିତ ଭାବେ ଖାଡୁ ବଳଦକୁ ଭଡ଼ାରେ ଆଣିଥିଲେ। ଦଶହରା ସନ୍ଧ୍ୟା ସମୟରେ ଖୋଳ, ଝାଞ୍ଜ, ସଂକୀର୍ତ୍ତନ ମଧ୍ୟରେ ମଶାଲ ଜାଳି ବିଭିନ୍ନ ସାହି ଓ ଗ୍ରାମ ପରିକ୍ରମା କରି ନିକଟସ୍ଥ ବ୍ରାହ୍ମଣୀ ଦେବୀ ମନ୍ଦିରକୁ ଯାଇଥିଲେ । ସେଠାରେ ଖାଡୁ ବଳଦକୁ ପୂଜାର୍ଚ୍ଚନା ପରେ ଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।
ସୂଚନାଯୋଗ୍ୟ ଯେ, ଯେତେବେଳେ ଗମନାଗମନର ସୁବିଧା ନ ଥିଲା, ସେତେବେଳେ ବଳଦ ହିଁ ପରିବହନର ଏକମାତ୍ର ମାଧ୍ୟମ ଥିଲା । ବିଶେଷକରି ଜଙ୍ଗଲ ପାହାଡ଼ଘେରା ଆଦିବାସୀ ଅଧ୍ୟୁଷିତ ମାଳଅଞ୍ଚଳ ଭାବେ ପରିଚିତ ଫୁଲବାଣୀରେ ଲୁଗା, ଲୁଣ ଓ ବିଭିନ୍ନ ପ୍ରକାର ଗୃହୋପକରଣ ଲୋକଙ୍କ ପାଖରେ ପହଞ୍ଚତ୍ବା ଦୁରୁହ ବ୍ୟାପାର ଥିଲା । ସେତେବେଳେ ବ୍ୟବସାୟୀମାନେ ନିଜ ବଳଦ ପିଠିରେ ଲୁଣ, ଲୁଗା ଓ ବିଭିନ୍ନ ପ୍ରକାର ସାମଗ୍ରୀ ଲଦି ସମ୍ପୃକ୍ତ ଅଞ୍ଚଳକୁ ବ୍ୟବସାୟ ଉଦ୍ଦେଶ୍ୟରେ ଯାଉଥିଲେ । ଏହି ବ୍ୟବସାୟୀମାନେ ସାଧାରଣତଃ ଖଣ୍ଡପଡ଼ା ଗଡ଼ଜାତ ଅଞ୍ଚଳ ଅନ୍ତର୍ଗତ କଣ୍ଟିଲୋ ଓ ବନମାଳୀପୁର ଗ୍ରାମର ତେଲି ଓ ଥୋଡ଼ିଆ ସମ୍ପ୍ରଦାୟର। ସମ୍ପୃକ୍ତ ବ୍ୟବସାୟୀମାନେ ଖାଡ଼ୁ ବଳଦ ପିଠିରେ ନେଇଥିବା ସାମଗ୍ରୀଗୁଡିକୁ ଆଦିବାସୀମାନଙ୍କୁ ଚଢ଼ା ଦରରେ ବିକ୍ରିକରି ପ୍ରତିବଦଳରେ ସେଠାରେ ଉତ୍ପାଦିତ ଅଦା, ମହୁଲ, ଝୁଣା, ସୋରିଷ, ମହୁ, ହଳଦୀ, ବାଘନଖ, ଦାନ୍ତ, ହାତୀ ଦାନ୍ତ, ବାଘଛାଲ ଆଦି ଜଙ୍ଗଲଜାତ ସାମଗ୍ରୀ ସେମାନଙ୍କଠାରୁ ଆଣି ବଳଦ ପିଠିରେ ଲଦି ଗ୍ରାମକୁ ଫେରିଥାନ୍ତି । ଜଙ୍ଗଲଜାତ ଦ୍ରବ୍ୟକୁ ସ୍ଥାନୀୟ ଅଞ୍ଚଳରେ ବିକ୍ରିକରି ଅଧିକ ଲାଭବାନ୍‌ ହୋଇଥାନ୍ତି । ଏହି ପରିବହନ କାର୍ଯ୍ୟରେ ନିୟୋଜିତ ହେଉଥିବା ବଳଦକୁ ଖାଡ଼ୁ ବଳଦ କୁହାଯାଉଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri